ନାଳିଆ ଘାସ ବୃତ୍ତିଧାରୀଙ୍କୁ ପ୍ରୋତ୍ସାହନ ନାହିଁ

କେନ୍ଦ୍ରାପଡ଼ା ଅଫିସ, ୧୪ା୩:ନାଳିଆ ଘାସରେ ତିଆରି ଟୋକେଇ, ପାଛିଆ, ନାଳିଆ, ସେର, କୁଞ୍ଚା, ମାଣ, ଟୁକୁଲି ଆଦି ପ୍ରତ୍ୟେକଙ୍କ ଘରେ ପରିଚିତ। ପ୍ରାୟ ୫୦ବର୍ଷ ଧରି ଏହି ହସ୍ତଶିଳ୍ପ କୌଳିକ ବୃତ୍ତି ହୋଇ ରହିଆସିଛି। ଏଥିରେ ଆର୍ଥିକ ସଶକ୍ତୀକରଣ ଦିଗ ଆସିବା ସହ ପରିବାର ପ୍ରତିପୋଷଣରେ ସହଯୋଗ ମଳୁଛି। ସମ୍ପ୍ରତି ଏହି ହସ୍ତଶିଳ୍ପ ବିଭିନ୍ନ କାରଣରୁ ଏବେ ଅଲୋଡ଼ା ହେଲାଣି। ତେବେ ଏହି ବୃତ୍ତିରେ ଆସୁଥିବା ଅର୍ଥ ପାଇଁ ୩ ଝିଅଙ୍କ ବିବାହ ହୋଇଛି ବୋଲି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସୁନିତି ଗଁାର ଶାନ୍ତିଲତା ଦାସ କହିଛନ୍ତି। ସେ କହିଛନ୍ତି, ନାଳିଆ ଘାସ ବୃତ୍ତିଧାରୀଙ୍କୁ ଏବେ ପ୍ରୋତ୍ସାହନ ଦିଆଯାଉନାହିଁ। ପ୍ଲାଷ୍ଟିକ ସାମଗ୍ରୀର ଚାହିଦା ବୃଦ୍ଧି ଏ ପ୍ରକାର ହସ୍ତଶିଳ୍ପକୁ ବୁଡ଼ାଇ ଦେଇଛି। ସେହିପରି ଏହାର କଞ୍ଚାମାଲ ବିନା ମୂଲ୍ୟରେ ଭିତରକନିକା ଜଙ୍ଗଲ ସହ ଅନ୍ୟ ଅଞ୍ଚଳରେ ମିଳୁଥିଲା। ବନ ବିଭାଗର କଟକଣା କଞ୍ଚାମାଲ ସଂଗ୍ରହରେ ବାଧକ ସାଜିଛି। ବଜାର, ମଣ୍ଡି ପାଇଁ ସୁଯୋଗ ସୃଷ୍ଟି ଆବଶ୍ୟକ। ଅଳ୍ପ କେତେଗୋଟି ମେଳା, ମହୋତ୍ସବ, ପଲ୍ଲିଶ୍ରୀ ମେଳାକୁ ଛାଡ଼ି ପର୍ଯ୍ୟଟନ ଶିଳ୍ପ ଓ ଅନ୍‌ଲାଇନ ବ୍ୟବସାୟ, ବୈଷୟିକ ତାଲିମ ପାଇଁ ସରକାରୀ ପ୍ରୋତ୍ସାହନ ଆବଶ୍ୟକ ବୋଲି ସେ କହିଛନ୍ତି।
ଏ ସମ୍ପର୍କରେ ସାମାଜିକ କର୍ମୀ ପ୍ରତାପ କୁମାର ତ୍ରିପାଠୀ କୁହନ୍ତି, ଏହି ହସ୍ତଶିଳ୍ପ ପାଇଁ ନାଳିଆ ଘାସ ଆବଶ୍ୟକ। ଜିଲାର ସମୁଦ୍ର କୂଳ ଲବଣାକ୍ତ ଜଳବାୟୁର ସନ୍ତସନ୍ତିଆ ସ୍ଥାନ ସହ ସ୍ଥାନୀୟ ଉପାନ୍ତ ଅଞ୍ଚଳର ନଦୀ ଓ ନାଳରେ ଏହିସ୍ବତନ୍ତ୍ର ପ୍ରଜାତି ଘାସ ଅଛି। ଜିଲାର ମହାକାଳପଡ଼ା ବ୍ଲକ ଅଧୀନ ବତିଘର, ଖରିନାସୀ, ରାମନଗର, ବରକନ୍ଦା, ଜମ୍ବୁ, ସୁନିତି ଓ ରାଜନଗର ବ୍ଲକର ଗୁପ୍ତି, ମଗରକନ୍ଦା, ଅଢ଼ସଲ, ଡାଙ୍ଗମାଳ, ଈଶ୍ୱରପୁର, ଡେରା, ମହୁଲିଆ ଆଦି ଅଞ୍ଚଳ ସହ ରାଜକନିକା ବ୍ଲକର କେତେକ ସ୍ଥାନରେ ଏହି ପ୍ରଜାତିର ଘାସ ଦେଖିବାକୁ ମିଳିଥାଏ। ଏଥିସହ ହେନ୍ତାଳ ବଣ ମଧ୍ୟରେ ପ୍ରଚୁର ପରିମାଣରେ ନାଳିଆ ଘାସ ଉଠିଥାଏ। ଶିଶିର ଋତୁରେ ଏହାକୁ ସଂଗ୍ରହ କରାଯାଇ ଆବଶ୍ୟକ ମୁତାବକ ପାତିଆ କରାଯାଇ ଶୁଖାଯାଏ। ଏହାର ମୂଲ୍ୟବାନ୍‌ ତନ୍ତୁ ଉତ୍କୃଷ୍ଟ ଘରୋଇ ସାମଗ୍ରୀ ତିଆରିରେ କଞ୍ଚାମାଲ ଭାବେ ବ୍ୟବହାର ହୋଇଥାଏ। ଏଥିରେ ପ୍ରସ୍ତୁତ ମୋବାଇଲ ଷ୍ଟାଣ୍ଡ, ପେନ୍‌ଷ୍ଟାଣ୍ଡ, ହାତପଙ୍ଖା, ଘରସଜ୍ଜା ଉପକରଣ ବେଶ୍‌ ଆକର୍ଷଣୀୟ ବୋଲି ସେ କହିଛନ୍ତି। ତନ୍ତିଆପାଳର ପ୍ରମିଳା ଜେନା କହିଛନ୍ତି, ନାଳିଆ ଘାସ ଭିତରକନିକାରେ ପ୍ରଚୁର ପରିମାଣରେ ଅଛି। ତେବେ ଏହି କଞ୍ଚାମାଲ ସଂଗ୍ରହ କରିବାରେ ବନ ବିଭାଗ କଟକଣା ବାଧକ ସାଜିଛି। ଉପାନ୍ତ ଅଞ୍ଚଳରେ ପ୍ରସ୍ତୁତ ସାମଗ୍ରୀ ଘରୋଇ ଆବଶ୍ୟକତାକୁ ପୂରଣ କରିଥାଏ। ତେବେ ସାମ୍ପ୍ରତିକ ସମୟରେ ଏହି କୁଟୀରଶିଳ୍ପର ଉନ୍ନତୀକରଣ ଓ ବ୍ୟାପକତା ପାଇଁ ବୈଷୟିକ ଜ୍ଞାନକୌଶଳ ତାଲିମ ଆବଶ୍ୟକ। ତାଲିମପ୍ରାପ୍ତ ହୋଇ ନ ଥିବାରୁ ବ୍ୟାଙ୍କରୁ କୁଟୀରଶିଳ୍ପ ବୃହତ ଆକାର ହେବାକୁ ଋଣ ମିଳୁନାହିଁ। ଏଥିପାଇଁ ଜିଲା ଶିଳ୍ପ କେନ୍ଦ୍ର, ଓରମାସ ଓ ନାବାର୍ଡ ଅଧିକାରୀଙ୍କ ଦୃଷ୍ଟିଆକର୍ଷଣ ସତ୍ତ୍ୱେ ସୁଫଳ ମିଳିନି। ସାମାଜିକ କର୍ମୀ ସୁନୀଲ କୁମାର ଗନ୍ତାୟତ କହିଛନ୍ତି, ରାଜ୍ୟ ଓ କେନ୍ଦ୍ର ସରକାର କୁଟୀର ଶିଳ୍ପକୁ ପ୍ରୋତ୍ସାହିତ କରୁଥିବା ନେଇ ପ୍ରଚାର ପ୍ରସାର ଜୋରଦାର ହେଉଛି। ସେହିପରି ଏସ୍‌ଏସ୍‌ଜି ଗୋଷ୍ଠୀ ମାଧ୍ୟମରେ ମହିଳାଙ୍କୁ ସ୍ବାବଲମ୍ବୀ ସହ ଆର୍ଥିକ ଦିଗରୁ ସଶକ୍ତୀକରଣ ହେଉଥିବା କୁହାଯାଉଛି। ଏହାର ବାସ୍ତବତା ହେଉଛି ଯେ, ସରକାରୀ ଯୋଜନା ତୃଣମୂଳସ୍ତରରେ ପହଞ୍ଚତ୍ ପାରୁନାହିଁ। ଜିଲାରେ ଯେଉଁ ପରିମାଣରେ କାଇଁଚ ହସ୍ତଶିଳ୍ପକୁ ଗୁରୁତ୍ୱ ଦିଆଯାଉଛି, ସେପରି ନାଳିଆ ଘାସ ହସ୍ତଶିଳ୍ପକୁ ପ୍ରୋତ୍ସାହନ ମିଳିବା ଆବଶ୍ୟକ। ଜିଲାରେ କଞ୍ଚାମାଲ ମାଗଣାରେ ମିଳୁଥିବା ସତ୍ତ୍ୱେ ଏହାର ପ୍ରଚାର ପ୍ରସାର ନ ଥିବାରୁ ଏହି କୁଟୀରଶିଳ୍ପ ଲୋପ ପାଇବାକୁ ବସିଛି। ଏ ସମ୍ପର୍କରେ ଜିଲା ଶିଳ୍ପକେନ୍ଦ୍ର ପରିଚାଳକ ଗଣେଶ ଚନ୍ଦ୍ର ବେହେରାଙ୍କୁ ପଚାରିବାରେ ନାଳିଆ ଘାସ ହସ୍ତଶିଳ୍ପୀଙ୍କ ପାଇଁ ୨୦୦୯ରୁ ତାଲିମ ପ୍ରଦାନ କରାଯାଉଛି। ତେବେ ଏଥରେ ତାଲିମ ପାଇଁ ବେଶି ଆଗ୍ରହ ନ ଥିବାରୁ ଆବଶ୍ୟକ ଅନୁଯାୟୀ ମହିଳାଙ୍କୁ ତାଲିମ ପ୍ରଦାନ କରାଯାଇ ପାରୁନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ

ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri