୨୦୨୧ ଆଇପିଏଲ୍‌ ସିଏସ୍‌କେର ଏହି ୪ ଧୁରନ୍ଧରଙ୍କ ପାଇଁ ହୋଇପାରେ ଶେଷ ସିଜିନ୍‌

ନୂଆଦିଲ୍ଲୀ,୮।୪: ଚଳିତ ବର୍ଷ ହେବାକୁ ଥିବା ଆଇପିଏଲ୍କୁ ଆଉ ମାତ୍ର କିଛି ଘଣ୍ଟା ବାକି ଅଛି। ଏହାକୁ ନେଇ ପ୍ରଶଂସକଙ୍କ ସହ ଖେଳାଳିଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଆଇପିଏଲ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ ଏକ ଶକ୍ତିଶାଳୀ ଦଳ ଭାବରେ ପରିଗଣିତ ହୋଇଛି। ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ତିନିଥର ଆଇପିଏଲ ଟାଇଟଲ ଜିତିଛି ଦଳ। ହେଲେ ଗତ ସିଜନରେ ଏହା ସେତେଟା ଭଲ ପ୍ରଦର୍ଶନ କରିପାରି ନ ଥିଲା। ଏଥର ଧୋନୀ ପୁଣି ଥରେ ଉଲ୍ଲେଖନୀୟ ପ୍ରଦର୍ଶନ କରିବାକୁ ଯଥାସମ୍ଭବ ଚେଷ୍ଟା କରିବ।
ତେବେ ଆସନ୍ତା ସିଜନରେ ଦଳର ଅନେକ ଖେଳାଳି ଆମକୁ ଦେଖିବାକୁ ମିଳି ନ ପାରନ୍ତି। ଅଧିନାୟକ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ଏଣୁ ଏହା ତାଙ୍କର ଶେଷ ଆଇପିଏଲ୍‌ ହୋଇପାରେ ବୋଲି କୁହାଯାଉଛି। ଏହାଛଡ଼ା ଚେନ୍ନାଇ ସୁପର କିଙ୍ଗ୍ସର ଅନ୍ୟ କିଛି ଖେଳାଳି ଏହି ସିଜିନ ପରେ ଆଇପିଏଲକୁ ବିଦାୟ କହିପାରନ୍ତି। ଆସନ୍ତୁ ଜାଣିବା:

୧) ମହେନ୍ଦ୍ର ସିଂ ଧୋନୀ:
ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟର ପ୍ରତ୍ୟେକ ଫର୍ମାଟରୁ ଅବସର ନେଇସାରିଛନ୍ତି। ଏହା ତାଙ୍କର ଶେଷ ଆଇପିଏଲ ସିଜନ ହୋଇପାରେ। ଏହି ସିଜନ ପରେ ଧୋନିଙ୍କୁ ଆଉ ପଡ଼ିଆରେ ଦେଖାଯାଇ ନ ପାରେ। ଗତ ଆଇପିଏଲ୍‌ରେ ଧୋନୀ ଅବସର ନେଇଥିବା ଶୁଣିବାକୁ ମିଳିଥିଲା। କିନ୍ତୁ ଧୋନୀ ଏହାକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଥିଲେ। ଏହି ପରିପ୍ରେକ୍ଷୀରେ କ୍ରିକେଟ ସମୀକ୍ଷକ ଡାନି ମୋରିସନ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ସେ ବର୍ତ୍ତମାନ ଖେଳିବା ଜାରି ରଖିବେ ବୋଲି କହିଥିଲେ। ତେବେ ଧୋନୀ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଧୋନୀ ଏପର୍ଯ୍ୟନ୍ତ ୧୧ଟି ସିଜନ ଅଧିନାୟକ କରିଛନ୍ତି। ଧୋନୀଙ୍କ ନେତୃତ୍ୱରେ ଦଳ ୨୦୧୦, ୨୦୧୧ ଏବଂ ୨୦୧୮ରେ ଆଇପିଏଲ୍‌ ଟାଇଟଲ ଜିତିଛ। ହେଲିକପ୍ଟର ସଟ ପାଇଁ ଜଣାଶୁଣା ୩୯ ବର୍ଷୀୟ ଧୋନୀ ୧୭୪ ଆଇପିଏଲ ମ୍ୟାଚରେ ୪୦୫୮ ରନ ସଂଗ୍ରହ କରିଛନ୍ତି।

୨) ଇମ୍ରାନ ତାହିର: ୪୨ ବର୍ଷୀୟ ଏହି କ୍ରିକେଟର ମଇଦାନରେ ନିଜର ଶକ୍ତି ପାଇଁ ଜଣାଶୁଣା। ଇମ୍ରାନ ଜଣେ ଅଭିଜ୍ଞ ବୋଲର। ସ୍ପିନ୍‌ର ଜାଲରେ ସେ ବ୍ୟାଟ୍ସମ୍ୟାନ୍‌ମାନଙ୍କୁ କିପରି ଫସାଇବେ ଜାଣନ୍ତି। ବୋଲିଂରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଇମ୍ରାନଙ୍କୁ ୨୦୧୮ରେ ବାଇଗଣୀ କ୍ୟାପ୍‌ ମିଳିଥିଲା। କିନ୍ତୁ ଗତ ସିଜନରେ ସେ କେବଳ ତିନୋଟି ମ୍ୟାଚ ଖେଳିଥିଲେ। ୫୮ ଟି ଆଇପିଏଲ ମ୍ୟାଚରେ ଇମ୍ରାନ ତାହିର ୮୦ ୱିକେଟ ନେଇଛନ୍ତି।

୩) ଡାରେନ ବ୍ରାଭୋ: ୱେଷ୍ଟଇଣ୍ଡିଜର ଏହି କ୍ରିକେଟର ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳନ୍ତି। ସେ ଜଣେ ଉତ୍କୃଷ୍ଟ ଅଲରାଉଣ୍ଡର। କିନ୍ତୁ ଗତ କିଛି ସିଜନରେ ବ୍ରାଭୋ ଭଲ ପ୍ରଦର୍ଶନ କରିନାହାନ୍ତି। ଏଣୁ ସେ ପୁଣି ଥରେ ଲୟକୁ ଆସିବାକୁ ବାଟ ଖୋଜୁଛନ୍ତି। ଏହି ସିଜନ ପରେ ତାଙ୍କୁ ଆଇପିଏଲରେ ଦେଖିବାକୁ ମିଳି ନ ପାରେ ବୋଲି କୁହାଯାଉଛି। ତେବେ ବ୍ରାଭୋ ୧୪୦ ମ୍ୟାଚ୍‌ରେ ୧୪୯୯ ରନ୍‌ ବ୍ୟତୀତ ୧୫୩ ଉଇକେଟ ନେଇଛନ୍ତି।

୪) ସୁରେଶ ରାଇନା: ଗତ ବର୍ଷ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସୁରେଶ ରାଇନା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ଧୋନୀଙ୍କ ସହ ସେ ତାଙ୍କ ଅବସର ଘୋଷଣା କରିବେ ବୋଲି ତାଙ୍କ ପ୍ରଶଂସକମାନେ ଆଶା କରି ନ ଥିଲେ। ରାଇନା ତାଙ୍କ ଫର୍ମ ଏବଂ ଫିଟନେସ୍‌ ସହ ସଂଘର୍ଷ କରିଆସୁଛନ୍ତି। ଗତ କିଛି ସିଜନରେ ତାଙ୍କର ପ୍ରଦର୍ଶନ ସେତେଟା ଭଲ ନାହିଁ। ହୋଇପାରେ ସେ ଚଳିତ ସିଜିନ ପରେ ଆଇପିଏଲ୍‌କୁ ବିଦାୟ ନେଇପାରନ୍ତି। ରାଇନା ଆଇପିଏଲରେ ୧୯୩ ମ୍ୟାଚ୍‌ରେ ୫୩୬୮ ରନ କରି ଲିଗ୍‌ର ଦ୍ୱିତୀୟ ସର୍ବାଧିକ ରନ କରିଥିବା ଖେଳାଳି ଅଟନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri