ପାରାଦୀପରେ ଜଳାଭାବ: ଫାଇଦା ଉଠାଉଛନ୍ତି ଚୋରା ବ୍ୟବସାୟୀ

ପାରାଦୀପ,୨୧।୪(ଶରତ ରାଉତ):ପାରାଦୀପ ବନ୍ଦର ସହରରେ ଏବେ ପାନୀୟ ଜଳ ସଙ୍କଟ ଲାଗି ରହିଛି। ତାଳଦଣ୍ଡା କେନାଲରେ ପାଣି ଯୋଗାଣ ବନ୍ଦ ଯୋଗୁ ଏପରି ହୋଇଛି। ଏହାର ଫାଇଦା ଉଠାଉଛନ୍ତି ପାଣି ବ୍ୟବସାୟୀ। ପ୍ରାୟ ୧୨ଟି ଜାଗାରେ ଭୂତଳ ଜଳକୁ ଉତ୍ତୋଳନ କରି ତାକୁ ବଟଲିଂ କରି ଖୋଲାରେ ବିକ୍ରି କରାଯାଉଛି। ଏବେ ଦିନ ତମାମ ସହରର ଯେକୌଣସି ସ୍ଥାନରେ ପାଣି ଗାଡ଼ି ବୋଝେଇ ହୋଇ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। କିନ୍ତୁ ଉକ୍ତ ପାଣି ଉତ୍ତୋଳନଠାରୁ ଆରମ୍ଭ କରି ପରୀକ୍ଷା କରିବା ପର୍ଯ୍ୟନ୍ତ କୌଣସି ଖବର ଜିଲା ପ୍ରଶାସନ ପାଖରେ ନ ଥିବା ଜଣାପଡିଛି। ପାଣିର ମାନ, ଗୁଣବତ୍ତା କିପରି ରହିଛି ତା’ମଧ୍ୟ ଯାଞ୍ଚ ହେଉନାହିଁ। ୪୦ ଲିଟର ବାଲା ବଟଲ୍‌ର ଏବେ ଅଧିକ ଚାହିଦା ରହିଛି। ପ୍ରାୟ ସବୁ ଘରେ ଏହି ପାଣି ପହଞ୍ଚୁଛି। ବିନା ଯାଞ୍ଚ ଓ ସ୍ବୀକୃତିରେ ବିକ୍ରି ହେଉଥିବା ଏପରି ପାନୀୟ ଜଳ ସମ୍ପର୍କରେ ପାରାଦୀପ ଖାଦ୍ୟ ସୁରକ୍ଷା ନିରୀକ୍ଷକ ପ୍ରୀତିଶ ଦାସଙ୍କୁ ପଚାରିଲେ କୁହନ୍ତି, ଆମେ ଖବରପାଇ କେତେକ ଜାଗାକୁ ଯାଞ୍ଚ ପାଇଁ ଯାଇଥିଲୁ। ସେମାନେ ଘର ବନ୍ଦ କରି ପଳାଇଥିଲେ। ଏପରିକି ଆମେ ସରକାରୀ ନୋଟିସ ଉକ୍ତ ପାଣି ବିକ୍ରି ଜାଗାରେ ଲଗାଇବା ପରେ ମଧ୍ୟ ସେମାନେ ମାନୁନାହାନ୍ତି। ଆମ ପାଖରେ ସଂଶାଧନ ନ ଥିବାରୁ ସବୁବେଳେ ଯାଇ ଯାଞ୍ଚ କରିବା ସମ୍ଭବ ହେଉନାହିଁ। ଏପରି ପାଣି ସ୍ବାସ୍ଥ୍ୟ ପାଇଁ ହାନିକାରକ ବୋଲି ସେ ସ୍ବୀକାର କରିଛନ୍ତି। ପାରାଦୀପରେ ମାତ୍ର ଗୋଟିଏ ସଂସ୍ଥା ପାଣି ବିକ୍ରି ପାଇଁ ସରକାରୀ ସ୍ବୀକୃତି ପାଇଛି। ତାହା ପାରାଦୀପଗଡ ପଞ୍ଚାୟତ ନିମିଢି ଗ୍ରାମରେ ରହିଛି। ଏହାବାଦ୍‌ ଷଣ୍ଢକୁଦ ବସ୍ତିରେ ପ୍ରାୟ ୪ଟି ବଟଲିଂ ସିଷ୍ଟମ ରହିଛି। ତେଲୁଗୁ ସମ୍ପ୍ରଦାୟର ଲୋକମାନେ ଏହାକୁ ପରିଚାଳନା କରୁଥିବା ଜଣାପଡ଼ିଛି। ପାଣି ବଜାରରେ ବିକୁଥିବା ଏମ୍‌ ଗୋପୀଙ୍କୁ ଲାଇସେନ୍ସ ସମ୍ପର୍କରେ ପଚାରିଲେ କହିଥିଲେ, ଆମେ ଭାଇଜାଗରୁ ପରମିଶନ ଆଣିଛୁ। ସେହିପରି ବିଜୟଚନ୍ଦ୍ରପୁର, ଅଠରବାଙ୍କି ଅଞ୍ଚଳରେ ମଧ୍ୟ ବହୁଳ ଭାବେ ପାଣି ବ୍ୟବସାୟ ଚାଲିଛି। ଏ ସମ୍ପର୍କରେ ଜିଲା ସ୍ବାସ୍ଥ୍ୟ ଅଧିକାରୀ କ୍ଷେତ୍ରବାସୀ ଦାସଙ୍କୁ ପଚାରିଲେ,ଆମ ପାଖରେ କୌଣସି ସୂଚନା ନାହିଁ। ଆପଣ ବିଧିବଦ୍ଧ ଭାବେ ଲିଖିତ ଅଭିଯୋଗ କରିବା ପରେ ଆମେ ପଦକ୍ଷେପ ନେବୁ। ପାନୀୟ ଜଳ ଅଭାବ ଓ କଳାବଜାର ସମ୍ପର୍କରେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟଙ୍କୁ ପଚାରିଲେ କୁହନ୍ତି, ସରକାର କୁଜଙ୍ଗ ଚୌଧୁରୀଗଡ଼ାଠାରେ ବ୍ୟାରେଜ କରିବା ପାଇଁ ଗତବର୍ଷ ଘୋଷଣା କରିଛନ୍ତି। ନିର୍ବାଚନ ପରେ ସେହି କାମ ଆରମ୍ଭ ହେବ। ଆଉ ବର୍ଷେ ଦୁଇବର୍ଷ ମଧ୍ୟରେ ପାରାଦୀପରେ ଆଉ ଜଳାଭାବ ରହିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri