ଖୁବ୍‌ ଡର ଥିଲା ପବ୍ଲିକ୍‌କୁ

ଜୟ ମା’ ଲକ୍ଷ୍ମୀ’ ସିରିୟଲରୁ ‘ସୁନ୍ଦରଗଡ଼ର ସଲ୍‌ମାନ ଖାଁ’ ପର୍ଯ୍ୟନ୍ତ। ପୁଣି ‘ଚୁମ୍ବକ’ ଓ୍ବେବ ସିରିଜ୍‌ରେ କିସିଂ ସିନ୍‌ ଦେଇ ଚର୍ଚ୍ଚାକୁ ଆସିଥିବା ଗ୍ଲାମର୍ସ ହିରୋଇନ୍‌ ଦିବ୍ୟା ମହାନ୍ତି ଏଥରର ସେଲିବ୍ରିଟି ସିକ୍ରେଟ୍‌ରେ…

 

ଘର ଓ ପାଠପଢ଼ା

ଭୁବନେଶ୍ୱରରେ ଘର ଆଉ ପାଠପଢ଼ା। ବାପା ବ୍ୟାଙ୍କରେ ଚାକିରି କରନ୍ତି, ମା’ ଗୃହିଣୀ। ମତେ ସମସ୍ତେ ସ୍ନେହରେ ରିପ୍ସି ଡାକନ୍ତି।

ଅଭିନେତ୍ରୀ ହେବାର ଯାତ୍ରା
ଛୋଟ ବେଳୁ ମତେ ଲୋକ ଗହଳିକୁ ଡର ଲାଗେ। ଏମିତିକି ସ୍କୁଲ କଲେଜରେ ଭାଷଣ ଦେବାକୁ ବି ଡର ଲାଗୁଥିଲା। ବହୁତ ଲାଜୁଆ ସ୍ବଭାବର ମଧ୍ୟ ଥିଲି। ତେଣୁ କେବେ ଭାବି ନ ଥିଲି ଅଭିନୟ ଜଗତକୁ ଆସିବି ବୋଲି। କେବଳ ମା’ଙ୍କ ପାଇଁ ମୁଁ ଅଭିନୟ ଜଗତକୁ ଆସିଛି। ତରଙ୍ଗ ଚ୍ୟାନେଲର ଜୟ ମା’ ଲକ୍ଷ୍ମୀ ସିରିୟଲ ପାଇଁ ଅଡିସନ୍‌ ହେଉଥାଏ। ମା’ ଏ ବିଷୟରେ ଜାଣିବା ପରେ ମତେ ଟ୍ରାଏ କରିବାକୁ କହିଥିଲେ। ଇଚ୍ଛା ନ ଥାଇ ମଧ୍ୟ ଅଡିସନ୍‌ ଦେଲି। ମତେ ସେତେବେଳେ ବୟସ ମାତ୍ର ୧୫ ବର୍ଷ। ବୋଧହୁଏ ଭାଗ୍ୟରେ ଥିଲା ଅଭିନେତ୍ରୀ ହେବା ପାଇଁ। ତେଣୁ ଅଡିସନ୍‌ରେ ମୁଁ ସିଲେକ୍ଟ ହେଇଗଲି। ସିଲେକ୍ଟ ହେବା ପରେ ମୋର ମନ ଏତେ ଦୁଃଖ ହେଇଥିଲା ଯେ ବହୁତ କାନ୍ଦିଲି। ମତେ ସମସ୍ତେ ବହୁତ ବୁଝାଇଲେ। ଶେଷରେ ୨୦୧୫ରେ ଜୟ ମା’ ଲକ୍ଷ୍ମୀ ସିରିୟଲରେ ଅଭିନୟ ଆରମ୍ଭ କଲି। ଧୀରେ ଧୀରେ ଏଇ କାମ ପ୍ରତି ଭଲପାଇବା ଆସିଗଲା। ଏହାପରେ ତିନି ବର୍ଷ ସାଉଥ୍‌ ଇଣ୍ଡଷ୍ଟ୍ରୀରେ ସିରିୟଲରେ କାମ କଲି। ତା’ପରେ ୨୦୧୮ରେ ‘ସୁନ୍ଦରଗଡ଼ର ସଲ୍‌ମାନ ଖାଁ’ ଫିଲ୍ମର ଅଫର ମିଳିଲା। ଆଉ ମୁଁ ମୋ ପ୍ରିୟ ଅଭିନେତା ବାବୁସାନ୍‌ଙ୍କ ସହ କାମ କରିବାର ସୁଯୋଗ ପାଇଲି।

ଖାଇବାକୁ ଭଲ ଲାଗେ
ମତେ ଘର ଖାଦ୍ୟ ଖାଇବାକୁ ଭଲ ଲାଗେ। ଆଉ ଭଲ ରୋଷେଇ ବି କରିପାରେ। ଏକ ପ୍ରକାରର ବଏଲ ଫିଶ୍‌ ତରକାରି ଓ ଚିକେନ ମୁଁ ବେଶି ଭଲ ରାନ୍ଧିଥାଏ। ଆଉ ମ୍ୟାଗି ମୋର ବହୁତ ପସନ୍ଦ। ନିଜେ ତିଆରି କରି ଖାଏ। ଆଉ କାହା ହାତରନ୍ଧା ମ୍ୟାଗି ମତେ ପସନ୍ଦ ନୁହେଁ। ଆଉ ଏକ କଥା ଭୋକ ସମୟରେ ନ ଖାଇଲେ ମୋ ମୁଣ୍ଡ ଖରାପ ହେଇଯାଏ।

ଫିଟ୍‌ନେସ୍‌ ପାଇଁ
ପ୍ରତିଦିନ ଏକ୍ସରସାଇଜ କରିବାକୁ ସମୟ ମିଳେନି। ତଥାପି ଟ୍ରାଏ କରେ କିଛି କରିବାକୁ। ଆଉ ମତେ ଜିମିଂ ଓ ପିଲାଟେଜ୍‌ କରିବାକୁ ବହୁତ ଭଲ ଲାଗେ।

ଅତି ନିଜର
ମୋର କଜିନ ଭଉଣୀ କାଜଲ ଓ ଅଭିନେତ୍ରୀ ପୁନମ୍‌ ମୋର ବହୁତ ପ୍ରିୟ। ସେମାନଙ୍କ ସହ ମୁଁ ମୋର ସବୁ ସିକ୍ରେଟ୍‌ ଶେୟାର କରେ।

ପ୍ରଥମ କ୍ରସ୍‌
କ୍ରସ୍‌ ସିଦ୍ଧାର୍ଥ ମାଲହୋତ୍ରା। ଘର କାନ୍ଥରେ ତାଙ୍କ ଫଟୋ ଲଗାଉଥିଲି। ସାଙ୍ଗମାନେ ତାଙ୍କ ଫଟୋ ସହ ମୋ ଫଟୋ ଯୋଡୁଥିଲେ। ଏବେ ମାଚ୍ୟୁଓର ହେଇଗଲିଣି। ସେମିତି କେହି କ୍ରସ୍‌ ନାହାନ୍ତି। ତଥାପି ଏବେବି ମତେ ସିଦ୍ଧାର୍ଥ ଭଲ ଲାଗନ୍ତି।

‘ଚୁମ୍ବକ’ର କିସିଂ ସିନ୍‌
ହଁ, ମୁଁ ଲାଜୁଆ ସ୍ବଭାବର। ହେଲେ ଜଣେ ଅଭିନେତ୍ରୀ। ଓଡିଶାରେ ପ୍ରଥମ କରି ଲେସ୍‌ବିୟାନ୍‌ଙ୍କ ଉପରେ ଆଧାରିତ ଏକ ବୋଲ୍ଡ ଟପିକ୍‌କୁ ନେଇ ଚଳଚ୍ଚିତ୍ର ହେଉଥିଲା। କିଛି କିସିଂ ସିନ୍‌ ଥିଲା। ତେଣୁ ପ୍ରଥମେ ମନା କରୁଥିଲି। ପରେ ଭାବିଲି ଅଭିନେତ୍ରୀଭାବେ ମତେ ସବୁ ପ୍ରକାରର ଅଭିନୟ କରିବା ଦରକାର। ଆଉ ମୋ ବାପା ମା’ କହନ୍ତି, ଯଦି ତୋର କିଛି ପ୍ରୋବ୍ଲେମ୍‌ ନାହିଁ ଆଉ ତୁ କମ୍ଫର୍ଟେବୁଲ, ତେବେ କର। ତେଣୁ ମୁଁ ଏଥିରେ ଅଭିନୟ କରିବାକୁ ନିଷ୍ପତ୍ତି ନେଲି।

ଲାଇଫ୍‌ ପାର୍ଟନର୍‌
ଏବେ ତ ମୁଁ ମୋ କ୍ୟାରିୟରକୁ ଫୋକସ୍‌ କରୁଛି। ତଥାପି ମୁଁ ଚାହେଁ ମୋ ଲାଇଫ୍‌ ପାର୍ଟନର୍‌ ଯିଏ ହେବ ସେ ମତେ ଓ ମୋ କାମକୁ ଭଲ ପାଉଥିବ ଏବଂ ସମ୍ମାନ ଦେଉଥିବ।

ଦୁର୍ବଳତା
ମୁଁ ବହୁତ ଇମୋଶନାଲ। ବାହାରକୁ ଷ୍ଟ୍ରଙ୍ଗ ବୋଲି ଦେଖାଏ। କେହି ନ ପଚାରିଲେ, କଥା ନ ହେଲେ କେୟାର କରେନା ବୋଲି ଦେଖାଏ। କିନ୍ତୁ ସେସବୁ ମତେ ବହୁତ କଷ୍ଟ ଦିଏ।

– ଶିବାନୀ ମହାନ୍ତି

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?