ତାଲିବାନ ପୁଣି ଦଖଲ କଲା ଆଉ ୩ସହର: ବିଶ୍ୱର ସହାୟତା ଲୋଡିଲେ ଏହି କ୍ରିକେଟର

କାବୁଲ,୧୧।୮: ଦିନକୁ ଦିନ ଆଫଗାନିସ୍ତାନ ସ୍ଥିତି ବିଗିଡ଼ିବାରେ ଲାଗିଛି। ଆଫଗାନିସ୍ତାନ ସେନାଙ୍କୁ ତାଲିବାନଙ୍କ ସହ ମୁକାବିଲା କରିବା ଏବେ କଷ୍ଟକର ହୋଇପଡ଼ିଛି। କାରଣ ଗତ ୩ରୁ୪ ଦିନ ମଧ୍ୟରେ ଦେଶରେ ଅନେକ ସହରକୁ ତାଲିବାନ ଦଖଲ କରିବା ସହ ନିଜ ଆଧିପତ୍ୟ ଜାହିର କରିଛି। ମଙ୍ଗଳବାର ୩ଟି ବଡ଼ ସହରକୁ ତାଲିବାନ ନିଜ ଦଖଲକୁ ନେଇଛି। ଗତ କିଛି ଦିନ ହେଲା ତାଲିବାନ ପକ୍ଷରୁ ଲଗାତର ଭାବେ ଆଫଗାନିସ୍ତାନର ପ୍ରଦେଶ ରାଜଧାନୀକୁ ଟାର୍ଗେଟ କରାଯାଉଛି। ଏଥିରେ ଏବେ ନୂଆ ସହର ପୁଲ-ଇ-ଖୁମରୀ,ଫୈଜାବାଦ ଓ ଫରାହ ମଧ୍ୟ ସାମିଲ ହୋଇଛି। ବୁଧବାର ଏହି ୩ଟି ସହରକୁ ତାଲିବାନ ଦଖଲ କରିଥିବା ଜଣାପଡ଼ିଛି। ଯାହାକୁ ନେଇ ଏବେ ଆଫଗାନିସ୍ତାନ ସରକାର ଓ ସେନାଙ୍କ ପାଇଁ ସମସ୍ୟା ବଢ଼ିଯାଇଛି। କାରଣ ବହୁ କମ୍‌ ଦିନରେ ତାଲିବାନ ନିଜର ଆଧିପତ୍ୟ ବଢ଼ାଉଥିବା ବେଳେ ଆମେରିକା ସୈନ୍ୟବାହିନୀ ଧୀରେ ଧୀରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରୁଛି। ଯାହାଫଳରେ ଆଫଗାନିସ୍ତାନ ସେନା ଏବେ ଦୁର୍ବଳ ହେବାରେ ଲାଗିଛି। ଇତିମଧ୍ୟରେ ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ ଘାନି ବୁଧବାର ମଜାର-ଏ-ଶରିଫ ଗସ୍ତ କରିଛନ୍ତି। ସେଠାରେ ରାଷ୍ଟ୍ରପତି ସେନା ଅଧିକାରୀଙ୍କୁ ଭେଟିଛନ୍ତି। ଯେଉଁମାନେ ଏଠାରୁ ତାଲିବାନ ସହ ଲଢ଼େଇ କରୁଛନ୍ତି। କାବୁଲ ପରେ ବର୍ତ୍ତମାନ ମଜାର-ଏ-ଶରିଫ ହେଉଛି କିଛି ସହର ମଧ୍ୟରୁ ଗୋଟିଏ। ଯାହା ଆଫଗାନିସ୍ତାନ ସରକାରଙ୍କ ଅଧୀନରେ ରହିଛି। ଅନ୍ୟପଟେ ଦେଶର ଖରାପ୍‌ ସ୍ଥିତିକୁ ନେଇ ଆଫଗାନିସ୍ତାନ କ୍ରିକେଟର ରଶିଦ ଖାନ ବିଶ୍ୱର ସହାୟତା ଲୋଡିଛନ୍ତି। ରସିଦ ଖାନ ମଙ୍ଗଳବାର ଟୁଇଟ କରି ଲେଖିଛନ୍ତି, ବିଶ୍ୱର ନେତା, ବର୍ତ୍ତମାନ ମୋ ଦେଶ ବିପଦରେ ରହିଛି। ପ୍ରତିଦିନ ହଜାର ହଜାର ନିରୀହ ପିଲା, ମହିଳା, ଲୋକଙ୍କ ଜୀବନ ଯାଉଛି ଏବଂ ଘର ବି ନଷ୍ଟ ହେଉଛି। ଆମକୁ ଏଭଳି ସଙ୍କଟରେ ନ ଛାଡିବାକୁ ରସିଦ ଖାନ ବିଶ୍ୱକୁ ନିବେଦନ କରିଛନ୍ତି। ଏଥିସହ ସହ ସେ କହିଛନ୍ତି, ଆଫଗାନିସ୍ତାନ ଶାନ୍ତି ଚାହୁଁଛି, ଏହି ହତ୍ୟାରୁ ଲୋକଙ୍କୁ ରକ୍ଷା କରାଯାଉ। ସୂଚନା ମୁତାବକ ରସିଦ ହେଉଛନ୍ତି ଆଫଗାନିସ୍ତାନର ଜଣେ ଭଲ କ୍ରିକେଟର। ଯିଏ ଭାରତ ସମେତ ବିଶ୍ୱର କ୍ରିକେଟ ଟିମ୍‌ରେ ବେଶ୍‌ ନାଁକରା।


Enter your email to get our daily news in your inbox.

All Right Reserved By Dharitri.Com

ଦେଶ ଛାଡିବା ପରେ ଏମିତି କହିଲେ ରାଷ୍ଟ୍ରପତି

କାବୁଲ,୧୬।୮: ଆମେରିକାର ସୈନ୍ୟବାହିନୀ ଯିବାର କିଛି ଦିନ ମଧ୍ୟରେ ଆଫଗାନିସ୍ତାନକୁ ନିଜ ଅଧୀନକୁ ନେଇଛି ତାଲିବାନ। ଏବେ ସମଗ୍ର ଆଫଗାନିସ୍ତାନକୁ ତାଲିବାନ ଦଖଲ କରିନେଇଛି ତାଲିବାନ।...

ଯୁଦ୍ଧ ହେଲେ ପୃଥିବୀରେ ବଢ଼ିବ ଦରଦାମ୍‌,ତେଲରେ ଲାଗିବ ନିଆଁ….

ମସ୍କୋ, ୧୫।୨ : ୟୁକ୍ରେନ୍‌ ଉପରେ ରୁଷିଆର ସମ୍ଭାବ୍ୟ ଆକ୍ରମଣ ନେଇ ଏବେ ଅନ୍ତର୍ଜାତୀୟସ୍ତରରେ ଆତଙ୍କ ସୃଷ୍ଟି ହୋଇଛି। ଯୁଦ୍ଧ ହେଲେ ପୃଥିବୀରେ ଦରଦାମ୍‌ ବଢ଼ିବାର...

ରାଷ୍ଟ୍ରପତିଙ୍କୁ ପ୍ରଶ୍ନ ପଚାରିବା ଖବରଦାତାଙ୍କୁ ପଡ଼ିଲା ମହଙ୍ଗା

ରିଓ,୧।୧୧: ଜି -୨୦ ଶିଖର ସମ୍ମିଳନୀ ବିଷୟରେ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋଙ୍କୁ ପ୍ରଶ୍ନ କରିବା ଜଣେ ଖବରଦାତାଙ୍କୁ ମହଙ୍ଗା ପଡିଛି। ପ୍ରଶ୍ପ ପଚାରିବା ପାଇଁ...

ମସ୍କ ହୋଇପାରନ୍ତି ଟୁଇଟର ସିଇଓ

ଓ୍ବାଶିଂଟନ୍‌, ୬ା୫: ସ୍ପେସ୍‌ଏକ୍ସ ମାଲିକ ଏଲନ ମସ୍କ ଟୁଇଟର କିଣିବା ପରେ ଏହାର ସିଇଓ କିଏ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏକ...

କ୍ୱାଡ୍‌ ଫେଲୋଶିପ୍‌ ଶୁଭାରମ୍ଭ, ୧୦୦ ଶ୍ରେଷ୍ଠ ଶିକ୍ଷାର୍ଥୀଙ୍କୁ ପ୍ରଦାନ କରାଯିବ…

ଟୋକିଓ, ୨୪।୫ : ଜାପାନର କ୍ୱାଡ୍‌ ସମ୍ମିଳନୀରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଏବଂ...

ମେୟରଙ୍କୁ ମୁକୁଳାଇବାକୁ ବିଶ୍ୱ ନେତାଙ୍କୁ ଅନୁରୋଧ କଲେ ଜେଲେନ୍‌ସ୍କି

କ୍ୱିଭ,୧୩ ।୩: ରୁଷିଆ-ୟୁକ୍ରେନ ଯୁଦ୍ଧରେ ଅନେକ ଧନ ଜୀବନ ନଷ୍ଟ ହୋଇଥିବା ବେଳେ ରୁଷିଆର ଦବଦବା ଏବେ ୟୁକ୍ରେନ୍ ସରକାରଙ୍କୁ ଚିନ୍ତାରେ ପକାଇ ଦେଇଛି ।...

ଜୁନ୍‌ ୧୭ରେ ଜାତିସଂଘ ସୁରକ୍ଷା ପରିଷଦ ନିର୍ବାଚନ

ଜେନେଭା, ୨।୬: ଜାତିସଂଘ ସୁରକ୍ଷା ପରିଷଦ ନିର୍ବାଚନ ଜୁନ୍‌ ୧୭ରେ ହେବ। ଏନେଇ ସୂଚନା ପ୍ରକାଶ ପାଇଛି। ଫ୍ରାନ୍ସ୍‌ର ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏହି ସୂଚନା...

ଲାହୋର କୋର୍ଟରେ ହାଜର ହେଲେ ଶରିଫ

ଲାହୋର,୧୧।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କୁ ଶୁକ୍ରବାର ନ୍ୟାଶନାଲ ଆକାଉଣ୍ଟାବିଲିଟି ବ୍ୟୁରୋ(ଏନ୍‌ଏବି) ଚୌଧୁରୀ ସୁଗାର ମିଲ୍‌ ମାମଲାରେ ଗିରଫ କରିଥିବା ଜଣାପଡିଛି। ଏହାପରେ ତାଙ୍କୁ...

Advertisement
Archives

Model This Week