ବର୍ଷା ନାହିଁ କି କେନାଲରେ ପାଣି ଆସୁନି

ଡେରାବିଶ,୫ା୮(ସ୍ବ.ପ୍ର.): ଶ୍ରାବଣ ମାସ ଶେଷହେବାକୁ ବସିଲାଣି। ବର୍ଷା ନାହିଁ କି କେନାଲରେ ପାଣି ଛଡ଼ାଯାଇନାହିଁ। ଏ ନେଇ ଡେରାବିଶ ବ୍ଲକ ଅଧୀନ ୪ଟି ପଞ୍ଚାୟତର ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। କେନ୍ଦ୍ରାପଡ଼ା ମୁଖ୍ୟ କେନାଲରୁ ଆସିଥିବା ୮ନଂ. ଶାଖା କେନାଲ ଉପରେ ବ୍ଲକ ଅଧୀନ ନରସିଂହପୁର, ଏଣ୍ଡର, ଲକ୍ଷ୍ମୀନାରାୟଣପୁର ଓ ବେଣୀପୁର ପଞ୍ଚାୟତର ଚାଷୀ ସମ୍ପୂର୍ଣ୍ଣ ନିର୍ଭରଶୀଳ। କଟକ ଜଳସମ୍ପଦ ବିଭାଗ ନର୍ଥ ଡିଭିଜନ ଅଧୀନରେ ଥିବା ଏହି କେନାଲରେ ଜୁନ୍‌ ତୃତୀୟ ସପ୍ତାହ ସୁଦ୍ଧା ସଫା କରାଯାଇ ପାଣି ଛଡ଼ାଯିବା କଥା। ମାତ୍ର ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ଏହି କେନାଲ ସଫେଇ ନ ହେବା ଓ ପାଣି ନ ଆସିବା ଚାଷୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ବିଶେଷକରି ଏହି କେନାଲର ଶେଷମୁଣ୍ଡରେ ଥିବା ଲକ୍ଷ୍ମୀନାରାୟଣପୁର ପଞ୍ଚାୟତର କେଉଟକଣ୍ଡିଆ ଓ ବେଣୀପୁର ପଞ୍ଚାୟତର ସଦାନନ୍ଦପୁର ଅଞ୍ଚଳର ଚାଷୀ ଚଳିତ ଖରିଫ ଧାନଚାଷ ପାଇଁ ବିହନ ବୁଣା ଶେଷ କରିଥିଲେ ମଧ୍ୟ ତଳି କିଆରିରେ ପାଣି ମଡ଼ାଇବାର କୌଣସି ସୁଯୋଗ ନାହିଁ। ପମ୍ପ୍‌ ଯୋଗେ ପାଣି ଉଠାଇ ତଳିକୁ କୌଣସି ପ୍ରକାରେ ବଞ୍ଚାଇ ରଖିଥିବା ବେଳେ ବିଲରେ ରୁଆପୋତା ପାଇଁ ଆବଶ୍ୟକ ପାଣି ନ ଥିବାରୁ ଚିନ୍ତାରେ ପଡ଼ିଥିବା କେଉଟକଣ୍ଡିଆ ଗଁାର ଚାଷୀ କରୁଣାକର ସେଠୀ କହିଛନ୍ତି। ପ୍ରତିବର୍ଷ କେନାଲ ଶେଷମୁଣ୍ଡରେ ପାଣି ପହଞ୍ଚତ୍ବା ବିଳମ୍ବ ହେଉଥିବାରୁ ଏହି ଅଞ୍ଚଳର ହଜାର ହଜାର ହେକ୍ଟର ଚାଷଜମିରେ ଫସଲ ଉପତ୍ାଦନ କରିବା ଚାଷୀଙ୍କ ପାଇଁ କଷ୍ଟଦାୟକ ବୋଲି ସେଠୀ କହିଛନ୍ତି। ଚଳିତ ସପ୍ତାହ ଶେଷସୁଦ୍ଧା କେନାଲରେ ପାଣି ନ ଆସିଲେ ବିଲରେ ଚାଷ ପାଇଁ ପଡ଼ିଥିବା ବିହନ ଗଜାମରୁଡ଼ି ହେବାର ସମ୍ଭାବନା ସୃଷ୍ଟି ହେବ। ଏଥିଯୋଗୁ ଚାଷକାର୍ଯ୍ୟ ମଧ୍ୟ ବିଳମ୍ବ ହେବାର ଆଶଙ୍କା ଦେଖାଦେଇଛି। ତୁରନ୍ତ କେନାଲ ସଫେଇ କରି ପାଣି ଛାଡ଼ିବାକୁ ନଟବର ସାମଲ, ହରେକୃଷ୍ଣ ମହାନ୍ତି, ଶେଖ୍‌ ଅର୍ମାନ ପ୍ରମୁଖ ଚାଷୀ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି। ଏ ସମ୍ପର୍କରେ କଟକ ନର୍ଥ ଡିଭିଜନ୍‌ର ଅଧୀକ୍ଷଣ ଯନ୍ତ୍ରୀ ଆର୍ତ୍ତତ୍ରାଣ ସାହୁଙ୍କୁ ପଚାରିବାରେ ଚାରିଦିନ ହେଲା କେନାଲ ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି। କେତେଜଣ ଚାଷୀଙ୍କ ଅସହଯୋଗ ପାଇଁ ଏହି କାର୍ଯ୍ୟ ବନ୍ଦ କରାଯାଇଛି। ଏହି କେନାଲ ଉପରେ ନିର୍ଭର କରୁଥିବା ଚାଷୀମାନଙ୍କ ପୂର୍ଣ୍ଣ ସହଯୋଗ ରହିଲେ ଦିନେ ଦୁଇଦିନ ମଧ୍ୟରେ କେନାଲର ଶେଷ ମୁଣ୍ଡଯାଏ ପାଣି ପହଞ୍ଚାଇ ଦିଆଯିବ। ଏ ବିଷୟରେ ସ୍ଥାନୀୟ ସରପଞ୍ଚ ଓ କେତେଜଣ ଚାଷୀଙ୍କ ସହ ଆଲୋଚନା କରିଥିବା ଅଧୀକ୍ଷଣ ଯନ୍ତ୍ରୀ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଷ୍ଟ ଓ୍ବାଣ୍ଟେଡ୍‌ ଥିଲେ ୩ ମାଓବାଦୀ: ଡିଜିପି

ମାଲକାନଗିରି,୧୪।୧୦(ଡି.ଏନ.ଏ.): ମାଲକାନଗିରି ଜିଲା ମାଥିଲି ବ୍ଳକର ତୁଳସୀ ପାହାଡ଼ରେ ମଙ୍ଗଳବାର ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ମୃତ୍ୟୁବରଣ କରିଥିବା ୩ଜଣ ମାଓବାଦୀ ମୋଷ୍ଟ ଓ୍ବାଣ୍ଟେଡ୍‌ ଥିଲେ...

ପୋଲସରାରେ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ

ପୋଲସରା,୧୮।୪: ଗଞ୍ଜାମ ଜିଲା ପୋଲସରା ବିଧାନସଭା ମଣ୍ଡଳୀର ପୋଲସରା ସ୍ଥିତ ଲିଙ୍ଗରାଜ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ୨୧୬ ନଂ ଆଦର୍ଶ ବୁଥରେ ଭୋଟରମାନଙ୍କ ମଧ୍ୟରେ...

କଳାପଟା ନାହିଁ, ଆଲମିରାରେ ଲେଖୁଛନ୍ତି ଶିକ୍ଷୟିତ୍ରୀ

ସୋନପୁର/ବିନିକା,୧୩।୯(ନି.ପ୍ର./ଡି.ଏନ୍‌.ଏ.):ଗୁଣାତ୍ମକ ଶିକ୍ଷାଦାନ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନର ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ରୂପାନ୍ତରଣ ବା ୫-ଟି ବିଦ୍ୟାଳୟ ଯୋଜନାକୁ ସୁବର୍ଣ୍ଣପୁର ଜିଲାରେ...

ଗାଁ ଦାଣ୍ଡରେ ପଡ଼ିଛି ଯୁବକଙ୍କ ମୃତଦେହ

ବଲାଙ୍ଗୀର ଅଫିସ, ୧୧।୯- ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଖୁଜେନପାଲି ଗାଁ ଦାଣ୍ଡରେ ରବିବାର ସକାଳେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି ।...

ବାର୍‌ହା ମାଂସ ଜବତ, ୨ ଗିରଫ

ବୁଗୁଡ଼ା,୧୨ା୩(ଡି.ଏନ.ଏ.)- ବୁଗୁଡ଼ା ବନାଞ୍ଚଳ ଡ଼ାକରାବାଡ଼ି ଛକରେ ଗୁରୁବାର ଅପରାହ୍ନରେ ବାଇକ୍‌ ଉପରେ ବାର୍‌ହା ମାଂସ ରଖି ବିକ୍ରି କରୁଥିବାବେଳେ ୨ ଶିକାରୀଙ୍କୁ ଗିରଫ କରାଯାଇଛି। ସେମାନେ...

ଅସହାୟଙ୍କ ଦେବଦୂତ ସାଜିଲେ ଦୁଇବନ୍ଧୁ

ବରଗଡ଼ ଅଫିସ୍‌,୧୯।୪-କରୋନା ବିପର୍ଯ୍ୟୟ ସମୟରେ ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଲସ୍ତଲା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ବୈଲୋଚନ ପ୍ରଧାନ ଏବଂ ଜୀବନ ବୀମା ନିଗମ(ଏଲଆଇସି)ରେ...

ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଯୁବକ

ବାରିପଦା ଅଫିସ,୧୪।୨: ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ଅଞ୍ଚଳର ଜନୈକା ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗରେ ପୋଲିସ ଜଣେ...

ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ବଡ଼ସାହି,୬ା୧୧(ସ୍ବ.ପ୍ର)-ବଡ଼ସାହି ବ୍ଲକ ଅଧୀନ ଜାରକାଣୀ ପଞ୍ଚାୟତର ହିତାଧିକାରୀମାନେ ମଙ୍ଗଳବାର ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି। ପଞ୍ଚାୟତରେ ଚାଲିଥିବା ଦୁର୍ନୀତି, ମନମୁଖି ବ୍ୟବସ୍ଥା ଓ ପାତରଅନ୍ତର ନୀତିକୁ...

Advertisement
Archives

Model This Week