ଆସିବ ନୂଆ ଭୂତଳ ଜଳ ନିୟମ

ଭୁବନେଶ୍ୱର,୩ା୫(ବ୍ୟୁରୋ):ମନଇଚ୍ଛା ଆଉ ଭୂଗର୍ଭରୁ ପାଣି ଶୋଷି ହେବନି। ଏହାକୁ ନିୟନ୍ତ୍ରଣ କରିବାକୁ ସରକାର ନୂଆ ଆଇନ ଆଣିବାକୁ ଯାଉଛନ୍ତି। ତଦନୁଯାୟୀ ଭୂଗର୍ଭ ଜଳ ବ୍ୟବହାର ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ ହେବ। ଶିଳ୍ପ, ବ୍ୟବସାୟିକ, ଓ୍ବାଟର ପାର୍କ, ବୃହତ୍‌ ଓ କ୍ଷୁଦ୍ର ଶିଳ୍ପ, ଆପାର୍ଟମେଣ୍ଟ ଏପରି କି ଘରୋଇ ବ୍ୟବହାର ପାଇଁ ବୋର୍‌ଓ୍ବେଲ କିମ୍ବା କୂପ ଖୋଳିବା ଲାଗି ଅନୁମତି ନେବାକୁ ହେବ। ଏଥିପାଇଁ ନିର୍ଦ୍ଧାରିତ ଫି’ ଦେବାକୁ ପଡ଼ିବ।

ବର୍ଷା ପରିମାଣ ହ୍ରାସ ପାଉଥିବାରୁ ନଦୀ, ହ୍ରଦ, ଝରଣା, ପୋଖରୀ ଆଦି ଜଳଉତ୍ସ ବର୍ଷର ଅଧିକାଂଶ ଦିନ ଶୁଖିଲା ପଡୁଛି। ରାଜ୍ୟର ଅନେକ ଅଞ୍ଚଳରେ ଭୂତଳ ଜଳସ୍ତର ଚିନ୍ତାଜନକ ଭାବେ ତଳକୁ ଖସୁଛି। କେତେକ ସ୍ଥାନରେ ଗଭୀର ନଳକୂପରୁ ମଧ୍ୟ ପାଣି ବାହାରୁନାହିଁ। ଶିଳ୍ପଠାରୁ ଆରମ୍ଭ କରି ବ୍ୟବସାୟିକ, ଘରୋଇ ବ୍ୟବହାର ପାଇଁ ମନଇଚ୍ଛା ପାଣି ଶୋଷାଯାଉଥିବାରୁ ପରିସ୍ଥିତି ସଙ୍ଗିନ ହେଲାଣି। ରାଜ୍ୟରେ କେଉଁ ଶିଳ୍ପ କେତେ ପାଣି ନେଉଛନ୍ତି ତାହାର ମଧ୍ୟ କିଛି ହିସାବ ନାହିଁ। ଭୂତଳ ଜଳସଙ୍କଟକୁ ଦେଖି ରାଜ୍ୟ ସରକାର ଖୁବ୍‌ଶୀଘ୍ର ଭୂତଳ ଜଳ ଅଧିନିୟମ(ରୁଲ୍ସ)-୨୦୨୨ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି।
ଭୂଗର୍ଭସ୍ଥ ଜଳ ସମ୍ପର୍କିତ ସମସ୍ତ କାର୍ଯ୍ୟ ତଦାରଖ କରିବାକୁ ଭୂତଳ ଜଳ କର୍ତ୍ତୃପକ୍ଷ (ଗ୍ରାଉଣ୍ଡ ଓ୍ବାଟର ଅଥରିଟି) ଗଠନ ହେବ। ଏଥିରେ ଜଳସମ୍ପଦ ବିଭାଗ ସଚିବ ଚେୟାରମ୍ୟାନ ରହିବେ ଏବଂ ଭୂତଳ ଜଳ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ମେମ୍ବର କନ୍‌ଭେନର, ଆରଡବ୍ଲ୍ୟୁଏସ୍‌ଏସ୍‌ ଅଧିକାରୀ, ଆଇଆଇଟି ଏକ୍ସପର୍ଟ ଏହାର ସଦସ୍ୟ ରହିବେ। ଯେଉଁମାନେ ବୋରଓ୍ବେଲ ଖୋଳିବାକୁ ଚାହିଁବେ ସେମାନେ ଭୂତଳ ଜଳ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିବେ। ଏକ ବିଶେଷଜ୍ଞ ଟିମ୍‌ କ୍ଷେତ୍ର ପରିଦର୍ଶନ କର ଆବେଦନକାରୀ ବୋର୍‌ଓ୍ବେଲ ଖନନ ପାଇଁ ଯୋଗ୍ୟ କି ନୁହନ୍ତି ତାହା ଯାଞ୍ଚ କରିବ। ଯଦି ସମ୍ପୃକ୍ତ ଅଞ୍ଚଳରେ ପାଇପ୍‌ ଯୋଗେ ପାନୀୟ ଜଳ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବ ତେବେ ସେସବୁ ସ୍ଥାନରେ ବୋର୍‌ଓ୍ବେଲ କିମ୍ବା ଡଗ୍‌ଓ୍ବେଲ ପାଇଁ ଅନୁମତି ମିଳିବ ନାହିଁ। ସେହି ଯୋଗ୍ୟ ଆବେଦନକାରୀଙ୍କୁ ଏକ ଫି’ ଜମା କରିବାକୁ ପଡ଼ିବ। ପ୍ରାଥମିକ ଭାବେ ୩ ବର୍ଷ ପାଇଁ ଅନୁମତି ଦିଆଯିବ। ସେହିପରି ଘରୋଇ ବ୍ୟବହାର ପାଇଁ ବୋର୍‌ଓ୍ବେଲ ଖୋଳିସାରିଥିବା ଘର ମାଲିକଙ୍କୁ ମଧ୍ୟ ପଞ୍ଜୀକରଣ କରିବାକୁ ପଡ଼ିବ। ଏଥିପାଇଁ ସେମାନଙ୍କୁ ଏକ ନୋମିନାଲ ଫି’ ଦେବାକୁ ହେବ। ରାଜ୍ୟରେ କେତେ ବୋର୍‌ଓ୍ବେଲ ଅଛି ସେନେଇ ମଧ୍ୟ ଏକ ସର୍ଭେ କରାଯିବ।
ବ୍ୟବସାୟିକ, ବୃହତ୍‌, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, ଆପାର୍ଟମେଣ୍ଟ ପାଇଁ ଛାତ ଉପର ବର୍ଷା ଜଳ ସଂରକ୍ଷଣ (ରୁଫ୍‌ ଟପ୍‌ ରେନ୍‌ଓ୍ବାଟର ହାର୍ଭେଷ୍ଟିଂ)ବାଧ୍ୟତାମୂଳକ କରାଯିବ। ଅନୁମତି ନେବାର ୩ ବର୍ଷ ମଧ୍ୟରେ ଏହା କରିବାକୁ ପଡ଼ିବ। ନଚେତ ଜଳ ଉତ୍ତୋଳନ ପାଇଁ ଅନୁମତି ମିଳିବ ନାହିଁ। ଏଥିସହିତ ବଡ଼ ବଡ଼ ଶିଳ୍ପାନୁଷ୍ଠାନ ପାଇଁ ଅବ୍‌ଜରଭେଶନ ଓ୍ବେଲ ନିର୍ମାଣକୁ ବାଧ୍ୟତାମୂଳକ କରାଯାଇଛି। ଏହାଦ୍ୱାରା ସେମାନେ ଭୂଗର୍ଭରୁ ନେଉଥିବା ପାଣିକୁ ସରକାରୀ ଅଧିକାରୀମାନେ ପ୍ରତି ୩ ମାସରେ ଥରେ ଯାଞ୍ଚ କରି ସ୍ଥିତି ଅନୁଧ୍ୟାନ କରିବେ। ନୂତନ ନିୟମ କାର୍ଯ୍ୟକାରୀ ହେବା ପରେ ବଡ଼ ଶିଳ୍ପାନୁଷ୍ଠାନଗୁଡ଼ିକ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ପରିବର୍ତ୍ତେ ଭୂତଳ ଜଳ କର୍ତ୍ତୃପକ୍ଷଙ୍କ ନିକଟରୁ ଅନୁମତି ନେବେ ଓ ସେଠାରେ ହିଁ ଟ୍ୟାକ୍ସ ଦେବେ। ଚିଠା ରୁଲ୍ସ କାର୍ଯ୍ୟ ଶେଷ ହୋଇଛି। ବିଭିନ୍ନ ବିଭାଗରୁ ମତାମତ ଲୋଡ଼ାଯାଇଛି। ଖୁବ୍‌ଶୀଘ୍ର ନୂତନ ନିୟମ କାର୍ଯ୍ୟକାରୀ କରାଯିବ ବୋଲି ଜଳସମ୍ପଦ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ଭୂତଳ ଜଳ ନିର୍ଦ୍ଦେଶାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ରାଜ୍ୟର ୭ ବ୍ଲକରେ ଭୂଗର୍ଭସ୍ଥ ଜଳସ୍ତର ବିପଜ୍ଜନକ ଭାବେ ହ୍ରାସ ପାଉଛି। ସେହି ବ୍ଲକ୍‌ଗୁଡିକ ହେଲା ବାହାନଗା, ବାଲିଆପାଳ, କୋରେଇ, ଗରଦପୁର, ବୋଲଗଡ଼, ନୂଆପଡ଼ା, ଭୁବନେଶ୍ୱର। ଏହିସବୁ ବ୍ଲକରେ ଭୂଗର୍ଭ ଜଳ ୭୦ରୁ ୯୦% ବ୍ୟବହାର କରାଯାଉଛି। ଏହାଛଡ଼ା ୪୪ଟି ବ୍ଲକରେ ସେମିକ୍ରିଟିକାଲ ସ୍ତରକୁ ଯାଉଥିବା ନେଇ ସତର୍କ କରାଯାଇଛି। ଉକ୍ତ ବ୍ଲକ୍‌ଗୁଡ଼ିକରେ ଯଦି ଭୂଗର୍ଭସ୍ଥ ଜଳ ସଞ୍ଚରଣ ବୃଦ୍ଧି ନ ହୁଏ ତେବେ ଆଗାମୀ ଦିନରେ ପାଣି ଟୋପାଏ ପାଇଁ ଡହଳବିକଳ ହେବାକୁ ପଡ଼ିବ। ଗ୍ରାଉଣ୍ଡ ଓ୍ବାଟର ରିସୋର୍ସ ଆସେସ୍‌ମେଣ୍ଟ(ଜିଡବ୍ଲୁଆର୍‌ଏ) ରିପୋର୍ଟ ଅନୁଯାୟୀ ରାଜ୍ୟରେ ୧୮,୯୭,୧୫୦.୫୩ ହେକ୍ଟର ମିଟର ଜଳ ସଞ୍ଚରଣ ହେଉଥିବା ବେଳେ ୧,୫୩,୧୭୩.୧୬ ହେକ୍ଟର ମିଟର ଜଳ ତଳକୁ ଖସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri