Posted inଖେଳ

କମ ପାଠ ପଢିଛନ୍ତି ଏହିସବୁ ଭାରତୀୟ କ୍ରିକେଟର୍‌: କିନ୍ତୁ ରୋଜଗାର କରୁଛନ୍ତି କୋଟି କୋଟି ଟଙ୍କା

ନୂଆଦିଲ୍ଲୀ,୧୧।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ପିଲାମାନଙ୍କ ମାତାପିତାଙ୍କୁ ବିଶେଷ ପରାମର୍ଶ ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ମାତାପିତାମାନେ ସେମାନଙ୍କ ଇଚ୍ଛା ପିଲାମାନଙ୍କ ଉପରେ ଲଦିବା ଉଚିତ୍‌ ନୁହେଁ। ପିଲାଟି ପ୍ରତ୍ୟେକ କ୍ଷେତ୍ରରେ ଭଲ ହେବା ଜରୁରୀ ନୁହେଁ। ପ୍ରତ୍ୟେକ ପିଲା ବିଭିନ୍ନ କ୍ଷେତ୍ରରେ ଭଲ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଉଦାହରଣ ଦେଇ କହିଥିଲେ ଯେ, ସଚିନ ଖେଳରେ ଭଲ କିନ୍ତୁ ପାଠପଢ଼ାରେ ଭଲ ନୁହଁନ୍ତି। ଭାରତର କିଛି ସକ୍ରିୟ କ୍ରିକେଟରଙ୍କ ଅଚନ୍ତି,ଯେଉଁମାନେ ବହୁତ କମ ଶିକ୍ଷିତ, କିନ୍ତୁ ସେମାନଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ଅଛି ଏବଂ ସେମାନେ ଆଜି ଏକ ବିଳାସପୂର୍ଣ୍ଣ ଜୀବନଯାପନ କରନ୍ତି।

ଶୁଭମନ ଗିଲ
ଶୁଭମନ ଗିଲ ଭାରତୀୟ ଏକଦିବସୀୟ ଦଳର ଉପ-ଅଧିନାୟକ। ଗିଲ ମୋହାଲିର ମାନବ ମଙ୍ଗଳ ସ୍ମାର୍ଟ ସ୍କୁଲରୁ ମାଟ୍ରିକ ପାସ କରିଥିଲେ। ତଥାପି, ସେ କଲେଜ ଶିକ୍ଷା ହାସଲ କରିପାରି ନ ଥିଲେ। ଗିଲ ଆଜି ୩୨ ରୁ ୩୪ କୋଟି ଟଙ୍କାର ସମ୍ପତ୍ତିର ମାଲିକ।

ହର୍ଷିତ ରାଣା
ଦ୍ରୁତ ବୋଲର ହର୍ଷିତ ରାଣା ସଦ୍ୟତମ ଭାବରେ ଟିମ ଇଣ୍ଡିଆ ପାଇଁ ତିନୋଟି ଫର୍ମାଟରେ ଡେବ୍ୟୁ କରିଛନ୍ତି। ଆଇପିଏଲରେ କେକେଆର ପାଇଁ ଖେଳୁଥିବା ହର୍ଷିତ ରାଣାଙ୍କ ସମ୍ପତ୍ତି ପ୍ରାୟ ୫ କୋଟି ଟଙ୍କା।

ବିରାଟ କୋହଲି
ସାରା ବିଶ୍ୱ ବିରାଟ କୋହଲିଙ୍କ ପାଇଁ ପାଗଳ। ‘କିଙ୍ଗ’ ଭାବରେ ପ୍ରସିଦ୍ଧ ବିରାଟ କୋହଲି କେବଳ ଦ୍ୱାଦଶ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। କିନ୍ତୁ ତାଙ୍କୁ କେବଳ ଭାରତରେ ନୁହେଁ ବରଂ ବିଶ୍ୱର ସବୁଠାରୁ ଧନୀ କ୍ରିକେଟରଙ୍କ ମଧ୍ୟରେ ଗଣନା କରାଯାଏ। କୋହଲିଙ୍କର ମୋଟ ୧୦୫୦ କୋଟି ଟଙ୍କାର ସମ୍ପତ୍ତି ଅଛି।

ରୋହିତ ଶର୍ମା
ଭାରତୀୟ ଅଧିନାୟକ ରୋହିତ ଶର୍ମା କଲେଜ ଅଧ୍ୟୟନ ପାଇଁ ରିଜଭି କଲେଜ ଅଫ ଆର୍ଟସ, ସାଇନ୍ସ ଆଣ୍ଡ କମର୍ସରେ ଆଡମିସନ ନେଇଥିଲେ କିନ୍ତୁ ସେ ତାଙ୍କର ସ୍ନାତକ ସମାପ୍ତ କରିପାରି ନଥିଲେ। ସେ କ୍ରିକେଟ ଉପରେ ଧ୍ୟାନ ଦେଇଥିଲେ ଏବଂ ଆଜି ତାଙ୍କୁ ମହାନ କ୍ରିକେଟରଙ୍କ ମଧ୍ୟରେ ଗଣନା କରାଯାଏ। ରୋହିତଙ୍କ ସମ୍ପତ୍ତି ପ୍ରାୟ ୨୧୪ କୋଟି ଟଙ୍କା।

ହାର୍ଦ୍ଦିକ ପାଣ୍ଡ୍ୟା
ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା କେବଳ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। କ୍ରିକେଟରେ କ୍ୟାରିଅର କରିବା ପାଇଁ, ସେ ନବମ ଶ୍ରେଣୀରେ ତାଙ୍କ ପାଠପଢ଼ା ଛାଡି ଦେଇଥିଲେ। ଆଜି ହାର୍ଦ୍ଦିକ ଏକ ବିଳାସପୂର୍ଣ୍ଣ ଜୀବନଯାପନ କରୁଛନ୍ତି। ତାଙ୍କର ମୋଟ ସମ୍ପତ୍ତି ପ୍ରାୟ ୯୫ କୋଟି ଟଙ୍କା।

ମହମ୍ମଦ ଶାମି
ଭାରତର ଷ୍ଟାର ବୋଲର ମହମ୍ମଦ ଶାମି ଦଶମ ପର୍ଯ୍ୟନ୍ତ ପାଠ ପଢିଥିଲେ। ଏହା ପରେ ସେ ତାଙ୍କ ପାଠପଢ଼ା ଛାଡି ଦେଇଥିଲେ। ଶାମିଙ୍କ ଏବେ ୪୭ କୋଟି ଟଙ୍କାର ମାଲିକ।

ଯଶସ୍ବୀ ଜୟସ୍ବାଲ
ଉତ୍ତର ପ୍ରଦେଶର ଭାଦୋହିର ଏକ ଗାଁରେ ଜନ୍ମିତ ଯଶସ୍ବୀ ଜୟସ୍ବାଲ ତାଙ୍କର ପ୍ରାଥମିକ ଶିକ୍ଷା ଗାଁରେ ହିଁ କରିଥିଲେ। ଏହା ପରେ ସେ ତାଙ୍କ ପରିବାର ସହିତ ମୁମ୍ବାଇ ଆସିଥିଲେ। ଜୟସ୍ବାଲ ମଧ୍ୟ ବହୁତ ଶିକ୍ଷିତ ନୁହଁନ୍ତି। କିନ୍ତୁ ତାଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ଅଛି। ତାଙ୍କର ୧୬ କୋଟି ଟଙ୍କାର ସମ୍ପତ୍ତି ଅଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଋତୁରାଜ ତ ନାମକୁ ମାତ୍ର କ୍ୟାପଟେନ, ସବୁ ନିଷ୍ପତ୍ତି ନେଉଛନ୍ତି ଧୋନି, ଏହି ଅଭିଯୋଗକୁ ନେଇ ଧୋନି କହିଲେ…

ନୂଆଦିଲ୍ଲୀ,୨୪।୩: ଋତୁରାଜ ଗାୟକୱାଡ କେବଳ ନାମକୁ ମାତ୍ର ଅଧିନାୟକ, ଚେନ୍ନାଇ ସୁପର କିଙ୍ଗ୍ସର ସମସ୍ତ ନିଷ୍ପତ୍ତି ମହେନ୍ଦ୍ର ସିଂହ ଧୋନି ନିଅନ୍ତି। ଏମିତି ଏକ ଅଭିଯୋଗକୁ...

କିଏ ସେହି ବିଗ୍ନେଶ ପୁଥୁର,ଯିଏ ଗୋଟିଏ ବି ଘରୋଇ ମ୍ୟାଚ୍‌ ନ ଖେଳି ଆଇପିଏଲ୍‌ରେ ଦେଖାଇଲେ ଜଲଓ୍ବା

ଚେନ୍ନାଇ,୨୪।୩: ରୋହିତ ଶର୍ମାଙ୍କ ସ୍ଥାନରେ ଦ୍ୱିତୀୟ ଇନିଂସରେ ଇମ୍ପାକ୍ଟ ପ୍ଲେୟାର ଭାବରେ ଆସିଥିବା ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳି ବିଗ୍ନେଶ ପୁଥୁରଙ୍କୁ ଆଇପିଏଲରେ ଡେବ୍ୟୁ କରିବାର ସୁଯୋଗ...

ହିନ୍ଦୀ କି ଇଂରାଜୀ ନୁହେଁ, ଏହି ଭାଷାରେ କମେଣ୍ଟ୍ରି ଶୁଣିବାକୁ ପସନ୍ଦ କରନ୍ତି ଧୋନୀ

ଚେନ୍ନାଇ,୨୪।୩: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରେ ଆଞ୍ଚଳିକ ଭାଷାର ଭାଷ୍ୟକାର ପଦକ୍ଷେପକୁ ଭାରତର କିମ୍ବଦନ୍ତୀ କ୍ରିକେଟର ଏମଏସ ଧୋନୀ ପ୍ରଶଂସା କରିଛନ୍ତି। ସେ ଭୋଜପୁରୀ କମେଣ୍ଟ୍ରିକୁ...

IPL 2025 ମଧ୍ୟରେ ସେଣ୍ଟ୍ରାଲ୍‌ କଣ୍ଟ୍ରାକ୍ଟ ଘୋଷଣା କଲା ବିସିସିଆଇ: ଏହି ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୨୪।୩: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସୋମବାର ମହିଳା ଦଳର ସେଣ୍ଟ୍ରାଲ୍‌ କଣ୍ଟ୍ରାକ୍ଟ ଘୋଷଣା କରିଛି। ବୋର୍ଡ ୧୬ ଜଣ ଖେଳାଳିଙ୍କୁ ୩ଟି ବର୍ଗରେ...

IPL 2025ରେ ‘ବଲ୍ ଟ୍ୟାମ୍ପରିଂ’? ପୁଣି ବ୍ୟାନ୍ ହୋଇପାରେ CSK, କ୍ୟାମେରାରେ କଏଦ ଭିଡିଓ ଭାଇରାଲ୍

ଚେନ୍ନାଇ,୨୪।୩: ଚେନ୍ନାଇ ସୁପର କିଙ୍ଗ୍ସ (CSK) ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ୨୦୨୫ ର ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ (MI) ବିପକ୍ଷରେ ୪...

ଅଧିନାୟକ ହେବା ଲାଗି ଏହି ପେସ୍‌ ବୋଲର ଆଗ୍ରହୀ

ନୂଆଦିଲ୍ଲୀ, ୨୩ା୩: ବିଶିଷ୍ଟ ପେସ୍‌ ବୋଲର କାଗିସୋ ରାବାଡା କହିଛନ୍ତି, ତାଙ୍କୁ ଯଦି ତାଙ୍କ ଦେଶ ଜାତୀୟ ଦଳର ଅଧିନାୟକ ପଦବୀ ଯଚା ଯାଏ ତେବେ...

ମ୍ୟାଚ ସମୟରେ ହୃଦଘାତର ଶିକାର ହେଲେ ତମିମ ଇକବାଲ, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୨୪।୩: ପୂର୍ବତନ ବାଂଲାଦେଶ ଅଧିନାୟକ ତମିମ ଇକବାଲ ହୃଦଘାତର ଶିକାର ହୋଇଛନ୍ତି। ମ୍ୟାଚ ଖେଳୁଥିବା ସମୟରେ ତମିମ ଇକବାଲଙ୍କୁ ହୃଦଘାତ ହୋଇଥିଲା, ଯାହା ପରେ ତାଙ୍କୁ...

ରେକର୍ଡ ଭାଙ୍ଗିଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୨୪ା୩: ରାଜ୍ୟଗୋଷ୍ଠୀ କ୍ରୀଡ଼ା ରେସ ଓ୍ବାକର ପ୍ରିୟଙ୍କା ଗୋସ୍ବାମୀ ମହିଳା ୩୫ କିମି ଇଭେଣ୍ଟରେ ଜାତୀୟ ରେକର୍ଡ ସୃଷ୍ଟି କରିଛନ୍ତି। ସ୍ଲୋଭାକିଆର ଡୁଡିନ୍ସଠାରେ ଚାଲିଥିବା ଡୁଡିନସ୍କା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri