Posted inଖେଳ

ଭାରତୀୟ ଯୁବତୀଙ୍କ ପ୍ରେମରେ ପଡିଥିଲେ ଏହି ୨ ପାକିସ୍ତାନ କ୍ରିକେଟର୍‌; ବିବାହ ପାଇଁ…

ନୂଆଦିଲ୍ଲୀ,୨୨।୧୦: ଆଇସିସି ଟି -୨୦ ବିଶ୍ୱକପ ୨୦୨୧ ଆରମ୍ଭ ହୋଇଛି। ସମସ୍ତ କ୍ରିକେଟ ପ୍ରଶଂସକ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇ ଭୋଲଟେଜ ମ୍ୟାଚ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ମ୍ୟାଚ ୨୪ ଅକ୍ଟୋବରରେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ। ଏହି ବହୁ ପ୍ରତୀକ୍ଷିତ ମ୍ୟାଚ୍‌ ପୂର୍ବରୁ ପାକିସ୍ତାନୀ କ୍ରିକେଟରଙ୍କ ସୁନ୍ଦରୀ ସ୍ତ୍ରୀମାନଙ୍କୁ ଦେଖିବା।

Sarfaraz Ahmed-Syeda Khushbakht
ସରଫରାଜ ଅହମ୍ମଦ-ସଇଦା ଖୁସବଖ୍‌ତ
ପାକିସ୍ତାନ କ୍ରିକେଟ ଦଳର ଉଇକେଟ କିପର-ବ୍ୟାଟ୍ସମ୍ୟାନ ସରଫରାଜ ଅହମ୍ମଦ ୨୦୧୫ରେ ସୟଦା ଖୁସବଖ୍‌ତଙ୍କୁ ବିବାହ କରିଥିଲେ। ଏବେ ଏହି ଦମ୍ପତିଙ୍କର ୨ ସନ୍ତାନ ଅଛନ୍ତି।

Mohammad Hafeez-Nazia Hafeez

ମହମ୍ମଦ ହାଫିଜ-ନାଜିଆ ହାଫିଜ
ପାକିସ୍ତାନୀ କ୍ରିକେଟର ମହମ୍ମଦ ହାଫିଜ ୨୦୦୭ ମସିହାରେ ନାଜିଆ ହାଫିଜଙ୍କୁ ବିବାହ କରିଥିଲେ। ସୋସିଆଲ ମିଡିଆରେ ନାଜିଆ ବହୁତ ସକ୍ରିୟ, ତାଙ୍କ ପୋଷ୍ଟରେ ଦର୍ଶାଯାଇଛି ଯେ କ୍ରିକେଟ ପ୍ରତି ତାଙ୍କର ବହୁତ ଆଗ୍ରହ ଅଛି।

Imad Wasim-Sannia Ashfaq

ଇମାଦ ୱାସିମ-ସାନ୍ନିଆ ଆଶଫାକ
ପାକିସ୍ତାନୀ ଅଲରାଉଣ୍ଡର ଇମାଦ ୱାସିମ ବ୍ରିଟିଶ ଜନ୍ମିତ ସ୍ତ୍ରୀ ସାନିଆ ଆଶଫାକଙ୍କୁ ଅଗଷ୍ଟ ୨୦୧୯ ରେ ଇସଲାମାବାଦର ଶାହ ଫୈସଲ ମସଜିଦରେ ବିବାହ କରିଥିଲେ। ମାର୍ଚ୍ଚ ୨୦୨୧ ରେ, ସାନିଆ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ।

Shoaib Malik-Sania Mirza

ଶୋଏବ ମଲିକ-ସାନିଆ ମିର୍ଜା
ଶୋଏବ ମଲିକ ୨୦୧୦ ମସିହାରେ ଭାରତୀୟ ଟେନିସ ତାରକା ସାନିଆ ମିର୍ଜାଙ୍କୁ ବିବାହ କରିଥିଲେ। ଏହାକୁ କ୍ରୀଡ଼ା ଜଗତର ସବୁଠାରୁ ପ୍ରସିଦ୍ଧ ବିବାହ ମଧ୍ୟରୁ ବିବେଚନା କରାଯାଏ। ଏହି ପ୍ରସିଦ୍ଧ ଦମ୍ପତିଙ୍କର ମଧ୍ୟ ଇଜାନ ର୍ମିଜା ମଲିକ ନାମକ ଏକ ପୁଅ ଅଛି।

Hasan Ali-Samiya Arzoo

ହାସନ ଅଲି-ଶାମିଆ ଅର୍ଜୁ
ପାକ କ୍ରିକେଟର ହାସନ ଅଲି ଏବଂ ଭାରତୀୟ ଏରୋନେଟିକାଲ ଇଞ୍ଜିନିୟର ଶାମିଆ ଅର୍ଜୁ ଦୁବାଇରେ ବିବାହ କରିଥିଲେ। ଏଥିରେ କେବଳ ନିକଟ ସମ୍ପର୍କୀୟ ଏବଂ ବନ୍ଧୁମାନେ ଯୋଗ ଦେଇଥିଲେ। ହାସନ ଅଲିଙ୍କ ଅନୁଯାୟୀ, ଶାମିଆଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ ରାତ୍ରୀ ଭୋଜନ ସମୟରେ ହୋଇଥିଲା। କିଛି ସମୟ ସାକ୍ଷାତ ପରେ ହାସନ ଅଲି ଶାମିଆଙ୍କୁ ପ୍ରସ୍ତାବ ଦେଇଥିଲେ। ଶାମିଆ ମୂଳତଃ ହରିୟାଣାର ପାଲୱାଲ ଜିଲାରେ ରହୁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?