Posted inଜାତୀୟ

ବିଦ୍ୟୁତ୍‌ ସଂଯୋଗ ନାହିଁ, ଖେଳାହେଲା ମ୍ୟାଚ୍‌

ରାୟପୁର, ୨ା୧୨: ସ୍ଥାନୀୟ ଶହୀଦ ବୀର ନାରାୟଣ ସିଂ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରୁ ୫ ବର୍ଷ ହେଲା ବିଦ୍ୟୁତ୍‌ ସଂଯୋଗ କାଟିଦିଆଯାଇଛି।ଏହାସତ୍ତ୍ୱେ ସେଠାରେ ଶୁକ୍ରବାର ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚ ଖେଳାଯାଇଛି। ଏହା କିପରି ସମ୍ଭବ ହୋଇପାରୁଛି ସେ ନେଇ କୌତୂହଳ ସୃଷ୍ଟିହେବା ସ୍ବାଭାବିକ। ଖବର ଅନୁସାରେ, ବିଦ୍ୟୁତ୍‌ ବିଭାଗ ନିକଟରେ ୨୦୦୯ରୁ ୩.୧୬ କୋଟି ଟଙ୍କା ଷ୍ଟାଡିୟମ କର୍ତ୍ତୃପକ୍ଷଙ୍କ ବିଦ୍ୟୁ୍‌ତ ଶୁଳ୍କ ବାକି ରହିଛି। ସେଥିପାଇଁ ବିଦ୍ୟୁତ୍‌ କାଟି ଦିଆଯାଇଛି। ତଥାପି ଏହି ଷ୍ଟାଡିୟମରେ ଶୁକ୍ରବାର ଟି୨୦ ପୂର୍ବରୁ ଇତିମଧ୍ୟରେ ୩ଟି ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଖେଳାଯାଇ ସାରିଛି। ସେତେବେଳେ ମ୍ୟାଚ ପାଇଁ ଛତିଶଗଡ଼ କ୍ରିକେଟ ଆସୋସିଏଶନ (ସିଏସ୍‌ସିଏ)ର ଅନୁରୋଧ କ୍ରମେ ଅସ୍ଥାୟୀ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଥିଲା, ଯାହାକି କେବଳ ଗ୍ୟାଲେରି ଓ ବକ୍ସକୁ ଆଲୋକିତ କରିବ। ମ୍ୟାଚ୍‌ ବେଳେ ଫ୍ଲଡ୍‌ଲାଇଟ୍‌ ପାଇଁ ଜେନେରେଟରର ସହାୟତା ନିଆଯାଇଥିଲା। ଏଥର କିନ୍ତୁ ଷ୍ଟାଡିୟମରେ କାମଚଳା ବିଦ୍ୟୁତ୍‌ ସଂଯୋଗ ପରିସରକୁ ବୃଦ୍ଧି କରିବା ଲାଗି କ୍ରିକେଟ ଆସୋସିଏଶନ ସମ୍ପାଦକ ଆବେଦନ କରିଥିବା ରାୟପୁର ରୁରାଲ ସର୍କଲ ଇନ୍‌ଚାର୍ଜ ଅଶୋକ ଖଣ୍ଡେଲଓ୍ବାଲ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଷ୍ଟାଡିୟମରେ ଅସ୍ଥାୟୀ ସଂଯୋଗ କ୍ଷମତା ୨୦୦ କେଭି ରହିଛି। ଏହାର କ୍ଷମତା ୧ ହଜାର କେଭିକୁ ବୃଦ୍ଧି କରିବା ଲାଗି ଆବେଦନ କରାଯାଇଥିଲା। ଏହା ଅନୁମୋଦନ ଲାଭ କରିଥିଲେ ମଧ୍ୟ କାର୍ଯ୍ୟାରମ୍ଭ ହୋଇପାରି ନାହିଁ। ବିଦ୍ୟୁତ୍‌ ସଂଯୋଗ ନ ଥିବାରୁ ୨୦୧୮ରେ ଏହି ଷ୍ଟାଡିୟମରେ ହାଫ୍‌ ମାରାଥନରେ ଭାଗ ନେଇଥିବା ପ୍ରତିଯୋଗୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ୨୦୦୯ରୁ ବିଦ୍ୟୁତ୍‌ ଶୁଳ୍କ ପଇଠ କରାଯାଇ ନ ଥିବାରୁ ଏହାର ପରିମାଣ ବୃଦ୍ଧି ପାଇ ୩.୧୬ କୋଟି ଟଙ୍କାରେ ପହଞ୍ଚତ୍ଥିଲା। ଖବର ଅନୁସାରେ ଷ୍ଟାଡିୟମ ନିର୍ମାଣ ପରେ ଏହାର ରକ୍ଷଣାବେକ୍ଷଣା ଦାୟିତ୍ୱ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ଅବଶିଷ୍ଟ ବ୍ୟୟ ଭାର କ୍ରୀଡ଼ା ବିଭାଗ ଉପରେ ନ୍ୟସ୍ତ କରାଯାଇଥିଲା। ବିଦ୍ୟୁତ୍‌ ବକେୟା ପଡ଼ିଥିବା ବିଲ୍‌କୁ ନେଇ ଦୁଇ ବିଭାଗ ପରସ୍ପରକୁ ଦୋଷାରୋପ କରିବାରେ ଲାଗିଛନ୍ତି। ବିଦ୍ୟୁତ୍‌ ବିଲ୍‌ ପଇଠ କରିବା ଲାଗି ବିଦ୍ୟୁତ୍‌ କମ୍ପାନୀ ବହୁବାର ପୂର୍ତ୍ତ ବିଭାଗ ଓ କ୍ରୀଡ଼ା ବିଭାଗ ନିକଟକୁ ନୋଟିସ ପଠାଇଛି। ମାତ୍ର ଏ ପର୍ଯ୍ୟନ୍ତ ପାଉଣା ଦାଖଲ କରାଯାଇନାହିଁ। ୨୦୧୮ରେ ଷ୍ଟାଡିୟମରୁ ବିଦ୍ୟୁତ୍‌ ସଂଯୋଗ କାଟିି ଦିଆଯାଇଥିଲେ ମଧ୍ୟ ତିନୋଟି ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଖେଳାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ, ପତାକା ଉତ୍ତୋଳନ କଲେ ଉପଜିଲାପାଳ

ସୁବର୍ଣ୍ଣପୁର,୧୫।୮(ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରଠାରେ ଉପଖଣ୍ଡସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି l ବୀରମହାରାଜପୁର ଉପଜିଲାପାଳ ସୁରେନ୍ଦ୍ର କୁମାର ମେହେର ପତାକା ଉତ୍ତୋଳନ…

ଜଗନ୍ନାଥ ଦର୍ଶନ ହେଲା ଶେଷ ଦର୍ଶନ

ପୁରୀ,୧୫।୮( ଅଜିତ୍ କୁମାର ମହାନ୍ତି ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସମୟରେ ଜଣେ ବୃଦ୍ଧ ଶ୍ରଦ୍ଧାଳୁଙ୍କର ପ୍ରାଣହାନି ଘଟିଛି। ମୃତକ ଜଣକ ହେଉଛନ୍ତି ଯାଜପୁର ଜିଲା ବିଞ୍ଝାରପୁର…

ଖୁସିରେ ୪ ଗ୍ରାମର ଗ୍ରାମବାସୀ: ୧୦୯ ଜଣଙ୍କୁ ମିଳିଲା….

ଗୁଡ଼ାରି, ୧୫।୮ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲାର ଗୁଡ଼ାରି ତହସିଲ ଅନ୍ତର୍ଗତ ଢେପାଗୁଡ଼ା ରାଜସ୍ୱ ଅଞ୍ଚଳର ୪ଟି ଗ୍ରାମର ୧୦୯ ଜଣ ହିତାଧିକାରୀଙ୍କୁ ଶନିବାର ସ୍ଥାୟୀ…

Men’s Hockey World Cup: ବିଜୟରୁ ଭାରତର ଅଭିଯାନ ଆରମ୍ଭ

ଆମଷ୍ଟେଲଭିନ, ୧୫।୮: ଆରମ୍ଭ ହୋଇଯାଇଛି ପୁରୁଷ ହକି ବିଶ୍ୱକପ। ଶନିବାର ଅନୁଷ୍ଠିତ ପୁଲ ଡି’ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ୱେଲ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ବିଜୟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri