ବକ୍ସିଙ୍କ ନାଁରେ ନଗର, ପ୍ରତିମୂର୍ତ୍ତି ନାହିଁ

ଖୋର୍ଦ୍ଧା ଅଫିସ,୧ା୧୦: ସ୍ବାଧୀନୋତ୍ତର ଭାରତରେ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ମିଳିଛି। ଆଜାଦିକା ଅମୃତ ମହୋତ୍ସବ ଉପଲକ୍ଷେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପାଇକ ବୀରଙ୍କ ବୀରତ୍ୱ ଗାଥାକୁ ମନେ ପକାଇବା ପାଇଁ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ଆଲୋଚନାଚକ୍ର, ପାଇକ ଆଖଡା ଆୟୋଜନ କରାଯାଇଛି। ବକ୍ସି ଏବଂ ପାଇକ ବୀରଙ୍କ ବୀରତ୍ୱକୁ ନେଇ ଏକ ଘରୋଇ ଚ୍ୟାନେଲ ‘ବିଦ୍ରୋହୀ’ ନାମରେ ଏକ ଧାରାବାହିକ ପ୍ରସାରଣ କରିବାକୁ ଯାଉଛି। ଲାଲମାଟି ଗଡ଼ ଭାବେ ଖୋର୍ଦ୍ଧା ଦେଶରେ ପ୍ରସିଦ୍ଧି ଲାଭ କରିଛି। ତେବେ ସ୍ବାଧୀନ ଭାରତରେ ପାଇକ ବୀରଙ୍କୁ ଉପଯୁକ୍ତ ସ୍ଥାନ ଦିଆଯାଇ ନାହିଁ। ପାଇକ ବିଦ୍ରୋହର ମହାନାୟକ ବକ୍ସି ଜଗବନ୍ଧୁଙ୍କ ନାମରେ ସହରର ବକ୍ସି ଜଗବନ୍ଧୁ ନଗର ଗଠନ ହୋଇଥିଲା। ତେବେ ସେଠାରେ ବକ୍ସିଙ୍କ ପ୍ରତିମୂର୍ତ୍ତି ନାହିଁ। ଏନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ପ୍ରକାଶ ଯେ, ସ୍ଥାନୀୟ ବିଡିଏ କଲୋନୀ ଓ ଆଖପାଖ ଅଞ୍ଚଳକୁ ବକ୍ସି ଜଗବନ୍ଧୁ ନଗର ଭାବେ ନାମିତ କରାଯାଇଥିଲା। ସେତେବେଳେ ନଗର ପ୍ରବେଶ ପଥରେ ଏକ ସୂଚନା ଫଳକ ମଧ୍ୟ ଲଗାଯାଇଥିଲା। ପରବର୍ତ୍ତୀ ସମୟରେ ତାହା ଆଉ ନ ଥିଲା। ଏନେଇ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭାରେ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ରଙ୍କୁ ଅବଗତ କରାଯାଇଥିଲା। ଏଥିସହ ବିଡିଏ କଲୋନୀ ଏମ୍‌ଆଇଜି ବ୍ଲକ୍‌ରେ ଏମ୍‌-୨୪ ଓ ଏମ୍‌-୨୫ ମଧ୍ୟରେ ଥିବା ଖଣିକୁ ପୋତାଯାଇ ସେଠାରେ ବକ୍ସି ଜଗବନ୍ଧୁଙ୍କ ନାମରେ ଏକ ପାଠାଗାର ଏବଂ ବରିଷ୍ଠ ନାଗରିକଙ୍କ କକ୍ଷ ନିର୍ମାଣ କରାଯିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ବିଧାୟକ ପାଣ୍ଠିରୁ ଏହା କରାଯିବ ବୋଲି ମିତ୍ର ପ୍ରତିଶ୍ରୁତି ଦେଇଥିଲେ। ତେବେ ୩ ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ମ୍ୟୁନିସିପାଲିଟି ପକ୍ଷରୁ କେବଳ ଖଣିିକୁ ପୋତି କାମ ସାରିଦେଇଛନ୍ତି। ଏହାର ଚାରିପଟ ପାଚେରି ନିର୍ମାଣ କରାଯାଇନାହିଁ। ଫଳରେ ଅସାମାଜିକ ବ୍ୟକ୍ତିଙ୍କ ଦ୍ୱାରା ଏହି ସ୍ଥାନ ଜବରଦଖଲ ହେବା ଆଶଙ୍କା ରହିଛି। ସୂଚନାଯୋଗ୍ୟ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ବିଡିଏ କଲୋନୀ ନିର୍ମିତ ହୋଇଥିବା ବେଳେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ବର୍ଷା ହେଲେ ପାଣି ଲହଡ଼ି ମାରୁଛି। ଏଠାରେ ବକ୍ସିଙ୍କ ନାମରେ ଏକ ପ୍ରତିମୂର୍ତ୍ତି ସ୍ଥାପନ ଏବଂ ପାଠାଗାର ନିର୍ମାଣ ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ନିକଟରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅନିଲ ସାମଲ ଜିଲାର ଉନ୍ନୟନ କାର୍ଯ୍ୟ ସମୀକ୍ଷା ପାଇଁ ଗସ୍ତରେ ଆସିଥିବା ବେଳେ ସରକାରୀ ଜମିକୁ ଜବରଦଖଲମୁକ୍ତ ଏବଂ ଏହାର ତାରବାଡ଼ ଦେଇ ସୁରକ୍ଷିତ ରଖିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରସ୍ତାବିତ ପାଠାଗାର ପାଇଁ ପୋତା ଯାଇଥିବା ଜମିକୁ ତାରବାଡ଼ ଦେଇ ସୁରକ୍ଷିତ କରାନଗଲେ, ଏହା ଜବରଦଖଲ ହେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri