ସ୍ତ୍ରୀଙ୍କ ଗୋଡ ଧରିଲେ ବିରାଟ କୋହଲି

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଏବେ ସେ ଗର୍ଭାବସ୍ଥା ଖୁବ୍‌ ଉପଭୋଗ କରୁଛନ୍ତି। ନିକଟରେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ଶେୟାର କରିଛନ୍ତି। ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋରେ ଅନୁଷ୍କା ଶର୍ମା ଶୀର୍ଷାସନ କରୁଥିବା ଦେଖାଯାଉଛି। ଏଥିରେ ସ୍ବାମୀ ବିରାଟ କୋହଲି ତାଙ୍କୁ ସାହାଯ୍ୟ କରୁଛନ୍ତି। ବିରାଟ ବହୁତ ଯତ୍ନଶୀଳ ହୋଇ ତାଙ୍କ ଗୋଡକୁ ଧରଥିବା ଦେଖାଯାଇଛି। ଅନୁଷ୍କା ଫଟୋ ଶେୟାର କରି ଲେଖିଛନ୍ତି, ଏହା ହ୍ୟାଣ୍ଡସ-ଡାଉନ ଏବଂ ଲେଗ୍ସ ଅପ ବ୍ୟାୟାମ। ଯୋଗ ମୋ ଜୀବନର ଏକ ବଡ ଅଂଶ୍‌। ଗର୍ଭାବସ୍ଥାରେ ଡାକ୍ତର ମୋତେ ଯୋଗାସନ କରିବାକୁ ଅନୁମତି ଦେଇଛନ୍ତି। କିନ୍ତୁ ଯେଉଁ ଆସନରେ ଅଧିକ ମୋଡ଼ି ହେବା କିମ୍ବା ଅଧିକ ବଙ୍କା ହେବାକୁ ପଡିବ ସେ ଆସନ ନ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। କିନ୍ତୁ ନିଶ୍ଚିତ ଭାବରେ ସଠିକ ଏବଂ ଆବଶ୍ୟକ ସମର୍ଥନ ସହିତ ଏହି ସମୟରେ ହେଡଷ୍ଟାଣ୍ଡ କରୁଛି। ମୁଁ ଏହାକୁ ବହୁ ବର୍ଷ ଧରି କରିଆସୁଛି। କାନ୍ଥକୁ ସମର୍ଥନ ଭାବରେ ବ୍ୟବହାର କରି ଏହା କରିଥିଲି ଏବଂ ମୋର ଅତି ଦକ୍ଷ ସ୍ବାମୀ ମୋତେ ସନ୍ତୁଳନ କରିବାରେ ସାହାଯ୍ୟ କରିଥିଲେ। ଏହାସହ ଯୋଗ ଗୁରୁଙ୍କ ତତ୍ତ୍ୱାବଧାନରେ ଏହା କରିଥିଲି। ମୁଁ ବହୁତ ଖୁସି ଯେ ଗର୍ଭାବସ୍ଥାରେ ମଧ୍ୟ ମୁଁ ମୋର ଅଭ୍ୟାସ ଜାରି ରଖିଛି ବୋଲି ଅନୁଷ୍କା କହିଛନ୍ତି। ମାତ୍ର ୧୨ ମିନିଟରେ ୩ ଲକ୍ଷରୁ ଅଧିକ ଲୋକ ଅନୁଷ୍କାଙ୍କ ଏହି ଫଟୋକୁ ପସନ୍ଦ କରିଛନ୍ତି ଏବଂ ଶେୟାର କରିଛନ୍ତ। ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ପ୍ରଥମ ଥର ପାଇଁ ପିତା ହେବାକୁ ଯାଉଛନ୍ତି। ଅନୁଷ୍କା ଶର୍ମା ଗର୍ଭାବସ୍ଥାରେ ମଧ୍ୟ ବେଶ୍‌ ସକ୍ରିୟ ରହିଛନ୍ତି। ସେ କେବଳ ନିଜ କାର୍ଯ୍ୟକୁ ଯଥାସମ୍ଭବ ଚଳାଇବାକୁ ଚେଷ୍ଟା କରୁନାହାଁନ୍ତି ବରଂ ଶାରୀରିକ ସ୍ତରରେ ମଧ୍ୟ ସେ ବହୁତ ସକ୍ରିୟ ରହିଛନ୍ତି।

 

View this post on Instagram

 

A post shared by AnushkaSharma1588 (@anushkasharma)


Enter your email to get our daily news in your inbox.

All Right Reserved By Dharitri.Com

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri