‘ସ୍ପୁଟନିକ୍‌ ଭି’ର କ୍ଲିନିକାଲ ପରୀକ୍ଷା ହେବ

ନୂଆଦିଲ୍ଲୀ,୧୮ା୧୦(ଆଇଏଏନ୍‌ଏସ୍‌): ରୁଷିଆ ଦ୍ୱାରା ବିକଶିତ କୋଭିଡ୍‌-୧୯ ଟିକା ‘ସ୍ପୁଟନିକ୍‌ ଭି’ର ସୁରକ୍ଷାକୁ ନେଇ ସନ୍ଦେହ ଥିବାବେଳେ ଭାରତରେ ଏହାର କ୍ଲିନିକାଲ ମାନବ ପରୀକ୍ଷା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ‘ସ୍ପୁଟନିକ୍‌ ଭି’ର ୨ୟ ଓ ୩ୟ ପର୍ଯ୍ୟାୟ ପରୀକ୍ଷା ନିମନ୍ତେ ଡ୍ରଗ୍‌ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ (ଡିସିଜିଆଇ) ଭାରତରେ ଅବସ୍ଥିତ ବିଶ୍ୱସ୍ତରୀୟ ଫାର୍ମାସ୍ୟୁଟିକାଲ କମ୍ପାନୀ ‘ଡ. ରେଡ୍ଡୀ’କୁ ଅନୁମତି ପ୍ରଦାନ କରିଛି।
ଲୋକଙ୍କ ଜୀବନ ନେଇ ଚାଲିଥିବା କୋଭିଡ୍‌-୧୯କୁ ପ୍ରତିହତ କରିବା ପାଇଁ ସାରା ବିଶ୍ୱରେ ବୈଜ୍ଞାନିକମାନଙ୍କ ଅନେକ ଟିମ୍‌ ଟିକା ପ୍ରସ୍ତୁତି ଚଳାଇଛନ୍ତି। ଏଭଳି ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ଗତ ଅଗଷ୍ଟ ୧୧ରେ କୋଭିଡ୍‌ ଟିକା (ସ୍ପୁଟନିକ୍‌ ଭି) ଉଦ୍ଭାବନ କରିଥିବା ରୁଷିଆ ଦାବି କରିଥିଲା। ଏହି ଟିକାକୁ ଗାମାଲେୟା ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ଏବଂ ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିତ ଭାବେ ବିକଶିତ କରାଯାଇଥିଲା। ଏହା ସ୍ଥିର କୋଷିକା ଓ ଆଣ୍ଟିବଡି ପ୍ରତିଷେଧକ ପ୍ରସ୍ତୁତ କରିବାରେ ସକ୍ଷମ ବୋଲି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ କହିଥିଲେ। ଭାରତରେ ‘ସ୍ପୁଟନିକ୍‌ ଭି’ର କ୍ଲିନିକାଲ ପରୀକ୍ଷା ଏବଂ ବିତରଣ ପାଇଁ ଗତ ସେପ୍ଟେମ୍ବର ୧୬ରେ ଟିକାର ମାର୍କେଟିଂ ଦାୟିତ୍ୱ ତୁଲାଉଥିବା ରୁଷିଆନ ଡାଇରେକ୍ଟ ଇନ୍‌ଭେଷ୍ଟମେଣ୍ଟ ଫଣ୍ଡ(ଆର୍‌ଡିଆଇଏଫ୍‌) ଏବଂ ଡ. ରେଡ୍ଡୀସ୍‌ ଲାବରେଟୋରିଜ୍‌ ଲିମିଟେଡ୍‌ ମଧ୍ୟରେ ଚୁକ୍ତି ହୋଇଥିଲା। ତଦନୁଯାୟୀ ଭାରତରେ ବ୍ୟାପକ ଭାବେ ଟିକା ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ହେଲେ ରୁଷିଆରେ ‘ସ୍ପୁଟନିକ୍‌ ଭି’ ଏକ ଟିକା ଭାବେ ପଞ୍ଜୀକୃତ ହେବା ପୂର୍ବରୁ ଏହାର ପରୀକ୍ଷା (ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ)କମ୍‌ସଂଖ୍ୟକ ଲୋକଙ୍କଠାରେ କରାଯାଇଥିଲା। ଫଳରେ ତାହାର ସୁରକ୍ଷାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ଏହି କାରଣରୁ ଡିସିଜିଆଇ ଟିକା ପରୀକ୍ଷାକୁ ସ୍ଥଗିତ ରଖିଥିଲା। ବର୍ତ୍ତମାନ ରୁଷିଆରେ ୪୦ ହଜାର ଲୋକଙ୍କୁ ନେଇ ‘ସ୍କୁଟନିକ୍‌ ଭି’ର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଚାଲିଛି। ସେହିପରି ବେଲାରୁଷ, ଭେନେଜୁଏଲା, ୟୁଏଇରେ ଏହି ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଚାଲିଛି। ଭାରତରେ ୧୫୦୦ ଲୋକଙ୍କଠାରେ ଏହାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷା ନିମନ୍ତେ ନୂଆ ଚୁକ୍ତି ହୋଇଛି ବୋଲି ଆର୍‌ଡିଆଇଏଫ୍‌ ପକ୍ଷରୁ ଶନିବାର କୁହାଯାଇଛି। ଭାରତରେ ପରୀକ୍ଷା ସଫଳ ହେଲେ ଏବଂ ଡିସିଜିଆଇର ଅନୁମତି ମିଳିଲେ ଡ. ରେଡ୍ଡୀ ଟିକାକୁ ବିତରଣ କରିବ। ଏଥିପାଇଁ ଆର୍‌ଡିଆଇଏଫ୍‌ ୧୦୦ ନିୟୁତ ଡୋଜ୍‌ ଡ. ରେଡ୍ଡୀକୁ ଯୋଗାଇଦେବ ବୋଲି ଜଣାପଡ଼ିଛି। ମହାମାରୀର ମୁକାବିଲା ପାଇଁ ଆମେ ଏକ ନିରାପଦ ତଥା ପ୍ରଭାବଶାଳୀ ଟିକା ଆଣିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଡ. ରେଡ୍ଡୀସ୍‌ ଲାବରେଟୋରିଜ୍‌ ଲିମିଟେଡ୍‌ର ସହ-ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଜି. ପ୍ରସାଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri