Odisha Elections 2024

ଶୁଣାଣି ଶେଷ, ରାୟ ସଂରକ୍ଷିତ

କଟକ, ୨୭।୯(କାର୍ତ୍ତିକ ସାହୁ): ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ଶୁଣାଣି ମଙ୍ଗଳବାର ହାଇକୋର୍ଟରେ ହୋଇଛି। ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର ଏବଂ ବିଚାରପତି ସାବିତ୍ରୀ ରଥଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି। ଏଥିସହ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରତ୍ନଭଣ୍ଡାର ଖୋଲିବା ଓ ମରାମତି ସଂକ୍ରାନ୍ତରେ ସତ୍ୟପାଠ ଦାଖଲ କରାଯାଇଛି। ଅଗଷ୍ଟ ୪ତାରିଖରେ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଜଗମୋହନ ମରାମତି କାର୍ଯ୍ୟ ଜାରି ରହିଛି, ଭକ୍ତଙ୍କ ଦର୍ଶନକୁ ଗୁରୁତ୍ୱ ଦିଆଯାଉଛି। ରତ୍ନଭଣ୍ଡାର ଭିତରପାର୍ଶ୍ୱ ମରାମତି କାର୍ଯ୍ୟ ଏବେ କରାଗଲେ ଭକ୍ତମାନେ ପ୍ରଭାବିତ ହେବେ। ତେଣୁ ଆସନ୍ତା ରଥଯାତ୍ରା ସମୟରେ ଏହି ମରାମତି କାର୍ଯ୍ୟ କରାଯିବାକୁ ନିଷ୍ପତ୍ତି ହୋଇଛି ବୋଲି ଉକ୍ତ ସତ୍ୟପାଠରେ ଦର୍ଶାଯାଇଛି। ରତ୍ନଭଣ୍ଡାର ଖୋଲିବା ପାଇଁ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିବା ନିମନ୍ତେ ପ୍ରସ୍ତାବ ଗୃହୀତ ହୋଇଥିଲା। ଶ୍ରୀମନ୍ଦିର ରତ୍ନଭଣ୍ଡାରର ଉପରପାର୍ଶ୍ୱ ମରାମତି ବାରାଣସୀର ଜ୍ଞାନବାପି ପରି ଲେଜର ସ୍କାନିଂ ଜରିଆରେ କରାଯିବାକୁ ସ୍ଥିର ହୋଇଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ମାମଲାର ଶୁଣାଣି ବେଳେ ଉଭୟ ପକ୍ଷରୁ ଦୀର୍ଘ ସମୟ ଧରି ଯୁକ୍ତି ଉପସ୍ଥାପନ କରାଯାଇଥିଲା।
ଏଏସ୍‌ଆଇ ପକ୍ଷରୁ ହାଇକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରେ ଦର୍ଶାଯାଇଥିଲା ଯେ, ଶ୍ରୀମନ୍ଦିରର ସୁରକ୍ଷା ଦୃଷ୍ଟିରୁ ରତ୍ନଭଣ୍ଡାର ତୁରନ୍ତ ମରାମତି ହେବା ଦରକାର। ଆସନ୍ତା ବର୍ଷ ରତ୍ନଭଣ୍ଡାର ଖୋଲିବା ନେଇ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ଫଳରେ ମନ୍ଦିରକୁ ବିପଦ ଆଡକୁ ଠେଲି ଦିଆଯାଇଥିବା ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ରତ୍ନଭଣ୍ଡାର ଚାବି ହଜିଥିଲା ଏବଂ ପରେ ମିଳିଥିବା ଚାବିକୁ ନେଇ ରହସ୍ୟ ରହିଛି। ଉକ୍ତ ଚାବି ଦ୍ୱାରା ରତ୍ନଭଣ୍ଡାର ଖୋଲି ପ୍ରମାଣ କରାଯାଉ ଯେ ଏହା ହିଁ ପ୍ରକୃତ ଚାବି। ଏଥିସହ ସ୍ବର୍ଣ୍ଣ ଅଳଙ୍କାର ୧୯୭୮ ମସିହାଠାରୁ ଏଯାଏ ଗଣତି ହୋଇନାହଁି। ୪୫ ବର୍ଷ ପୂର୍ବେ ଗଣତି ହୋଇଥିବାରୁ ଏବେ ଏହାର ଗଣତି ହେବା ନିହାତି ଜରୁରୀ ହୋଇପଡ଼ିଛି। ଏଏସ୍‌ଆଇ ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱରେ ରହିଥିବାରୁ ଏଏସ୍‌ଆଇ ପକ୍ଷରୁ ରତ୍ନଭଣ୍ଡାର ଖୋଲି ମରାମତି କରିବାର ଆବଶ୍ୟକତା ରହିଥିବା କୁହାଯାଇଛି। ତୁରନ୍ତ ରତ୍ନଭଣ୍ଡାର ଖୋଲିବା ଲାଗି ନିର୍ଦ୍ଦେଶ ଦେବାକୁ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଅଦାଲତଙ୍କ ନିକଟରେ ଯୁକ୍ତି ଉପସ୍ଥାପନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ସହ ଜାଳେଣି କାଠ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ସ୍ତ୍ରୀ ମୃତ, ହତ୍ୟା ଅଭିଯୋଗ ଆଣିଲେ ମହିଳାଙ୍କ ଭାଇ

ଥୁଆମୂଳରାମପୁର,୧୮ା୫(ଦୁର୍ଗା କୀର୍ତ୍ତି): ଦିନକୁଦିନ ଯୌତୁକ ନିର୍ଯାତନା ଓ ହତ୍ୟା ଘଟଣା ବୃଦ୍ଧି ପାଉଥିବା ବେଳେ କିଛି ଅଞ୍ଚଳରୁ ହୃଦୟ ବିଦାରକ ଭଳି ଘଟଣା ସାମ୍ନାକୁ ଆସୁଛି...

ବିଜେଡି ନେତାଙ୍କ ବିରୋଧରେ ମାମଲା ରୁଜୁ

କେନ୍ଦୁଝର,୧୮ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପାରେ ଯୋଗଦେଇ ଥିବା ବିଜେଡି ନେତା ପୁଣି ବିଜେଡିକୁ ଫେରିବା ଘଟଣାକୁ ନେଇ ରାଜନୀତି ସରଗରମ ହୋଇଛି। ବାଂଶପାଳ ବ୍ଲକ ଶୁଆକାଟି...

ରାଜ୍ୟରେ କେବଳ ନବୀନ ଇଞ୍ଜିନ ହିଁ ଚାଲିବ

ମୋରଡ଼ା,୧୮ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ବାରମାଇଲଠାରେ ବିଜୁ ଜନତା ଦଳ ପକ୍ଷରୁ ୩୯ ନମ୍ବର ଜୋନ୍‌ସ୍ତରୀୟ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି।...

ଖୁଲମଖୁଲା ବୁଲୁଛନ୍ତି ଝିଅର ହତ୍ୟାକାରୀ, ଗିରଫ ଦାବିରେ ଅନଶନରେ ବସିଲେ ମା’

କେନ୍ଦୁଝର,୧୮ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ନିର୍ବାଚନ ସମୟରେ ସବୁ ଓ୍ବାରେଣ୍ଟ କାର୍ଯ୍ୟକାରୀ ହୁଏ ପୁରୁଣା କେସ୍‌ ଥିବା ଅପରାଧୀ ଧରା ହୁଅନ୍ତି। ତେବେ କେନ୍ଦୁଝରର ଲୋକପ୍ରିୟ ସମାଜସେବୀ...

ଯୁବକଙ୍କ ଜୀବନ ନେଲା ଅନ୍‌ଲାଇନ୍‌ ଗେମ୍‌

ବାଲିମେଳା,୧୮ା୫(ଶିବଦତ୍ତ ସାହୁ): ମାଲକାନଗିରି ଜିଲା ବାଲିମେଳା ସହରରେ ଥିବା ୧ ନଂ ଓ୍ବାର୍ଡ ନୂଆସାହିରେ ଜଣେ ଯୁବକ ଅନ୍‌ଲାଇନ ଗେମ୍‌ ଖେଳରୁ ରଶି ଦେଇ ଆତ୍ମହତ୍ୟା...

ଛତ୍ରପୁର ବଡ଼ ଷ୍ଟେଶନ୍‌ରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌

ଛତ୍ରପୁର,୧୮/୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବଡ଼ ଷ୍ଟେଶନ ଠାରେ ଏକମାଲବାହି ଟ୍ରେନ ଲାଇନଚ୍ୟୁତ ହୋଇଛି। ଟ୍ରେନର ୩ ବଗି ଲାଇନଚ୍ୟୁତ ହୋଇଥିବା ବେଳେ ରେଳବାଇ...

ପ୍ରଚାର ଶେଷଦିନରେ କମାଲ ଦେଖାଇଲା ବିଜେଡି

ପୁରୁଷୋତ୍ତମପୁର,୧୮ା୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଥିବା ବେଳେ ଏଥିଲାଗି ଶନିବାର ପ୍ରଚାର ଶେଷ ହୋଇଛି।...

ଖଲ୍ଲିକୋଟ ହିଂସାର ତଦନ୍ତ ପାଇଁ ଗଠନ ହେଲା ଏସ୍‌ଆଇଟି ଟିମ୍‌: ସୂଚନା ଦେଲେ ଆରକ୍ଷୀ ମହାନିର୍ଦ୍ଦେଶକ

ଛତ୍ରପୁର,୧୮ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଖଲ୍ଲିକୋଟ ହିଂସାର ତଦନ୍ତ ପାଇଁ ଏସ୍‌ଆଇଟି ଟିମ୍‌ ଗଠନ କରାଯାଇଛି। ଦକ୍ଷିଣାଞ୍ଚଳ ମହାନିର୍ଦ୍ଦେଶକ ଜୟନାରାୟଣ ପଙ୍କଜ ଏହି ଟିମ୍‌କୁ ତଦାରଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri