ସ୍ପେସ୍‌ରେ ହେବ ପିଜା ପାର୍ଟିି, ରକେଟ ବୋହି ନେଲା ଆବଶ୍ୟକ ସାମଗ୍ରୀ…

ୱାଶିଂଟନ,୧୧।୮: ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନକୁ ପିଜା ନେଇ ଏକ ରକେଟ ଯାତ୍ରା କରିଛି। ଏଥିରେ ୭ ଜଣ ମହାକାଶଚାରୀଙ୍କ ପାଇଁ ଆବଶ୍ୟକ ଖାଦ୍ୟ ସାମଗ୍ରୀ ରହିଛି। ଏବେ ସ୍ପେସ୍‌ ଷ୍ଟେଶନ୍‌ରେ ମହାକାଶଚାରୀ ପିଜା ପାର୍ଟି କରିବାର ସୁଯୋଗ ପାଇବେ। ନର୍ଥ୍ରୋପ ଗ୍ରୁମ୍ୟାନ କମ୍ପାନୀର ରକେଟ ପିଜା ସହିତ ସ୍ପେସ ଷ୍ଟେସନ ଅଭିମୁଖେ ଯାତ୍ରା କରିଛି। ମଙ୍ଗଳବାର କମ୍ପାନୀର ସାଇଗ୍ନସ କାର୍ଗୋ ସ୍ପେସ୍‌ ଶିପ୍‌ ଭର୍ଜିନିଆର ପୂର୍ବ ଉପକୂଳରୁ ଯାତ୍ରା କରିଛି। ଗୁରୁବାର ସୁଦ୍ଧା ଏହା ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନରେ ପହଞ୍ଚିବ।
ପାଖାପାଖି ୩,୭୦୦ କିଲୋଗ୍ରାମ୍‌ର ଶିପ୍‌ମେଣ୍ଟ୍‌ରେ ଷ୍ଟେସନରେ ଥିବା ୭ ଜଣ ମହାକାଶଚାରୀଙ୍କ ପାଇଁ ଏକ ପିଜା କିଟ ଏବଂ ତାଜା ଆପଲ, ଟମାଟୋ, କିୱି, ପନିର ବଟର ଆଦି ପଠାଯାଇଛି। ନାସା ପାଇଁ ଏହାକୁ ମିଶାଇ ନର୍ଥ୍ରୋପ ଗ୍ରୁମ୍ୟାନ କମ୍ପାନୀ ପକ୍ଷରୁ ୧୬ ଥର ଅତ୍ୟାବଶ୍ୟକ ସାମଗ୍ରୀ ବୋହିନେବା କାର୍ଯ୍ୟ ସମ୍ପନ୍ନ ହୋଇଛି। ନାସାର ୱାଲପ୍ସ ଫ୍ଲାଇଟ ସୁବିଧା ଦ୍ୱାରା କମ୍ପାନୀର ଆଣ୍ଟାରେସ ରକେଟରୁ ଏହି ଖାଦ୍ୟ ବୋହି ନେଇଥିବା କ୍ୟାପସୁଲକୁ ଲଞ୍ଚ କରାଯାଇଥିଲା। ଏହି କ୍ୟାପସୁଲକୁ ହାୱାଇସ୍‌ ଓନିଜୁକା ଭାବେ ନାମିତ କରାଯାଇଛି। ଓନିଜୁକା ମହାକାଶରେ ପ୍ରଥମ ଏସୀୟ ଆମେରିକୀୟ। ୧୯୮୬ ଚ୍ୟାଲେଞ୍ଜର୍‌ ଲଞ୍ଚ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା। ନାସାର ଦ୍ୱିତୀୟ ସ୍ପେସ୍‌ ଶିପ୍‌ ସ୍ପେସ-ଏକ୍ସ, କିଛି ସପ୍ତାହ ମଧ୍ୟରେ କେତେକ ଆବଶ୍ୟକ ସାମଗ୍ରୀ ନେଇ ଯାତ୍ରା ଆରମ୍ଭ କରିବ। ଏହି ସ୍ପେସ ଷ୍ଟେସନରେ ବର୍ତ୍ତମାନ ୩ ଜଣ ଆମେରିକୀୟ, ୨ ଜଣ ରୁଷ୍‌, ଜଣେ ଫରାସୀ ଏବଂ ଜଣେ ଜାପାନୀ ମହାକାଶଚାରୀ ରହିଛନ୍ତି। ଅତୀତରେ, ମହାକାଶଚାରୀମାନେ ମହାକାଶରେ ’ସ୍ପେସ ଗେମ’ ମଧ୍ୟ ଖେଳୁଥିଲେ। ମହାକାଶଚାରୀମାନେ ନୋ-ହ୍ୟାଣ୍ଡବଲ, ସିଙ୍କ୍ରୋନାଇଜଡ ଫ୍ଲୋଟିଂ ଭଳି ଖେଳ ଖେଳିଥିଲେ। ଟିମ୍‌ ଡ୍ରାଗନ୍‌ରେ ନାସା ମହାକାଶଚାରୀ ସଚିନ କିମ୍ବ୍ରୋ ଏବଂ ମେଗାନ ମାକାଥର୍‌, ଜାକ୍ସା ମହାକାଶଚାରୀ ଆକିହିକୋ ହୋଶାଇଡ ଏବଂ ଇଏସଏ ମହାକାଶଚାରୀ ଥୋମାସ ପେସ୍କେଟ ସାମିଲ୍‌ ଥିଲେ। ଏହି ମହାକାଶଚାରୀମାନେ ସ୍ପେସ ଏକ୍ସ କ୍ରୁ ଡ୍ରାଗନ ମହାକାଶଯାନରୁ ଆଇଏସ୍‌ଏସ୍‌କୁ ଆସିଥିଲେ। ଟିମ ସୋୟୁଜ ମହାକାଶଚାରୀ ମାର୍କ ଭାଣ୍ଡେ ହେ, ଓଲେଗ ନୋଭିଟସ୍କି ଏବଂ ରସ୍କୋସ୍ମୋସର ପାତ୍ରୋ ଡବରୋଓ୍ବ ସାମିଲ୍‌ ଥିଲେ। ସ୍ପେସ-ଏକ୍ସର କ୍ରୁ ଡ୍ରାଗନ ମହାକାଶଯାନ ଏବଂ ସୋୟୁଜ ଏପ୍ରିଲ ୨୦୨୧ରେ ଆଇଏସ୍‌ଏସରେ ପହଞ୍ଚିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ଚାକିରି ଦେବା ନାଁରେ ଠକେଇ: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ

ଛତ୍ରପୁର,୪।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଯୁବପିଢ଼ିଙ୍କୁ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ଛତ୍ରପୁର ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଓଡ଼ିଶା ପାଇଁ ଗୌରବ: ଆଡ଼ଭାନ୍ସ ମାଉଣ୍ଟେନିୟରିଂ ପ୍ରଶିକ୍ଷଣ ପାଇଁ କାଶ୍ମୀର ଯିବେ ବରଗଡ଼ର ଆଶୀର୍ବାଦ ମହାପାତ୍ର

ବରଗଡ଼, ୪।୯(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ଜଣାଶୁଣା ଆନ୍ତର୍ଜାତୀୟ ପର୍ବତାରୋହୀ ତଥା ବରଗଡ଼ ଜିଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁଲିତାଟୁକୁରା ଗ୍ରାମର ବାସିନ୍ଦା ଆଶୀର୍ବାଦ ମହାପାତ୍ର ଆଡ଼ଭାନ୍ସ ମାଉଣ୍ଟେନିୟରିଂ…

ଖିମଜୀ ଦୟାଭାଇ କୋ.ଗ୍ରୁପ୍‌ ପାଳନ କରୁଛି ୯୦ ବର୍ଷର ବିଶ୍ୱାସ, କାରିଗରୀ ଓ ସଫଳତା

ଭୁବନେଶ୍ୱର: ଓଡ଼ିଶାର ଐତିହ୍ୟବାହୀ ଜୁଏଲେରୀ ବ୍ରାଣ୍ଡ ଖିମଜୀ ଦୟାଭାଇ କୋ. ଗ୍ରୁପ ଗର୍ବର ସହ ନିଜର ୯୦ ବର୍ଷର ଯାତ୍ରା ପାଳନ କରୁଛି। ୧୯୩୬ ଅଗଷ୍ଟରୁ ଆରମ୍ଭ…

ଏବେ କିଣିନିଅନ୍ତୁ ସୁନା, ବଢିବ ସୁନାଦର; ଏକ୍ସପର୍ଟ କହିଦେଲେ କେବେ…

ନୂଆଦିଲ୍ଲୀ,୪।୯: ପାର୍ୱଣ ଏବଂ ବିବାହ ଋତୁ ପାଇଁ ପ୍ରସ୍ତୁତି ଚଳାଇଥିବା ଲୋକଙ୍କ ନିମନ୍ତେ ସେପ୍ଟେମ୍ୱର ମାସଟି ବେଶ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। ସମ୍ପ୍ରତି ସୁନା ଦରରେ କିଛିଟା…

ସ୍କୁଟି-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା: ଚାଲିଗଲା ଶିକ୍ଷକଙ୍କ ଜୀବନ

ମାଲକାନଗିରି,୪।୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ୍‌ ଅଞ୍ଚଳରେ ଏକ ସ୍କୁଟି ଓ ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛିା। ମୃତକ…

ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଖେଳାଳି, କାହିଁକି ଜାଣନ୍ତୁ…

ନୂଆପଡ଼ା,୪ା୯(ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦିବ୍ୟାଙ୍ଗ କ୍ରିକେଟ ଖେଳର ବିକାଶ ପାଇଁ ଗୁରୁବାର ଜନସଂଘର୍ଷ ଦିବ୍ୟାଙ୍ଗ କ୍ରିକେଟ ଆସୋସିଏଶନ (ଜେଏସ୍‌ଡିସିଏ) ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛି। କୋଚ୍‌ କପିଳଦେବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri