ବ୍ୟାସନଗରରେ ହେବ ଇନ୍‌ଡୋର ଷ୍ଟାଡିୟମ

ଯାଜପୁର ଅଫିସ,୨୭ା୮: ରାଜ୍ୟର ୫୨ଟି ଏନଏସି, ୩୦ଟି ମ୍ୟୁନିସିପାଲିଟି ଓ ୩ଟି ମ୍ୟୁନିସିପାଲ କର୍ପୋରେଶନ ଅଞ୍ଚଳରେ ୮୯ଟି ମହୁମୁଖୀ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିଛି। ଏହାପରେ ରାଜ୍ୟ ସରକାରଙ୍କ ୱାର୍କସ ଡିପାର୍ଟମେଣ୍ଟର ଅଧସ୍ତନ ସଚିବ ମୁକ୍ତିକାନ୍ତ ପାତ୍ର ଗତ ୧୬ା୮ା୨୦୨୧ରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବିଲ୍‌ଡିଂ ବିଭାଗର ଓଏସ୍‌ଡିଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ଯାଜପୁର ଜିଲାର ବ୍ୟାସନଗର ପୌରାଞ୍ଚଳ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛି। ଏହା ବ୍ୟାସନଗର ଅଞ୍ଚଳର ଖେଳ ପ୍ରେମୀଙ୍କ ମଧ୍ୟରେ ଖୁସିର ଲହରି ଖେଳାଇ ଦେଇଛି। ଅନ୍ୟପକ୍ଷେ ଜିଲାରେ ଏପରି ଅନେକ ବିକାଶ କାର୍ଯ୍ୟ ଅଧାରେ ଅଟକି ରହିଛି ା ଇନ୍‌ଣ୍ଡେଡାର ଷ୍ଟାଡିୟମ କାର୍ଯ୍ୟକ୍ଷମ ନ ହେବା ପର୍ଯ୍ୟନ୍ତ ତା’ର ଭବିଷ୍ୟତ କଥା କହି ହେବ ନାହିଁ ବୋଲି ଅନେକ ମତ ଦେଇଛନ୍ତି ା
ପର୍ଯ୍ୟଟନ ମାନଚିତ୍ରରେ ଯାଜପୁରର ପରିଚୟ ସ୍ବତନ୍ତ୍ର । ସେହି ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି ଓ ବିକାଶ ପାଇଁ ଯେଉଁ ପଦକ୍ଷେପ ଗ୍ରହଣ କରାଯାଇଛି ତାହା ଆଗାମୀ ଦିନରେ ଜିଲାକୁ ଏକ ସାଂସ୍କୃତିକ ଓ ପର୍ଯ୍ୟଟନ ପ୍ରାଣକେନ୍ଦ୍ରରେ ପରିଗଣିତ କରିବ ବୋଲି ରାଜନେତା ଓ ପ୍ରଶାସନିକ ଅଧିକାରୀମାନେ ବିଭିନ୍ନ ସମୟରେ କହି ଆସୁଛନ୍ତି ା କିନ୍ତୁ ବିଡମ୍ବନା ଯେ, ଜିଲାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ବ୍ୟାସ ସରୋବରର ବିକାଶରେ ରାଜନୈତିକ ଆନ୍ତରିକତାର ଅଭାବ ଅନ୍ତରାୟ ସୃଷ୍ଟି କରିଛି ା ୨୦୧୧ରେ ତତ୍କାଳୀନ ରାଷ୍ଟ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ଦ୍ୱାରା ବ୍ୟାସ ଜଗନ୍ନାଥ ଉଦ୍ୟାନ, ୨୦୧୩ରେ ତକତ୍ାଳୀନ ବିଧାୟକ ପ୍ରୀତିରଞ୍ଜନ ଘଡେଇଙ୍କ ହାତରେ ବ୍ୟାସ ଜଗନ୍ନାଥ ଉଦ୍ୟାନର ନବୀକରଣ କାର୍ଯ୍ୟ ଓ ୨୦୧୬ରେ ଆକାଶ ଦାସନାୟକଙ୍କ ଦ୍ୱାରା ବ୍ୟାସ ସରୋବରର ଉନ୍ନତୀକରଣ କାମ ଶୁଭାରମ୍ଭ ପାଇଁ ଫଳକ ସ୍ଥାପନ ହୋଇଥିଲା। କିନ୍ତୁ କାର୍ଯ୍ୟରେ ନୁହେଁ ଫଳକରେ ଉନ୍ନତୀକରଣ ହୋଇଛି ବୋଲି ଏବେ ସହରବାସୀ କହୁଛନ୍ତି। ମ୍ୟୁନିସିପାଲିଟି ଫଣ୍ଡରୁ ସରୋବର ଖନନ କାମ ଆରମ୍ଭ ହୋଇଥିଲେ ହେଁ ତାହା ୩ ବର୍ଷ ହେଲା ଅଟକି ରହିଛି। ଏଭଳି ଅଧାପନ୍ତରିଆ କାର୍ଯ୍ୟ ଓ ସୌନ୍ଦର୍ଯ୍ୟକରଣକୁ ନେଇ ସହରବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ା ଜିଲାର ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀର ଆଶାନୁରୂପ ବିକାଶ ହେଉଥିବାବେଳେ ବ୍ୟାସ ସରୋବର କାହିଁକି ଅବହେଳିତ ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି ା ଏଥିଯୋଗୁ ପ୍ରାଚୀନ ଐତିହ୍ୟ ଏବଂ ପ୍ରାକୃତିକ ବିଭବ ବ୍ୟାସ ସରୋବରର ସୌନ୍ଦର୍ଯ୍ୟ ନଷ୍ଟ ହେବାକୁ ବସିଛି ା ଏହାବାଦ୍‌ ଜିଲାର ଉଦୟଗିରି, ରନତ୍ଗିରି, ଲଳିତଗିରି, ଓଳାଶୁଣୀ, ଅଶୋକଝର ଭଳି ପ୍ରତିଷ୍ଠିତ ପର୍ଯ୍ୟଟନସ୍ଥଳୀର ବିକାଶ କେବଳ ପ୍ରତିଶ୍ରୁତିରେ ଅଟକିଛି ବୋଲି ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

CJP ନେତାଙ୍କୁ ନେଇ ସୋନମ ୱାଙ୍ଗଚୁକ୍‌ଙ୍କ ବଡ଼ ଦାବି, ସେମାନେ ସାଧୁ…

ନୂଆଦିଲ୍ଲୀ,୩୦।୮: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ‘କକରୋଚ୍ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତାମାନଙ୍କୁ ନେଇ ବଡ଼ ମତ ରଖିଛନ୍ତି । ତାଙ୍କ ମତରେ CJPର ପ୍ରତିଷ୍ଠାତା ଅଭିଜିତ…

Video: ନେପାଳରେ ଭୟଙ୍କର ବନ୍ୟାର ୩ ଦିନ ପରେ ଜୀବନ୍ତ ଉଦ୍ଧାର ହୋଇ ସମସ୍ତଙ୍କୁ ଚକିତ କରିଦେଲେ ଏହି ଶିଶୁ

କାଠମାଣ୍ଡୁ,୩୦।୮: ନେପାଳର ରାସୁୱା ଜିଲାରେ ଭୟଙ୍କର ବନ୍ୟା ଆସିବାର ତିନି ଦିନ ପରେ, ଜଣେ ୨ ବର୍ଷର ଶିଶୁକୁ କାଦୁଅ ଏବଂ ଭଗ୍ନାବଶେଷ ତଳୁ ଜୀବନ୍ତ ବାହାର…

ବଢୁଛି ଅନଲାଇନ ଓ୍ବେଡିଂ ଟ୍ରେଣ୍ଡ, ଚଳିତ ବର୍ଷ ୩୮% ବିବାହ ଅନଲାଇନରେ ଅନୁଷ୍ଠିତ ହୋଇଛି , ଜାଣନ୍ତୁ ଏହାର କାରଣ କ’ଣ

କ୍ୱିଭ,୩୦।୮: ପ୍ରଚଣ୍ଡ ସୂର୍ଯ୍ୟ ତାପ ମଧ୍ୟରେ, ଟେଟିଆନା – ଏକ ବର ପୋଷାକ ପିନ୍ଧିଥିବା ଏବଂ ଓଲେକଜାଣ୍ଡର – ସାମରିକ ପୋଷାକ ପିନ୍ଧି କ୍ରାମଟୋର୍ସ୍କର କେନ୍ଦ୍ରୀୟ ଶାନ୍ତି…

ଲଘୁଚାପ ଆଣିଲା ଆଶଙ୍କା: ପୁଣି ଭୟଙ୍କର ବର୍ଷା, ଏହି ୩ ଜିଲାକୁ ସତର୍କ ସୂଚନା ଜାରି କରି ପାଣିପାଗ ବିଭାଗ…

ଭୁବନେଶ୍ୱର,୩୦ା୮: ବଙ୍ଗୋପସାଗରରେ ସୃଷ୍ଟି ସକ୍ରିୟ ଲଘୁଚାପ ବଳୟ ପ୍ରଭାବରେ ରାଜ୍ୟରେ ପୁଣି ଆରମ୍ଭ ହୋଇଛି ବର୍ଷାର ତାଣ୍ଡବ। ଅବିଶ୍ରାନ୍ତ ବର୍ଷା ଯୋଗୁ ଉତ୍ତର ଓଡ଼ିଶାର ସ୍ଥିତି ସମ୍ପୂର୍ଣ୍ଣ…

ମୃତ୍ୟୁମୁହଁରୁ ୧୬୪୩ ପିଲାଙ୍କୁ ଟାଣିଆଣିଲେ ଶିକ୍ଷକ; ନେପାଳ ବନ୍ୟାରେ ସାଜିଲେ ହିରୋ, ଚାରିଆଡେ ଚର୍ଚ୍ଚା

କାଠମାଣ୍ଡୁ,୩୦ା୮: ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟାରେ ଅନେକ ଅଞ୍ଚଳ ଛାରଖାର ହୋଇଯାଇଛି। ହଠାତ୍ ନଦୀର ପାଣି ବସ୍ତି ଓ ରାସ୍ତାରେ ପଶିଯିବାରୁ ଚାରିଆଡ଼େ ଆତଙ୍କ…

ଜନ୍ମାଷ୍ଟମୀରେ ଦୁର୍ଲଭ ଗ୍ରହ ସଂଯୋଗ: ୪ଟି ରାଶିର ଚମକିବ ଭାଗ୍ୟ, କ୍ୟାରିୟରରେ ଗ୍ରୋଥ୍‌ ସାଙ୍ଗକୁ ଅଚାନକ ଧନଲାଭ

ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏଥର ଜନ୍ମାଷ୍ଟମୀ ପର୍ୱ ଅତ୍ୟନ୍ତ ଖାସ ବୋଲି ମାନାଯାଉଛି। ୪ ସେପ୍ଟେମ୍ୱର ୨୦୨୬ ଜନ୍ମାଷ୍ଟମୀ ଦିନ ଅନେକ ପ୍ରମୁଖ ଗ୍ରହ ଶୁଭ ସ୍ଥିତିରେ…

ଭଲିବଲ୍‌ରେ ଡିଏଭି ଚାମ୍ପିଅନ୍‌

ଭଞ୍ଜନଗର, ୩୦।୮ (ବାବୁଲା ପ୍ରଧାନ): ଜାତୀୟ କ୍ରୀଡ଼ା ଦିବସ ଅବସରରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିସହ କିଛି…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନ: ଏପର୍ଯ୍ୟନ୍ତ ୩୬ଟି ଦେଶ ଦ୍ୱାରା ସମ୍ମାନିତ ହେଲେଣି…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ରାଷ୍ଟ୍ର ସମ୍ମାନ ‘ଓଲି ଦାରାଜଲି ଦୋ’ଷ୍ଟଲିକ’ (ସର୍ବୋଚ୍ଚ ଡିଗ୍ରୀର ବନ୍ଧୁତା କ୍ରମ) ପ୍ରଦାନ କରାଯାଇଥିଲା। ଉଜବେକିସ୍ତାନର ରାଷ୍ଟ୍ରପତି ଶାଭକତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri