ନିଶ୍ଚେତକ ଡାକ୍ତର ନାହାନ୍ତି, ଅସ୍ତ୍ରୋପଚାର ବନ୍ଦ

ସୋନପୁର,୭।୧୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ନିଶ୍ଚେତକ ଡାକ୍ତର ନାହାନ୍ତି। ଫଳରେ ରୋଗୀ ସାଧାରଣ ଅସ୍ତ୍ରୋପଚାର ପାଇଁ ଘରୋଇ ନର୍ସିଂହୋମକୁ ଯାଇ ଅଯଥାରେ ଖର୍ଚ୍ଚାନ୍ତ ହେଉଛନ୍ତି। ଡାକ୍ତରଖାନାରେ ରୋଗୀ ଚିକିତ୍ସା କେବଳ ବର୍ହିଃ ବିଭାଗ(ଓପିଡି) ସେବାରେ ସୀମିତ ରହିଛି। ସାଧାରଣରେ ଏଥିନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତେବେ ପ୍ରଶାସନର ଏଥିପ୍ରତି ସାମାନ୍ୟ ଦୃଷ୍ଟି ନଥିବା ଅଭିଯୋଗ ହେଉଛି।
ଜିଲା ସଦର ମହକୁମାରେ ୫୦ଶଯ୍ୟା ବିଶିଷ୍ଟ ପ୍ରସୂତିକାଳୀନ ମାତୃ ଓ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ତିନି ମହଲା ବିଶିଷ୍ଟ କୋଠରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି। ସେହିପରି ୧୦୦କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଜିଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ନିର୍ମାଣ ହୋଇଛି। ସାତ ମହଲା ବିଶିଷ୍ଟ ଏହି ଅତ୍ୟାଧୁନିକ କୋଠା ୨୦୨୪ ଫେବୃୟାରୀରେ ଉଦ୍‌ଘାଟିତ ହୋଇଥିଲା। ତେବେ ଚିକିତ୍ସା ସେବାକୁ ଦେଖି ଏଠାକୁ ଆସୁଥିବା ଲୋକେ ବାହାର ଚକାଚକ୍‌ ଭିତରେ ଖାଲି ବୋଲି ଅଭିଯୋଗ କରୁଛନ୍ତି। ରୋଗୀଙ୍କୁ ସାମାନ୍ୟ ଚିକିତ୍ସା ପାଇଁ ଘରୋଇ ନର୍ସିଂହୋମ ଉପରେ ନିର୍ଭର କରିବାକୁ ପଡୁଛି। ସୁବାସ ପଣ୍ଡା ଏହି ଡାକ୍ତରଖାନାରେ ଏକମାତ୍ର ତାଲିମପ୍ରାପ୍ତ ନିଶ୍ଚେତକ ଡାକ୍ତର ଥିଲେ। ଡାକ୍ତରଖାନାରେ ପୂର୍ବରୁ କେବଳ ପ୍ରସୂତି ବିଭାଗରେ ହିଁ ଅସ୍ତ୍ରୋପଚାର ହେଉଥିଲା। ଡାକ୍ତର ପଣ୍ଡାଙ୍କ ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନା ଅଧୀକ୍ଷକ ଭାବେ ବଦଳି ହେବା ପରେ ସେ ଗତ ଅକ୍ଟୋବର ୨୨ରେ ଏଠାରୁ ରିଲିଭ୍‌ ହୋଇଛନ୍ତି। ସେହିଦିନଠାରୁ ପ୍ରାୟ ୧୫ଦିନ ହେବ ସୁବର୍ଣ୍ଣପୁର ଡାକ୍ତରଖାନାରେ ପୂର୍ବରୁ ହେଉଥିବା ଗର୍ଭବତୀଙ୍କ ଅସ୍ତ୍ରୋପଚାର ମଧ୍ୟ ବନ୍ଦ ହୋଇଯାଇଛି। ଖାଲି ସେତି ନୁହେଁ, ସାଧାରଣ ବଥଟିଏ ହୋଇଥିଲେ ଅସ୍ତ୍ରୋପଚାର ହେଉନି, ହାତ କି ଗୋଡ ଭାଙ୍ଗିଥିଲେ ବିଭିନ୍ନ ଆଳ ଦେଖାଇ ପ୍ଲାଷ୍ଟର ମଧ୍ୟ କରାଯାଉନି। ଅନ୍ୟପକ୍ଷେ ଡାକ୍ତର ରବି ପଣ୍ଡା ଜଣେ ତାଲିମପ୍ରାପ୍ତ ନିଶ୍ଚେତକ ଡାକ୍ତର। ସେ ଏଠାରୁ ଦରମା ପାଉଛନ୍ତି। କିନ୍ତୁ ତତ୍କାଳୀନ ସରକାରଙ୍କ ନିର୍ଦ୍ଦେଶକ୍ରମେ ସେ ୨୦୨୩ ମସିହାରୁ ଡୁଙ୍ଗୁରିପାଲି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ସେବା ଯୋଗାଉଛନ୍ତି। ଏଭଳି ସ୍ଥିତିରେ ଗରିବ ରୋଗୀ ଚିକିତ୍ସା ସେବା ନପାଇ ହନ୍ତସନ୍ତ ହେଉଛନ୍ତି। ଗର୍ଭ ବେଦନା ଯୋଗୁ ପ୍ରସୂତିକାଳୀନ ମାତୃ ଓ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ରକୁ ଦୈନିକ ୮ ରୁ ୧୦ଜଣ ଗର୍ଭବତୀ ଆସୁଛନ୍ତି। ସେଥିମଧ୍ୟରୁ ଅଧା ସାଧାରଣ ପ୍ରସବ ହେଉଥିଲା ବେଳେ ବାକି ଅଧା କୌଣସି ସମସ୍ୟା ଥିଲେ ଡାକ୍ତର ଅସ୍ତ୍ରୋପଚାର କରି ପ୍ରସବ କରାଉଥିଲେ। ଗତ ସେପ୍ଟେମ୍ବରରେ ମୁଖ୍ୟ ଡାକ୍ତରଖାନାରେ ୧୦୨ରୁ ଊର୍ଦ୍ଧ୍ୱ ପ୍ରସବ ଅସ୍ତ୍ରୋପଚାର ଦ୍ୱାରା ହୋଇଥିଲା। ଅକ୍ଟୋବର ମାସରେ ୩୫ରୁ ଊର୍ଦ୍ଧ୍ୱ ପ୍ରସବ ଅସ୍ତ୍ରୋପଚାର ଦ୍ୱାରା ହୋଇଥିବା ବେଳେ ତାଲିମପ୍ରାପ୍ତ ନିଶ୍ଚେତକଙ୍କ ବଦଳି ପରେ ଏହା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି। ଏବେ ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସୁଥିବା ଗର୍ଭବତୀଙ୍କ ଗର୍ଭ ଯନ୍ତ୍ରଣା ହେଲେ ନର୍ସିଂହୋମ ଯାଉଛନ୍ତି। ତାଲିମପ୍ରାପ୍ତ ଡାକ୍ତର ରବି ପଣ୍ଡାଙ୍କୁ ଏଠାକୁ ଫେରାଇ ଆଣିବାକୁ ପ୍ରଶାସନିକ କିମ୍ବା ରାଜନୈତିକସ୍ତରରେ ଅଦୌ ଉଦ୍ୟମ ହେଉନି। ଜିଲାର ବୁଦ୍ଧିଜୀବୀ ମଧ୍ୟ ଏବାବଦରେ ସ୍ବର ଉତ୍ତୋଳନ କରୁନାହାନ୍ତି। ମୁଖ୍ୟ ଡାକ୍ତରଖାନା ଅଧୀକ୍ଷକ ଡାକ୍ତର ଦୁର୍ଗାଦତ୍ତ ଦାଶ କୁହନ୍ତି, ତାଲିମପ୍ରାପ୍ତ ନିଶ୍ଚେତକ ଡାକ୍ତର ସୁବାସ ପଣ୍ଡାଙ୍କ ବଦଳି ପରେ ସମସ୍ୟା ସୃଷ୍ଟି ହୋଇଛି। ପ୍ରତି ସପ୍ତାହରେ ସୋମବାର ଓ ମଙ୍ଗଳବାର ସୁବର୍ଣ୍ଣପୁର ମୁଖ୍ୟ ଡାକ୍ତରଖାନାରେ ରୋଗୀଙ୍କ ଚିକିତ୍ସା କରିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଡାକ୍ତର ରବି ପଣ୍ଡା ଏବେ ଡୁଙ୍ଗୁରିପାଲିରେ ଅବସ୍ଥାପିତ ଅଛନ୍ତି। ସରକାର ଚାହିଁଲେ ସେ ବାବଦରେ ନିଷ୍ପତ୍ତି ନେଇପାରିବେ ବୋଲି ଡାକ୍ତର ଦାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

BCCIର ବଡ଼ ନିଷ୍ପତ୍ତି, ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜର ପ୍ରଥମ ମ୍ୟାଚ ପାଇଁ ସ୍ଥାନ ପରିବର୍ତ୍ତନ

ନୂଆଦିଲ୍ଲୀ,୫।୧୧: ଡିସେମ୍ବରରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚକୁ ଦିଲ୍ଲୀରୁ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ…

ମାଲିକଙ୍କ ବାଟ ଚାହିଁ ରହିଥିଲା କୁକୁର, ୧୮ ଦିନ ପରେ ଘଟିଲା…..

ବଡ଼ଗାଁ,୫।୧୧(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ଟିକିଲିପଡା ଗାଁ ନିକଟରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରାଜ୍ୟ ରାଜପଥ ପାର୍ଶ୍ବରେ ବନ୍ଦ…

WPL 2027 ଟ୍ରଫିକୁ ନେଇ ବଡ଼ କଥା କହିଲେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୫।୧୧: ମହିଳା ପ୍ରିମିୟର ଲିଗ (WPL) ୨୦୨୭ ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏହି ଟୁର୍ଣ୍ଣାମେଣ୍ଟ ଜାନୁଆରୀ ୧୪ରୁ ଆରମ୍ଭ ହେବ ଏବଂ ଫେବୃଆରୀ ୭ରେ ଏହାର…

‘ସେ ମୁମ୍ବାଇ ଯାଇ ଫସିଗଲେ…’ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଏମିତି କହିଲେ ପୂର୍ବତନ କ୍ରିକେଟର, ହେଲାଣି ଖୁବ ଚର୍ଚ୍ଚା

ନୂଆଦିଲ୍ଲୀ,୫।୧୧: ଆଇପିଏଲ (IPL) ୨୦୨୭ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ସହ ରହିବେ ନାହିଁ। ତାଙ୍କର ଅନ୍ୟ ଦଳକୁ ଯିବା (ଟ୍ରେଡ ହେବା) ନେଇ ଚର୍ଚ୍ଚା…

ନବରଙ୍ଗପୁରରେ ଚାଞ୍ଚଲ୍ୟ: ସମାଧି ଖୋଳି କାଟି ନେଲେଗଲେ ଯୁବତୀଙ୍କ ମୁଣ୍ଡ, ମଶାଣିରେ କଲେ…

ନବରଙ୍ଗପୁର,୫।୧୧(ସଦାଶିବ ପ୍ରହରାଜ): ମୃତ୍ୟୁ ପରେ ବି ମିଳିଲାନି ଶାନ୍ତି । ମଶାଣିରେ ସମାଧି ନେଇଥିବା ଜଣେ ଯୁବତୀଙ୍କ ମୃତଦେହକୁ ୪୨ ଦିନ ପରେ ଖୋଳି ବାହାର କରିବା…

ୟୁରୋପରେ ୧୨ ବିମାନର ଯାତ୍ରୀ ଆତଙ୍କିତ; ପ୍ୟାରିସରୁ ରୋମ ପର୍ଯ୍ୟନ୍ତ ଭୟର ବାତାବରଣ

ପ୍ୟାରିସ,୫।୧୧: ଗୁରୁବାର ୟୁରୋପର ସୁରକ୍ଷା ଏଜେନ୍ସିଗୁଡ଼ିକ ପୁଣିଥରେ ହାଇ ଆଲର୍ଟ ଅବସ୍ଥାରେ ରହିଥିଲେ, କାରଣ ବୋମା ଧମକ ମିଳିବା ପରେ ପ୍ରାୟ ୧୨ଟି ବିମାନର ଗତିପଥ ବଦଳାଇବାକୁ…

ପୋଲିସ ASIଙ୍କ ବାଇକ୍‌ ଧକ୍କାରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ, ନ୍ୟାୟ ପାଇଁ SPଙ୍କ ଦ୍ୱାରସ୍ଥ ହେଲେ ପରିବାର

ଭବାନୀପାଟଣା,୫।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଗଡ଼ିଆଜୋର କ୍ରସର ବିଜୁ ଏକ୍ସପ୍ରେସ ରାସ୍ତାରେ ଗତ ୩୧ ତାରିଖ ସନ୍ଧ୍ୟାରେ ବାଇକ ଧକ୍କାରେ ଜଣେ…

ବନ୍ୟାରେ ଛାରଖାର ପୁରୁଷୋତ୍ତମପୁର, ବିପନ୍ନଙ୍କ ଦୁର୍ଦ୍ଦଶା ଦେଖି ସରକାରଙ୍କୁ ଘେରିଲେ ଭକ୍ତ ଦାସ

ପୁରୁଷୋତ୍ତମପୁର,୫।୧୧(ସବିତା ମିଶ୍ର): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଋଷିକୁଲ୍ୟା ନଦୀର ପ୍ରଳୟଙ୍କରୀ ବନ୍ୟା ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳକୁ ଛାରଖାର କରିଦେଇଛି । ଘରଦ୍ୱାରଠାରୁ ଆରମ୍ଭ କରି ଚାଷଜମି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?