ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗାଁକୁ ରାସ୍ତା ନାହିଁ

ମହାକାଳପଡ଼ା,୧୮ା୮ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଭାରତ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗାଁକୁ ରାସ୍ତା ନାହିଁ ବୋଲି କହିଛନ୍ତି ଗ୍ରାମବାସୀ। ଗ୍ରାମର ଛାତ୍ରୀଛାତ୍ରମାନେ ପାଠ ପଢ଼ିବା ପାଇଁ ୨ କି.ମି. ଦୂର ନିକଟ ଉଚ୍ଚ ବିଦ୍ୟାଳୟକୁ ଯାତାୟାତ ପାଇଁ ବର୍ଷାଦିନରେ ନାହିଁ ନ ଥିବା ଅସୁବିଧା ଭୋଗୁଥିବା ଦେଖିବାକୁ ମିଳୁଛି। ପିଲାମାନେ କାଦୁଅ ପଙ୍କରେ ହାତରେ ଚପଲ, ବସ୍ତାନି ଧରି ଯାଉଛନ୍ତି। ବାଇକ୍‌ ଆରୋହୀମାନେ ଆଣ୍ଠୁଏ କାଦୁଅରେ ବାଇକ୍‌କୁ ଠେଲି ଠେଲି ନେଇ ଯାଉଥିବା ଦେଖିବାକୁ ମିଳୁଛି। ଏଭଳି ଦେଖିବାକୁ ମିଳୁଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଗଡ଼ରୋମିତ-ସୋବଳା ମଧ୍ୟ ସ୍ଥଳ ଗ୍ରାମ୍ୟ ରାସ୍ତାର ଅତି ଦୟନୀୟ ଅବସ୍ଥା।
ପ୍ରତିଦିନ ଗ୍ରାମର ଶ୍ରମିକମାନେ ଦୁର୍ଦ୍ଦିନରେ ବାଇକ୍‌ ଯୋଗେ ପାରାଦୀପ ଶିଳ୍ପ କାରଖାନାକୁ ଯାତାୟାତ କରୁଛନ୍ତି। ତେବେ ଗ୍ରାମର ୪୦ରୁ ଅଧିକ ଛାତ୍ରୀଛାତ୍ର ଏହି କାଦୁଅ ପଙ୍କ ରାସ୍ତା ପାରହୋଇ ଗଡ଼ରୋମିତସ୍ଥିତ ଚମ୍ପକେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟକୁ ଅଧ୍ୟୟନ କରିବାକୁ ଯାଇଥାନ୍ତି। ତେବେ ଗ୍ରାମର ୨ଟି ୱାର୍ଡ ୩୦୦ ପରିବାର ବିଶିଷ୍ଟ ୧ ହଜାରରୁ ଅଧିକ ଲୋକ ବସବାସ କରନ୍ତି। ହେଲେ ଏହି ଗ୍ରାମକୁ ଭଲ ରାସ୍ତା ନାହିଁ ଆମେ ବାଧ୍ୟ ହୋଇ କାଦୁଅରେ ବାଇକ୍‌ଗୁଡିକୁ ଠେଲି କି ନେଉଥିବା ରବୀନ୍ଦ୍ର ସାହୁ , ରଶ୍ମିରଞ୍ଜନ ରାଉତ, ସଦାନନ୍ଦ ସ୍ବାଇଁ ପ୍ରମୁଖ କହିଛନ୍ତି। ଆମ ଦେଶ ସ୍ବାଧୀନ ହୋଇଛି ସତ କିନ୍ତୁ ଆମେ ପାଠ ପଢ଼ିବା ପାଇଁ ଦୈନିକ ବହି ବସ୍ତାନି ବୋଝ ଧରି କାଦୁଆ ପଙ୍କପାଣିରେ ବହୁ କଷ୍ଟରେ ବିଦ୍ୟାଳୟ ଯାଉଛୁ ବୋଲି ଗାଁର ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ପୂଜାରାଣୀ ରାଉତ, ଜଗନ୍ନାଥ ରାଉତ, ଲିପ୍‌ସାରାଣୀ ସ୍ବାଇଁ, ଅବିନାଶ ସ୍ବାଇଁ, ରକି ବେହେରା ଓ ପୂଜାରାଣୀ ଦାସଙ୍କ ସମେତ ଅନ୍ୟ ପିଲାମାନେ କହିଛନ୍ତି। ଗ୍ରାମର ସୂର୍ଯ୍ୟକାନ୍ତ ସେଠୀଙ୍କ କହିବା କଥା ଏହି କାଦୁଅ ରାସ୍ତାକୁ ପାରହେବା ପାଇଁ ଘଣ୍ଟାଏ ସମୟ ଲାଗେ। ନିର୍ବାଚନ ପୂର୍ବରୁ ଠିକାଦାରମାନେ ମୁଠାଏ ମୁଠାଏ ଗୋଡ଼ି, ବାଲି, ଡଷ୍ଟ ଛିଞ୍ଚତ୍ ଦେଇ କାମ ସାରି ଦିଅନ୍ତି। ନିର୍ବାଚନ ସରିଲେ ଉକ୍ତ କାଦୁଅ ରାସ୍ତା ଅବସ୍ଥା ବଦଳେ ନାହିଁ। ଏ ସଂକ୍ରାନ୍ତରେ ବିଡିଓ ସାଗର କୁମାର ନନ୍ଦଙ୍କୁ ପଚାରିବାରେ ସୋବଳା ଗାଁ ରାସ୍ତା ସମସ୍ୟା ନଜରକୁ ଆସିଛି। ପ୍ରଶାସନ ପକ୍ଷରୁ ଖୁବ୍‌ଶୀଘ୍ର ରାସ୍ତା ପୁନରୁଦ୍ଧାର କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

କମାଲ ଦେଖାଇଲେ ଶିଶୁ ବୈଜ୍ଞାନିକ, ଜିଲାପାଳ କହିଲେ…

ବରଗଡ଼,୬ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲ ପଡ଼ିଆରେ ଶନିବାର ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଛି। ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ଅଧ୍ୟକ୍ଷତା...

ଫିଫା ବିଶ୍ୱକପ୍‌ ଲାଗି ଡ୍ର’ ଉଠାଣ: ଜାଣନ୍ତୁ କେଉଁ ଦଳ କେବେ କାହାକୁ ଭେଟିବ…

ଓ୍ବାଶିଂଟନ,୬ା୧୨: ଆସନ୍ତା ବର୍ଷ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ ଲାଗି ଶନିବାର ଡ୍ର’ ଉଠାଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିସହିତ...

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ନାଡ଼ାପାଟାଙ୍ଗ, ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଦାବିପତ୍ର

ବାଲିଗୁଡ଼ା, ୬।୧୨(ସଞ୍ଜୟ ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗ ଏବଂ ସିନ୍ଦ୍ରିଗାଁ ପଞ୍ଚାୟତର ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଉପଜିଲାପାଳଙ୍କ ଜରିଆରେ...

ବାରବାଟୀରେ ଖେଳିପାରନ୍ତି ଶୁବମନ ଗିଲ୍‌

ଭୁବନେଶ୍ୱର,୬ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌କୁ ଆଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri