ବ୍ୟାସନଗରରେ ହେବ ଇନ୍‌ଡୋର ଷ୍ଟାଡିୟମ

ଯାଜପୁର ଅଫିସ,୨୭ା୮: ରାଜ୍ୟର ୫୨ଟି ଏନଏସି, ୩୦ଟି ମ୍ୟୁନିସିପାଲିଟି ଓ ୩ଟି ମ୍ୟୁନିସିପାଲ କର୍ପୋରେଶନ ଅଞ୍ଚଳରେ ୮୯ଟି ମହୁମୁଖୀ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିଛି। ଏହାପରେ ରାଜ୍ୟ ସରକାରଙ୍କ ୱାର୍କସ ଡିପାର୍ଟମେଣ୍ଟର ଅଧସ୍ତନ ସଚିବ ମୁକ୍ତିକାନ୍ତ ପାତ୍ର ଗତ ୧୬ା୮ା୨୦୨୧ରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବିଲ୍‌ଡିଂ ବିଭାଗର ଓଏସ୍‌ଡିଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ଯାଜପୁର ଜିଲାର ବ୍ୟାସନଗର ପୌରାଞ୍ଚଳ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛି। ଏହା ବ୍ୟାସନଗର ଅଞ୍ଚଳର ଖେଳ ପ୍ରେମୀଙ୍କ ମଧ୍ୟରେ ଖୁସିର ଲହରି ଖେଳାଇ ଦେଇଛି। ଅନ୍ୟପକ୍ଷେ ଜିଲାରେ ଏପରି ଅନେକ ବିକାଶ କାର୍ଯ୍ୟ ଅଧାରେ ଅଟକି ରହିଛି ା ଇନ୍‌ଣ୍ଡେଡାର ଷ୍ଟାଡିୟମ କାର୍ଯ୍ୟକ୍ଷମ ନ ହେବା ପର୍ଯ୍ୟନ୍ତ ତା’ର ଭବିଷ୍ୟତ କଥା କହି ହେବ ନାହିଁ ବୋଲି ଅନେକ ମତ ଦେଇଛନ୍ତି ା
ପର୍ଯ୍ୟଟନ ମାନଚିତ୍ରରେ ଯାଜପୁରର ପରିଚୟ ସ୍ବତନ୍ତ୍ର । ସେହି ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି ଓ ବିକାଶ ପାଇଁ ଯେଉଁ ପଦକ୍ଷେପ ଗ୍ରହଣ କରାଯାଇଛି ତାହା ଆଗାମୀ ଦିନରେ ଜିଲାକୁ ଏକ ସାଂସ୍କୃତିକ ଓ ପର୍ଯ୍ୟଟନ ପ୍ରାଣକେନ୍ଦ୍ରରେ ପରିଗଣିତ କରିବ ବୋଲି ରାଜନେତା ଓ ପ୍ରଶାସନିକ ଅଧିକାରୀମାନେ ବିଭିନ୍ନ ସମୟରେ କହି ଆସୁଛନ୍ତି ା କିନ୍ତୁ ବିଡମ୍ବନା ଯେ, ଜିଲାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ବ୍ୟାସ ସରୋବରର ବିକାଶରେ ରାଜନୈତିକ ଆନ୍ତରିକତାର ଅଭାବ ଅନ୍ତରାୟ ସୃଷ୍ଟି କରିଛି ା ୨୦୧୧ରେ ତତ୍କାଳୀନ ରାଷ୍ଟ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ଦ୍ୱାରା ବ୍ୟାସ ଜଗନ୍ନାଥ ଉଦ୍ୟାନ, ୨୦୧୩ରେ ତକତ୍ାଳୀନ ବିଧାୟକ ପ୍ରୀତିରଞ୍ଜନ ଘଡେଇଙ୍କ ହାତରେ ବ୍ୟାସ ଜଗନ୍ନାଥ ଉଦ୍ୟାନର ନବୀକରଣ କାର୍ଯ୍ୟ ଓ ୨୦୧୬ରେ ଆକାଶ ଦାସନାୟକଙ୍କ ଦ୍ୱାରା ବ୍ୟାସ ସରୋବରର ଉନ୍ନତୀକରଣ କାମ ଶୁଭାରମ୍ଭ ପାଇଁ ଫଳକ ସ୍ଥାପନ ହୋଇଥିଲା। କିନ୍ତୁ କାର୍ଯ୍ୟରେ ନୁହେଁ ଫଳକରେ ଉନ୍ନତୀକରଣ ହୋଇଛି ବୋଲି ଏବେ ସହରବାସୀ କହୁଛନ୍ତି। ମ୍ୟୁନିସିପାଲିଟି ଫଣ୍ଡରୁ ସରୋବର ଖନନ କାମ ଆରମ୍ଭ ହୋଇଥିଲେ ହେଁ ତାହା ୩ ବର୍ଷ ହେଲା ଅଟକି ରହିଛି। ଏଭଳି ଅଧାପନ୍ତରିଆ କାର୍ଯ୍ୟ ଓ ସୌନ୍ଦର୍ଯ୍ୟକରଣକୁ ନେଇ ସହରବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ା ଜିଲାର ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀର ଆଶାନୁରୂପ ବିକାଶ ହେଉଥିବାବେଳେ ବ୍ୟାସ ସରୋବର କାହିଁକି ଅବହେଳିତ ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି ା ଏଥିଯୋଗୁ ପ୍ରାଚୀନ ଐତିହ୍ୟ ଏବଂ ପ୍ରାକୃତିକ ବିଭବ ବ୍ୟାସ ସରୋବରର ସୌନ୍ଦର୍ଯ୍ୟ ନଷ୍ଟ ହେବାକୁ ବସିଛି ା ଏହାବାଦ୍‌ ଜିଲାର ଉଦୟଗିରି, ରନତ୍ଗିରି, ଲଳିତଗିରି, ଓଳାଶୁଣୀ, ଅଶୋକଝର ଭଳି ପ୍ରତିଷ୍ଠିତ ପର୍ଯ୍ୟଟନସ୍ଥଳୀର ବିକାଶ କେବଳ ପ୍ରତିଶ୍ରୁତିରେ ଅଟକିଛି ବୋଲି ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?