ଡ୍ରେନ୍‌ ସମସ୍ୟାର ସମାଧାନ ନାହିଁ

ଅନୁଗୋଳ ଅଫିସ,୧୮ା୩- ଅନେକଥର ପୌର ନିର୍ବାଚନ ହେଲାଣି। କେତେ କାଉନସିଲରଙ୍କ କାର୍ଯ୍ୟକାଳ ସରିଲାଣି। ହେଲେ ଅନୁଗୋଳ ପୌର ପରିଷଦର ୧୯ନଂ. ଓ୍ବାର୍ଡ ଏବେ ବି ଅବହେଳିତ ଅବସ୍ଥାରେ ପଡ଼ିଛି। ପ୍ରମୁଖ ସମସ୍ୟା କୁହାଯାଉଥିବା ଡ୍ରେନ୍‌ ବ୍ୟବସ୍ଥାକୁ ଆଦୌ ଗୁରୁତ୍ୱ ଦିଆଯାଉ ନାହିଁ।
ଅନୁଗୋଳ ପୌରାଞ୍ଚଳର ହେମସୁରପଡ଼ା ଅଞ୍ଚଳକୁ ନେଇ ୧୯ନଂ. ଓ୍ବାର୍ଡ ଗଠିତ। ଲୋକ ସଂଖ୍ୟା ତୁଳନାରେ ଏହା ପୌର ପରିଷଦର ୬ଷ୍ଠ ବୃହତ୍ତମ ଓ୍ବାର୍ଡ। ଏଠାକାର ଲୋକ ସଂଖ୍ୟା ୨୪୯୦ ହୋଇଥିବା ବେଳେ ୨୦୪୨ଜଣ ଭୋଟର ରହିଛନ୍ତି। ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନର ଭୋଟ ଗ୍ରହଣ ହେବାକୁ ଥିବାରୁ ପ୍ରାର୍ଥୀମାନଙ୍କ ଗହଳି ଚହଳି ଏଠାରେ ଲାଗି ରହିଛି। ସ୍ଥାନୀୟ ନେତାମାନଙ୍କ ସହ ସେମାନେ ଘର ଘର ବୁଲି ଭୋଟରଙ୍କୁ ଭେଟୁଛନ୍ତି। ସେମାନଙ୍କ ଦୁଃଖସୁଖରେ ସାମିଲ ହେବାର ପ୍ରତିଶ୍ରୁତି ଦେଉଛନ୍ତି। ଓ୍ବାର୍ଡର ଉନ୍ନୟନ କରିବେ ବୋଲି କହୁଛନ୍ତି। ହେଲେ ଡ୍ରେନ୍‌ ସମସ୍ୟାର ସମାଧାନ ହେବ ବୋଲି ଲୋକେ ଆଉ ବିଶ୍ୱାସ କରୁନାହାନ୍ତି। କାରଣ ଅତୀତରେ ଅନେକ କାଉନସିଲର ଏଠାରୁ ନିର୍ବାଚିତ ହୋଇଥିଲେ ମଧ୍ୟ ସେମାନେ ଏଥିପ୍ରତି ଦୃଷ୍ଟି ଦେଇନାହାନ୍ତି। ଚଳିତ ନିର୍ବାଚନରେ ଏହି ଓ୍ବାର୍ଡରୁ ବଳରାମ ଜେନା ବିଜେଡି ପ୍ରାର୍ଥୀ ହୋଇଛନ୍ତି। କଲ୍ଲୋଳକାନ୍ତ ସାହୁ ଭାଜପାରୁ ଓ ଭଗବାନ ମହାନ୍ତି କଂଗ୍ରେସ ପ୍ରାର୍ଥୀ ଭାବେ ଲଢ଼େଇ କରୁଛନ୍ତି। ତେବେ ୩ ପ୍ରାର୍ଥୀଙ୍କ ମଧ୍ୟରୁ ଯିଏ ବି ବିଜୟୀ ହୁଅନ୍ତୁ, ସେ ଅବ୍ୟବସ୍ଥା ଘେରରେ ଥିବା ଡ୍ରେନ୍‌କୁ ସୁବ୍ୟବସ୍ଥିତ କରନ୍ତୁ ବୋଲି ଓ୍ବାର୍ଡବାସୀ ଦାବି କରୁଛନ୍ତି। ଏହି ଓ୍ବାର୍ଡର ସବିତା ଦାସ କହିଛନ୍ତି, ଡ୍ରେନ୍‌ ବ୍ୟବସ୍ଥା ଠିକ୍‌ ନ ଥିବାରୁ ଆବର୍ଜନା ଜଳ ନିଷ୍କାସିତ ହୋଇପାରୁ ନାହିଁ। ଫଳରେ ଦୂଷିତ ପରିବେଶ ମଧ୍ୟରେ ରହିବାକୁ ପଡ଼ୁଛି। ମଶା, ମାଛି ବଂଶ ବୃଦ୍ଧି ପାଉଥିଲେ ମଧ୍ୟ ପ୍ରତିକାର କରାଯାଉ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ରାୟପୁର-ଭାଇଜାଗ୍‌ କରିଡର: ଓଡ଼ିଶା ସମେତ ୩ ରାଜ୍ୟରେ ଆଣିବ ବିକାଶର ଧାରା

ଭୁବନେଶ୍ୱର,୭ା୧୨: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ନିର୍ମାଣାଧୀନ ୬-ଲେନ୍ ବିଶିଷ୍ଟ ରାୟପୁର–ବିଶାଖାପାଟଣା ଅର୍ଥନୈତିକ କରିଡର ଆଗାମୀ ଦିନରେ ଓଡ଼ିଶା ସମେତ ତିନୋଟି...

ବାରବାଟୀ T20: ମ୍ୟାଚ୍ ଦେଖବାକୁ ଆସୁଥିଲେ ଏସବୁ ସ୍ଥାନରେ କରନ୍ତୁ ପାର୍କିଂ

କଟକ,୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍ ବାରବାଟୀରେ ଆୟୋଜିତ ହେବାକୁ ଥିବା T20 ମ୍ୟାଚ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଉଭୟ ଦଳକୁ କଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri