ଗାଁକୁ ନାହିଁ ପକ୍କା ରାସ୍ତା, ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ

ଦଶମନ୍ତପୁର, ୧୯।୧୧( ଡି.ଏନ୍‌.ଏ ): ଦେଶ ସ୍ବାଧୀନତାର ୭୫ବର୍ଷ ପରେ ମଧ୍ୟ ଏଭଳି ଅନେକ ଗ୍ରାମ ରହିଛି ଯେଉଁଠାରେ ପକ୍କାରାସ୍ତା ଗ୍ରାମବାସୀଙ୍କ ପାଇଁ ସ୍ବପ୍ନ। ପଞ୍ଚାୟତରୁ ଆରମ୍ଭ କରି ବ୍ଲକ, ଜିଲା ଏବଂ ରାଜ୍ୟ ପ୍ରଶାସନକୁ ରାସ୍ତା ଓ ଅନ୍ୟ ମୌଳିକ ସମସ୍ୟା ନେଇ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ। ଏହାର ଏକ ଉଦାହରଣ କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଲୁଲ୍ଲା ପଞ୍ଚାୟତ ଅଧୀନରେ ଥିବା କେମିଲି ବେଡାପଦର ଗାଁରେ ଦେଖିବାକୁ ମିଳିଛି।
ତୋଟା ଆମ୍ବ ଛକରୁ ଗାଁର ଦୂରତା ୩ କି.ମି.। ଏଠାରେ ୪୪ ଘର ଆଦିବାସୀ ସମ୍ପ୍ରଦାୟର ଲୋକେ ବସବାସ କରିଥାନ୍ତି। ଏମାନଙ୍କ ମୁଖ୍ୟ ଜୀବିକା ହେଲା ପୋଡୁଚାଷ। ଏହି ଗାଁର ପୂର୍ବରେ ଧିପରାଣୀ ଡଙ୍ଗର, ପଶ୍ଚିମରେ କୁଟଣୀ ଗୋଡ଼ ଡଙ୍ଗର, ଉତ୍ତରରେ ଗାଦଲାବାଡ଼ି ଡଙ୍ଗର ଏବଂ ଦକ୍ଷିଣରେ କନ୍ଧଣୀମାଳି ଡଙ୍ଗର ରହିଛି। ପାହାଡ ପର୍ବତ ଘେରା ଗାଁ ହୋଇଥିବାରୁ ରୋଗୀ, ଗର୍ଭବତୀ ଓ ପ୍ରସୂତିଙ୍କୁ ଡାକ୍ତରଖାନା ନେବାକୁ ହେଲେ ଗାଁଠାରୁ ଅଧ କିମି ଦୂର ଆମ୍ବିଳୀ ଆମ୍ବ ଛକ ଯାଏ ସେମାନଙ୍କୁ ଭାରରେ ବୋହି ଆଣିବାକୁ ହୁଏ। ସେଠାରୁ ଆମ୍ବୁଲାନ୍ସ କିମ୍ବା ଗାଡ଼ି ଯୋଗେ ଦଶମନ୍ତପୁର ନହେଳେ କୋରାପୁଟ ଡାକ୍ତରଖାନାକୁ ନିଆଯାଏ ବୋଲି ଗାଁର ଅମି ସାଉନ୍ତା, ମୁତିଆ ସାଉନ୍ତା, ଟିକମ ସାଉନ୍ତା, ଘାସି ସାଉନ୍ତା, ଦୁର୍ଯ୍ୟ ସାଉନ୍ତା, ବାନ୍ଦ ସାଉନ୍ତା, ରତନ ସାଉନ୍ତା, ଧନେଶ୍ୱର ସାଉନ୍ତା, କେତୁ ସାଉନ୍ତା, କୃଷ ସାଉନ୍ତା, ଶାରୁ ସାଉନ୍ତା ପ୍ରମୁଖ ଗ୍ରାମବାସୀ କହିଛନ୍ତି। ରାସ୍ତା ଅବସ୍ଥା ଯୋଗୁ ଅନେକେ ରୋଗ ହେଲେ ମଧ୍ୟ ଡାକ୍ତରଖାନା ଯାଉ ନ ଥିବା ଗ୍ରାମବାସୀ କହିଛନ୍ତି। ଗାଁ ପାଇଁ ଖଣ୍ଡିଏ ରାସ୍ତା ପାଇବାକୁ ଚେଷ୍ଟା କରି ମଧ୍ୟ ବିପଳ ହୋଇଛୁ ବୋଲି ଗ୍ରାମବାସୀ କହିଛନ୍ତି। ତୋଟା ଆମ୍ବ ଛକରୁ ଗାଁ ଦେଇ ନନ୍ଦିଗାଁ ପଞ୍ଚାୟତ ଅଧୀନ “ଡି. ସୁଜୁଲି ଗାଁ ଛକ ଯାଏ ୧୦ କିମି ପକ୍କା ରାସ୍ତା ନିର୍ମାଣ ନେଇ ପଞ୍ଚାୟତରୁ ଆରମ୍ଭ କରି ବ୍ଲକ ପ୍ରଶାସନ, ଜିଳାପାଳଙ୍କ ଅଭିଯୋଗ ଶୁଣାଣୀ, ଡିଆର୍‌ଡିଏ ପିଡି ଏପରିକି ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସ୍ପିଡ୍‌ ପୋଷ୍ଟ ଜରିଆରେ ସମସ୍ୟା ଜଣାଇଥିଲେ ମଧ୍ୟ ଏହାର ସମାଦାନ ହୋଇନାହିଁ ବୋଲି ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନ ଜୋନ୍‌-୨ ଜିଲା ପରିଷଦ ସଭ୍ୟ ଧନପତି ସାଉନ୍ତା ଅଭିଯୋଗ କରିଛନ୍ତି। ଗାଁରେ ୨ଟି ନଳକୂପ ରହିଛି। ବିଦ୍ୟାଳୟରେ ଥିବା ନଳକୂପଟି ଅଚଳ ହୋଇପଡ଼ିଛି। ଗାଁ ନଳକୂପରୁ ଅଳ୍ପ ପାଣି ବାହରୁଛି। ଗାଁ ଠାରୁ ୨୦୦ ମିଟର ଦୂର ଘୁଷୁରୀଗୁଡା ଚୁଆରୁ ଗ୍ରାମବାସୀ ଜଳ ସଂଗ୍ରହ କରୁଛନ୍ତି ସେ କହିଛନ୍ତି। ରାସ୍ତା ନିର୍ମାଣ ନ ହେଲେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ବେଡାପଦର ଗ୍ରାମବାସୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri