ଜାତୀୟ ରାଜପଥ, ରାଜ୍ୟ ରାଜପଥରେ କଡ଼ାକଡ଼ି ହେବ ଯାଞ୍ଚ

ଭୁବନେଶ୍ୱର,୨ା୧୧(ବ୍ୟୁରୋ): ନଭେମ୍ବରରୁ ଫେବୃୟାରୀ ମଧ୍ୟରେ ପ୍ରାୟ ୩୦ ପ୍ରତିଶତ ସଡ଼କ ଦୁର୍ଘଟଣା ଘଟୁଛି। ରାଜ୍ୟ ପରିବହନ ବିଭାଗ ପରିସଂଖ୍ୟାନର ୧ ମାସର ବିଶ୍ଳେଷଣରୁ ଏହା ଜଣାପଡ଼ିଛି। ଏହି ମାସଗୁଡ଼ିକରେ କୁହୁଡି ଦ୍ୱାରା କମ୍‌ ଦୃଶ୍ୟମାନ ଯୋଗୁ ଦୁର୍ଘଟଣା ହୋଇଥାଏ। ଏହାଛଡ଼ା ବଡ଼ଦିନ ଏବଂ ନୂଆବର୍ଷ ସମେତ ରାଜ୍ୟରେ ଛୁଟି ଦିନରେ ପିକ୍‌ନିକ୍‌ ସ୍ପଟ୍‌ ଏବଂ ପର୍ଯ୍ୟଟନସ୍ଥଳୀକୁ ଯିବା କାରଣରୁ ରାସ୍ତାରେ ଯାନବାହନ ଚଳାଚଳ ବୃଦ୍ଧି ପାଇଥାଏ। ଏହି ସମୟରେ ମଦ୍ୟପାନ କରି ଗାଡ଼ି ଚଳାଇବା ଏବଂ ଦ୍ରୁତ ଗତିରେ ଗାଡ଼ି ଚଲାଇବା ଯୋଗୁ ଅନେକ କ୍ଷେତ୍ରରେ ଦୁର୍ଘଟଣା ଘଟି ମୃତ୍ୟୁସଂଖ୍ୟା ବଢ଼ିଯାଉଛି। ଏହାକୁ ଦୃଷ୍ଟିରେ ରଖି ନଭେମ୍ବର ପହିଲାରୁ ରାଜ୍ୟ ପରିବହନ ପ୍ରାଧିକରଣ କର୍ତ୍ତୃପକ୍ଷ (ଏସ୍‌ଟିଏ) ୨ ମାସର ସ୍ବତନ୍ତ୍ର ଏନ୍‌ଫୋର୍ସମେଣ୍ଟ ଡ୍ରାଇଭ୍‌ ଆରମ୍ଭ କରିଛନ୍ତି।
ଯେଉଁମାନେ ମୋଟର ଯାନ ନିୟମକୁ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିନା ହେଲ୍‌ମେଟ, ସିଟ୍‌ବେଲ୍ଟ ବିନା ଗାଡି ଚଳାଇବା, ମଦ୍ୟପାନ କରି ଗାଡ଼ି ଚଳାଇବା, ଦ୍ରୁତ ଗତିରେ ଗାଡ଼ି ଚଳାଇବା, ଗାଡ଼ି ଚଳାଇବା ବେଳେ ମୋବାଇଲର ବ୍ୟବହାର, ନାବାଳକ/ନାବାଳିକାମାନେ ଗାଡ଼ି ଚଳାଇବା, ରାସ୍ତାରେ ଗାଡ଼ି ଚାଲିବା ଯୋଗ୍ୟ କି ନାହିଁ ସେଥିପାଇଁ ଗାଡ଼ିର ଫିଟ୍‌ନେସ ଯାଞ୍ଚ, ଭୁଲ ପାର୍ଶ୍ୱରେ ଡ୍ରାଇଭିଂ, ବିନା ପଞ୍ଜୀକରଣରେ ଡ୍ରାଇଭିଂ ଏବଂ ବିପଦପୂର୍ଣ୍ଣ ପାର୍କିଂ ଉପରେ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ ଧ୍ୟାନ ଦେବ।
ଦୁର୍ଘଟଣାପ୍ରବଣ ଜୋନ୍‌, ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥର ପ୍ରମୁଖ ଜଙ୍କ୍‌ଶନ ନିକଟରେ ପୋଲିସ ସହିତ ମିଳିତ ଭାବେ ଏହି ସ୍ବତନ୍ତ୍ର ଏନ୍‌ଫୋର୍ସମେଣ୍ଟ ଡ୍ରାଇଭ୍‌ କରାଯିବ ବୋଲି ପରିବହନ ଅତିରିକ୍ତ କମିଶନର ଲାଲମୋହନ ସେଠୀ କହିଛନ୍ତି। ଶୀତ ଋତୁରେ ସଡ଼କ ଦୁର୍ଘଟଣା ଏବଂ ମୃତ୍ୟୁହାର ରୋକିବା ପାଇଁ ଯାନବାହନ ଚାଳକଙ୍କ ମଧ୍ୟରେ ଏକ ଦାୟିତ୍ୱବୋଧକ ମନୋଭାବ ସୃଷ୍ଟି କରିବା ଏହି ଡ୍ରାଇଭ୍‌ର ମୂଳ ଉଦ୍ଦେଶ୍ୟ। ନଭେମ୍ବରରୁ ଫେବୃୟାରୀ ମଧ୍ୟରେ ଅଧିକ ଦୁର୍ଘଟଣା ଏବଂ ମୃତ୍ୟୁ ଘଟିଥିବା ଦେଖାଯାଇଛି। ତେଣୁ ଏହା କିପରି ହ୍ରାସ ପାଇବ ସେ ଦିଗରେ ଏହା ଏକ ପ୍ରୟାସ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri