କଳିଙ୍ଗନଗର ଶିଳ୍ପାଞ୍ଚଳରେ ନିଯୁକ୍ତି ଶୂନ

ଯାଜପୁର ଅଫିସ,୨୦।୧୧: ଯାଜପୁର ଜିଲା ରଗଡ଼ିସ୍ଥିତ ସରକାରୀ ପଲିଟେକନିକର ୯୭ ଛାତ୍ରୀଛାତ୍ର ୨୦୨୦-୨୧ ବର୍ଷରେ ରାଜ୍ୟର ବିଭିନ୍ନ ଶିଳ୍ପାନୁଷ୍ଠାନରେ ନିଯୁକ୍ତି ପାଇଛନ୍ତି। କିନ୍ତୁ ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳ କାହାରିକୁ ନିଯୁକ୍ତି ଦେଇପାରିନାହିଁ। ଅନୁଗୋଳ ଜିଲାସ୍ଥିତ ଟାଟା ଷ୍ଟିଲ ଭୂଷଣ ଲିଃରେ ୩୪ ଜଣ ଛାତ୍ରୀଛାତ୍ର ନିଯୁକ୍ତି ପାଇଥିବା ସୂଚନା ମିଳିଛି। ନିଯୁକ୍ତି ପାଇଥିବା ଛାତ୍ରୀଛାତ୍ର ୧୯,୮୦୦ ଟଙ୍କା ଦରମା ପାଇବେ। ଏହାବାଦ ଟାଟା ପାୱାରରେ ୧୪ଜଣ, ଅର୍ସେଲ ମିତ୍ତଲ ନିପନ ଷ୍ଟିଲ ଇଣ୍ଡିଆରେ ଜଣେ, ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ ଲିଃରେ ୨ ଜଣ, ସିଏଟ୍‌ ଟାୟାର୍ସରେ ୪ଜଣ, ଗାବ୍ରିଏଲ ଇଣ୍ଡିଆ ଲିଃ ଓ ରେନଲ୍ଟ ଇଣ୍ଡିଆ ପ୍ରା. ଲିଃ.ରେ ୨ ଜଣ ଲେଖାଏ, ସିୱାଇ ମ୍ୟୁଟି ଆନନ୍ଦ ପ୍ରା.ଲିଃ.ରେ ୭ଜଣ, ଗ୍ରାଫାଇଟ୍‌ ଇଣ୍ଡିଆ ଲିଃରେ ୧୫ ଜଣ ଓ ନବଗୁରୁକୁଳ କମ୍ପାନୀରେ ୧୬ ଜଣ ରହିଛନ୍ତି। କଳିଙ୍ଗନଗର ଶିଳ୍ପାଞ୍ଚଳର କୌଣସି ଶିଳ୍ପାନୁଷ୍ଠାନ ଚଳିତ କିମ୍ବା ଗତ ଆର୍ଥିକ ବର୍ଷରେ ଜଣକୁ ବି ନିଯୁକ୍ତି ଦେଇ ନ ଥିବାରୁ ଛାତ୍ରୀଛାତ୍ର ମହଲରେ ଅସନ୍ତୁଷ୍ଟ ବୃଦ୍ଧି ପାଇଛି। ଏନେଇ ୨୦୨୦ ଫେବୃୟାରୀରେ ଛାତ୍ରୀଛାତ୍ରମାନେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, କେନ୍ଦ୍ରାଞ୍ଚଳ ଆରଡିସି, ଶିଳ୍ପ ବିଭାଗ ସଚିବ ପ୍ରମୁଖଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ। ୨୦୧୪ରୁ ୨୦୨୨ ମଧ୍ୟରେ ସରକାରୀ ପଲିଟେକନିକରେ କଳିଙ୍ଗନଗର ଟାଟା ଷ୍ଟିଲ କୌଣସି କ୍ୟାମ୍ପସ କରୁ ନ ଥିବା ଅଭିଯୋଗ କରି ଆଗାମୀ ଦିନରେ ଟାଟା ଷ୍ଟିଲ ଓ ବିଧାନସଭା ସମ୍ମୁଖରେ ଆମରଣ ଅନଶନରେ ବସିବେ ବୋଲି ଛାତ୍ରୀଛାତ୍ରମାନେ ଚେତାବନୀ ଦେଇଥିଲେ। ଯୁବପିଢ଼ିଙ୍କ ମଧ୍ୟରେ ପ୍ରଯୁକ୍ତି ଓ ଯାନ୍ତ୍ରିକ ବିଦ୍ୟାରେ ଦକ୍ଷତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଯାଜପୁର ଜିଲା ପାଣିକୋଇଲି-ରାଜାମୁଣ୍ଡା ଜାତୀୟ ରାଜପଥ କଡ଼ ରଗଡ଼ି ନିକଟରେ ୨୦୧୪ରେ ସରକାରୀ ପଲିଟେକନିକ ପ୍ରତିଷ୍ଠା ହୋଇଥିଲା। କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଆଖି ଆଗରେ ରଖି ୧୦ ଏକର ଜମିରେ ଏହି ଅନୁଷ୍ଠାନ ପ୍ରତିଷ୍ଠା କରାଯାଇଛି। ତେବେ ଆରମ୍ଭରୁ ଟାଟା ଷ୍ଟିଲ ଏହି ସରକାରୀ କଲେଜର ଛାତ୍ରୀଛାତ୍ରଙ୍କୁ ନିଯୁକ୍ତି ଦେଉନାହିଁ। ଜିଲା ବାହାରର ପ୍ରମୁଖ କେତେକ କମ୍ପାନୀ ଏଠାରେ କ୍ୟାମ୍ପସ ପକାଇ ନିଯୁକ୍ତି ଦେଉଥିଲେ ହେଁ ଟାଟା ଭଳି ବୃହତ୍‌ କମ୍ପାନୀ ଏଥିପ୍ରତି ଆଖିବୁଜି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri