ଏହି ପ୍ରସିଦ୍ଧ ଅଭିନେତାଙ୍କ ରହିଛି ଏସବୁ ସ୍ଥାନରେ ମହଙ୍ଗା ଘର: ମିଲିୟନ ଡଲାରରୁ ଆହୁରି ଅଧିକ ଦାମ୍‌

ଅନିଲ କପୁର ବଲିଉଡ୍‌ର ଜଣେ ପ୍ରସିଦ୍ଧ ଅଭିନେତା ତଥା ନିର୍ମାତା । ତାଙ୍କ ଫିଟନେସକୁ ଦେଖିଲେ ଲାଗିବନି ଯେ ସେ ତିନି ଜଣ ପିଲାଙ୍କ ବାପା। ଅନିଲ ତାଙ୍କ ବ୍ୟକ୍ତିତ୍ୱ ପାଇଁ ଜଣାଶୁଣା । ଏହା ସହିତ ସେ ତାଙ୍କ ରାଜକୀୟ ଜୀବନଶୈଳୀ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି। ଅନିଲ ତାଙ୍କ ପରିବାର ସହିତ ମୁମ୍ବାଇରେ ଜୁହୁର ଏକ ବଙ୍ଗଳାରେ ରୁହନ୍ତି। ଏହା ବ୍ୟତୀତ ଅନିଲଙ୍କର ଦୁବାଇ, କାଲିଫର୍ନିଆ ଏବଂ ଲଣ୍ଡନରେ ମଧ୍ୟ ଫ୍ଲାଟ ଅଛି। ଜାଣନ୍ତୁ ସେ ସମ୍ପର୍କରେ…

ମୁମ୍ବାଇ:
ଅନିଲ ମୁମ୍ବାଇର ଜୁହୁ ଅଞ୍ଚଳରେ ରୁହନ୍ତି। ଏଠାରେ ତାଙ୍କର ବଙ୍ଗଳା ମଧ୍ୟ ଅଛି ଯାହା ବହୁତ ବିଳାସପୂର୍ଣ୍ଣ। ଏହି ବଙ୍ଗଳାରେ ଅନିଲ ପତ୍ନୀ ସୁନୀତା, ଝିଅ ରିୟା ଏବଂ ପୁଅ ହର୍ଷବର୍ଦ୍ଧନଙ୍କ ସହ ରୁହନ୍ତି। ଏହି ଘର ଦେଖିବାକୁ ବହୁତ ସୁନ୍ଦର ଏବଂ ଚମତ୍କାର। ଏହା ବ୍ୟତୀତ ତାଙ୍କ ବଙ୍ଗଳାରେ ଏକ ଅଲଗା ଫିଲ୍ମ ରୁମ୍‌ ରହିଛି। ଯେଉଁଠାରେ ଆରାମରେ ଚଳଚ୍ଚିତ୍ର ଦେଖିହେବ ।

କାଲିଫର୍ନିଆ
ଅନିଲଙ୍କର କାଲିଫର୍ନିଆରେ ମଧ୍ୟ ଏକ ବଙ୍ଗଳା ଅଛି। ବାସ୍ତବରେ ଅନିଲଙ୍କ ପୁଅ ହର୍ଷବର୍ଦ୍ଧନ କାଲିଫର୍ଣ୍ଣିଆରେ ପଢ଼ିିବାକୁ ଯାଇଥିଲେ। ଏହି ସମୟ ମଧ୍ୟରେ, ଅନିଲ କାଲିଫର୍ନିଆର ଅରେଞ୍ଜ କାଉଣ୍ଟିରେ ତାଙ୍କ ପୁଅ ପାଇଁ ୩ବିଏଚ୍‌କେ ଆପାର୍ଟମେଣ୍ଟ ନେଇଥିଲେ। ଏହାର ପଛପଟ ବେଳାଭୂମି ଅଛି। ଏହି ଆପାର୍ଟମେଣ୍ଟର ମୂଲ୍ୟ ଏକ ମିଲିୟନ ଡଲାରରୁ ଅଧିକ।

ଲଣ୍ଡନ
ଲଣ୍ଡନରେ ଅନିଲଙ୍କ ମଧ୍ୟ ଏକ ଘର ଅଛି। ସେ ଲଣ୍ଡନର ମେଫେୟାର ଆପାର୍ଟମେଣ୍ଟରେ ସମୟ ବିତାଉଥିବା ନଜର ଆସିଛନ୍ତି। କେବଳ ଅନିଲ ନୁହଁନ୍ତି ତାଙ୍କ ପୁଅ ହର୍ଷବର୍ଦ୍ଧନ ମଧ୍ୟ ଏଠାରେ ସମୟ ବିତାଉଥିବା ନଜର ଆସିଛନ୍ତି।

ଦୁବାଇ
ଦୁବାଇରେ ଅନେକ ବଲିଉଡ ସେଲିବ୍ରିଟି ରହୁଛନ୍ତି। ତେବେ ଅନିଲ ସିରିଜ୍‌ ‘୨୪ ’ଶୁଟିଂ ସମୟରେ ଏଠାରେ ୨ ବିଏଚ୍‌କେ ଫ୍ଲାଟ କିଣିଥିଲେ। ଅନିଲଙ୍କ ଫ୍ଲାଟ ଫୁର୍ଜାନର ଡିସ୍‌କଭରି ଗାର୍ଡେନ ନିକଟରେ ରହିଛି। ଏକ ସାକ୍ଷାତକାରରେ ଅନିଲ କହିଥିଲେ ଯେ , ଏହି ଆପାର୍ଟମେଣ୍ଟ ବହୁତ ଶସ୍ତା ଏବଂ ଏକ ଭଲ ସ୍ଥାନରେ ନିର୍ମିତ ହୋଇଛି। ଯାହାକୁ ସେ ବହୁତ ପସନ୍ଦ କରନ୍ତି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନବରାତ୍ରୀର ପ୍ରଥମ ଦିନରେ ସୂର୍ଯ୍ୟଙ୍କ ଗୋଚର, ୫ ରାଶିଙ୍କର ହୁ ହୁ ହୋଇ ବଢିବ ଟଙ୍କା!

ସୂର୍ଯ୍ୟ ଗ୍ରହ ୧୧ ଅକ୍ଟୋବର ୨୦୨୬ ରବିବାର ରାତି ୨ଟା ୨୫ ମିନିଟରେ ହସ୍ତା ନକ୍ଷତ୍ରରୁ ଚିତ୍ରା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟ ଗ୍ରହ ମଙ୍ଗଳଙ୍କ ନକ୍ଷତ୍ରରେ…

ଚଳଚଞ୍ଚଳ କ୍ୟାମ୍ପସ  ସରିଲା ନାମାଙ୍କନ, ବୈଧ ପ୍ରାର୍ଥୀ ତାଲିକାକୁ ଅପେକ୍ଷା

ଖୋର୍ଦ୍ଧା,୯।୧୦(ପ୍ରଭାତ ପାଣିଗ୍ରାହୀ): ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇଉଠିଛି। ଦୀର୍ଘ ୮ ବର୍ଷ ପରେ କ୍ୟାମ୍ପସ୍‌ରେ ଛାତ୍ର ସଂସଦନିବାଚନ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ…

ଛାତ୍ର ନିର୍ବାଚନରେ ବଢୁଛି ଉତ୍ସାହ: ଅତାବିରା କଲେଜରେ ୨୪ଜଣଙ୍କ ନାମାଙ୍କନ ଦାଖଲ

ଅତାବିରା,୯।୧୦(ଯୁଧିଷ୍ଠିର ମହାପାତ୍ର): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେଉଥିବା ବେଳେ ଅତାବିରା କଲେଜରେ ନିର୍ବାଚନୀ ଉତ୍ସାହ ଦେଖିବାକୁ ମିଳିଛି। କଲେଜର…

ସୁନା ଜିତିବା ପରେ ଟଙ୍କା ବର୍ଷା: ଏହି ଖେଳାଳିଙ୍କୁ ମିଳିବ କୋଟି କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୦: ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିବା ପ୍ରତ୍ୟେକ ଖେଳାଳିଙ୍କ ପାଇଁ ଏକ ବଡ଼ ଉପଲବ୍ଧି। ଏହି ସଫଳତା ସହ ଯଦି ଲକ୍ଷ ଲକ୍ଷ ଟଙ୍କାର ନଗଦ…

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ନାମାଙ୍କନପତ୍ର ଦାଖଲ: ଶକ୍ତି ପ୍ରଦର୍ଶନ କରି ଛାତ୍ରୀଛାତ୍ର…

ଭବାନୀପାଟଣା,୯ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ନାମାଙ୍କନରେ ଦେଖିବାକୁ ମିଳିଛି ଶକ୍ତି ପ୍ରଦର୍ଶନ। ବିଶାଳ ପଟୁଆରରେ ବିଶ୍ୱବିଦ୍ୟାଳୟକୁ…

ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ବାଏ ବାଏ କରି ସମସ୍ତଙ୍କୁ ଚମକାଇଦେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୯।୧୦:ଭାରତରେ ଜନ୍ମିତ ନ୍ୟୁଜିଲାଣ୍ଡ କ୍ରିକେଟର୍‌ ଜିତ ରାଭାଲ ପେସାଦାର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ୩୮ ବର୍ଷୀୟ ଏହି ଓପନିଂ ବ୍ୟାଟର୍‌ ନିଜ କ୍ୟାରିୟର ଓ ଉପଲବ୍ଧିକୁ…

୮ ବର୍ଷ ପରେ ବାୟାବାବା କଲେଜରେ ନିର୍ବାଚନ ଉଷ୍ଣତା: ବିଜେଡି-ଏବିଭିପି ଜୋର୍‌ଦାର ଲଢ଼େଇ

ମହାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜଲା ମହାକାଳପଡ଼ା ସଦରମହକୁମାଠାରେ ଶ୍ରୀ ଶ୍ରୀ ବାୟାବାବା କଲେଜରେ ୮ ବର୍ଷ ପରେ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନ ଘୋଷଣା…

ନାନା ପାଟେକରଙ୍କ ମୃତ୍ୟୁ ପରେ ବି ତାଙ୍କୁ ଛାଡ଼ିଲେନି ତନୁଶ୍ରୀ: କହିଦେଲେ ଏମିତି କଥା, ତାତିଲେ ପ୍ରଶଂସକ

ବଲିଉଡ ଅଭିନେତା ନାନା ପାଟେକରଙ୍କ ପରଲୋକ ପରେ ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବିବାଦ ସୃଷ୍ଟି ହୋଇଛି। ନାଁ ନ ନେଇ ଇନ୍‌ଷ୍ଟାଗ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?