ସ୍ପେସ୍‌ରେ ହେବ ପିଜା ପାର୍ଟିି, ରକେଟ ବୋହି ନେଲା ଆବଶ୍ୟକ ସାମଗ୍ରୀ…

ୱାଶିଂଟନ,୧୧।୮: ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନକୁ ପିଜା ନେଇ ଏକ ରକେଟ ଯାତ୍ରା କରିଛି। ଏଥିରେ ୭ ଜଣ ମହାକାଶଚାରୀଙ୍କ ପାଇଁ ଆବଶ୍ୟକ ଖାଦ୍ୟ ସାମଗ୍ରୀ ରହିଛି। ଏବେ ସ୍ପେସ୍‌ ଷ୍ଟେଶନ୍‌ରେ ମହାକାଶଚାରୀ ପିଜା ପାର୍ଟି କରିବାର ସୁଯୋଗ ପାଇବେ। ନର୍ଥ୍ରୋପ ଗ୍ରୁମ୍ୟାନ କମ୍ପାନୀର ରକେଟ ପିଜା ସହିତ ସ୍ପେସ ଷ୍ଟେସନ ଅଭିମୁଖେ ଯାତ୍ରା କରିଛି। ମଙ୍ଗଳବାର କମ୍ପାନୀର ସାଇଗ୍ନସ କାର୍ଗୋ ସ୍ପେସ୍‌ ଶିପ୍‌ ଭର୍ଜିନିଆର ପୂର୍ବ ଉପକୂଳରୁ ଯାତ୍ରା କରିଛି। ଗୁରୁବାର ସୁଦ୍ଧା ଏହା ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନରେ ପହଞ୍ଚିବ।
ପାଖାପାଖି ୩,୭୦୦ କିଲୋଗ୍ରାମ୍‌ର ଶିପ୍‌ମେଣ୍ଟ୍‌ରେ ଷ୍ଟେସନରେ ଥିବା ୭ ଜଣ ମହାକାଶଚାରୀଙ୍କ ପାଇଁ ଏକ ପିଜା କିଟ ଏବଂ ତାଜା ଆପଲ, ଟମାଟୋ, କିୱି, ପନିର ବଟର ଆଦି ପଠାଯାଇଛି। ନାସା ପାଇଁ ଏହାକୁ ମିଶାଇ ନର୍ଥ୍ରୋପ ଗ୍ରୁମ୍ୟାନ କମ୍ପାନୀ ପକ୍ଷରୁ ୧୬ ଥର ଅତ୍ୟାବଶ୍ୟକ ସାମଗ୍ରୀ ବୋହିନେବା କାର୍ଯ୍ୟ ସମ୍ପନ୍ନ ହୋଇଛି। ନାସାର ୱାଲପ୍ସ ଫ୍ଲାଇଟ ସୁବିଧା ଦ୍ୱାରା କମ୍ପାନୀର ଆଣ୍ଟାରେସ ରକେଟରୁ ଏହି ଖାଦ୍ୟ ବୋହି ନେଇଥିବା କ୍ୟାପସୁଲକୁ ଲଞ୍ଚ କରାଯାଇଥିଲା। ଏହି କ୍ୟାପସୁଲକୁ ହାୱାଇସ୍‌ ଓନିଜୁକା ଭାବେ ନାମିତ କରାଯାଇଛି। ଓନିଜୁକା ମହାକାଶରେ ପ୍ରଥମ ଏସୀୟ ଆମେରିକୀୟ। ୧୯୮୬ ଚ୍ୟାଲେଞ୍ଜର୍‌ ଲଞ୍ଚ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା। ନାସାର ଦ୍ୱିତୀୟ ସ୍ପେସ୍‌ ଶିପ୍‌ ସ୍ପେସ-ଏକ୍ସ, କିଛି ସପ୍ତାହ ମଧ୍ୟରେ କେତେକ ଆବଶ୍ୟକ ସାମଗ୍ରୀ ନେଇ ଯାତ୍ରା ଆରମ୍ଭ କରିବ। ଏହି ସ୍ପେସ ଷ୍ଟେସନରେ ବର୍ତ୍ତମାନ ୩ ଜଣ ଆମେରିକୀୟ, ୨ ଜଣ ରୁଷ୍‌, ଜଣେ ଫରାସୀ ଏବଂ ଜଣେ ଜାପାନୀ ମହାକାଶଚାରୀ ରହିଛନ୍ତି। ଅତୀତରେ, ମହାକାଶଚାରୀମାନେ ମହାକାଶରେ ’ସ୍ପେସ ଗେମ’ ମଧ୍ୟ ଖେଳୁଥିଲେ। ମହାକାଶଚାରୀମାନେ ନୋ-ହ୍ୟାଣ୍ଡବଲ, ସିଙ୍କ୍ରୋନାଇଜଡ ଫ୍ଲୋଟିଂ ଭଳି ଖେଳ ଖେଳିଥିଲେ। ଟିମ୍‌ ଡ୍ରାଗନ୍‌ରେ ନାସା ମହାକାଶଚାରୀ ସଚିନ କିମ୍ବ୍ରୋ ଏବଂ ମେଗାନ ମାକାଥର୍‌, ଜାକ୍ସା ମହାକାଶଚାରୀ ଆକିହିକୋ ହୋଶାଇଡ ଏବଂ ଇଏସଏ ମହାକାଶଚାରୀ ଥୋମାସ ପେସ୍କେଟ ସାମିଲ୍‌ ଥିଲେ। ଏହି ମହାକାଶଚାରୀମାନେ ସ୍ପେସ ଏକ୍ସ କ୍ରୁ ଡ୍ରାଗନ ମହାକାଶଯାନରୁ ଆଇଏସ୍‌ଏସ୍‌କୁ ଆସିଥିଲେ। ଟିମ ସୋୟୁଜ ମହାକାଶଚାରୀ ମାର୍କ ଭାଣ୍ଡେ ହେ, ଓଲେଗ ନୋଭିଟସ୍କି ଏବଂ ରସ୍କୋସ୍ମୋସର ପାତ୍ରୋ ଡବରୋଓ୍ବ ସାମିଲ୍‌ ଥିଲେ। ସ୍ପେସ-ଏକ୍ସର କ୍ରୁ ଡ୍ରାଗନ ମହାକାଶଯାନ ଏବଂ ସୋୟୁଜ ଏପ୍ରିଲ ୨୦୨୧ରେ ଆଇଏସ୍‌ଏସରେ ପହଞ୍ଚିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri