ଢେଙ୍କାନାଳରେ ହେବ ହେଲିପ୍ୟାଡ୍‌

ଢେଙ୍କାନାଳ ଅଫିସ୍‌, ୫।୬: ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ କରିବା, ଭିଭିଆଇପିଙ୍କ ଗସ୍ତ ସୁଗମ ଲାଗି ଢେଙ୍କାନାଳରେ ନିର୍ମିତ ହେବ ହେଲିପ୍ୟାଡ୍‌। ଏଥିଲାଗି ସହର ଉପକଣ୍ଠ ମହିଷାପାଟରେ ୨ଟି ସରକାରୀ ଜମି ଚିହ୍ନଟ କରାଯାଇଛି। ଆବଶ୍ୟକ ସମୀକ୍ଷା, ପରୀକ୍ଷାନିରୀକ୍ଷା ପରେ ସେଥିରୁ ଗୋଟିଏରେ ହେଲିପ୍ୟାଡ୍‌ ନିର୍ମାଣ କରାଯିବ। ସେହିପରି କଙ୍କଡ଼ାହାଡ଼ ବ୍ଲକ ବୀରାଶାଳରେ ଥିବା ରାଜ୍ୟର ଅନ୍ୟତମ ପୁରାତନ ଏୟାରଷ୍ଟ୍ରିପ୍‌କୁ ଜରୁରୀ ସମୟରେ ବ୍ୟବହାର କରିବା ଲାଗି ଉନ୍ନତୀକରଣ କରାଯିବ। ଏଥିଲାଗି ପ୍ରସ୍ତୁତ ହୋଇଛି ନୀଳନକ୍ସା।
ଶିଳ୍ପ ଜିଲା ଢେଙ୍କାନାଳରେ ଏକାଧିକ ଜାତୀୟସ୍ତରୀୟ ଅନୁଷ୍ଠାନ ରହିଛି। ବିଭିନ୍ନ ସମୟରେ ବହୁ ପଦସ୍ଥ ଅଧିକାରୀ ଆସୁଛନ୍ତି। ଆପତକାଳୀନ ସମୟରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ ହେଉ କି ଗୁରୁତରଙ୍କୁ ଏୟାରଲିଫ୍ଟ କରିବା, ଏସବୁ କ୍ଷେତ୍ରରେ ଏକ ହେଲିପ୍ୟାଡର ଆବଶ୍ୟକତା ଦୀର୍ଘଦିନ ହେଲା ଅନୁଭୂତ ହେଉଥିଲା। ବିଳମ୍ବରେ ହେଉପଛେ, ଏଥିପ୍ରତି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଶୁଭଦୃଷ୍ଟି ପଡ଼ିଛି। ନିକଟରେ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢ଼ୀ ଏ ନେଇ ଭିଡିଓ କନ୍‌ଫରେନ୍ସରେ ଜିଲାପାଳ ସରୋଜ କୁମାର ସେଠୀଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ଜିଲା ପ୍ରଶାସନ ପକ୍ଷରୁ ସହର ଉପକଣ୍ଠ ମହିଷାପାଟ ରେଙ୍ଗାଲି କଲୋନୀ ନିକଟରେ ୨ଟି ଜମି ଚିହ୍ନଟ କରାଯାଇଛି। ତନ୍ମଧ୍ୟରେ ପୂର୍ତ୍ତ ବିଭାଗର ୨ ଏକର ୬୩ ଡେସିମିଲ ଏବଂ ରାଜସ୍ବ ବିଭାଗର ୬ ଏକର ବିଶିଷ୍ଟ ଜମି ରହିଛି। ଏ ସମ୍ପର୍କରେ ବିଧିବଦ୍ଧ ଭାବେ ପ୍ରଶାସନ ପକ୍ଷରୁ ପ୍ରସ୍ତାବ ଦିଆଯିବ। ଏହାପରେ ବିଭାଗୀୟ ବିଶେଷଜ୍ଞମାନେ ଚିହ୍ନଟ ଜାଗା ପରିଦର୍ଶନ କରି ଅନୁଧ୍ୟାନ, ଯାଞ୍ଚ ଏବଂ ପରୀକ୍ଷାନିରୀକ୍ଷା କରିବେ। ଜାଗା ଚୂଡ଼ାନ୍ତ ହେବା ପରେ କୌଣସି ଗୋଟିଏ ସ୍ଥାନରେ ହେଲିପ୍ୟାଡ ନିର୍ମାଣ କରାଯିବ।
ସେହିପରି ୫୩ ଏକର ବିଶିଷ୍ଟ ବୀରାଶାଳ ଏୟାରଷ୍ଟ୍ରିପ୍‌ ଉନ୍ନତୀକରଣ କାର୍ଯ୍ୟ ଜାରି ରହିଛି। ଏହାକୁ ଆବଶ୍ୟକ ସମୟରେ ଜରୁରୀ କାର୍ଯ୍ୟରେ ବ୍ୟବହାର କରାଯିବା ଲାଗି ବ୍ୟବସ୍ଥିତ କରାଯାଉଛି। ୭ କୋଟି ଟଙ୍କା ବ୍ୟୟରେ ହ୍ୟାଙ୍ଗର (ବିମାନ ରହିବା ଗୃହ) ନିର୍ମାଣ କାର୍ଯ୍ୟ ଚାଲିଛି। ଏୟାରଷ୍ଟ୍ରିପ୍‌ ତାଲିମକେନ୍ଦ୍ରରେ ୫୦ଜଣ ଛାତ୍ରୀଛାତ୍ର ପାଇଲଟ ତାଲିମ ନେଉଛନ୍ତି। ସମ୍ଭାବ୍ୟ ଜରୁରୀ ସ୍ଥିତିକୁ ନଜରରେ ରଖି ବୀରାଶାଳ ସ୍ବାସ୍ଥ୍ୟକେନ୍ଦ୍ରକୁ ଏକ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି।
ଏ ସଂକ୍ରାନ୍ତରେ ଜିଲାପାଳ ସୂଚନା ଦେଇ କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟ, ଭିଭିଆଇପିଙ୍କ ଗସ୍ତ ସମେତ ଅନ୍ୟାନ୍ୟ ଜରୁରୀ କାର୍ଯ୍ୟ ପାଇଁ ଏକ ହେଲିପ୍ୟାଡ୍‌ ନିର୍ମାଣ କରାଯିବାକୁ ଯୋଜନା ରହିଛି। ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ବୀରାଶାଳରେ ଏୟାରଷ୍ଟ୍ରପ୍‌ର ଉନ୍ନତୀକରଣ କାର୍ଯ୍ୟ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri