ଆଖି ବନ୍ଦ କରି ଏହି ୪ ରାଶିର ଲୋକଙ୍କ ଉପରେ କରିପାରିବେ ବିଶ୍ୱାସ; ଯେତେବଡ଼ ବିପଦ ଆସୁ ଛାଡ଼ନ୍ତିନାହିଁ ହାତ

ବିଶ୍ୱାସଯୋଗ୍ୟ ସାଥୀ, ଜୀବନସାଥୀ ଏବଂ ସହକର୍ମୀ ବହୁତ କଷ୍ଟରେ ମିଳିଥାନ୍ତି, ଯେଉଁମାନଙ୍କୁ ଆପଣ ହୃଦୟର ସମସ୍ତ କଥା କହିପାରନ୍ତି। ନିଜ ଜୀବନର ସବୁକିଛି ବାଣ୍ଟିପାରନ୍ତି। କାହିଁକିନା ଯେତେବେଳେ କୌଣସି ବ୍ୟକ୍ତିର ବିଶ୍ୱାସ ଭାଙ୍ଗିଥାଏ ତେବେ ତାକୁ ଦୁଃଖ ହୋଇଥାଏ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଆଜି ଆମେ ଆପଣଙ୍କୁ କିଛି ଏଭଳି ରାଶି ବିଷୟରେ କହିବାକୁ ଯାଉଛୁ ଯେଉଁମାନଙ୍କ ଉପରେ ଆପଣ ଆଖି ବୁଜି ବିଶ୍ୱାସ କରିପାରିବେ।

-ମେଷ ରାଶି:ଏହି ମାମଲାରେ ସର୍ବପ୍ରଥମ ନାମ ମେଷ ରାଶିର ଆସିଥାଏ। ଏହି ରାଶିର ଲୋକ ସଚ୍ଚୋଟ, ଦୟାଳୁ ଏବଂ ସତ୍ୟର ସହ ଛିଡ଼ା ହୋଇଥାନ୍ତି। ଏମାନଙ୍କୁ ଏପଟ ସେପଟ କଥା କହିବା ପସନ୍ଦ ନୁହେଁ। ଏମାନେ ସିଧା କଥା କହିବାକୁ ପସନ୍ଦ କରନ୍ତି। ଏମାନଙ୍କୁ ଅନ୍ୟ କେହି ନିଜର ମନ କଥା ବିନା ଦ୍ୱିଧାରେ କହିପାରେ।

-କର୍କଟ ରାଶି: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କର୍କଟ ରାଶିର ଜାତକଧାରୀ ବିଶ୍ୱାସଯୋଗ୍ୟ ହେବା ସହ ବହୁତ ଭାବୁକ ହୋଇଥାନ୍ତି। ଏମାନେ ବିଶ୍ୱାସୀ ହେବା ସହ ସୁଖଦୁଃଖରେ ଛିଡ଼ା ହୋଇଥାନ୍ତି।

-ସିଂହ ରାଶି: ଜ୍ୟୋତିଷଶାସ୍ତ୍ର ଅନୁରେ ଏହି ରାଶିର ଲୋକ ବେଶ ସଚ୍ଚୋଟ ଏବଂ ଭରସାଯୋଗ୍ୟ। ଏମାନେ କେବେ ହେଲେ କାହା ଭରସା ଭାଙ୍ଗନ୍ତି ନାହିଁ। ଏମାନେ ବିପଦ ବେଳେ ହାତ ମଧ୍ୟ ଛାଡ଼ନ୍ତି ନାହିଁ। ଏଣୁ ଏମାନଙ୍କ ସହ ସହଜରେ ମନର କଥା କୁହାଯାଇପାରେ।

-ମକର ରାଶି: ଏହି ରାଶିର ଜାତକଧାରୀମାନଙ୍କ ଲୋକମାନେ ଉଦାହରଣ ଦେଇଥାନ୍ତି। ଏମାନଙ୍କ ଉପରେ ସହଜରେ ବିଶ୍ୱାସ କରାଯାଇପାରେ। ହେଲେ ଭାବୁକ ହେବା ଯୋଗୁ ଏମାନେ ନିଜର କଥା ଉପରେ କଣ୍ଟ୍ରୋଲ କରିପାରନ୍ତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଲଘୁଚାପ ସକ୍ରିୟ: ପ୍ରବଳ ବର୍ଷା ସମ୍ଭାବନା, ଚେତାବନୀ ଜାରି

ଭୁବନେଶ୍ୱର,୨୫ା୮(ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗ ଓ ତା’ର ପାଖାପାଖି ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି। ଏଥିସହ ସଂଲଗ୍ନ ଘୂର୍ଣ୍ଣିବଳୟ ସମୁଦ୍ର…

ଏହି ଦିନ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ, ଲଗାତାର ୪ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ,୨୫ା୮: ୫ ଦିନିଆ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ବିଳମ୍ବ, କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନାକୁ ନେଇ ମତଭେଦ, ପେନ୍‌ସନ ସମ୍ବନ୍ଧୀୟ ସମସ୍ୟା ଓ ଆହୁରି…

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri