Odisha Elections 2024
Posted inଖେଳ

ଭୁବନେଶ୍ୱର ‘ଏ’ ଡିଭିଜନ ଫୁଟ୍‌ବଲ ଲିଗ୍‌ ଆରମ୍ଭ

ଭୁବନେଶ୍ୱର, ୨।୧୨ (ତପନ ସ୍ବାଇଁ): ଭୁବନେଶ୍ୱର ଆଥ୍‌ଲେଟିକ ଆସୋସିଏଶନ ଆନୁକୂଲ୍ୟରେ ‘ଗତିକୃଷ୍ଣ ପଣ୍ଡା ମେମୋରିଆଲ’ ଭୁବନେଶ୍ୱର ‘ଏ’ ଡିଭିଜନ ଫୁଟବଲ ଲିଗ୍‌ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ୟୁନିଟ-୧ସ୍ଥିତ ଭୁବନେଶ୍ୱର ଫୁଟ୍‌ବଲ ଏକାଡେମୀ ପଡ଼ିଆରେ ଫ୍ଲଡ୍‌ ଲାଇଟରେ ଅନୁଷ୍ଠିତ ୟୁନିଟ-୬ ଆଥ୍‌ଲେଟିକ ଆସୋସିଏଶନ ଓ ଏଜି ରିକ୍ରିଏଶନ କ୍ଲବ ଉଦ୍‌ଘାଟନୀ ମ୍ୟାଚ ୨-୨ ଗୋଲରେ ଡ୍ର ରହିଛି। ମ୍ୟାଚର ୩୯ତମ ମିନିଟରେ ୟୁନିଟ-୬ର ରାହୁଲ ମୁଖୀ ଏକ ଗୋଲ ଦେଇ ଦଳକୁ ଅଗ୍ରଣୀ କରିଥିଲେ। ୪୫ତମ ମିନିଟରେ ଏଜି ରିକ୍ରିଏଶନ କ୍ଲବର ରାଜେନ୍ଦ୍ର ହେମ୍ବ୍ରମ ଗୋଲଟିକୁ ପରିଶୋଧ କରି ଦେଇଥିଲେ। ଦ୍ୱିତୀୟାର୍ଦ୍ଧରେ ଅର୍ଥାତ୍‌ ମ୍ୟାଚର ୬୦ତମ ମିନିଟରେ ୟୁନିଟ-୬ର ରୁଦ୍ର ପ୍ରଧାନ ଏକ ପେନାଲ୍ଟି କିକ୍‌କୁ ଗୋଲରେ ପରିଣତ କରି ଦଳକୁ ପୁଣି ଅଗ୍ରଣୀ କରିଥିଲେ। ମାତ୍ର ୭୫ତମ ମିନିଟରେ ଏଜି ଦଳର ଅର୍ପଣ ଲାକ୍ରା ଗୋଲଟିକୁ ପରିଶୋଧ କରି ଦେଇଥିଲେ। ମ୍ୟାଚ ଡ୍ର ରହିବା କାରଣରୁ ଉଭୟ ଦଳ ଗୋଟିଏ ଲେଖାଏ ପଏଣ୍ଟ ପାଇଛନ୍ତି। ୟୁନିଟ-୬ ଦଳର ରାହୁଲ ମୁଖୀ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇ ପୂର୍ବତନ କ୍ରୀଡ଼ା ପ୍ରଶାସକ ଅଶୋକ ମହାନ୍ତିଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ। ଗତିକୃଷ୍ଣଙ୍କ ପୁତ୍ର ଶିବ ପ୍ରସାଦ ପଣ୍ଡା ଟୁର୍ନାମେଣ୍ଟକୁ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଆଥ୍‌ଲେଟିକ୍‌ ଆସୋସିଏଶନ ସମ୍ପାଦକ ସୌର୍ଯ୍ୟରଞ୍ଜନ ପରିଜା, ଫୁଟବଲ ସମ୍ପାଦକ ଦିଲୀପ କୁମାର ଦାସ ଏବଂ ଅନୁଷ୍ଠାନର କାର୍ଯ୍ୟକାରିଣୀ ସମିତି ସଦସ୍ୟମାନେ ଉପସ୍ଥିତ ଥିଲେ। ଶେଖାଓ୍ବତ ଖାଁ ମ୍ୟାଚ ପରିଚାଳନା କରିଥିଲେ। ତାଙ୍କୁ ସହାୟତା କରିଥିଲେ ଆଲୋକ ଦେହୁରୀ ଓ ଏସ୍‌.ଏଓ୍‌ ବେଗ୍‌। ସୁଶାନ୍ତ ମିଶ୍ର ଚତୁର୍ଥ ରେଫରି ଦାୟିତ୍ୱ ନିର୍ବାହ କରିଥିଲେ। ଶନିବାର କିଶୋର କ୍ଲବ ଓ କିସ୍‌ ଫୁଟବଲ କ୍ଲବ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ଏହି ଲିଗ୍‌ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲର ନୂଆ ‘ସିକ୍ସର କିଙ୍ଗ’, କୋହଲି ସମେତ ପଛରେ ପଡିଲେ ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୧୯।୫: ଆଇପିଏଲ ର ପ୍ରତ୍ୟେକ ସିଜନରେ, ଅନେକ ରେକର୍ଡ ତିଆରି ହେବା ଏବଂ ଭାଙ୍ଗିଥିବାର ଦେଖାଯାଏ । ଚଳିତ ସିଜନରେ ସନରାଇଜର୍ସ ହାଇଦ୍ରାବାଦରେ ଖେଳୁଥିବା ଯୁବ...

ଏବେ ତୁମେ କେମିତି ଅନୁଭବ କରୁଛ ମା’? ଶେଷ ଓଭର ପରେ ଘରକୁ ଫୋନ କଲେ ୟଶ ଦୟାଲ

ନୂଆଦିଲ୍ଲୀ,୧୯।୫: କେବଳ ଜଣେ ମା’ ନିଜ ସନ୍ତାନର ଅସହାୟତା ଏବଂ ସୁଖକୁ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଅନୁଭବ କରିପାରନ୍ତି। ୪୦୫ ଦିନ ପୂର୍ବେ, ରିଙ୍କୁ ସିଂ...

ହରଭଜନଙ୍କ ଭବିଷ୍ୟବାଣୀ: ଏହି ଦୁଇ ଟିମ ମଧ୍ୟରେ ଖେଳାଯିବ IPL 2024 ଫାଇନାଲ ମ୍ୟାଚ

ନୂଆଦିଲ୍ଲୀ,୧୯।୫: ପୂର୍ବତନ ଭାରତୀୟ ଅଫ ସ୍ପିନର ହରଭଜନ ସିଂ ଆଇପିଏଲ ୨୦୨୪ର ଫାଇନାଲିଷ୍ଟ ଦଳ ଚୟନ କରିଛନ୍ତି। ହରଭଜନ ସିଂ ବିଶ୍ୱାସ କରନ୍ତି ଯେ ଆଇପିଏଲ...

ସିଏସ୍‌କେ ହାରିବା ପରେ ଭୋ ଭୋ ହୋଇ କାନ୍ଦିଲେ ରାୟୁଡୁ, ପରଦିନ ଆର୍‌ସିବିକୁ କହିଲେ ବଡ଼ କଥା; VIDEO

ବାଙ୍ଗାଲୁରୁ,୧୯।୫: ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଶନିବାର ଗୁରୁତ୍ୱପୂର୍ଣ୍ଣ ମୁକାବିଲା ଖେଳାଯାଇଥିଲା। କୋହଲିଙ୍କ ଟିମ୍‌ ଧୋନୀଙ୍କ ଦଳକୁ ୨୭ ରନ୍‌ରେ...

CSKର ପରାଜୟକୁ ହଜମ କରିପାରିଲେନି ରାୟୁଡୁ, ଅଧାରୁ ଛାଡିଲେ ମାଇକ…

ନୂଆଦିଲ୍ଲୀ,୧୯।୫: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ଇତିହାସରେ ସବୁଠାରୁ ସଫଳ ଦଳ। ଏହି ଦଳ ପାଞ୍ଚ ଥର ଟାଇଟଲ ଜିତିଛି ଏବଂ ପ୍ଲେ ଅଫରେ ସର୍ବାଧିକ...

IPLରେ ମଧ୍ୟ ଆରକ୍ଷଣ ବ୍ୟବସ୍ଥା ହେଉ, କେବଳ ନାଁ ରଖିଦେବା ଦୁର୍ଭାଗ୍ୟର କଥା: କଂଗ୍ରେସ ନେତା କଲେ ଏଭଳି ଦାବି 

ନୂଆଦିଲ୍ଲୀ,୧୯।୫: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୬ତମ ସିଜନ୍‌ ଏବେ ଅନ୍ତିମ ସୋପାନରେ ପହଞ୍ଚିଛି। କେଉଁ କେଉଁ ଟିମ୍‌ ପ୍ଲେ ଅଫ୍‌ ଖେଳିବ ତାହା ସ୍ପଷ୍ଟ ହୋଇଛି।...

”କହିଲା ପରେ ବି ଶୁଣିଲେନି”, ଷ୍ଟାର ସ୍ପୋର୍ଟସ ଉପରେ ବର୍ଷିଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୧୯।୫: ନିକଟରେ ଏକ ଆଇପିଏଲ ମ୍ୟାଚ୍ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଖେଳାଳି ଧାୱଲ କୁଲକର୍ଣ୍ଣି ଏବଂ ଅନ୍ୟମାନଙ୍କ ସହ ତାଙ୍କ କଥା ହେବାର ଅଡିଓ...

ହାରିବା ପରେ ଡ୍ରେସିଂ ରୁମ୍‌ରେ ଏକା ବସିଲେ ଧୋନୀ, କାହା ସହ ମିଳାଇଲେନି ହାତ,ଭାଇରାଲ ହେଉଛି ଭିଡିଓ…

ବେଙ୍ଗାଲୁରୁ,୧୯ା୫: ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚେନ୍ନାଇ ସୁପର କିଙ୍ଗ୍ସକୁ ହରାଇ ପ୍ଲେ ଅଫ୍‌ରେ ପ୍ରବେଶ କରିଛି। କ୍ରମାଗତ ୬ଟି ମ୍ୟାଚ ଜିତି ବିରାଟ କୋହଲିଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri