Categories: ଖେଳ

ବାହାରିନ୍‌ରେ ହେବ ଦୁଇ ଫର୍ମୁଲା ଓ୍ବାନ୍‌ ରେସ୍‌

ସ୍ପା-ଫ୍ରାଙ୍କୋରଚାମ୍ପ୍ସ, ୨୯ (ଏପି)-ଚଳିତବର୍ଷ ପରବର୍ତ୍ତୀ ଭାଗରେ ବାହାରିନର ପୃଥକ୍‌ ପୃଥକ୍‌ ସ୍ଥାନରେ ଦୁଇଟି ଫର୍ମୁଲା ଓ୍ବାନ ରେସ୍‌ ଆୟୋଜନ କରିବ। ନଭେମ୍ବର ୨୯ରେ ବାହାରିନ୍‌ ଗ୍ରାଁ ପ୍ରି ଚିରାଚରିତ ୫.୪ କିମି (୩.୩ ମାଇଲ) ବିଶିଷ୍ଟ ସର୍କିଟରେ ଆୟୋଜନ ହେବ। ଡିସେମ୍ବର ୬ରେ ଏହାର ପରବର୍ତ୍ତୀ ରେସ୍‌ ସାଖିର ଗ୍ରାଁ ପ୍ରି ନାମରେ ନାମିତ ହେବ। ୩.୫ କିଲୋମିଟର (୨.୨ ମାଇଲ) ବିଶିଷ୍ଟ ଆଉଟର ସର୍କିଟରେ ଏହା ଅନୁଷ୍ଠିତ ହେବ। ଏହି ସର୍କିଟରେ ପୂର୍ବରୁ କେବେ ଅନ୍ତର୍ଜାତୀୟ ରେସିଂ ଆୟୋଜିତ ହୋଇ ନାହିଁ। ଛୋଟ ଟ୍ରାକ୍‌ ହୋଇଥିବାରୁ ରେସ୍‌ର ଲାପ୍‌ ସଂଖ୍ୟା ୮୭ ହେବ। ସାଖିର ଗ୍ରାଁ ପ୍ରି ରାତିରେ ଫ୍ଲଡ୍‌ ଲାଇଟ୍‌ରେ ଅନୁଷ୍ଠିତ ହେବ।

Share