ହାତୀ ଦିବସରେ ଅଭିନବ ପ୍ରତିବାଦ

ଭୁବନେଶ୍ୱର, ୧୩।୮(ବ୍ୟୁରୋ): ସାରା ବିଶ୍ବରେ ଅଗଷ୍ଟ ୧୨କୁ ହାତୀ ଦିବସ ଭାବରେ ପାଳନ କରାଯାଉଛି। ହାତୀ ସଂରକ୍ଷଣ ଓ ହାତୀ-ମଣିଷ କିପରି ଭାବରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ କରିପାରିବେ, ସେହି ବାର୍ତ୍ତା ବହନ କରିଥାଏ ହାତୀ ଦିବସ। ହେଲେ ଓଡ଼ିଶାରେ ହାତୀ ମୃତ୍ୟୁରେ ଖୋଦ୍‌ ବନ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ସମ୍ପୃକ୍ତି ରହୁଛି। ପୁଣି ଖାଲି ପୋଷ୍ଟର ବ୍ୟାନର ଓ ବୈଠକରେ ଅଯଥା ପଇସା ଖର୍ଚ୍ଚ କରି ରାଜ୍ୟ ବନ ବିଭାଗ ହାତୀ ଦିବସ ପାଳନ କରୁଥିବାରୁ ଏହାର ଅଭିନବ ପ୍ରତିବାଦ କରିଛି ଆନିମଲ ୱେଲଫେୟାର ଟ୍ରଷ୍ଟ ଏକାମ୍ର।
ଶୁକ୍ରବାର ସକାଳ ପ୍ରାୟ ୧୧ଟାରେ ଟ୍ରଷ୍ଟ ମୁଖ୍ୟ ପୁରବୀ ପାତ୍ର ନିଜର ଦୁଇ ସହଯୋଗୀଙ୍କ ସହ ଶହୀଦନଗରସ୍ଥିତ ପିସିସିଏଫ ବନ୍ୟପ୍ରାଣୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିଲେ। ହାତୀ ବେଶ ହୋଇ ହାତରେ ପ୍ଲାକାର୍ଡ ଧରି ଶାନ୍ତିପୂର୍ଣ୍ଣ ଭାବେ ଓଡ଼ିଶା ହାତୀ ବଂଶ ସମ୍ମୁଖୀନ ହେଉଥିବା ସ୍ଥିତିକୁ ପ୍ରଦର୍ଶନ କରିଥିଲେ। ଏପରିକି ଅଭୟାରଣ୍ୟ ଓ ସୁରକ୍ଷିତ ଅଞ୍ଚଳରେ କିପରି ଶିକାରୀ, ବନ୍ୟାପ୍ରାଣୀ ମାଫିଆ ଓ ବନ ବିଭାଗ କର୍ମଚାରୀଙ୍କ ଚକ୍ରବୂ୍ୟହରେ ଫସି ହାତୀମାନେ ମୃତ୍ୟୁବରଣ କରୁଛନ୍ତି, ତାହାର ବାସ୍ତବତାକୁ ଅଭିନୟ ମାଧ୍ୟମରେ ସାମ୍ନାକୁ ଆଣିଥିଲେ। ପିସିସିଏଫ୍‌ ବନ୍ୟପ୍ରାଣୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୃତ ହାତୀ ରୂପରେ ଶୋଇ ରହିବା ସହ ‘ସେଭ୍‌ ମି’ ବା ‘ମୋତେ ବଞ୍ଚାଅ’ ସ୍ଲୋଗାନ ଦେଇଥିଲେ। ପ୍ରାୟ ଅଧଘଣ୍ଟା ଧରି ଏଭଳି ପ୍ରତିବାଦ ପରେ ନନ୍ଦନକାନନ ଫାଟକ ସାମ୍ନାରେ ମଧ୍ୟ ଅନୁରୂପ ଭାବରେ ମୃତ ହାତୀର ଅଭିନୟ କରି ପ୍ରତିବାଦ କରାଯାଇଥିଲା। ଏନେଇ ପୁରବୀ କହିଛନ୍ତି, ଓଡ଼ିଶାରେ ଘଟୁଥିବା ହାତୀ ମୃତ୍ୟୁ ବିଭିନ୍ନ ବନ୍ୟପ୍ରାଣୀ ବା ଟେରିଟୋରିଆଲ ଡିଏଫ୍‌ଓଙ୍କ ଦାୟିତ୍ୱହୀନତା ଏବଂ ଉଚ୍ଚ ଅଧିକାରୀଙ୍କ ନେତୃତ୍ୱ ନେବାରେ ଅକ୍ଷମତାକୁ ପଦାରେ ପକାଇଛି। ଜଙ୍ଗଲରେ ହାତୀଙ୍କୁ ମାରି ପୋତି ଦେଇ ଭୁବନେଶ୍ୱରରେ ଡ୍ରାମା କରୁଛି ବନ ବିଭାଗ। ହାଇକୋର୍ଟରେ ସତ୍ୟପାଠରେ ବି ହାତୀ ଶିକାରକୁ ଫାଙ୍କି ଦେଉଛନ୍ତି ପିସିସିଏଫ। ଆଠଗଡ଼ରେ ଯେଉଁସବୁ କଙ୍କାଳକୁ ମାଟି ତଳୁ ବାହାର କରାଯାଇଥିଲା, ସେଗୁଡ଼ିକ ପିସିସିଏଫ ନିଜ ସତ୍ୟପାଠରେ ସ୍ଥାନ ଦେଇନାହାନ୍ତି। ସେହି ହାତୀମାନେ କ’ଣ ଆତ୍ମହତ୍ୟା କରିଥିଲେ ନା ସମାଧି ନେଇଥିଲେ ବୋଲି ପୁରବୀ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ମାଟିରେ ଇତିହାସ ରଚିଲା DRDO: LRGRର ସଫଳ ପରୀକ୍ଷଣ, ୬୦ କିମି ଦୂର ଲକ୍ଷ୍ୟକୁ…

ନୂଆଦିଲ୍ଲୀ/ବାଲେଶ୍ୱର, ୮।୭: ଭାରତ ସ୍ୱଦେଶୀ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ବୁଧବାର…

ସିଙ୍ଗଡ଼ା କିଣିବା ପାଇଁ ଟ୍ରେନ୍‌ ଅଟକାଇଲେ ଲୋକୋ ପାଇଲଟ୍‌, ଭାଇରାଲ ହେଉଛି ଭିଡିଓ

ଇନ୍ଦୋର,୮ା୭: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଲୋକୋ ପାଇଲଟ୍‌ ଟ୍ରେନ୍‌ ଅଟକାଇ ରାସ୍ତାପାର୍ଶ୍ୱ ଦୋକାନରୁ ସିଙ୍ଗଡ଼ା କିଣୁଥିବାର ଭିଡିଓ ସୋସିଆଲ…

ପାଠ ପଢ଼ିବା ପାଇଁ ଜିଦ୍: ପରିବାରଲୋକେ ବିବାହ ପାଇଁ ବାଧ୍ୟ କରିବାରୁ ଘର ଛାଡ଼ିଥିଲେ ଯୁକ୍ତ ଦୁଇ ଛାତ୍ରୀ, ୨ ବର୍ଷ ପରେ…

 ଦିଗପହଣ୍ଡି,୮।୭( ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳରୁ ଦୀର୍ଘ ୨ ବର୍ଷ ହେଲା ନିଖୋଜ ଥିବା ଜଣେ ୨୨ ବର୍ଷୀୟା ଛାତ୍ରୀଙ୍କୁ ପାଟପୁର…

ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ: ମାଁ ଶ୍ୟାମାକାଳୀ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧିହେଲେ ୨ ଦିବ୍ୟାଙ୍ଗ ଯୋଡ଼ି

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଅବସ୍ଥିତ ମାଁ ଶ୍ୟାମାକାଳୀ ମନ୍ଦିର ସର୍ବେଶ୍ୱର କଲ୍ୟାଣ ମଣ୍ଡପରେ ବୁଧବାର ଆଦର୍ଶ ବିବାହ ହୋଇଥିଲା। ପାୱାର ଅଫ୍‌ ଦିବ୍ୟାଙ୍ଗ ଅନୁଷ୍ଠାନ ତତ୍ତ୍ୱାବଧାନରେ…

ହାବସପୁରରେ ଭାଜପାର ମିଶ୍ରଣ ପର୍ବ, ଏମପିଙ୍କ ନିର୍ଦ୍ଦେଶରେ ସାମିଲ ହେଲେ….

ଜୁନାଗଡ଼,୮।୭(ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଳକ ହାବସପୁର ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବ ଓ ଆମ୍ବୁଲାନ୍ସ ସେବା ଲୋକାର୍ପିତ ହୋଇ ଯାଇଛି । ସ୍ଥାନୀୟ…

ସୋସିଆଲ ମିଡିଆରେ ଭାଇରାଲ କରିଦେବି… ଯୁବତୀଙ୍କୁ ବଳାତ୍କାର ଅଭିଯୋଗ, ଜେଲ୍ ଗଲେ ଅଭିଯୁକ୍ତ ରାଜମିସ୍ତ୍ରୀ

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ୨୬ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ବୁଧବାର…

ବୋରପଦର ଗ୍ରାମ ପଞ୍ଚାୟତରେ ମନରେଗା ଦୁର୍ନୀତି ଅଭିଯୋଗ, ଜିଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

କର୍ଲାମୁଣ୍ଡା,୮।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମନରେଗା ଦୁର୍ନୀତି ନେଇ ବିଭିନ୍ନ ସମୟରେ ଲୋକେ ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି…

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri