Posted inଜାତୀୟ

ସରକାର ନ ହେଉଣୁ ସୋରେନ-ରାହୁଲଙ୍କ ମଧ୍ୟରେ ଫାଟ, କ୍ୟାବିନେଟରେ ମିଳିବନି ସ୍ଥାନ!

ରାଞ୍ଚି,୨୮।୧୧: ଝାଡଖଣ୍ଡରେ ଆଜି ଶପଥ ନେବେ ହେମନ୍ତ ସୋରେନ। ଏନେଇ ଜୋରସୋରରେ ପ୍ରସ୍ତୁତି ଜାରି ରହିଛି। ତେବେ ମୁଖ୍ୟମନ୍ତ୍ରୀ ଶପଥ ନେବା ପରେ ଏବେ ତାଙ୍କ ମନ୍ତ୍ରୀମଣ୍ଡଳ ନେଇ ପ୍ରାନ ଉଠୁଛି। ଏନେଇ କୌଣସି ସୂଚନା ମିଳି ନଥିବାବେଳେ ସୋରେନଙ୍କ ମନ୍ତ୍ରୀମଣ୍ଡଳରେ କିଏ କିଏ ରହିବେ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। କ୍ଷମତାକୁ ଫେରିବା ପରେ ହେମନ୍ତଙ୍କ କ୍ୟାବିନେଟର ସମସ୍ୟା ଅଧିକ ଜଟିଳ ହୋଇପଡିଛି। କାରଣ ମେଣ୍ଟ ସରକାରରେ ଏବେ ଜେଏମଏମ ଓ କଂଗ୍ରେସ ଛଡା ସିପିଆଇଏମଆଇ ଏଣ୍ଟ୍ରି ମାରିଛି। ତେଣୁ ମନ୍ତ୍ରୀମଣ୍ଡଳରେ କାହାକୁକେଉଁ ବିଭାଗ ମିଳିବ ତାକୁ ନେଇ ଟେନଶରେ ଅଛନ୍ତି ସୋରେନ ସରକାର।

ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟନୁସାରେ, ବର୍ତ୍ତମାନ କେବଳ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଡିସେମ୍ବର ପ୍ରଥମ ସପ୍ତାହରେ କ୍ୟାବିନେଟର ସମ୍ପୂର୍ଣ୍ଣ ସମ୍ପ୍ରସାରଣ ହେବ। କହିରଖୁଛୁ କି, କଂଗ୍ରେସ ଝାଡଖଣ୍ଡର କୋଟା ଆସନ ଉପରେ ଆଖି ରଖିଛି। ପୁରୁଣା ଫର୍ମୂଲାନୁସାରେ କ୍ୟାବିନେଟରେ ଅତି କମରେ ୪ଟି ସିଟ ଚାହୁଁଛି। କିନ୍ତୁ ମେଣ୍ଟ ସରକାରରେ ସିପିଆଇଏମଆଇର ଏଣ୍ଟ୍ରି ପ୍ରବେଶ ଓ ନୂଆ ଆସନ ସମୀକରଣ ହେତୁ ହେମନ୍ତ ତାଙ୍କୁ କମ ସିଟ ଦେବାକୁ ଚାହୁଁଛନ୍ତି।

୨୦୧୯ରେ, ସିପିଆଇଏମଆଇ ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରି କେବଳ ଗୋଟିଏ ସିଟ ଜିତିଥିଲା। ଦଳ ୨୦୨୪ରେ ଇଣ୍ଡିଆ ମେଣ୍ଟରେ ପ୍ରବେଶ କରିଛି। ଆଉ ୨୦୨୪ ନିର୍ବାଚନରେ ୨ଟି ଆସନ ମଧ୍ୟ ଜିତିଛି। ଉଭୟ ଆସନ ଧାନବାଡ ଜିଲାର। ସେହିପରି ୨୦୧୯ରେ ଗୋଟିଏ ଆସନ ଜିତିଥିବା ଆରଜେଡି କ୍ୟାବିନେଟରେ ସ୍ଥାନ ପାଇଛି। ଏଭଳି ପରିସ୍ଥିତିରେ ହେମନ୍ତ ମଧ୍ୟ ସିପିଆଇଏମଆଇକୁୁ କ୍ୟାବିନେଟରେ ଅନ୍ତର୍ଭୁକ୍ତ କରିବାକୁ ଚାହୁଁଛନ୍ତି।

ଯଦି ଆରଜେଡି ପରେ ସିପିଆଇଏମଆଇ କ୍ୟାବିନେଟରେ ସ୍ଥାନ ପାଏ ତେବେ କଂଗ୍ରେସ ଏବଂ ଜେଏମଏମ ପାଇଁ ୧୨ଟି ସିଟ ମଧ୍ୟରୁ ୧୦ଟି ବାକି ରହିବ। ଝାଡଖଣ୍ଡରେ ସିଟ ଦୃଷ୍ଟିରୁ କେବଳ ୧୨ଜଣ ମନ୍ତ୍ରୀ ରହିପାରିବେ। ଜେଏମଏମ ୩୪ଟି ଆସନ ଏବଂ କଂଗ୍ରେସ ୧୬ଟି ଆସନ ଜିତିଛି। ଏହାର ଅର୍ଥ ଗୋଟିଏ ପଦ ପାଇଁ ସମୁଦାୟ ୪.୬ ବିଧାୟକ ଆବଶ୍ୟକ। ଏହି ପରିପ୍ରେକ୍ଷୀରେ ହେମନ୍ତ ୭ଟି ଆସନ ଉପରେ ଦାବି ରଖିଛନ୍ତି। ଗତଥର ମଧ୍ୟ ହେମନ୍ତ ସୋରେନଙ୍କ ଦଳ ୭ଟି ଆସନ ଜିତିଥିଲା। ଜେଏମଏମ କଂଗ୍ରେସକୁ ମାତ୍ର ୩ଟି ଆସନ ଦେବାକୁ ଚାହୁଁଛି। ଜେଏମଏମ କହିଛି ଯେ ଆମେ ୨୦୧୯ରେ RJD ପାଇଁ ଆସନ ତ୍ୟାଗ ଦେଇଥିଲୁ। ଏଥର କଂଗ୍ରେସ ସିପିଆଇଏମଆଇ ପାଇଁ ତ୍ୟାଗ ଦେବା ଉଚିତ। ୨୦୧୯ ରେ ସୂତ୍ର ଅନୁଯାୟୀ, ଜେଏମଏମ କୋଟାରେ ୮ଟି ଏବଂ କଂଗ୍ରେସ ୪ଟି କ୍ୟାବିନେଟ ଆସନ ଥିଲା। ଜେଏମଏମ ଏହାର କୋଟାରୁ RJD କୁ ଗୋଟିଏ ବର୍ଥ ଦେଇଥିଲା ଯେଉଁଥିରେ ଜଣେ ବିଧାୟକ ଅଛନ୍ତି।

କୁହାଯାଉଛି ଯେ ହେମନ୍ତଙ୍କ କ୍ୟାବିନେଟରେ କଂଗ୍ରେସ କେତେ ସିଟ ପାଇବ ତାହା ବିଧାୟକଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ। ନଭେମ୍ବର ୨୯ରେ ସିପିଆଇଏମଆଇ ରାଞ୍ଚିରେ ଏକ ଉଚ୍ଚ ସ୍ତରୀୟ ବୈଠକ ଡାକିଛିି। ଏହି ବୈଠକରେ ସରକାରରେ ଯୋଗଦେବା ନିଷ୍ପତ୍ତି ହୋଇପାରେ। ଯେତେବେଳେ ୨୦୨୨ରେ ବିହାରରେ ନୀତୀଶ ଏବଂ ତେଜସ୍ବୀଙ୍କ ସରକାର ଗଠନ ହୋଇଥିଲା, ସେତେବେଳେ ସିପିଆଇଏମଆଇ ବାହାରୁ ସହାୟତା ଯୋଗାଇବାକୁ ନିଷ୍ପତ୍ତି ନେଇଥିଲେ। ଯଦି ଝାଡଖଣ୍ଡରେ ବିଧାୟକ ସମାନ ନିଷ୍ପତ୍ତି ନିଅନ୍ତି, ତେବେ ହେମନ୍ତ କ୍ୟାବିନେଟରେ କଂଗ୍ରେସ ୪ଟି ସିଟ ପାଇପାରିବ। ଆଉ ଯଦି ଦଳ ସରକାରରେ ଯୋଗ ଦିଅନ୍ତି, ତେବେ କଂଗ୍ରେସ ଆସନରେ ହ୍ରାସ ଘଟିବ।

କଂଗ୍ରେସ ଝାଡଖଣ୍ଡ କ୍ୟାବିନେଟରେ ଡେପୁଟି ସିଏମ ପଦବୀ ଦାବି କରୁଥିଲା, କିନ୍ତୁ ସୋରେନ ଏହାକୁ ଗ୍ରହଣ କରିନଥିଲେ। ବର୍ତ୍ତମାନ ଉପ ବାଚସ୍ପତି ପଦ ଉପରେ କଂଗ୍ରେସ ନଜର ରଖିଛି। ଦୀର୍ଘ ଦିନ ଧରି ଝାଡଖଣ୍ଡରେ କୌଣସି ଡେପୁଟି ସ୍ପିକର ନାହାଁନ୍ତି। କଂଗ୍ରେସ ଏହି ପଦବୀରେ ଏହାର ଜଣେ ବରିଷ୍ଠ ନେତାଙ୍କୁ ନିଯୁକ୍ତ କରି ଝାଡଖଣ୍ଡର ରାଜନୀତିରେ ନିଜ ସ୍ଥିତି ମଜବୁତ କରିବାକୁ ଚାହୁଁଛି। ଡେପୁଟି ସ୍ପିକର ପଦ ସାମ୍ବିଧାନିକ ଏବଂ କଂଗ୍ରେସ ମଧ୍ୟ ଏହା ମାଧ୍ୟମରେ କ୍ଷମତାର ସନ୍ତୁଳନ ବଜାୟ ରଖିବାକୁ ଚାହୁଁଛି। ବାଚସ୍ପତିଙ୍କ ପଦ ଜେଏମଏମ ପାଖରେ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଆଖେଳ ଚଢ଼ାଉବେଳେ ପୋଲିସକୁ ହତ୍ୟା ଉଦ୍ୟମ: ଫେରାର ଥିବା ୨ ଅଭିଯୁକ୍ତ ୫ ମାସ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୨୧ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ରବିବାର କେ.ନୂଆଗାଁ ଥାନା ଦେଓଖାଳି ଗ୍ରାମର କୁନା ପ୍ରଧାନ ଏବଂ ରଜତ ପ୍ରଧାନଙ୍କୁ ଗିରଫ କରି ରବିବାର…

ଉଗ୍ରରୂପ ଧାରଣ କଲା ପାରିବାରିକ ବିବାଦ: ଖୁଡ଼ୀକୁ ମାରିଦେଲେ ପୁତୁରା, ପୁତୁରାବୋହୂ

ଜଗନ୍ନାଥପ୍ରସାଦ,୨୧ା୬(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଏକଘରିଆ ପଲ୍ଲୀ ଜରିପଙ୍କାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜମିବାଡ଼ି ବିବାଦକୁ କେନ୍ଦ୍ର କରି…

ଏଟିଏମ୍‌ ଅଚଳ, ୧୫ ଦିନ ହେଲା ଗ୍ରାହକ ହନ୍ତସନ୍ତ

ଦାରିଙ୍ଗବାଡ଼ି,୨୧ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ପ୍ରମୁଖ ବଜାର ସିମନବାଡ଼ି ଛକରେ ଥିବା ୧ ମାତ୍ର ଏଟିଏମ୍‌ ଅଚଳ ହୋଇପଡ଼ିଛି। ଫଳରେ ଉକ୍ତ ଏଟିଏମ୍‌ ଉପରେ…

ଖାଇବା ତେଲ ପ୍ରତି କୃଷକ ଗୁରୁତ୍ୱ ଦେବାକୁ ଆହ୍ବାନ

ବରଗଡ଼,୨୧ା୬(ପ୍ରେମାନନ୍ଦ ଖମାରୀ): ରାଜ୍ୟ ସରକାରଙ୍କ ୨ବର୍ଷ ପୂର୍ତ୍ତି ଉତ୍ସବ ବିକାଶ ଧାରା, ଓଡ଼ିଶା ସାରା ଅବସରରେ ଜାତୀୟ ଖାଇବା ତେଲ ମିଶନଅଏଲ ପାମ (ଏନ୍‌ଏମ୍‌ଇଓ-ଓପି) ୨୦୨୬-୨୭ ଅଧୀନରେ…

ସରିଲା NEET, UG ପରୀକ୍ଷା

ନୂଆଦିଲ୍ଲୀ,୨୧।୬: କଡ଼ା ସୁରକ୍ଷା ମଧ୍ୟରେ ଶେଷ ହୋଇଛି NEET-UG ପରୀକ୍ଷା। ୫୪୪୦ କେନ୍ଦ୍ରରେ ୨୨ ଲକ୍ଷରୁ ଊଦ୍ଧର୍‌ବ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ସୂଚନ ମିଳିଛି। ପରୀକ୍ଷାକୁ ସୁରକ୍ଷିତ…

ତାମିଲନାଡୁରେ ବଡ଼ ଅଘଟଣ: ସି-ଫୁଡ୍ ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ ଲିକ୍, ୨ ମୃତ ଓ ୪୬ ଗୁରୁତର

ଚେନ୍ନାଇ,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ୍ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍ ହେବା ଯୋଗୁ ଏକ ବଡ଼ ଦୁର୍ଘଟଣା ଘଟିଛି।…

ଯୋଗ ଦିବସରେ ସାମିଲ ହେଲେ ମହିଳା ସରପଞ୍ଚ, କହିଲେ ନିଜକୁ ସୁସ୍ଥ ରଖିବାକୁ ହେଲେ…

ଗଞ୍ଜାମ,୨୧ା୬(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଯୋଗରେ ମହିଳା ସରପଞ୍ଚ ମମତା ବେହେରାଙ୍କ ସମେତ…

IRCTC ଆକାଉଣ୍ଟର ପାସୱାର୍ଡ ଭୁଲି ଯାଇଛନ୍ତି କି? ଏହି ସହଜ ଷ୍ଟେପ୍ସ ଆପଣାଇ କେଇ ମିନିଟ୍‌ରେ କରନ୍ତୁ ରିସେଟ୍‌

ନୂଆଦିଲ୍ଲୀ,୨୧।୬:ଭାରତରେ ପ୍ରତିଦିନ ହଜାର ହଜାର ଟ୍ରେନ ଚାଲୁଛି। କୋଟି କୋଟି ଲୋକ ଏଥିରେ ଯାତ୍ରା କରୁଛନ୍ତି। ପୂର୍ବରୁ ଲୋକେ ଟିକେଟ କାଉଣ୍ଟରକୁ ଯାଇ ଲମ୍ବା ଲାଇନରେ ଛିଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri