Posted inଖେଳ

ଟି-୨୦ ବିଜେତାଙ୍କ ଉପରେ ହେବ ଧନବର୍ଷା

ନୂଆଦିଲ୍ଲୀ,୧୦।୧୦: ଆଇସିସି ଟି -୨୦ ବିଶ୍ୱକପ ଆରମ୍ଭ ପାଇଁ ଆଉ କିଛି ଦିନ ବାକି ଅଛି। ୟୁଏଇ ଏବଂ ଓମାନରେ ଆୟୋଜିତ ହେବାକୁ ଥିବା ଆଇସିସିର ଏହି ବଡ ଟୁର୍ନାମେଣ୍ଟ ପାଇଁ ବିଭିନ୍ନ ଦଳ ଏଠାରେ ପହଞ୍ଚିବା ଆରମ୍ଭ କରିଛନ୍ତି। ଆଇସିସି ମଧ୍ୟ ଟୁର୍ନାମେଣ୍ଟ ସମ୍ପୂର୍ଣ୍ଣ ପ୍ରସ୍ତୁତି କରୁଛି। ରବିବାର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଏହି ଟୁର୍ନାମେଣ୍ଟ ପାଇଁ ପୁରସ୍କାର ରାଶି ଘୋଷଣା କରିଛି। ପାଞ୍ଚ ବର୍ଷ ପରେ ଖେଳାଯାଉଥିବା ଟି -୨୦ ବିଶ୍ୱକପରେ ଏଥର ବିଜେତାମାନଙ୍କ ଉପରେ ବହୁତ ଟଙ୍କା ବର୍ଷା ହେବ।
ଆଇସିସି ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଟୁର୍ନାମେଣ୍ଟ ଜିତୁଥିବା ଦଳକୁ ୧.୬ ମିଲିୟନ (ପାଖାପାଖି ୧୨କୋଟି) ଏବଂ ରନର୍ସଅପ ଦଳ ୮ ଲକ୍ଷ ଡଲାର (ପ୍ରାୟ ୬୦ କୋଟି) ପାଇବେ। ଟି -୨୦ ବିଶ୍ୱକପ୍‌ର ସେମିଫାଇନାଲିଷ୍ଟମାନଙ୍କୁ ପ୍ରାୟ ୩ କୋଟି ପୁରସ୍କାର ରାଶି ମିଳିବ। ଏହା ବ୍ୟତୀତ ଆଇସିସି ସୁପର ୧୨ ପର୍ଯ୍ୟାୟରେ ପ୍ରତ୍ୟେକ ମ୍ୟାଚ ଜିତିବା ପାଇଁ ଦଳକୁ ବୋନସ ପ୍ରଦାନ ଜାରି ରଖିବ।
ଅକ୍ଟୋବର ୧୭ରୁ ଟୁର୍ନାମେଣ୍ଟର ଉଦଘାଟନୀ ମ୍ୟାଚରେ ଓମାନ ଏବଂ ପାପୁଆ ନ୍ୟୁ ଗିନି ମୁହାଁମୁହିଁ ହେବେ। ଫାଇନାଲ ନଭେମ୍ବର ୧୪ରେ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଅକ୍ଟୋବର ୨୪ରେ ପାକିସ୍ତାନ ବିପକ୍ଷ ବିଶ୍ୱକପରେ ଟୁର୍ନାମେଣ୍ଟ ଆୟୋଜକ ଭାରତ ପ୍ରଥମ ମ୍ୟାଚ ଖେଳିବ। ଏହା ପରେ ଭାରତୀୟ ଦଳ ୩୧ ଅକ୍ଟୋବରରେ ନ୍ୟୁଜିଲାଣ୍ଡ ଏବଂ ପରେ ୩ ନଭେମ୍ବରରେ ଆଫଗାନିସ୍ତାନକୁ ଭେଟିବ। ଏଥର ମୋଟ ୧୬ଟି ଦଳ ବିଶ୍ୱକପରେ ଭାଗ ନେଉଛନ୍ତି ଏବଂ ଟିମ-ଇଣ୍ଡିଆକୁ ଗ୍ରୁପ -୨ ରେ ସ୍ଥାନିତ କରାଯାଇଛି ।

 

 

 


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ବନ୍ୟା: ବଢୁଛି ଜଳସ୍ତର, ସତର୍କ କରାଇଲେ ସରକାର

କାଠମାଣ୍ଡୁ,୩୦।୮: ବୁଧବାର ହୋଇଥିବା ଭୟଙ୍କର ବନ୍ୟା ପରେ ନେପାଳର ପରିସ୍ଥିତି ଗମ୍ଭୀର ରହିଛି। ମଧ୍ୟ ନେପାଳରେ ହଠାତ ବନ୍ୟାରେ ମୃତ୍ୟୁ ସଂଖ୍ୟା ୭୩୪ ରେ ପହଞ୍ଚିଛି, ଯେତେବେଳେ…

ଅଧରାତିରେ ଘର ଉପରକୁ ମାଡ଼ିଗଲା ଟ୍ରକ୍, ପରିବାର ଲୋକେ…

ପଦ୍ମପୁର,୩୦ା୮(ପ୍ରଦୀପ୍ତ ଦାଶ): ପଦ୍ମପୁର-ପାଟଣାଗଡ଼ ରାସ୍ତାର ରଜାପଡ଼ାଠାରେ ଏକ ବଡ଼ ଅଘଟଣ ଘଟିଯାଇଛି । ରବିବାର ରାତି ପ୍ରାୟ ୧ଟା ସମୟରେ ଏକ ମାଲବୋଝେଇ ଟ୍ରକ ଭାରସାମ୍ୟ ହରାଇ…

ଗୁଟଖା ପ୍ରେମୀଙ୍କୁ ଝଟକା; ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବ୍ୟବସାୟ ବନ୍ଦ….

କଟକ,୩୦ା୮(ପ୍ରଭୁକଲ୍ୟାଣ ପାଲ୍): ଗୁଟଖା ପ୍ରେମୀଙ୍କୁ ଝଟକା। ରାଜ୍ୟରେ ଗୁଟଖା ବ୍ୟବସାୟ ବନ୍ଦ ହେବ । ରାଜ୍ୟରେ ଚିୱିଙ୍ଗ୍ ଟବାକୋ ବନ୍ଦ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ପାଟଣାରେ ଚାଞ୍ଚଲ୍ୟ: କାଠ ଫାଳିଆରେ ପିଟି ସ୍ତ୍ରୀଙ୍କୁ ହତ୍ୟା, ସ୍ୱାମୀ ଅଟକ

ପାଟଣା, ୨୯/୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଧୀନ ମଲ୍ଲିପଶି ଭୂମିଜ ସାହିରେ ଶନିବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ…

ନେପାଳ ପରେ, ଚାଇନାରେ ବିପର୍ଯ୍ୟୟ; ୪୯ ଭାରତୀୟ ନିଖୋଜ, ହେଲ୍ପଲାଇନ ନମ୍ବର ଜାରି

ବେଜିଂ,୩୦।୮: ଅଗଷ୍ଟ ୨୬ ରେ ଚାଇନା-ନେପାଳ ସୀମାରେ ଥିବା ଗାଇରୋଙ୍ଗ ବନ୍ଦରରେ ହୋଇଥିବା ଭୂସ୍ଖଳନ ପରେ ପରିସ୍ଥିତି ଜଟିଳ ରହିଛି। ଦକ୍ଷିଣ-ପଶ୍ଚିମ ଚାଇନାର ଜିଜାଙ୍ଗ ସ୍ବୟଂଶାସିତ ଅଞ୍ଚଳର…

ନବାଗତ ଛାତ୍ରୀଛାତ୍ରଙ୍କୁ ସ୍ୱାଗତ: ସାମ୍ବାଦିକତା କେବଳ ଏକ ବିଷୟ ନୁହେଁ, ଏହା ସମାଜ ପ୍ରତି ଦାୟିତ୍ୱବୋଧ ସହ…

ଭଞ୍ଜନଗର, ୩୦/୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ଯୁକ୍ତ ୩ର ନବାଗତ ଛାତ୍ରୀଛାତ୍ରଙ୍କୁ…

ସେକ୍ଟର ମିଟିଂ ଚାଲିଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ର ଉପରେ ବଜ୍ରପାତ, ୯ କର୍ମୀ…

ପାଟଣା,୩୦ା୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମଲ୍ଲିପୋଷି ଅଙ୍ଗନୱାଡ଼ି କେନ୍ଦ୍ରରେ ବୈଠକ ଚାଲିଥିବା ବେଳେ ବଜ୍ରପାତ ହୋଇଛି । ଶନିବାର ୨୩ ଜଣ ଅଙ୍ଗନୱାଡ଼ି…

ଆଜି ମେଷ-ସିଂହ ରାଶି ଉପରେ ବର୍ଷିବ କୃପା: ଧନଲାଭ ସହ ମିଳିବ ବଡ଼ ଖୁସି ଖବର

୩୦ ଅଗଷ୍ଟ, ରବିବାର ଦିନ ଗ୍ରହ-ନକ୍ଷତ୍ରମାନଙ୍କର ଚାଲ ଦୃଷ୍ଟିରୁ ଅନେକ ରାଶି ପାଇଁ ବିଶେଷ ରହିବାକୁ ଯାଉଛି। ଆଜି କିଛି ଜାତକଙ୍କୁ କ୍ୟାରିୟର ଏବଂ ବ୍ୟବସାୟରେ ଅଗ୍ରଗତିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri