Advertisement

ଏମାନଙ୍କୁ ହୃଦ୍‌ଘାତ ଆଶଙ୍କା ଅଧିକ

ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଭିଟାମିନ ‘ଡି’ ହାର୍ଟ ପାଇଁ ଖୁବ୍‌ ଜରୁରୀ। ଏହା ହାଡ଼କୁ ମଜଭୂତ କରିବା ସହ ହାର୍ଟକୁ ମଧ୍ୟ ସୁସ୍ଥ ରଖେ। ଦକ୍ଷିଣ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀଙ୍କ ଦ୍ୱାରା କରାଯାଇଥିବା ଏହି ଅଧ୍ୟୟନ ୟୁରୋପୀୟ ହାର୍ଟ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି।

ଅନୁସନ୍ଧାନକାରୀମାନେ ହାର୍ଟକୁ ସୁସ୍ଥ ରଖିବାରେ ଭିଟାମିନ୍‌ ‘ ଡି’ର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି। ଭିଟାମିନ ‘ଡି’ ଅଭାବ ଥିବା ଲୋକମାନେ ଭିଟାମିନ ‘ଡି’ଥିବା ଲୋକଙ୍କ ତୁଳନାରେ ହୃଦ୍‌ରୋଗ ଏବଂ ଉଚ୍ଚ ରକ୍ତଚାପର ଆଶଙ୍କା ଦୁଇଗୁଣ ଅଧିକ। ଭିଟାମିନ୍‌ ‘ଡି’ ଅଭାବ ଥିବା ଲୋକଙ୍କୁ ହୃଦ୍‌ଘାତ ଆଶଙ୍କା ଅଧିକ ରହିଥାଏ ବୋଲି ସ୍ବାସ୍ଥ୍ୟ ଗବେଷକମାନେ ଏହି ରିପୋର୍ଟରେ କହିଛନ୍ତି।

ଏହି ଅଧ୍ୟୟନରେ ୫୫ ପ୍ରତିଶତ ଲୋକଙ୍କ ମଧ୍ୟରେ ଭିଟାମିନ ‘ଡି’ସ୍ତର ଲିଟର ପିଛା ୫୦ ନାନୋମୋଲରୁ କମ୍‌ ବୋଲି ଜଣାପଡ଼ିଛି। ୧୩ ପ୍ରତିଶତ ଲୋକଙ୍କ ମଧ୍ୟରେ ଭିଟାମିନ୍‌ ‘ଡି’ ଅଭାବ ପରିଲକ୍ଷିତ ହୋଇଛି।

ଏହି ଅଭାବ ଭାରତର ପ୍ରାୟ ୮୦-୯୦ ପ୍ରତିଶତ ଲୋକଙ୍କଠାରେ ଦେଖାଯାଏ। ଗବେଷକମାନେ କହିଛନ୍ତି, ଅଷ୍ଟ୍ରେଲିଆର ୨୩ ପ୍ରତିଶତ ଲୋକ, ଆମେରିକାରେ ୨୪ ପ୍ରତିଶତ ଏବଂ କାନାଡ଼ାରେ ୩୭ ପ୍ରତିଶତ ଲୋକଙ୍କର ଭିଟାମିନ ‘ଡି’ ଅଭାବ ଦେଖାଦେଇଛି।

 

ଭିଟାମିନ୍‌ ‘ଡି’ର ସର୍ବୋତ୍ତମ ଉତ୍ସ ହେଉଛି ସୂର୍ଯ୍ୟକିରଣ। ଏହା ବ୍ୟତୀତ ମାଛ, ଅଣ୍ଡା ଏବଂ କିଛି ପାନୀୟ ଯୁକ୍ତ ଖାଦ୍ୟରୁ ମଧ୍ୟ ମିଳିଥାଏ। ଖାଦ୍ୟରେ ଏହା ବହୁତ କମ୍‌ ପରିମାଣରେ ମିଳୁଥିବା ବେଳେ ସୂର୍ଯ୍ୟକିରଣରୁ ଅଧିକ ମାତ୍ରାରେ ମିଳିଥାଏ। ଅନୁସନ୍ଧାନରୁ ଜଣାପଡ଼ିଛି, ଯଦି ଭିଟାମିନ ‘ଡି’ସ୍ତର ସ୍ବାଭାବିକ ହୁଏ, ତେବେ ହୃଦ୍‌ଘାତ୍‌ ୪.୪ ପ୍ରତିଶତ ହ୍ରାସ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲିଚିଂ ପାଉଡ଼ରରେ ବି କରିହେବ ଘର, କାର୍ଯ୍ୟାଳୟ ସାନିଟାଇଜ୍‌

ନୂଆଦିଲ୍ଲୀ,୨୨।୩: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ପକ୍ଷରୁ ଦେଶବ୍ୟାପି ଲୋକଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ପ୍ରସାରଣ ଜାରି ରଖିଛନ୍ତି। କରୋନାଠାରୁ ଦୂରେଇ ରହିବା...

ଶ୍ୱାସରୋଗରୁ ଦୂରେଇ ରଖେ ଏହି ଫୁଲ…

ଅରଖଫୁଲର ଅନେକ ଔଷଧୀୟ ଗୁଣ ରହିଛି । ବିଭିନ୍ନ ରୋଗ ଦୂର କରିବାରେ ଏହା ମହୌଷଧୀ ସଦୃଶ କାର୍ଯ୍ୟ କରିଥାଏ। ଅରଖ ଗଛର ପତ୍ର ଓ...

ଡାଇବେଟିସ୍‌ ଓ ରୋଗ ପ୍ରତିରୋଧକ ଶକ୍ତି

ଡାଇବେଟିସ୍‌ ବା ମଧୁମେହ ଆଜିକାଲି ଏକ ସାଧାରଣ ସମସ୍ୟା ପାଲଟି ଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ଆମ ଦେଶରେ ଏହି ରୋଗୀଙ୍କ ସଂଖ୍ୟା...

ବୃଦ୍ଧି ହେବ ରୋଗ ପ୍ରତିରୋଧକ ଶକ୍ତି

ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସବୁବେଳେ ଦୃଢ଼ ରହିବା ଦରକାର। ନ ହେଲେ ଆମେ ବିଭିନ୍ନ ପ୍ରକାର ରୋଗର ସମ୍ମୁଖୀନ ହେବାର ଆଶଙ୍କା ରହିଛି।...

୧୦ ଶିଶୁଙ୍କ ମଧ୍ୟରୁ ୮ଜଣ ମୁଖ ଗହ୍ବର ସଂକ୍ରମଣରେ ପୀଡ଼ିତ: ରିପୋର୍ଟ

ନୂଆଦିଲ୍ଲୀ,୩୦।୯: ଭାରତୀୟ ଶିଶୁ ଅଧିକ ମୁଖ ଗହ୍ବର ସଂକ୍ରମଣ ସମସ୍ୟାରେ ପୀଡ଼ିତ ରହିଛନ୍ତି। କାଣ୍ଟାର ଆଇଏମ୍‌ଆର୍‌ବିର ରାଷ୍ଟ୍ରୀୟ ଅଧ୍ୟୟନରୁ ଜଣାପଡ଼ିଛି ଯେ, ୧୦ଶିଶୁଙ୍କ ମଧ୍ୟରୁ ୮ଜଣଙ୍କର...

ସମୁଦ୍ରରୁ ଭୂମିକମ୍ପ ସମ୍ପର୍କରେ ଜାଣିହେବ

ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରୁ ଭୂମିକମ୍ପ ଅନ୍ୟତମ। ଏହା କେତେବେଳେ ସଂଗଠିତ ହେବ ତାହା ଆକଳନ କରିବା ଏତେ ସହଜ ନୁହେଁ। ତେବେ ଏ ସମ୍ପର୍କରେ ପ୍ରାକ୍‌...

ସୁସ୍ଥ ଶରୀର ଓ ଯୋଗ

ବିଶ୍ୱର ଭିନ୍ନ ଭିନ୍ନ ରାଷ୍ଟ୍ରରେ ବିଭିନ୍ନ ଖାଇବା ପ୍ରଣାଳୀ, ଶୋଇବା ସମୟ ଓ ବଞ୍ଚିବାର ବିଭିନ୍ନ ପ୍ରକାର ଜୀବନଶୈଳୀ ଦ୍ୱାରା ମନୁଷ୍ୟ ଦୈନନ୍ଦିନ ଜୀବନ ଅତିବାହିତ...

ସମ୍ପର୍କର ଡୋରି ସେବେ ଦୁର୍ବଳ ହୋଇଯାଏ…

ନୀରବତା ଓ ଧୈର୍ଯ୍ୟଠାରୁ ବଡ଼ କୌଣସି ଗୁଣ ନାହିଁ। ନୀରବତା ଦ୍ୱାରା ସମସ୍ତ ପରିସ୍ଥିତିକୁ ସାମ୍ନା କରାଯାଇପାରେ ଓ ଧୈର୍ଯ୍ୟ ଦ୍ୱାରା ସମସ୍ତ ବିପଦକୁ ପାରି...

Advertisement
Archives

Model This Week