ରିୟଲ୍‌ ବାପା-ପୁଅଙ୍କ ସହ ରୋମାନ୍ସ କରିଛନ୍ତି ଏହିସବୁ ଅଭିନେତ୍ରୀ

ବଲିଉଡ୍‌ରେ ଅନେକ ଅନ୍‌ସ୍କ୍ରିନ୍‌ ଯୋଡିକୁ ଆମେ ଦେଖିଛୁ। ହେଲେ ଏମିତି ଅନେକ ଅଭିନେତ୍ରୀ ରହିଛନ୍ତି ଯେଉଁମାନେ ପରଦା ଉପରେ ରିୟଲ୍‌ ବାପା-ପୁଅଙ୍କ ସହ ରୋମାନ୍ସ କରିିଛନ୍ତି। ଜାଣିବା ସେମାନଙ୍କ ବିଷୟରେ…


ମାଧୁରୀ ଦିକ୍ଷୀତ: ବଲିଉଡ୍‌ର ଧକ୍‌ ଧକ୍‌ ଗର୍ଲ କୁହାଯାଉଥିବା ମାଧୁରୀ ନିଜର ସୌନ୍ଦର୍ଯ୍ୟ ଏବଂ ନୃତ୍ୟ ମାଧ୍ୟମରେ ସମସ୍ତଙ୍କୁ ପାଗଳ କରିପାରିଛନ୍ତି। ସେ ଫିଲ୍ମ ‘ଦିଓ୍ବାନା’ ରେ ବିନୋଦ ଖନ୍ନାଙ୍କ ସହ ରୋମାନ୍ସ କରିଥିଲେ। ପରେ ମାଧୁରୀଙ୍କୁ ବିନୋଦଙ୍କ ପୁଅ ଅକ୍ଷୟ ଖନ୍ନାଙ୍କ ସହ ‘ମହବତ୍‌’ ଫିଲ୍ମରେ ଏକତ୍ର ଅଭିନୟ କରୁଥିବାର ଦେଖିବାକୁ ମିଳିଥିଲା।


ଡିମ୍ପଲ କପାଡିୟା: ଅଭିନେତ୍ରୀ ଡିମ୍ପଲ କପାଡିଆ ବିନୋଦ ଖନ୍ନା ଏବଂ ତାଙ୍କ ପୁଅ ଅକ୍ଷୟ ଖନ୍ନାଙ୍କ ସହ ଫିଲ୍ମରେ ରୋମାନ୍ସ କରିଛନ୍ତି। ଡିମ୍ପଲ ବିନୋଦଙ୍କ ସହ ଫିଲ୍ମ ‘ଖୁନ୍‌ କା କର୍ଜ’, ‘ବଟଓ୍ବାର’ ଆଦିରେ ଅଭିନୟ କରିଥିବା ବେଳେ ପୁଅ ଅକ୍ଷୟଙ୍କ ଫିଲ୍ମ ‘ଦିଲ୍‌ ଚାହତା ହୈ’ରେ ଅଭିନୟ କରିଛନ୍ତି। ସେହିପରି ୧୯୮୪ରେ ଫିଲ୍ମ ‘ମଞ୍ଜିଲ ମଞ୍ଜିଲ’ରେ ସେ ସନି ଦେଓଲଙ୍କ ସହ ଅଭିନୟ କରିଥିବା ବେଳେ ୧୯୯୧ରେ ଫିଲ୍ମ ‘ମସ୍ତ କଲନ୍ଦର’ରେ ବାପା ଧର୍ମେନ୍ଦ୍ରଙ୍କ ସହ ଅଭିନୟ କରିଥିଲେ।


ହେମା ମାଳିନି: ବଲିଉଡ୍‌ର ଡ୍ରିମ୍‌ ଗର୍ଲ ହେମା ମାଳିନିଙ୍କ ନାମ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ। ହେମା ଫିଲ୍ମ ‘ସପ୍ନୋ କେ ସୌଦାଗର’ରେ ରାଜ କପୁରଙ୍କ ସଂହ ରୋମାନ୍ସ କରିଥିଲେ। ସେହିପରି ସେ ତାଙ୍କ ପୁଅ ଋଷି କପୁରଙ୍କ ସହ ମଧ୍ୟ ଅନେକ ଫିଲ୍ମ କାମ କରିଛନ୍ତି।


ଜୟା ପ୍ରଦା: ଅଭିନେତ୍ରୀ ଜୟା ପ୍ରଦା ବଲିଉଡ୍‌କୁ ଅନେକ ସୁପରହିଟ୍‌ ଫିଲ୍ମ ଦେଇଛନ୍ତି। ଜୟା ଫିଲ୍ମ ଧର୍ମେନ୍ଦ୍ରଙ୍କ ସହ ‘ଗଙ୍ଗା ତେରେ ଦେଶ ମେଁ’, ଶେହଯାଦେ’ ଆଦି ଫିଲ୍ମରେ ରୋମାନ୍ସ କରିଥିଲେ। ସେହିପରି ସେ ଧର୍ମେନ୍ଦ୍ରଙ୍କ ପୁଅ ସନ୍ନି ଦେଓଲଙ୍କ ସହ ‘ଭିରତା’ ଏବଂ ’ଜବରଦସ୍ତ’ ରେ କାମ କରିଛନ୍ତି।


ରାଣୀ ମୁଖାର୍ଜୀ: ୨୦୦୧ରେ ରାଣୀ ଅଭିଷେକ ବଚ୍ଚନଙ୍କ ସହ ଫିଲ୍ମ ‘ବସ୍‌ ଇତ୍‌ନା ସା ଖ୍ବାବ ହୈ, ଯୁବା, ବଣ୍ଟି ଔର ବବ୍‌ଲି ଏବଂ କଭି ଅଲ୍‌ବିଦା ନା କେହନା ରେ କାମ କରିଥିଲେ। ଉଭୟଙ୍କ କେମେଷ୍ଟ୍ରିକୁ ଖୁବ୍‌ ପସନ୍ଦ ମଧ୍ୟ କରାଯାଇଥିଲା। ସେହିପରି ରାଣୀଙ୍କୁ ଅଭିଷେକଙ୍କ ବାପା ଅମିତାଭ ବଚ୍ଚନଙ୍କ ସହ ଫିଲ୍ମ ବ୍ଲାକରେ ମଧ୍ୟ କାମ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଯୋଜନାରେ ଚାଷୀଙ୍କୁ ମିଳିବ ୩ ହଜାର ଟଙ୍କା ପେନସନ: କେବଳ କରିବାକୁ ପଡ଼ିବ ଏହି ଗୋଟିଏ କାମ

ନୂଆଦିଲ୍ଲୀ,୭।୪: ସାରା ଦେଶରେ ଚାଷୀମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବା ପାଇଁ, କେନ୍ଦ୍ର ଏବଂ ରାଜ୍ୟ ସରକାର ସେମାନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ପାଇଁ ବିଭିନ୍ନ…

ସ୍ବର୍ଗତ ତବଲା ବାଦକ ଲକ୍ଷ୍ମଣଙ୍କ ପରିବାରକୁ ଭେଟିଲେ ବିଧାୟକ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ବିଶିଷ୍ଟ ତବଲା ବାଦକ ସ୍ବର୍ଗତ ଲକ୍ଷଣ କୁମାର ତରାଇଙ୍କ ପରିବାରଙ୍କୁ ଭେଟିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ…

ଯାଜପୁରରେ ଯୁବକଙ୍କୁ ଗୁଳିମାଡ଼, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ

ଯାଜପୁର ସଦର,୭।୪(ସମର ବିଜୟ ଶରଣ ): ଯାଜପୁର ଥାନା ଅନ୍ତର୍ଗତ କାଳୀମେଘା ନିକଟର ଫୁଟିଲା ଗୁଳି । ଏହି ଗୁଳିକାଣ୍ଡରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି ।…

ପ୍ରମିଳାଙ୍କ ଘରେ ହଠାତ୍‌ ପହଞ୍ଚିଲେ ଯାଜପୁର ନେତା, ଉପସ୍ଥିତ ଅଛନ୍ତି ଏମାନେ ସବୁ…

ଭୁବନେଶ୍ୱର,୭।୪: ପ୍ରମିଳାଙ୍କ ସରକାରୀ ବାସଭବନରେ ଯାଜପୁର ନେତାଙ୍କ ମେଳିକୁ ନେଇ ରାଜନୀତିରେ ହଇଚଇ। ଭଦ୍ରକ ମଣ୍ଡଳ ଦମ୍ପତିଙ୍କୁ ସସପେଣ୍ଡ ପରେ ଯାଜପୁର ସଂଗଠନକୁ ନେଇ ବୈଠକ ଚାଲିଥିବା…

ଏମିତି ଖେଳ ଖେଳିଲା ଇରାନ, ପବନରେ ଉଡ଼ିଯିବ ଟ୍ରମ୍ପଙ୍କ ମଙ୍ଗଳବାର ବାଲା ଧମକ

ତେହରାନ,୭।୪: ସମ୍ଭାବ୍ୟ ଆମେରିକୀୟ ଆକ୍ରମଣ ବିରୁଦ୍ଧରେ ଇରାନ ତାର ଶକ୍ତି କେନ୍ଦ୍ରଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଏକ ନୂତନ ରଣନୀତି ପ୍ରସ୍ତୁତ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ଗୋରୁ ବ୍ୟବସାୟୀଙ୍କ ଘରେ ଚଢାଉ: ଲକ୍ଷ ଲକ୍ଷ ଟଙ୍କା ସହ ଅଳଙ୍କାର ଜବତ

ଖଇରା,୭।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ବାହାନଗା ଅଞ୍ଚଳର ଜଣେ ଗୋରକ୍ଷକ କୃପାସିନ୍ଧୁ ବେହେରା ଗୋରୁ ବ୍ୟବସାୟୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିବା ପରେ ବାଲେଶ୍ବର ଏସପିଙ୍କ ଆକ୍ସନ ମୋଡ୍‌…

ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି : ୫ କିଲୋଗ୍ରାମ ସିଲିଣ୍ଡରର ଯୋଗାଣକୁ କଲେ ଦ୍ୱିଗୁଣିତ

ନୂଆଦିଲ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି। ଏହାର ପ୍ରଭାବ ଏସୀୟ ଦେଶଗୁଡ଼ିକରେ ଏଲପିଜି ଏବଂ ପେଟ୍ରୋଲ-ଡିଜେଲର ଯୋଗାଣ ଉପରେ ଦେଖାଯାଉଛି। ତଥାପି,…

ଗୋ’ ମାଫିଆଙ୍କ ଘରେ ରେଡ୍‌: ମିଳିଲା ପୁଳାପୁଳା ଟଙ୍କା-ସୁନା, ମାରଣାସ୍ତ୍ର

ଭଦ୍ରକ, ୭।୪(ସନାତନ ରାଉତ): ପୂର୍ବାଞ୍ଚଳ ଡିଆଇଜିଙ୍କ ନିଦ୍ଦେର୍ର୍ଶକ୍ରମେ ବାଲେଶ୍ୱର, ଭଦ୍ରକ ଓ ମୟୁରଭଞ୍ଜ ଜିଲାରେ ପୋଲିସ ପକ୍ଷରୁ ଗୋ’ ମାଫିଆଙ୍କ ଘରେ ରେଡ କରାଯାଇଛି l ଭଦ୍ରକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri