ମେଡିକାଲ କଲେଜରେ ଚିକିତ୍ସା ନାହିଁ

କେନ୍ଦୁଝର,୨୭।୯: (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ନିକଟ କବିତ୍ରା ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଗତ ଫେବୃୟାରୀ ୧୩ରେ ଉଦ୍‌ଘାଟିତ ଧରଣୀଧର ମେଡିକାଲ କଲେଜ ଓ ହସ୍ପିିଟାଲ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ମେଡିକାଲ କ୍ୟାମ୍ପସ୍‌ରେ କେବଳ ପାଠପଢ଼ା ଚାଲିଥିବା ବେଳେ ହସ୍ପିଟାଲ ଏବେ ମଧ୍ୟ ଜିଲା ମୁଖ୍ୟ ଡାକ୍ତରଖାନାରେ ଚାଲିଛି। ପାଖାପାଖି ୪୦୦ କୋଟି ଟଙ୍କା ବ୍ୟୟରେ ୪୪.୪୦ ଏକର ଜମିରେ ନିର୍ମିତ ୩୮୫ ଶଯ୍ୟା ବିଶିଷ୍ଟ ଏହି ମେଡିକାଲ କଲେଜ ଓ ହସ୍ପିଟାଲ ରୋଗୀ ସେବାରେ ଲାଗିପାରୁନାହିଁ।
ପ୍ରକାଶ ଯେ, କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନା ଉପରେ ଜିଲା ତଥା ପଡ଼ୋଶୀ ମୟୂରଭଞ୍ଜ, ଦେବଗଡ଼, ଭଦ୍ରକ ଆଦି ଜିଲା ବ୍ୟତୀତ ଝାଡ଼ଖଣ୍ଡ ରାଜ୍ୟର ରୋଗୀମାନେ ନିର୍ଭର କରିଥାନ୍ତି। କେନ୍ଦୁଝରରେ ମେଡିକାଲ କଲେଜ ପ୍ରତିଷ୍ଠା ହେବା ପରେ ଏହାର ଚାହିଦା ବଢ଼ିଯାଇଛି। କିନ୍ତୁ ମେଡିକାଲ କଲେଜ କ୍ୟାମ୍ପସ୍‌ରେ ଡାକ୍ତରଖାନା ଚାଲି ନ ଥିବାରୁ ଜିଲା ମୁଖ୍ୟ ଡାକ୍ତରଖାନାରେ ରୋଗୀଙ୍କ ଭିଡ଼ ଜମୁଛି। ଫଳରେ ସ୍ଥାନ ଅଭାବରୁ ରୋଗୀମାନେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି। ବିଶେଷକରି ବାହାରୁ ଆସୁଥିବା ରୋଗୀ ବହୁ ହୀନସ୍ତା ହେଉଛନ୍ତି। ଏପରିକି ସୁପର ସ୍ପେଶାଲିଷ୍ଟ ଡାକ୍ତରଙ୍କୁ ଦେଖାଇବା ପାଇଁ ପୂର୍ବଦିନରୁ ରୋଗୀ ଆସି ରାତିରୁ ଲାଇନରେ ଟିକେଟକରି ଅପେକ୍ଷା କରୁଛନ୍ତି। ତେବେ ଯେଉଁଠି ଚାଲିଛି ଟିକେଟ, ସେହି ସ୍ଥାନରେ ନିରାମୟ ଯୋଜନାରେ ମେଡିସିନ କାଉଣ୍ଟର ରହିଛି। ଫଳରେ ମେଡିକାଲ ପ୍ରବେଶ ପଥରେ ରୋଗୀଙ୍କ ପ୍ରବଳ ଭିଡ଼ ଜମୁଥିବାରୁ ଅନ୍ୟ ରୋଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ସୂଚନାଯୋଗ୍ୟ, ଜିଲା ମୁଖ୍ୟ ଚିକିତ୍ସାଳୟ ଆଉଟଡୋରକୁ ଦୈନିକ ପ୍ରାୟ ୨୦୦୦ ରୋଗୀ ଆସୁଥିବା ବେଳେ ପାଖାପାଖି ୨୫୦ ଇନ୍‌ଡୋର ରୋଗୀ ଆସିଥାନ୍ତି। ମେଡିକାଲରେ ୨୧ଟି କ୍ଲିନିକାଲ ଓ ନନ୍‌ କ୍ଲିନିକାଲ ବିଭାଗ ରହିଛି। ଜିଲା ମୁଖ୍ୟ ଡାକ୍ତରଖାନାର ଡାକ୍ତର, ମେଡିକାଲ କଲେଜର ଡାକ୍ତରଙ୍କ ସମେତ ଡିଏମ୍‌ଏଫ୍‌ ଅର୍ଥରେ ନିୟୋଜିତ ସୁପରସ୍ପେଶାଲିଷ୍ଟ ଡାକ୍ତରମାନେ ରୋଗୀ ଚିକିତ୍ସା କରୁଥିଲେ ମଧ୍ୟ ଅନେକ ସମୟରେ ସ୍ଥାନ ଅଭାବରୁ ଏବଂ ରୋଗୀଙ୍କ ପାଇଁ ବିଶ୍ରାମ କକ୍ଷ ନ ଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ତଥା ଭୂଇଁରେ ବସି ବା ଶୋଇ ରୋଗୀଙ୍କୁ ଅପେକ୍ଷା କରିବାକୁ ପଡୁଛି। ଫଳରେ ରୋଗ ଦେଖାଇବାକୁ ଆସୁଥିବା ରୋଗୀଙ୍କୁ ସଂକ୍ରମଣ ଆଶଙ୍କା ରହୁଛି। ଏଣୁ ଅଧିକ ଟିକେଟ ଓ ମେଡିସିନ କାଉଣ୍ଟର ଖୋଲିବା ସହିତ ତୁରନ୍ତ ଧରଣୀଧର ମେଡିକାଲ କଲେଜ ଖୋଲିବାକୁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହେଉଛି। ଅନେକ ସମୟରେ ନିରାମୟ ଯୋଜନାରେ ମାଗଣା ମେଡିସିନ ମିଳୁନାହିଁ କିମ୍ବା ବିଭିନ୍ନ ପ୍ରକାର ପରୀକ୍ଷା ହୋଇପାରୁ ନ ଥିବାରୁ ଗରିବ ଲୋକେ ବାହାରୁ ମେଡିସିନ କିଣି ଓ ପରୀକ୍ଷା କରି ଖର୍ଚ୍ଚାନ୍ତ ହେଉଛନ୍ତି। ଏହାଦ୍ୱାରା ବାହାର ମେଡିସିନ ଦୋକାନୀ, ଘରୋଇ କ୍ଲିନିକ ବା ନର୍ସିଂହୋମ ମାଲିକମାନେ ଲାଭବାନ ହେଉଥିବା ବେଳେ ରୋଗୀ ଶୋଷଣର ଶିକାର ହେଉଛନ୍ତି ବୋଲି ସାମାଜିକ କର୍ମୀ ଦିଲୀପ ସାହୁ କହିଛନ୍ତି। ଆପାତକାଳୀନ ରୋଗୀଙ୍କ ପାଇଁ ଆଇସିୟୁ ସୁବିଧା ନାହିଁ। ଏଣୁ ଡିଏମ୍‌ଏଫ୍‌ ଅନୁଦାନରେ ନିର୍ମାଣ ହୋଇଥିବା ମେଡିକାଲ କଲେଜ ଓ ଡାକ୍ତରଖାନାର କୋଠା ବ୍ୟବହାର ନ ହେଲେ ନଷ୍ଟ ହୋଇଯିବ ବୋଲି ମତ ପ୍ରକାଶ ପାଉଛି।
କେନ୍ଦୁଝର ସହରାଞ୍ଚଳ ଗମ୍ଭାରିଆର ବରିଷ୍ଠ ନାଗରିକ ଅଲେଖ ଚନ୍ଦ୍ର ପାତ୍ର କୁହନ୍ତି, ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇଥିଲେ। କିନ୍ତୁ ଭିଡ଼ ଦେଖି ଫେରିି ଆସିଲେ। ମେଡିିକାଲ କଲେଜ ପରିସରରେ ଚିକିତ୍ସା ବ୍ୟବସ୍ଥା କରାଗଲେ ଅସୁବିଧା ରହିବ ନାହିଁ। ସଦର ବ୍ଲକ ଅଧୀନ ସେଣ୍ଡକାପ୍‌ ଅଞ୍ଚଳର ରୋଗୀଙ୍କ ସମ୍ପର୍କୀୟ ନବୀନ ପଲେଇ କହିଛନ୍ତି, ମଙ୍ଗଳବାର ଜଣେ ସମ୍ପର୍କୀୟଙ୍କୁ ଧରି ମେଡ଼ିକାଲ ଯାଇଥିଲେ। ସେଠାରେ ପ୍ରବଳ ଭିଡ଼ ଦେଖି ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ସମସ୍ୟା ବିଷୟରେ ଜଣାଇଥିଲେ। ଛୁଆ ପିଲା, ବୃଦ୍ଧା ବୃଦ୍ଧ ଏବଂ ରୋଗୀଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ୁଥିବାରୁ ତୁରନ୍ତ ମେଡିକାଲ କଲେଜ ପରିସରକୁ ଡାକ୍ତରଖାନା ସ୍ଥାନାନ୍ତର କରିବା ଆବଶ୍ୟକ।
ଏନେଇ ମେଡିକାଲ କଲେଜର ସୁପରିଣ୍ଟେଣ୍ଡେଣ୍ଟ ଡା. ମହେନ୍ଦ୍ର ନାୟକଙ୍କୁ ପଚାରିବାରୁ ଟିକେଟ କାଉଣ୍ଟର ଓ ମେଡିସିନ ବଣ୍ଟନ କେନ୍ଦ୍ର ଗୋଟିଏ ସ୍ଥାନରେ ରହିଥିବାରୁ ରୋଗୀଙ୍କ ଭିଡ଼ ଜମୁଛି। ମେଡିକାଲ କଲେଜକୁ ସ୍ଥାନାନ୍ତରିତ ହେଲେ ଏହାର ସମାଧାନ ହେବ। ଡିସେମ୍ବର ସୁଦ୍ଧା ହସ୍ପିିଟାଲ ମେଡିକାଲ କଲେଜ କ୍ୟାମ୍ପସକୁ ଉଠିବା କଥା। କିନ୍ତୁ ବିଳମ୍ବ ହୋଇପାରେ। ଅଦ୍ୟାବଧି ବିଭିନ୍ନ କର୍ମଚାରୀ ନିଯୁକ୍ତି, ବ୍ୟବହାର ସରଞ୍ଜାମ ଓ ଯନ୍ତ୍ରପାତି ଆଦି ବସିବାକୁ ବାକି ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌: ଜାଣନ୍ତୁ ଖେଳାଯିବ ମ୍ୟାଚ୍‌

କଟକ,୯ା୧୨(ଅନାଦି କର):ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମଙ୍ଗଳବାର ଐତିହାସିକ ବାରବାଟୀ ଷ୍ଟାଡିୟମରେ ପ୍ରଥମf ଟି୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ପାଇଁ ଖେଳାଳିଙ୍କଠାରୁ ଆରମ୍ଭ...

ପୁଣିଥରେ ଭାରତକୁ ଧୋକା ଦେବେ ଟ୍ରମ୍ପ, ଲାଗୁ କରିବେ ନୂଆ ଟାରିଫ୍‌

ଓ୍ବାଶିଂଟନ୍‌,୯।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚିତ କରିଛନ୍ତି ଯେ ତାଙ୍କ ପ୍ରଶାସନ ଭାରତୀୟ ଚାଉଳ ଏବଂ କାନାଡିଆନ ସାର ସମେତ ବିଦେଶୀ କୃଷି ଉତ୍ପାଦ...

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri