Posted inଜାତୀୟ

ବିଦ୍ୟୁତ୍‌ ସଂଯୋଗ ନାହିଁ, ଖେଳାହେଲା ମ୍ୟାଚ୍‌

ରାୟପୁର, ୨ା୧୨: ସ୍ଥାନୀୟ ଶହୀଦ ବୀର ନାରାୟଣ ସିଂ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରୁ ୫ ବର୍ଷ ହେଲା ବିଦ୍ୟୁତ୍‌ ସଂଯୋଗ କାଟିଦିଆଯାଇଛି।ଏହାସତ୍ତ୍ୱେ ସେଠାରେ ଶୁକ୍ରବାର ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚ ଖେଳାଯାଇଛି। ଏହା କିପରି ସମ୍ଭବ ହୋଇପାରୁଛି ସେ ନେଇ କୌତୂହଳ ସୃଷ୍ଟିହେବା ସ୍ବାଭାବିକ। ଖବର ଅନୁସାରେ, ବିଦ୍ୟୁତ୍‌ ବିଭାଗ ନିକଟରେ ୨୦୦୯ରୁ ୩.୧୬ କୋଟି ଟଙ୍କା ଷ୍ଟାଡିୟମ କର୍ତ୍ତୃପକ୍ଷଙ୍କ ବିଦ୍ୟୁ୍‌ତ ଶୁଳ୍କ ବାକି ରହିଛି। ସେଥିପାଇଁ ବିଦ୍ୟୁତ୍‌ କାଟି ଦିଆଯାଇଛି। ତଥାପି ଏହି ଷ୍ଟାଡିୟମରେ ଶୁକ୍ରବାର ଟି୨୦ ପୂର୍ବରୁ ଇତିମଧ୍ୟରେ ୩ଟି ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଖେଳାଯାଇ ସାରିଛି। ସେତେବେଳେ ମ୍ୟାଚ ପାଇଁ ଛତିଶଗଡ଼ କ୍ରିକେଟ ଆସୋସିଏଶନ (ସିଏସ୍‌ସିଏ)ର ଅନୁରୋଧ କ୍ରମେ ଅସ୍ଥାୟୀ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଥିଲା, ଯାହାକି କେବଳ ଗ୍ୟାଲେରି ଓ ବକ୍ସକୁ ଆଲୋକିତ କରିବ। ମ୍ୟାଚ୍‌ ବେଳେ ଫ୍ଲଡ୍‌ଲାଇଟ୍‌ ପାଇଁ ଜେନେରେଟରର ସହାୟତା ନିଆଯାଇଥିଲା। ଏଥର କିନ୍ତୁ ଷ୍ଟାଡିୟମରେ କାମଚଳା ବିଦ୍ୟୁତ୍‌ ସଂଯୋଗ ପରିସରକୁ ବୃଦ୍ଧି କରିବା ଲାଗି କ୍ରିକେଟ ଆସୋସିଏଶନ ସମ୍ପାଦକ ଆବେଦନ କରିଥିବା ରାୟପୁର ରୁରାଲ ସର୍କଲ ଇନ୍‌ଚାର୍ଜ ଅଶୋକ ଖଣ୍ଡେଲଓ୍ବାଲ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଷ୍ଟାଡିୟମରେ ଅସ୍ଥାୟୀ ସଂଯୋଗ କ୍ଷମତା ୨୦୦ କେଭି ରହିଛି। ଏହାର କ୍ଷମତା ୧ ହଜାର କେଭିକୁ ବୃଦ୍ଧି କରିବା ଲାଗି ଆବେଦନ କରାଯାଇଥିଲା। ଏହା ଅନୁମୋଦନ ଲାଭ କରିଥିଲେ ମଧ୍ୟ କାର୍ଯ୍ୟାରମ୍ଭ ହୋଇପାରି ନାହିଁ। ବିଦ୍ୟୁତ୍‌ ସଂଯୋଗ ନ ଥିବାରୁ ୨୦୧୮ରେ ଏହି ଷ୍ଟାଡିୟମରେ ହାଫ୍‌ ମାରାଥନରେ ଭାଗ ନେଇଥିବା ପ୍ରତିଯୋଗୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ୨୦୦୯ରୁ ବିଦ୍ୟୁତ୍‌ ଶୁଳ୍କ ପଇଠ କରାଯାଇ ନ ଥିବାରୁ ଏହାର ପରିମାଣ ବୃଦ୍ଧି ପାଇ ୩.୧୬ କୋଟି ଟଙ୍କାରେ ପହଞ୍ଚତ୍ଥିଲା। ଖବର ଅନୁସାରେ ଷ୍ଟାଡିୟମ ନିର୍ମାଣ ପରେ ଏହାର ରକ୍ଷଣାବେକ୍ଷଣା ଦାୟିତ୍ୱ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ଅବଶିଷ୍ଟ ବ୍ୟୟ ଭାର କ୍ରୀଡ଼ା ବିଭାଗ ଉପରେ ନ୍ୟସ୍ତ କରାଯାଇଥିଲା। ବିଦ୍ୟୁତ୍‌ ବକେୟା ପଡ଼ିଥିବା ବିଲ୍‌କୁ ନେଇ ଦୁଇ ବିଭାଗ ପରସ୍ପରକୁ ଦୋଷାରୋପ କରିବାରେ ଲାଗିଛନ୍ତି। ବିଦ୍ୟୁତ୍‌ ବିଲ୍‌ ପଇଠ କରିବା ଲାଗି ବିଦ୍ୟୁତ୍‌ କମ୍ପାନୀ ବହୁବାର ପୂର୍ତ୍ତ ବିଭାଗ ଓ କ୍ରୀଡ଼ା ବିଭାଗ ନିକଟକୁ ନୋଟିସ ପଠାଇଛି। ମାତ୍ର ଏ ପର୍ଯ୍ୟନ୍ତ ପାଉଣା ଦାଖଲ କରାଯାଇନାହିଁ। ୨୦୧୮ରେ ଷ୍ଟାଡିୟମରୁ ବିଦ୍ୟୁତ୍‌ ସଂଯୋଗ କାଟିି ଦିଆଯାଇଥିଲେ ମଧ୍ୟ ତିନୋଟି ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଖେଳାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri