ରାନିବଖରୀରେ ହେବ ରାଜକୀୟ ରେଷ୍ଟୁରାଣ୍ଟ

ସମ୍ବଲପୁର,୨୦ା୧୨ (ବ୍ୟୁରୋ): ରାଜ୍ୟ ସରକାର ପର୍ଯ୍ୟଟନ କ୍ଷେତ୍ରର ବିକାଶ କରି ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଁ ଅନେକ ଯୋଜନା କରୁଛନ୍ତି। ଏଥିରେ ଯୋଡିହୋଇଛି ନିମନ୍ତ୍ରଣ ଯୋଜନା। ଏହି ଯୋଜନାରେ ସମ୍ବଲପୁର, ପୁରୀ ଓ ଭୁବନେଶ୍ୱରରେ ଓଡିଆ ବ୍ୟଞ୍ଜନ ଯୋଗାଇଦେବାର ବ୍ୟବସ୍ଥା କରୁଛନ୍ତି। ସମ୍ବଲପୁର ସହରର ରାନିବଖରୀରେ ରାଜକୀୟ ଢାଞ୍ଚାରେ ରେଷ୍ଟୁରାଣ୍ଟ ନିର୍ମାଣ କରାଯିବ। ଏଥିରେ ପର୍ଯ୍ୟଟକମାନଙ୍କୁ ପଶ୍ଚିମ ଓଡିଶାର ବିଭିନ୍ନ ଜିଲାର ପାରମ୍ପରିକ, ନିତିଦିନିଆ ଖାଦ୍ୟ ସହତି ଓଡ଼ିଆ ବ୍ୟଞ୍ଜନ ପରଷାଯିବ। ଏଥିପାଇଁ ଓଟିଡିସି ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି।

ଜିଲା ପର୍ଯ୍ୟଟନ ଅଧିକାରୀ ହେମନ୍ତ ପ୍ରଧାନ କହିଛନ୍ତି, ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। କୀର୍ତ୍ତିରାଜି ସମ୍ପନ୍ନ ରାନିବଖରୀ ସହରର ମୁଖ୍ୟ ସ୍ଥାନରେ ଥିବାବେଳେ ନିକଟରେ ସମଲେଇ ମନ୍ଦିର ଓ ଅନ୍ୟ ମନ୍ଦିର ରହିଥିବାରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଢାଞ୍ଚାରେ ନିର୍ମାଣ କରାଯିବ। କୋଭିଡ୍‌ କଟକଣା ପରେ ଟୁରିଷ୍ଟମାନଙ୍କ ଯିବାଆସିବ ସ୍ବାଭାବିକ ହୋଇଗଲେ କାମ ଆରମ୍ଭ ହୋଇଯିବ। ଏବେ ମହାନଗର ନିଗମ ପକ୍ଷରୁ ଏହାର ପରିଚାଳନା କରାଯାଉଛି। ପରେ ଏହାକୁ ପର୍ଯ୍ୟଟନ ବିଭାଗକୁ ହସ୍ତାନ୍ତର କରାଯିବ। ସୂଚନାଯୋଗ୍ୟ ଯେ, ୨୦୨୦ ସେପ୍ଟେମ୍ବର ୧୯ରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପର୍ଯ୍ୟଟନର ବିକାଶ ସହିତ ପର୍ଯ୍ୟଟକଙ୍କୁ କିଭଳି ସୁରକ୍ଷା ଦିଆଯିବ ସେ ନେଇ ପଦକ୍ଷେପ ନେବାକୁ କହିଥିଲେ। ପ୍ରାୟ ୨ବର୍ଷ ହେବ ରାନିବଖରୀରେ ନିର୍ମାଣ କାମ କରାଯାଇଥିଲା।

ଐତିହାସିକ ରାଜପ୍ରାସାଦ ରାନିବଖରୀ ୩ ମହଲା ବିଶିଷ୍ଟ କୋଠାରେ ମୋଟ ୧୫ଟି କୋଠରି ରହିଛି। ତଳେ ୭, ମଝିରେ ୬ ଓ ସବା ଉପରେ ୨ ସୁସଜ୍ଜିତ କୋଠରି ଓ ଗୋଟିଏ ବାରଣ୍ଡା ରହିଛି। ପ୍ରାସାଦ ସମ୍ମୁଖରେ ମୁକ୍ତ ରଙ୍ଗମଞ୍ଚ ସାଙ୍ଗକୁ ଦର୍ଶକମାନଙ୍କ ସକାଶେ ଗ୍ୟାଲେରି ଉପଲବ୍ଧ ଅଛି। ଅତ୍ୟାଧୁନିକ ଆଲୋକୀକରଣରେ ଝଟକୁଛି ପ୍ରାସାଦ। କୋଠରିଗୁଡିକରେ ଝୁମର୍‌ ଖଞ୍ଜାଯାଇଛି। ସମ୍ପୂର୍ଣ୍ଣ ପ୍ରାସାଦକୁ ଶ୍ୱେତ ରଙ୍ଗରେ ରଙ୍ଗାୟିତ କରାଯାଇଥିବା ବେଳେ ସୂକ୍ଷ୍ମ କାରୁକାର୍ଯ୍ୟରେ ଗେରୁଆ ରଙ୍ଗ ଦିଆଯାଇଛି। ଐତିହାସିକ କୀର୍ତ୍ତିରାଜିର ସଂରକ୍ଷଣ କରିବା ନେଇ ରାଜ୍ୟ ପର୍ଯ୍ୟଟନ ବିଭାଗ ୧ କୋଟି ଟଙ୍କା ବ୍ୟୟ ଅଟକଳରେ ରାନିବଖରୀକୁ ଚମକାଇଛନ୍ତି। ସମ୍ବଲପୁର ପାଟଣେଶ୍ୱରୀ ମନ୍ଦିର ନିକଟରେ ରାଜସ୍ଥାନୀ ଶୈଳୀରେ ତିନିମହଲା ବିଶିଷ୍ଟ ପ୍ରାସାଦ ରହିଛି। ସମ୍ବଲପୁରର ପଞ୍ଚମ ରାଜା ବଳିୟାର ସିଂହ ୧୬୬୦ରୁ ୧୬୭୦ ମସିହା ମଧ୍ୟରେ ଏହାର ନିର୍ମାଣ କରିଥିଲେ। ଦୀର୍ଘଦିନ ହେଲା ଏହା ଅବହେଳିତ ଅବସ୍ଥାରେ ପଡ଼ିରହିଥିଲା। ରାନିବଖରୀର ପୁନରୁଦ୍ଧାର କାର୍ଯ୍ୟ ଇନ୍‌ଟାକ୍‌ର ବିଶେଷଜ୍ଞଙ୍କ ତତ୍ତ୍ୱାବଧାନରେ କରାଯିବା ସହ ନକ୍ସା ପ୍ରସ୍ତୁତ ହୋଇଥିଲା। ପ୍ରାସାଦର ବାହ୍ୟ ଓ ଆଭ୍ୟନ୍ତରୀଣ ପ୍ଲାଷ୍ଟର ବାହାର କରିଦିଆଯାଇଥିଲା। ସିମେଣ୍ଟ ପରିବର୍ତ୍ତେ ଚୂନ, ବେଲଅଠା, ମେଥି, ଗୁଡ, ବିରି ମିଶ୍ରଣରେ ପ୍ରଲେପ ପ୍ରସ୍ତୁତ କରି କାନ୍ଥ ଓ ଛାତରେ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୯ା୩ (କାର୍ତ୍ତିକ ସାହୁ):ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ବିଧାୟକ ଜେନା...

ସଡ଼କ ଦୁର୍ଘଟଣା ହ୍ରାସ କରିବ ଆଇଇଏମ୍‌ଏସ୍‌

ଭୁବନେଶ୍ୱର,୨୯ା୩(ଅନିଲ ଦାସ):ରାଜ୍ୟରେ ସଡ଼କ ଦୁର୍ଘଟଣା ଚିନ୍ତାଜନକ ରହିଛି। ଏହାକୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ରାଜ୍ୟର ନୂତନ ନିର୍ମାଣାଧୀନ ରାସ୍ତା, ଏନ୍‌ଏଚ୍‌ ସମେତ ପୂର୍ତ୍ତ...

ପୋଲିସ କବ୍‌ଜାରେ ୫ ଜଣିଆ ଡକାୟତି ଗ୍ୟାଙ୍ଗ

ଭୁବନେଶ୍ୱର (ସତ୍ୟଜିତ୍‌ ରାଉତ)/ଜଟଣୀ(ରବୀନ୍ଦ୍ରନାଥ ମହାକୁଡ଼),୨୯।୩:କମିଶନରେଟ୍‌ ପୋଲିସ ହାତରେ ଧରାପଡିଛନ୍ତି ୫ ଜଣିଆ ଡକାୟତି ଗ୍ୟାଙ୍ଗ। ବୁଧବାର ବିଳମ୍ବିତ ରାତିରେ ଡକାୟତି ଯୋଜନା ବେଳେ ଜଟଣୀ ପୋଲିସ...

ସବୁଜ ବନାନୀ ନଷ୍ଟ କରୁଛି ପୋଡୁଚାଷ

କେନ୍ଦୁଝର,୨୯ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡ ଭୂୟାଁ ଜୁଆଙ୍ଗ ପିଢ଼, ତେଲକୋଇ ରେଞ୍ଜ ଅଧୀନ ବିଭିନ୍ନ ସ୍ଥାନରେ ପୋଡୁଚାଷ ପାଇଁ ବ୍ୟାପକ ଜଙ୍ଗଲ ନଷ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri