ନିଶ୍ଚେତକ ଡାକ୍ତର ନାହାନ୍ତି, ଅସ୍ତ୍ରୋପଚାର ବନ୍ଦ

ସୋନପୁର,୭।୧୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ନିଶ୍ଚେତକ ଡାକ୍ତର ନାହାନ୍ତି। ଫଳରେ ରୋଗୀ ସାଧାରଣ ଅସ୍ତ୍ରୋପଚାର ପାଇଁ ଘରୋଇ ନର୍ସିଂହୋମକୁ ଯାଇ ଅଯଥାରେ ଖର୍ଚ୍ଚାନ୍ତ ହେଉଛନ୍ତି। ଡାକ୍ତରଖାନାରେ ରୋଗୀ ଚିକିତ୍ସା କେବଳ ବର୍ହିଃ ବିଭାଗ(ଓପିଡି) ସେବାରେ ସୀମିତ ରହିଛି। ସାଧାରଣରେ ଏଥିନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତେବେ ପ୍ରଶାସନର ଏଥିପ୍ରତି ସାମାନ୍ୟ ଦୃଷ୍ଟି ନଥିବା ଅଭିଯୋଗ ହେଉଛି।
ଜିଲା ସଦର ମହକୁମାରେ ୫୦ଶଯ୍ୟା ବିଶିଷ୍ଟ ପ୍ରସୂତିକାଳୀନ ମାତୃ ଓ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ତିନି ମହଲା ବିଶିଷ୍ଟ କୋଠରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି। ସେହିପରି ୧୦୦କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଜିଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ନିର୍ମାଣ ହୋଇଛି। ସାତ ମହଲା ବିଶିଷ୍ଟ ଏହି ଅତ୍ୟାଧୁନିକ କୋଠା ୨୦୨୪ ଫେବୃୟାରୀରେ ଉଦ୍‌ଘାଟିତ ହୋଇଥିଲା। ତେବେ ଚିକିତ୍ସା ସେବାକୁ ଦେଖି ଏଠାକୁ ଆସୁଥିବା ଲୋକେ ବାହାର ଚକାଚକ୍‌ ଭିତରେ ଖାଲି ବୋଲି ଅଭିଯୋଗ କରୁଛନ୍ତି। ରୋଗୀଙ୍କୁ ସାମାନ୍ୟ ଚିକିତ୍ସା ପାଇଁ ଘରୋଇ ନର୍ସିଂହୋମ ଉପରେ ନିର୍ଭର କରିବାକୁ ପଡୁଛି। ସୁବାସ ପଣ୍ଡା ଏହି ଡାକ୍ତରଖାନାରେ ଏକମାତ୍ର ତାଲିମପ୍ରାପ୍ତ ନିଶ୍ଚେତକ ଡାକ୍ତର ଥିଲେ। ଡାକ୍ତରଖାନାରେ ପୂର୍ବରୁ କେବଳ ପ୍ରସୂତି ବିଭାଗରେ ହିଁ ଅସ୍ତ୍ରୋପଚାର ହେଉଥିଲା। ଡାକ୍ତର ପଣ୍ଡାଙ୍କ ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନା ଅଧୀକ୍ଷକ ଭାବେ ବଦଳି ହେବା ପରେ ସେ ଗତ ଅକ୍ଟୋବର ୨୨ରେ ଏଠାରୁ ରିଲିଭ୍‌ ହୋଇଛନ୍ତି। ସେହିଦିନଠାରୁ ପ୍ରାୟ ୧୫ଦିନ ହେବ ସୁବର୍ଣ୍ଣପୁର ଡାକ୍ତରଖାନାରେ ପୂର୍ବରୁ ହେଉଥିବା ଗର୍ଭବତୀଙ୍କ ଅସ୍ତ୍ରୋପଚାର ମଧ୍ୟ ବନ୍ଦ ହୋଇଯାଇଛି। ଖାଲି ସେତି ନୁହେଁ, ସାଧାରଣ ବଥଟିଏ ହୋଇଥିଲେ ଅସ୍ତ୍ରୋପଚାର ହେଉନି, ହାତ କି ଗୋଡ ଭାଙ୍ଗିଥିଲେ ବିଭିନ୍ନ ଆଳ ଦେଖାଇ ପ୍ଲାଷ୍ଟର ମଧ୍ୟ କରାଯାଉନି। ଅନ୍ୟପକ୍ଷେ ଡାକ୍ତର ରବି ପଣ୍ଡା ଜଣେ ତାଲିମପ୍ରାପ୍ତ ନିଶ୍ଚେତକ ଡାକ୍ତର। ସେ ଏଠାରୁ ଦରମା ପାଉଛନ୍ତି। କିନ୍ତୁ ତତ୍କାଳୀନ ସରକାରଙ୍କ ନିର୍ଦ୍ଦେଶକ୍ରମେ ସେ ୨୦୨୩ ମସିହାରୁ ଡୁଙ୍ଗୁରିପାଲି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ସେବା ଯୋଗାଉଛନ୍ତି। ଏଭଳି ସ୍ଥିତିରେ ଗରିବ ରୋଗୀ ଚିକିତ୍ସା ସେବା ନପାଇ ହନ୍ତସନ୍ତ ହେଉଛନ୍ତି। ଗର୍ଭ ବେଦନା ଯୋଗୁ ପ୍ରସୂତିକାଳୀନ ମାତୃ ଓ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ରକୁ ଦୈନିକ ୮ ରୁ ୧୦ଜଣ ଗର୍ଭବତୀ ଆସୁଛନ୍ତି। ସେଥିମଧ୍ୟରୁ ଅଧା ସାଧାରଣ ପ୍ରସବ ହେଉଥିଲା ବେଳେ ବାକି ଅଧା କୌଣସି ସମସ୍ୟା ଥିଲେ ଡାକ୍ତର ଅସ୍ତ୍ରୋପଚାର କରି ପ୍ରସବ କରାଉଥିଲେ। ଗତ ସେପ୍ଟେମ୍ବରରେ ମୁଖ୍ୟ ଡାକ୍ତରଖାନାରେ ୧୦୨ରୁ ଊର୍ଦ୍ଧ୍ୱ ପ୍ରସବ ଅସ୍ତ୍ରୋପଚାର ଦ୍ୱାରା ହୋଇଥିଲା। ଅକ୍ଟୋବର ମାସରେ ୩୫ରୁ ଊର୍ଦ୍ଧ୍ୱ ପ୍ରସବ ଅସ୍ତ୍ରୋପଚାର ଦ୍ୱାରା ହୋଇଥିବା ବେଳେ ତାଲିମପ୍ରାପ୍ତ ନିଶ୍ଚେତକଙ୍କ ବଦଳି ପରେ ଏହା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି। ଏବେ ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସୁଥିବା ଗର୍ଭବତୀଙ୍କ ଗର୍ଭ ଯନ୍ତ୍ରଣା ହେଲେ ନର୍ସିଂହୋମ ଯାଉଛନ୍ତି। ତାଲିମପ୍ରାପ୍ତ ଡାକ୍ତର ରବି ପଣ୍ଡାଙ୍କୁ ଏଠାକୁ ଫେରାଇ ଆଣିବାକୁ ପ୍ରଶାସନିକ କିମ୍ବା ରାଜନୈତିକସ୍ତରରେ ଅଦୌ ଉଦ୍ୟମ ହେଉନି। ଜିଲାର ବୁଦ୍ଧିଜୀବୀ ମଧ୍ୟ ଏବାବଦରେ ସ୍ବର ଉତ୍ତୋଳନ କରୁନାହାନ୍ତି। ମୁଖ୍ୟ ଡାକ୍ତରଖାନା ଅଧୀକ୍ଷକ ଡାକ୍ତର ଦୁର୍ଗାଦତ୍ତ ଦାଶ କୁହନ୍ତି, ତାଲିମପ୍ରାପ୍ତ ନିଶ୍ଚେତକ ଡାକ୍ତର ସୁବାସ ପଣ୍ଡାଙ୍କ ବଦଳି ପରେ ସମସ୍ୟା ସୃଷ୍ଟି ହୋଇଛି। ପ୍ରତି ସପ୍ତାହରେ ସୋମବାର ଓ ମଙ୍ଗଳବାର ସୁବର୍ଣ୍ଣପୁର ମୁଖ୍ୟ ଡାକ୍ତରଖାନାରେ ରୋଗୀଙ୍କ ଚିକିତ୍ସା କରିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଡାକ୍ତର ରବି ପଣ୍ଡା ଏବେ ଡୁଙ୍ଗୁରିପାଲିରେ ଅବସ୍ଥାପିତ ଅଛନ୍ତି। ସରକାର ଚାହିଁଲେ ସେ ବାବଦରେ ନିଷ୍ପତ୍ତି ନେଇପାରିବେ ବୋଲି ଡାକ୍ତର ଦାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ହେଲା ଯୁଦ୍ଧ! ପ୍ରଥମ ଥର ପାଇଁ ଆମେରିକାର ୮୦୦ କୋଟିର ଫାଇଟର ଜେଟ୍‌କୁ ଇରାନର ଟାର୍ଗେଟ, ବଢ଼ିଲା…

ୱାଶିଂଟନ, ୧୯।୩:ମଧ୍ୟ-ପ୍ରାଚ୍ୟ ରଣାଙ୍ଗନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାର ଏକ ଅତ୍ୟାଧୁନିକ F-୩୫ ଷ୍ଟେଲଥ ଫାଇଟର ଜେଟ୍‌ ଇରାନ ଉପରେ ଏକ ଯୁଦ୍ଧ ମିଶନରେ…

ଇଂଲଣ୍ଡ ଗସ୍ତ ପୂର୍ବରୁ ଆୟର୍ଲାଣ୍ଡରେ ଟି୨୦ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୯ା୩: ବିଶ୍ୱ ଚାମ୍ପିୟନ ଭାରତ, ଇଂଲଣ୍ଡରେ ଧଳା ବଲ ସିରିଜ୍‌ ଖେଳିବା ପୂର୍ବରୁ ଆସନ୍ତା ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ଟି୨୦ ସିରିଜ୍‌ ଖେଳିବ। ଆୟର୍ଲାଣ୍ଡର ଡାଇରେକ୍ଟର…

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ବିଶ୍ୱାସରେ ବିଷ: ୧୮ ଲକ୍ଷ ଟଙ୍କାର ଋଣ ଜାଲିଆତି, ମହିଳାଙ୍କୁ ବାନ୍ଧିଲା ତାରସିଂ ପୋଲିସ

ଭଞ୍ଜନଗର, ୧୯।୩ (ବାବୁଲା ପ୍ରଧାନ): ବିଶ୍ୱାସରେ ଦେଲେ ବିଷ । ସାଙ୍ଗସାଥୀ ଓ ପଡ଼ୋଶୀ ମହିଳାଙ୍କ ନାମରେ ବ୍ୟାଙ୍କରୁ ଚଞ୍ଚକତା କରି ଲକ୍ଷ ଲକ୍ଷ ଟଙ୍କା ଋଣ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri