ଶୁଣାଣି ଶେଷ, ରାୟ ସଂରକ୍ଷିତ

କଟକ, ୨୭।୯(କାର୍ତ୍ତିକ ସାହୁ): ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ଶୁଣାଣି ମଙ୍ଗଳବାର ହାଇକୋର୍ଟରେ ହୋଇଛି। ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର ଏବଂ ବିଚାରପତି ସାବିତ୍ରୀ ରଥଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି। ଏଥିସହ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରତ୍ନଭଣ୍ଡାର ଖୋଲିବା ଓ ମରାମତି ସଂକ୍ରାନ୍ତରେ ସତ୍ୟପାଠ ଦାଖଲ କରାଯାଇଛି। ଅଗଷ୍ଟ ୪ତାରିଖରେ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଜଗମୋହନ ମରାମତି କାର୍ଯ୍ୟ ଜାରି ରହିଛି, ଭକ୍ତଙ୍କ ଦର୍ଶନକୁ ଗୁରୁତ୍ୱ ଦିଆଯାଉଛି। ରତ୍ନଭଣ୍ଡାର ଭିତରପାର୍ଶ୍ୱ ମରାମତି କାର୍ଯ୍ୟ ଏବେ କରାଗଲେ ଭକ୍ତମାନେ ପ୍ରଭାବିତ ହେବେ। ତେଣୁ ଆସନ୍ତା ରଥଯାତ୍ରା ସମୟରେ ଏହି ମରାମତି କାର୍ଯ୍ୟ କରାଯିବାକୁ ନିଷ୍ପତ୍ତି ହୋଇଛି ବୋଲି ଉକ୍ତ ସତ୍ୟପାଠରେ ଦର୍ଶାଯାଇଛି। ରତ୍ନଭଣ୍ଡାର ଖୋଲିବା ପାଇଁ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିବା ନିମନ୍ତେ ପ୍ରସ୍ତାବ ଗୃହୀତ ହୋଇଥିଲା। ଶ୍ରୀମନ୍ଦିର ରତ୍ନଭଣ୍ଡାରର ଉପରପାର୍ଶ୍ୱ ମରାମତି ବାରାଣସୀର ଜ୍ଞାନବାପି ପରି ଲେଜର ସ୍କାନିଂ ଜରିଆରେ କରାଯିବାକୁ ସ୍ଥିର ହୋଇଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ମାମଲାର ଶୁଣାଣି ବେଳେ ଉଭୟ ପକ୍ଷରୁ ଦୀର୍ଘ ସମୟ ଧରି ଯୁକ୍ତି ଉପସ୍ଥାପନ କରାଯାଇଥିଲା।
ଏଏସ୍‌ଆଇ ପକ୍ଷରୁ ହାଇକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରେ ଦର୍ଶାଯାଇଥିଲା ଯେ, ଶ୍ରୀମନ୍ଦିରର ସୁରକ୍ଷା ଦୃଷ୍ଟିରୁ ରତ୍ନଭଣ୍ଡାର ତୁରନ୍ତ ମରାମତି ହେବା ଦରକାର। ଆସନ୍ତା ବର୍ଷ ରତ୍ନଭଣ୍ଡାର ଖୋଲିବା ନେଇ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ଫଳରେ ମନ୍ଦିରକୁ ବିପଦ ଆଡକୁ ଠେଲି ଦିଆଯାଇଥିବା ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ରତ୍ନଭଣ୍ଡାର ଚାବି ହଜିଥିଲା ଏବଂ ପରେ ମିଳିଥିବା ଚାବିକୁ ନେଇ ରହସ୍ୟ ରହିଛି। ଉକ୍ତ ଚାବି ଦ୍ୱାରା ରତ୍ନଭଣ୍ଡାର ଖୋଲି ପ୍ରମାଣ କରାଯାଉ ଯେ ଏହା ହିଁ ପ୍ରକୃତ ଚାବି। ଏଥିସହ ସ୍ବର୍ଣ୍ଣ ଅଳଙ୍କାର ୧୯୭୮ ମସିହାଠାରୁ ଏଯାଏ ଗଣତି ହୋଇନାହଁି। ୪୫ ବର୍ଷ ପୂର୍ବେ ଗଣତି ହୋଇଥିବାରୁ ଏବେ ଏହାର ଗଣତି ହେବା ନିହାତି ଜରୁରୀ ହୋଇପଡ଼ିଛି। ଏଏସ୍‌ଆଇ ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱରେ ରହିଥିବାରୁ ଏଏସ୍‌ଆଇ ପକ୍ଷରୁ ରତ୍ନଭଣ୍ଡାର ଖୋଲି ମରାମତି କରିବାର ଆବଶ୍ୟକତା ରହିଥିବା କୁହାଯାଇଛି। ତୁରନ୍ତ ରତ୍ନଭଣ୍ଡାର ଖୋଲିବା ଲାଗି ନିର୍ଦ୍ଦେଶ ଦେବାକୁ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଅଦାଲତଙ୍କ ନିକଟରେ ଯୁକ୍ତି ଉପସ୍ଥାପନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri