ଢେଙ୍କାନାଳରେ ହେବ ହେଲିପ୍ୟାଡ୍‌

ଢେଙ୍କାନାଳ ଅଫିସ୍‌, ୫।୬: ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ କରିବା, ଭିଭିଆଇପିଙ୍କ ଗସ୍ତ ସୁଗମ ଲାଗି ଢେଙ୍କାନାଳରେ ନିର୍ମିତ ହେବ ହେଲିପ୍ୟାଡ୍‌। ଏଥିଲାଗି ସହର ଉପକଣ୍ଠ ମହିଷାପାଟରେ ୨ଟି ସରକାରୀ ଜମି ଚିହ୍ନଟ କରାଯାଇଛି। ଆବଶ୍ୟକ ସମୀକ୍ଷା, ପରୀକ୍ଷାନିରୀକ୍ଷା ପରେ ସେଥିରୁ ଗୋଟିଏରେ ହେଲିପ୍ୟାଡ୍‌ ନିର୍ମାଣ କରାଯିବ। ସେହିପରି କଙ୍କଡ଼ାହାଡ଼ ବ୍ଲକ ବୀରାଶାଳରେ ଥିବା ରାଜ୍ୟର ଅନ୍ୟତମ ପୁରାତନ ଏୟାରଷ୍ଟ୍ରିପ୍‌କୁ ଜରୁରୀ ସମୟରେ ବ୍ୟବହାର କରିବା ଲାଗି ଉନ୍ନତୀକରଣ କରାଯିବ। ଏଥିଲାଗି ପ୍ରସ୍ତୁତ ହୋଇଛି ନୀଳନକ୍ସା।
ଶିଳ୍ପ ଜିଲା ଢେଙ୍କାନାଳରେ ଏକାଧିକ ଜାତୀୟସ୍ତରୀୟ ଅନୁଷ୍ଠାନ ରହିଛି। ବିଭିନ୍ନ ସମୟରେ ବହୁ ପଦସ୍ଥ ଅଧିକାରୀ ଆସୁଛନ୍ତି। ଆପତକାଳୀନ ସମୟରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ ହେଉ କି ଗୁରୁତରଙ୍କୁ ଏୟାରଲିଫ୍ଟ କରିବା, ଏସବୁ କ୍ଷେତ୍ରରେ ଏକ ହେଲିପ୍ୟାଡର ଆବଶ୍ୟକତା ଦୀର୍ଘଦିନ ହେଲା ଅନୁଭୂତ ହେଉଥିଲା। ବିଳମ୍ବରେ ହେଉପଛେ, ଏଥିପ୍ରତି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଶୁଭଦୃଷ୍ଟି ପଡ଼ିଛି। ନିକଟରେ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢ଼ୀ ଏ ନେଇ ଭିଡିଓ କନ୍‌ଫରେନ୍ସରେ ଜିଲାପାଳ ସରୋଜ କୁମାର ସେଠୀଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ଜିଲା ପ୍ରଶାସନ ପକ୍ଷରୁ ସହର ଉପକଣ୍ଠ ମହିଷାପାଟ ରେଙ୍ଗାଲି କଲୋନୀ ନିକଟରେ ୨ଟି ଜମି ଚିହ୍ନଟ କରାଯାଇଛି। ତନ୍ମଧ୍ୟରେ ପୂର୍ତ୍ତ ବିଭାଗର ୨ ଏକର ୬୩ ଡେସିମିଲ ଏବଂ ରାଜସ୍ବ ବିଭାଗର ୬ ଏକର ବିଶିଷ୍ଟ ଜମି ରହିଛି। ଏ ସମ୍ପର୍କରେ ବିଧିବଦ୍ଧ ଭାବେ ପ୍ରଶାସନ ପକ୍ଷରୁ ପ୍ରସ୍ତାବ ଦିଆଯିବ। ଏହାପରେ ବିଭାଗୀୟ ବିଶେଷଜ୍ଞମାନେ ଚିହ୍ନଟ ଜାଗା ପରିଦର୍ଶନ କରି ଅନୁଧ୍ୟାନ, ଯାଞ୍ଚ ଏବଂ ପରୀକ୍ଷାନିରୀକ୍ଷା କରିବେ। ଜାଗା ଚୂଡ଼ାନ୍ତ ହେବା ପରେ କୌଣସି ଗୋଟିଏ ସ୍ଥାନରେ ହେଲିପ୍ୟାଡ ନିର୍ମାଣ କରାଯିବ।
ସେହିପରି ୫୩ ଏକର ବିଶିଷ୍ଟ ବୀରାଶାଳ ଏୟାରଷ୍ଟ୍ରିପ୍‌ ଉନ୍ନତୀକରଣ କାର୍ଯ୍ୟ ଜାରି ରହିଛି। ଏହାକୁ ଆବଶ୍ୟକ ସମୟରେ ଜରୁରୀ କାର୍ଯ୍ୟରେ ବ୍ୟବହାର କରାଯିବା ଲାଗି ବ୍ୟବସ୍ଥିତ କରାଯାଉଛି। ୭ କୋଟି ଟଙ୍କା ବ୍ୟୟରେ ହ୍ୟାଙ୍ଗର (ବିମାନ ରହିବା ଗୃହ) ନିର୍ମାଣ କାର୍ଯ୍ୟ ଚାଲିଛି। ଏୟାରଷ୍ଟ୍ରିପ୍‌ ତାଲିମକେନ୍ଦ୍ରରେ ୫୦ଜଣ ଛାତ୍ରୀଛାତ୍ର ପାଇଲଟ ତାଲିମ ନେଉଛନ୍ତି। ସମ୍ଭାବ୍ୟ ଜରୁରୀ ସ୍ଥିତିକୁ ନଜରରେ ରଖି ବୀରାଶାଳ ସ୍ବାସ୍ଥ୍ୟକେନ୍ଦ୍ରକୁ ଏକ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି।
ଏ ସଂକ୍ରାନ୍ତରେ ଜିଲାପାଳ ସୂଚନା ଦେଇ କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟ, ଭିଭିଆଇପିଙ୍କ ଗସ୍ତ ସମେତ ଅନ୍ୟାନ୍ୟ ଜରୁରୀ କାର୍ଯ୍ୟ ପାଇଁ ଏକ ହେଲିପ୍ୟାଡ୍‌ ନିର୍ମାଣ କରାଯିବାକୁ ଯୋଜନା ରହିଛି। ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ବୀରାଶାଳରେ ଏୟାରଷ୍ଟ୍ରପ୍‌ର ଉନ୍ନତୀକରଣ କାର୍ଯ୍ୟ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକବଳ, ଧନବଳ ମଧ୍ୟରେ ଲଢ଼େଇ: ଧର୍ମେନ୍ଦ୍ର

ଢେଙ୍କାନାଳ,୪ା୫(ରତନ ନାୟାର): ଓଡ଼ିଶା ସରକାରଙ୍କ ବିରୋଧରେ ପ୍ରବଳ ଜନମତ ଦେଖାଦେଲାଣି। ଦୁର୍ନୀତିଗ୍ରସ୍ତଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଚଳିତ ନିର୍ବାଚନରେ ଧନବଳ ଓ ଲୋକବଳ ମଧ୍ୟରେ ଲଢ଼େଇ...

ହଠାତ ଢେଙ୍କାନାଳ ସହରରେ ଅବତରଣ କଲା ହେଲିକପ୍ଟର, ତଦନ୍ତ କରୁଛି ପୋଲିସ

ଢେଙ୍କାନାଳ,୨।୫: ଗୁରୁବାର କୌଣସି ପୂର୍ବ ସୂଚନା ନଦେଇ ଏକ ହେଲିକପ୍ଟର ଢେଙ୍କାନାଳ ସହରରେ ଅବତରଣ କରିଛି। ଏହା କେଉଁଠୁ ଆସିଛି ଓ କାହିଁକି ଆସିଛି ସେ...

୩ରେ ପ୍ରାର୍ଥତ୍ପତ୍ର ଦାଖଲ କରିବେ ଭାଜପା ପ୍ରାର୍ଥୀ ରୁଦ୍ର ପାଣି

ଢେଙ୍କାନାଳ,୧ା୫(ରତନ ନାୟାର): ଭାରତୀୟ ଜନତା ପାର୍ଟିର ଢେଙ୍କାନାଳ ଲୋକ ସଭା ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଆସନ୍ତା ୩ ତାରିଖରେ ପ୍ରାର୍ଥତ୍ପତ୍ର ଦାଖଲ କରିବେ। ଏଥିପାଇଁ...

ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...

ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି

ଢେଙ୍କାନାଳ,୩୦ା୪(ରତନ ନାୟାର): ଢେଙ୍କାନାଳ ସହର ଗଣେଶ ମଣ୍ଡପଠାରେ ରବିବାର ବିଜେଡି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ

ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ହିନ୍ଦୋଳ ବିଧାନସଭା କ୍ଷେତ୍ରରୁ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ିବେ ବିଧାୟିକା ସୀମାରାଣୀ ନାୟକ। ଶନିବାର ଭାଜପା ପକ୍ଷରୁ ତାଙ୍କୁ ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri