ଖାଦ୍ୟ ମାନ ଯାଞ୍ଚ ବ୍ୟବସ୍ଥା ନାହିଁ

କେନ୍ଦ୍ରାପଡ଼ା ଅଫିସ,୧୮।୧: ରାଜ୍ୟର ବିଭିନ୍ନ ସ୍ଥାନରୁ ଧରପଗଡ଼ ପରେ ନକଲି ସାମଗ୍ରୀ କାରଖାନା ଠାବ ହେଉଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରୁ ଦୁଇବର୍ଷ ମଧ୍ୟରେ ନକଲି ମସଲାଗୁଣ୍ଡ କାରଖାନା ଓ ଦୁହୁରିଆଠାରେ ନକଲି ଜର୍ଦ୍ଦା କାରବାରର ପର୍ଦ୍ଦାଫାଶ ହୋଇଥିଲା। ବିଭିନ୍ନ ସମୟରେ ନିମ୍ନମାନର ଖାଦ୍ୟ ଖାଇବା ଯୋଗୁ ସାଧାରଣ ଲୋକ ରୋଗରେ ପଡୁଛନ୍ତି। ଖାଦ୍ୟର ମାନ ଯାଞ୍ଚ ପାଇଁ ରାଜଧାନୀ ଭୁବନେଶ୍ୱରରେ ରାଜ୍ୟ ଜନସ୍ବାସ୍ଥ୍ୟ ବିଭାଗର ପରୀକ୍ଷାଗାର ଅଛି। ଏଥିସହ ବାଲେଶ୍ୱର, କନ୍ଧମାଳ, ଝାରସୁଗୁଡ଼ା ଓ ମୟୂରଭଞ୍ଜ ଜିଲାରେ ଆଞ୍ଚଳିକ ପରୀକ୍ଷାଗାର ରହିଛି। କେନ୍ଦ୍ରାପଡ଼ାରେ ଆଞ୍ଚଳିକ ପରୀକ୍ଷାଗାର ପ୍ରତିଷ୍ଠା ପାଇଁ ଜିଲା ଜନ ସୁରକ୍ଷା ମଞ୍ଚ ପକ୍ଷରୁ ଦାବି ହୋଇଛି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ଖାଦ୍ୟ ଯୋଗାଣ ବିଭାଗର ବିଭିନ୍ନ ଅଧିକାରୀ, ଜିଲାପାଳଙ୍କୁ ଶୁକ୍ରବାର ମଞ୍ଚ ସଭାପତି ଗଣେଶ ଚନ୍ଦ୍ର ସାମଲ ଚିଠି ସହ ଦାବିପତ୍ର ପ୍ରଦାନ କରିଛନ୍ତି।

ଏ ସମ୍ପର୍କରେ ମଞ୍ଚ ସଭାପତି ସାମଲ କହିଛନ୍ତି, ସମଗ୍ର ଦେଶରେ ଛାତ୍ରୀଛାତ୍ରଙ୍କ ପାଇଁ ମଧ୍ୟାହ୍ନଭୋଜନ ବ୍ୟବସ୍ଥା ହୋଇଛି। ରାଜ୍ୟ ସରକାରଙ୍କ ଆହାର ଯୋଜନା ମାଧ୍ୟମରେ ବହୁ ଲୋକ ଉପକୃତ ହେଉଛନ୍ତି। ମାତ୍ର ଏସବୁ ଖାଦ୍ୟର ମାନ ପରୀକ୍ଷଣ ପାଇଁ ଜିଲାରେ ବ୍ୟବସ୍ଥା ନାହିଁ। ଖୋଲା ବଜାରରେ ଖାଦ୍ୟ ପଦାର୍ଥ ବିକ୍ରି ଚାଲିଛି। ପରୀକ୍ଷାଗାର ନ ଥିବାରୁ ଏହାର ମାନ ଯାଞ୍ଚ ହୋଇପାରୁନାହିଁ। ଜିଲାରେ ଏହି ପରୀକ୍ଷାଗାର ସ୍ଥାପନ ହେଲେ କେନ୍ଦ୍ରାପଡ଼ା ସମେତ ନିକଟସ୍ଥ ଯାଜପୁର, ଜଗତ୍‌ସିଂହପୁର ଓ କଟକ ଜିଲାର କେତେକ ଅଂଶର ଲୋକେ ଉପକୃତ ହୋଇପାରିବେ। ଆଇନଜୀବୀ ଦେବଦାସ ମହାନ୍ତି କହିଛନ୍ତି, ଦେଶରେ ଖାଦ୍ୟର ମାନ ସୁରକ୍ଷା ପାଇଁ ବିଭିନ୍ନ ଆକ୍ଟ ଓ ଅର୍ଡର ସହ ୨୦୦୬ରେ ଦ ଫୁଡ୍‌ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଆକ୍ଟ ପ୍ରଚଳନ ହୋଇଛି। ମାତ୍ର ଆଇନଗୁଡ଼ିକୁ କାର୍ଯ୍ୟକାରୀ ନିମନ୍ତେ ଆଶାନୁରୂପକ ମାମଲା କୋର୍ଟକୁ ଆସିପାରୁ ନ ଥିବାରୁ ଉପଭୋକ୍ତା ଲାଭ ଉଠାଇ ପାରୁନାହାନ୍ତି। ଖାଦ୍ୟର ମାନ ପରୀକ୍ଷଣ ନ ହେବା ଫଳରେ ଖରାପ ଖାଦ୍ୟ ସମ୍ପର୍କରେ କୌଣସି ସୂଚନା ମିଳୁନାହିଁ।

ବିଭାଗୀୟ ଅଧିକାରୀ ମଧ୍ୟ ଅବହେଳା କରୁଛନ୍ତି ବୋଲି ମତ ଦେଇଛନ୍ତି। ବୁଦ୍ଧିଜୀବୀ ଶିବାଶିଷ ମହାନ୍ତି କହିଛନ୍ତି, ୨୦୧୭ ଅଗଷ୍ଟରେ ପ୍ରକାଶିତ ସିଏଜି ରିପୋର୍ଟରେ ଖାଦ୍ୟର ମାନ ଯାଞ୍ଚ କ୍ଷେତ୍ରରେ ଅବହେଳା ହେଉଥିବା ନେଇ ସ୍ପଷ୍ଟ ହୋଇଛି। ପ୍ରାୟ ୯୦ ପ୍ରତିଶତ ଖାଦ୍ୟର ମାନ ପରୀକ୍ଷଣ ହେଉ ନ ଥିବା ଦର୍ଶାଯାଇଛି। ବହୁ ଶିଶୁ, ପ୍ରସୂତିଙ୍କୁ ଦିଆଯାଉଥିବା ଛତୁଆ ଓ ଅନ୍ୟ ପୁଷ୍ଟିକର ଖାଦ୍ୟର ମାନ ଭଲ ରହୁନାହିଁ। ବିଭିନ୍ନ ସମୟରେ ମଧ୍ୟାହ୍ନଭୋଜନ ଖାଇ ଛାତ୍ରୀଛାତ୍ର ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଦେଖାଯାଇଛି। ଏ ସମ୍ପର୍କରେ ଉପଜିଲାପାଳ ଜ୍ୟୋତି ଶଙ୍କର ମହାପାତ୍ରଙ୍କୁ ପଚାରିବାରେ ମଧ୍ୟାହ୍ନଭୋଜନର ମାନ ନିର୍ଦ୍ଧାରଣ ପାଇଁ ପ୍ରତ୍ୟେକ ବିଦ୍ୟାଳୟରେ ଏକ କମିଟି ଗଠନ ହୋଇଛି। ସେହିପରି ଆହାର କେନ୍ଦ୍ରର ମାନ ବିଭିନ୍ନ ସମୟରେ ଯାଞ୍ଚ ହେଉଛି। ଜିଲା ଖାଦ୍ୟ ନିରୀକ୍ଷକ ବଜାରରେ ବାରମ୍ବାର ଚଢ଼ାଉ କରୁଛନ୍ତି। ଖାଦ୍ୟର ମାନ ଯାଞ୍ଚ କରିବାକୁ ପରୀକ୍ଷାଗାର ପ୍ରତିଷ୍ଠା ପାଇଁ ଉଦ୍ୟମ ହେବ ବୋଲି ସେ କହିଛନ୍ତି। ସହରର ଲକ୍ଷ୍ମୀକାନ୍ତ ନାୟକ, ଆଶିଷ କୁମାର ସେନାପତି, ଚିତ୍ତରଞ୍ଜନ ସାହୁ, ଚିତ୍ତରଞ୍ଜନ ଦାସ ପ୍ରମୁଖ ଉପଜିଲାପାଳଙ୍କ ମତରେ ଏକମତ ହୋଇପାରିନାହାନ୍ତି। ସେମାନେ ଦର୍ଶାଇଛନ୍ତି, ବିଦ୍ୟାଳୟରେ ଥିବା କମିଟି ସଦସ୍ୟ ଖାଦ୍ୟର ମାନ ଯାଞ୍ଚ ପାଇଁ କୌଣସି ତାଲିମ ନେଇନାହାନ୍ତି। ସେହିପରି ଆହାର, ଅଙ୍ଗନୱାଡି କେନ୍ଦ୍ର, ସ୍କୁଲ ଆଦିକୁ ଖାଦ୍ୟ ନିରୀକ୍ଷକ ଗସ୍ତ କରୁନାହାନ୍ତି। ତୁରନ୍ତ ଏ ନେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

World Richest Indian-Origin: ବିଶ୍ୱର ସବଠାରୁ ଧନୀ ଭାରତୀୟ ମୂଳ ବାସିନ୍ଦା CEO ହେଲେ ଜୟଶ୍ରୀ ଉଲ୍ଲାଲ,ପଛରେ ରହିଗଲେ…

ନୂଆଦିଲ୍ଲୀ,୨୭।୧୨: ବହୁ ବର୍ଷ ଧରି, ଯେତେବେଳେ ବି ବିଶ୍ୱ ଟେକ ଇଣ୍ଡଷ୍ଟ୍ରି ବା ଶିଳ୍ପ ସବୁଠାରୁ ଧନୀ ଭାରତୀୟ ବଂଶୋଦ୍ଭବ ସିଇଓଙ୍କ ବିଷୟରେ ଆଲୋଚନା କରୁଥିଲା,...

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri