ଜିଲାରେ ନାହିଁ ଟ୍ରମା କେୟାର ସେଣ୍ଟର

କେନ୍ଦୁଝର,୧୯ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ)କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ଉପଖଣ୍ଡ ଡାକ୍ତରଖାନାରେ ଟ୍ରମା କେୟାର ସେଣ୍ଟର ନାହିଁ। ଫଳରେ ଜିଲାରେ ପ୍ରାୟ ପ୍ରତ୍ୟେକ ଦିନ ଦୁର୍ଘଟଣାଜନିତ ଜୀବନହାନି ହେଉଛି। ବହୁ ଲୋକ ଆହତ ହୋଇ ବିକଳାଙ୍ଗ ହେଉଛନ୍ତି। ଦୁର୍ଘଟଣା ପରେ ଆବଶ୍ୟକ ଚିକିତ୍ସା ମିଳୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି।
ଟ୍ରମା କେୟାର ମାଧ୍ୟମରେ ସଡ଼କ ଦୁର୍ଘଟଣା, କାରଖାନା ଦୁର୍ଘଟଣା, ଉପରୁ ଖସି ପଡ଼ିବା, ଗୁଳି ବାଜି ଆହତ ହେବା, ପୋଡ଼ାଜଳା ଭଳି ଗୁରୁତର ରୋଗୀଙ୍କୁ ଆପତ୍‌କାଳୀନ ପରିସ୍ଥିତିରେ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇଥାଏ। ଜିଲାରେ ବିଶେଷକରି ଖଣି ଖାଦାନ ଅଞ୍ଚଳରେ ବହୁ ସଂଖ୍ୟାରେ ଲୁହାପଥର ପରିବହନ ଟ୍ରକ୍‌ ଓ ଅନ୍ୟ ଭାରିଯାନ ଚଳାଚଳ କରୁଥିବାରୁ ଦୁର୍ଘଟଣା ଘଟିଥାଏ। ସେହିପରି ଜିଲା ଦେଇ ଯାଇଥିବା ଜାତୀୟ ରାଜପଥଗୁଡ଼ିକରେ ମଧ୍ୟ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଗାଡ଼ି ଚାଳକ, ଯାତ୍ରୀ ତଥା ଯାତାୟାତ କରୁଥିବା ଲୋକମାନେ ଗୁରୁତର ହୋଇଥାନ୍ତି। ମାତ୍ର ଜିଲାରେ ଟ୍ରମା କେୟାର ନ ଥିବାରୁ ଗୁରୁତର ରୋଗୀଙ୍କୁ ଜିଲା ମୁଖ୍ୟାଳୟ ପରେ ୨୦୦ କି.ମି. ଦୂର କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଉଛି। ଏତେ ବାଟ ଅତିକ୍ରମ କରି ଯିବା ବେଳକୁ ଅନେକେ ମୃତ୍ୟୁବରଣ କରୁଛନ୍ତି। ଡିଏମ୍‌ଏଫ୍‌(ଜିଲା ଖଣିଜ ପାଣ୍ଠି), ଓଏମ୍‌ବିଏଡିସି( ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ) ପାଣ୍ଠିରୁ ଅନେକ ହଜାର କୋଟି ଟଙ୍କା ବ୍ୟୟ କରାଯାଇ ପାର୍କ, ପୋଖରୀ ସୌନ୍ଦର୍ଯ୍ୟକରଣ ଆଦି କରାଯାଉଥିବା ବେଳେ ଟ୍ରମା କେୟାର ସେଣ୍ଟର ଭଳି ଗୁରୁତ୍ୱପୂର୍ଣ୍ଣ ସେବା ଯୋଗାଇ ଦିଆଯାଉ ନ ଥିବା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ। କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ ଉପରେ ପଡ଼ୋଶୀ ମୟୂରଭଞ୍ଜ, ଦେବଗଡ଼ ଜିଲା ଓ ଝାଡ଼ଖଣ୍ଡ ରାଜ୍ୟର ବହୁ ରୋଗୀ ନିର୍ଭର କରିଥାନ୍ତି। ଏଣୁ ଜିଲାରେ ଟ୍ରମା କେୟାର ସେଣ୍ଟର ପ୍ରତିଷ୍ଠା କରି ଦୁର୍ଘଟଣା ଜନିତ ମୃତ୍ୟୁ ରୋକାଯାଉ ବୋଲି କେନ୍ଦୁଝର ଓକିଲ ସଂଘର ପୂର୍ବତନ ସଭାପତି ଅଶୋକ ଦାସ କହିଛନ୍ତି। ସିଡିଏମ୍‌ଓ ଡା. କେ.ସି.ପୃଷ୍ଟି କହିଛନ୍ତି, କେନ୍ଦୁଝର ଜିଲାରେ ଟ୍ରମା କେୟାର ସେଣ୍ଟର ଖୋଲିବା ପାଇଁ ସରକାରଙ୍କ ପ୍ରସ୍ତାବ ରହିଛି। ଜିଲା ମୁଖ୍ୟାଳୟ ବ୍ୟତୀତ ଆନନ୍ଦପୁର, ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନା ଏବଂ ବଡବିଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଖୋଲିବ।


Enter your email to get our daily news in your inbox.

All Right Reserved By Dharitri.Com

ରଥଯାତ୍ରା ପାଇଁ ବୁଗୁଡ଼ା ବନାଞ୍ଚଳରୁ ଗଲା ୧୬ ଖଣ୍ଡ ଫାଶି କାଠ

ବୁଗୁଡ଼ା,୨୧।୩(କାଳିଚରଣ ଦାଶ): ବୁଗୁଡ଼ା ପାଇଁ ଏକ ସୌଭାଗ୍ୟର ଦିନ। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ତିଆରି ସକାଶେ ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ…

ମନ୍ଦିର ପ୍ରତିଷ୍ଠା, ନାମଯଜ୍ଞ ପାଇଁ ପ୍ରସ୍ତୁତି : ଅଧିକରୁ ଅଧିକ ଜନସମାଗମ ଆଶଙ୍କା

ଗଞ୍ଜାମ,୨୧।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକର କରପଡା ଗ୍ରାମରେ ଆସନ୍ତା ୨୨ରୁ ୨୬ ପର୍ଯ୍ୟନ୍ତ ୫ ଦିନ ବ୍ୟାପି ମହା ଆଡମ୍ବରରେ ମା’ ବୁଢ଼ୀ ଠାକୁରାଣୀ ଏବଂ…

କ୍ରସ ଭୋଟିଂ କରିଥିବା ବିଜେଡି ବିଧାୟକମାନଙ୍କ ଉତ୍ତର: ଆକ୍ସନ ମୋଡରେ ନବୀନ

ଭୁବନେଶ୍ୱର,୨୧।୧: କ୍ରସ ଭୋଟିଂ କରିଥିବା ବିଜେଡି ବିଧାୟକମାନଙ୍କ ଉତ୍ତର ଉପରେ ପ୍ରତିକ୍ରିୟା ରଖିଲେ ବିଜେଡି ଶୃଙ୍ଖଳା କମିଟି ସଦସ୍ୟ ସାରଦା ଜେନା। ସେ କହିଛନ୍ତି, ଉତ୍ତର ସନ୍ତୋଷଜନକ…

ଯୁଦ୍ଧ ମଧ୍ୟରେ ଭାରତ ପାଇଁ ଆଶ୍ୱସ୍ତି: ଆମେରିକାରୁ ଆସିଲା ବଡ଼ ଖବର

ଓ୍ବାଶିଂଟନ୍‌,୨୧।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରୁଥିବା ଖବର ସାମ୍ନାକୁ ଆସିଛି। ହଠାତ୍‌ ମତ…

ଗ୍ୟାସ ଅଭାବ ଯୋଗୁ ଅଙ୍ଗନାଓ୍ବାଡି କର୍ମୀଙ୍କ ମଧ୍ୟରେ ଭାଳେଣି, ଅଙ୍ଗନାଓ୍ବାଡି କେନ୍ଦ୍ରରେ ବନ୍ଦ ହୋଇଯିବ ରୋଷେଇ!

ବୁଗୁଡ଼ା,୨୦।୩(କାଳିଚରଣ ଦାଶ): ମିଳୁନି ଜାଳେଣି ଗ୍ୟାସ, ଗ୍ୟାସ ଅଭାବରୁ ଅଧିକାଂଶ ହୋଟେଲ, ଫାଷ୍ଟଫୁଡ୍‌ ସେଣ୍ଟର ଓ ଚା’ ଦୋକାନ ବନ୍ଦ ହୋଇ ସାରିଥିବାବେଳେ ଏବେ ଘରମାନଙ୍କରେ ମଧ୍ୟ…

ଗଛରେ ପିଟିହୋଇ ଓଲଟିଲା କାର୍‌: ଆଖିବୁଜିଦେଲେ ,ଶାଳା,ଭିଣୋଇ

ନନ୍ଦପୁର,୨୧ା୩(ତୁଷାରକାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ଅଗ୍ନିଶମ ବାହିନୀ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଗୁରୁବାର ରାତିରେ ଏକ କାର୍‌ ରାସ୍ତା ପାର୍ଶ୍ୱ ଥିବା ଆମ୍ବଗଛକୁ…

ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ: ନାଟକ ‘ପଲ୍ଲୀରୁ ଦିଲ୍ଲୀ ’ ମଞ୍ଚସ୍ଥ…

ଦିଗପହଣ୍ଡି,୨୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡି ପେଣ୍ଠ ପଞ୍ଚାୟତ ଅନ୍ତର୍ଗତ ମେଘଝୋଳି ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ ହେଇଯାଇଛି…

ମା’ କନକ ଦୁର୍ଗାଙ୍କ ଚନ୍ଦ୍ରଘଣ୍ଟା ବେଶ: ଭକ୍ତଙ୍କ ଭିଡ଼

ଦେବଗଡ,୨୧।୩(ଶଶାଙ୍କ ଶେଖର ଝାଙ୍କର): ମଠ ସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତୀକ ନବରାତ୍ର ପୂଜା ତୃତୀୟ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ଚାଲିଛି। ଶନିବାର ମା’ କନକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri