ପେଣ୍ଠ ବେଳାଭୂମିରେ ପୁଣି ହେବ ଇକୋ ରିଟ୍ରିଟ୍‌

ରାଜନଗର, ୨ା୧୧(ଡି.ଏନ.ଏ.): ଭିତରକନିକାକୁ କିପରି ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଆସିବେ ସେ ନେଇ ରାଜ୍ୟ ସରକାର ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି। ୨୦୨୦ରେ ପ୍ରଥମଥର ପାଇଁ ଭିତରକନିକାର ନଳିତାପାଟିଆଠାରେ ଇକୋ ରିଟ୍ରିଟ ଅନୁଷ୍ଠିତ ହୋଇଥିଲା। ୮୨ଦିନ ଧରି ଏହି ଇକୋ ରିଟ୍ରିଟ୍‌ର ସଫଳ ଆୟୋଜନ ହୋଇଥିଲା। ଭିତରକନିକାକୁ କିପରି ଗତବର୍ଷଠାରୁ ଅଧିକ ପର୍ଯ୍ୟଟକ ଆସିବେ, ସକାରାତ୍ମକ ଓ ନିଆରା ଅନୁଭୂତି ନେଇ ଫେରିବେ ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଚଳିତବର୍ଷ ପେଣ୍ଠ ବେଳାଭୂମିରେ ଇକୋ ରିଟ୍ରିଟ୍‌ ହେବ। ସେ ନେଇ ଜିଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଛି। ସୋମବାର କେନ୍ଦ୍ରାପଡ଼ା ଜିଲାପାଳ ଅମୃତ ଋତୁରାଜ, ଉପଜିଲାପାଳ ନିରଞ୍ଜନ ବେହେରା, ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ନଟବର ପ୍ରଧାନ, କନିଷ୍ଠଯନ୍ତ୍ରୀ ଦେବାଶିଷ ସାମଲ, ତଟବନ୍ଧ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ଅଞ୍ଜନ କୁମାର ବେହେରା, ସହକାରୀ ଯନ୍ତ୍ରୀ ଭଞ୍ଜପ୍ରସାଦ ରାଉତ, ବିଡିଓ ରବୀନ୍ଦ୍ର କୁମାର ପ୍ରଧାନ, ତହସିଲଦାର ଅଶ୍ୱିନୀ କୁମାର ଭୂୟଁାଙ୍କ ସହ ପାନୀୟଜଳ ଓ ବିଦ୍ୟୁତ୍‌ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ଦୋବନ୍ଧିଠାରୁ ପେଣ୍ଠ ମଧ୍ୟରେ ପ୍ରାୟ ୧୮ଶହ ମିଟର ଅଞ୍ଚଳରେ ଗତବର୍ଷ ଇକୋ ରିଟ୍ରିଟ ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ ଆଉ ୩ ଶହ ଫୁଟ ଅଧିକ ଜାଗାରେ ଇକୋ ରିଟ୍ରିଟ ହେବ। ଡିସେମ୍ବର ପ୍ରଥମ ସପ୍ତାହରେ ଇକୋ ରିଟ୍ରିଟ୍‌ ଆରମ୍ଭ ହେବ। ଟେଣ୍ଟ ଭିତରେ ରହି ପର୍ଯ୍ୟଟକମାନେ ଯେପରି ସମୁଦ୍ରର ଶୋଭା ଉପଭୋଗ କରିବେ, ସେ ନେଇ ବ୍ୟବସ୍ଥା କରାଯିବ। ଦିନବେଳା ଇକୋ ରିଟ୍ରିଟରେ ଥିବା ପର୍ଯ୍ୟଟକମାନେ ଭିତରକନିକା ପରିଦର୍ଶନରେ ଯିବେ। ରାତିରେ ବେଳାଭୂମିର ମଜା ନେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେବେ। ସମୁଦ୍ର୍ର କୂଳରେ ପର୍ଯ୍ୟଟକମାନଙ୍କ ପାଇଁ ବିଭିନ୍ନ ଖେଳର ବ୍ୟବସ୍ଥା କରାଯିବ। ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଟ୍ରାନ୍ସଫର୍ମର ବସାଯିବ। ବାତ୍ୟା ଆଶ୍ରୟସ୍ଥଳଠାରୁ ଇକୋ ରିଟ୍ରିଟସ୍ଥଳ ଯାଏଁ ଷ୍ଟ୍ରିଟ ଲାଇଟ ଲାଗିବ। ଲୁଣା ଘେରିବନ୍ଧରୁ ସମଦ୍ର କୂଳକୁ ଖସିବା ଏବଂ ଇକୋ ରିଟ୍ରିଟ ସ୍ଥଳ ଯାଏଁ ପୂର୍ତ୍ତ ବିଭାଗ ପକ୍ଷରୁ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯିବ। ଛୋଟ ଓ ବଡ ଗାଡି ରହିବା ପାଇଁ ପାର୍କିଂର ବ୍ୟବସ୍ଥା ରହିବ। ଆସନ୍ତା ଗୋଟିଏ ସପ୍ତାହ ମଧ୍ୟରେ ସମ୍ପୂର୍ଣ୍ଣ ରୂପରେଖ ସ୍ପଷ୍ଟ ହେବ ବୋଲି ସୂଚନା ଦିଆଯାଇଛି। ପେଣ୍ଠ ବେଳାଭୂମିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲେ ଇକୋ ରିଟ୍ରିଟ୍‌ ରହଣି ପର୍ଯ୍ୟଟକଙ୍କ ବାଦେ ଅନ୍ୟ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବ। ସେଥିପାଇଁ ଗତବର୍ଷଠାରୁ ନଳିତାପାଟିଆ ପରିବର୍ତ୍ତେ ପେଣ୍ଠଠାରେ ଇକୋ ରିଟ୍ରିଟ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri