ଗାଁକୁ ନାହିଁ ରାସ୍ତା, ବିଜୁଳି ସାତସପନ

ନୂଆପଡ଼ା ଅଫିସ,୨୨।୧୨: କେନ୍ଦ୍ର ତଥା ରାଜ୍ୟ ସରକାର ସ୍ବାସ୍ଥ୍ୟ, ଗମନାଗମନ, ବିଜୁଳି ଓ ପାନୀୟଜଳ ଭଳି ମୌଳିକ ସୁବିଧା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏହି ସବୁ ଯୋଜନା ନୂଆପଡ଼ା ଜିଲା କୋମନା ବ୍ଲକ ସୁନାବେଡା ଅଭୟାରଣ୍ୟ ଭିତରେ ଅବସ୍ଥିତ ଉପାନ୍ତ ଅଞ୍ଚଳ ପାଇଁ ଅପହଞ୍ଚ। ସୁନାବେଡା ପଞ୍ଚାୟତ ଶିବନାରାୟଣପୁର, ଝର୍ଲାଆମ, ଉପକାପାଣି, କୁମାରଖାନ ଓ ସୋସେଙ୍ଗ ପଞ୍ଚାୟତର ଭାଓସିଲର ରଜାକେନ୍ଦୁ ଭଳି ଗାଁକୁ ଯିବା ପାଇଁ ପକ୍କାରାସ୍ତା ନ ଥିବା ବେଳେ ବିଜୁଳି ସ୍ବପ୍ନ। ବିଦ୍ୟାଳୟ ନ ଥିବାରୁ ସୁନାବେଡା, ଗୋଲାବନ୍ଧ ଓ ପଞ୍ଚମପୁର ସେବାଶ୍ରମକୁ ଯାଇ ପିଲାମାନେ ପାଠ ପଢୁଛନ୍ତି। ଉଚ୍ଚ ଶିକ୍ଷା ପାଇଁ ଛତିଶଗଡ ଉପରେ ନିର୍ଭର କରନ୍ତି। ଛତିଶଗଡ ପାଖ ଓ ଯିବା ପାଇଁ ସୁବିଧା ଅଛି। ଏହି ୫ଟି ଗାଁ ପାଇଁ ଜଣେ ମାତ୍ର ଅଙ୍ଗନୱାଡି କର୍ମୀ ରହିଥିବା ବେଳେ କେନ୍ଦ୍ର ହିଁ ନାହିଁି। ଗ୍ରାମକୁ ଏଏନ୍‌ଏମ୍‌ କିମ୍ବା ସ୍ବାସ୍ଥ୍ୟ କର୍ମୀ ଯାଉନାହାନ୍ତି। ୫ଟି ଗାଁ ପାଇଁ ଜଣେ ଆଶାକର୍ମୀ ରହିଛନ୍ତି। କୌଣସି ରୋଗ ହେଲେ ଆଶା କର୍ମୀ ଦ୍ୱାରା ଯେତିକି ହେବା କଥା କରନ୍ତି, ନ ହେଲେ ୫୦ କି.ମି. ଦୂର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥାନ୍ତି। ଏହି ଗ୍ରାମକୁ କେନ୍ଦ୍ର ସରକାରଙ୍କ ଜାତୀୟ ସ୍ବାସ୍ଥ୍ୟ ମିଶନ ଓ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବା ବ୍ୟବସ୍ଥା ମଧ୍ୟ ପହଞ୍ଚତ୍ ପାରୁନାହିଁ। ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବା ୟୁନିଟ ସୁନାବେଡାରେ ଅବସ୍ଥାନ କରୁଥିବା ବେଳେ ଯିବା ପାଇଁ ରାସ୍ତା ନ ଥିବାରୁ ଏହି ସେବା ମଧ୍ୟ ଏମାନଙ୍କ ପାଇଁ ଅପହଞ୍ଚ। ଅଭୟାରଣ୍ୟ ଭିତରେ ବାସ କରୁଥିବା ଆଦିମ ଜନଜାତି ଚକୋଟିଆ ଭୁଞ୍ଜିଆଙ୍କ ବିକାଶ ପାଇଁ ଗଠନ କରାଯାଇଥିବା ସ୍ବତନ୍ତ୍ର ସଂସ୍ଥା ଚକୁଟିଆ ଭୁଞ୍ଜିଆ ଉନ୍ନୟନ ପରିଷଦ ଓ ଅଣସରକାରୀ ସଂସ୍ଥା ଓପିଲିପି ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ଏହି ଗ୍ରାମଗୁଡିକରେ କୌଣସି ବିକାଶ କାର୍ଯ୍ୟ ହେଉ ନ ଥିବା ଅଭିଯୋଗ ହେଉଛି। ଓପିଲିପି ସଂସ୍ଥା ପକ୍ଷରୁ ଗ୍ରାମବାସୀଙ୍କ ଜୀବନ ଜୀବିକାର ବିକାଶ ପାଇଁ ଛେଳି, ବତକ, କୁକୁଡା ଆଦି ପ୍ରଦାନ କରାଯିବ ବୋଲି କୁହାଯାଉଥିଲେ ମଧ୍ୟ ତାହା ଦେଖାମିଳୁନାହିଁ। କେବଳ ଏହି ଯୋଜନା ସୁନାବେଡା ଓ ସୋସେଙ୍ଗ ଭିତରେ ସୀମିତ ହୋଇ ରହିଯାଉଛି ବୋଲି ଅଭିଯୋଗ କରାଯାଇଛି। ପାନୀୟ ଜଳ କହିଲେ କୂଅ ପାଣି ହିଁ ଭରସା। ଗାଁରେ ଥିବା ଖୋଲା କୂଆ ପାଣି ତେଣ୍ଡାପାଟି ସାହାଯ୍ୟରେ ବାହାର କରି ବ୍ୟାବହାର କରୁଛନ୍ତି। ପୋଖରୀ, ମୁଡା କିମ୍ବା ଚହଲା ନ ଥିବାରୁ ଗୃହପାଳିତ ପଶୁଠାରୁ ଆରମ୍ଭ କରି ସମସ୍ତେ ଏହି ପାଣି ବ୍ୟାବହାର କରନ୍ତି। ସରକାର ପକ୍ଷରୁ ଉପକାପାଣି ଗାଁରେ ନଳକୂପ ଖନନ କରି ସୋଲାର ପମ୍ପ ଲଗାଯାଇଛି। କିନ୍ତୁ ତାହା ଲଗାଯିବା ଦିନଠାରୁ ଅଚଳ ହୋଇପଡିଛି। ଏ ସମ୍ପର୍କରେ କୋମନା ବିଡିଓଙ୍କୁ ପଚାରିବାରୁ ସବୁ ଗାଁର ସର୍ବେ ସରିଯାଇଛି। ଅପରିସ୍ଥ ଅଧିକାରୀଙ୍କୁ ମଧ୍ୟ ଜଣାଇ ଦିଆଯାଇଛି। ସମସ୍ୟା ସମାଧାନ ବହୁତ ଶୀଘ୍ର ହେବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri