ଜବରଦଖଲ: ହାତୀଯୋରରୁ ଜଳ ନିଷ୍କାସନ ହେଉନି

ନାଉଗାଁ,୨୩।୪(ସ୍ବ.ପ୍ର): ନାଉଗାଁ ବ୍ଲକର ଗଜରାଜପୁର ପଞ୍ଚାୟତ ଭାତପଡାଠାରୁ ଉପତ୍ତ୍ତି ହୋଇଛି ହାତୀଯୋର। ଏହି ଯୋରଟି ଭାତପଢ଼ା ଦେଇ ଅଲଣା ପଞ୍ଚାୟତର ନହଡିପଡ଼ା, ମୁଣ୍ଡାଳୋ, ବେଣାପଡ଼ା ଦେଇ ଜାମୁଗାଁ ପଞ୍ଚାୟତ ଛତିଆନାଠାରେ ବାଉଁଶ ଯୋରି ସହ ସଂଯୁକ୍ତ ହୋଇଛି। ପୂର୍ବରୁ ଏହି ଯୋର ଯୋଗୁ ସ୍ଥାନୀୟ ଚାଷୀ ବେଶ୍‌ ଉପକୃତ ହେଉଥିଲେ। ଯୋରରେ ଗଜରାଜପୁର, ଅଲଣା, ଘୋଡାଂଶ, ନୂଆଗାଁ ଓ ଜାମୁଗାଁ ପଞ୍ଚାୟତର ଚାଷଜମିରୁ ବର୍ଷା ଦିନେ ଉଦ୍‌ବୃତ୍ତ ଜଳ ନିଷ୍କାସିତ ହେବା ସହ ବର୍ଷା କମ୍‌ ସମୟରେ ଉକ୍ତ ପାଣିକୁ ବ୍ୟବହାର କରି ଚାଷ କାର୍ଯ୍ୟ କରାଯାଉଥିଲା। ବର୍ତ୍ତମାନ ଉକ୍ତ ଯୋର ଜବରଦଖଲ ଯୋଗୁ ସମସ୍ୟା ସୃଷ୍ଟି ହେଉଛି ବୋଲି ସ୍ଥାନୀୟ ବାସିନ୍ଦା ମତବ୍ୟକ୍ତ କରିଛନ୍ତି।
ଯୋରଟି ଜଳସେଚନ ବିଭାଗ ଅଧୀନରେ ରହିଥିବା ବେଳେ ଏହାର ଠିକ୍‌ ଭାବେ ରକ୍ଷଣାବେକ୍ଷଣ କରାଯାଉ ନ ଥିବାରୁ କାଳକ୍ରମେ ପୋତି ହୋଇଗଲାଣି। ସେହିପରି ଉକ୍ତ ବିଭାଗ ପକ୍ଷରୁ ଏହି ଯୋରର ବେଣାପଡା ନିକଟରେ ଦୀର୍ଘଦିନ ତଳେ ସାଇଫନ ନିର୍ମାଣ କରାଯାଇଥିଲା। ଫଳରେ ଉଦ୍‌ବୃତ୍ତ ବର୍ଷାଜଳ ନିଷ୍କାସିତ ହୋଇପାରୁନାହିଁ। ସେହିପରି ଓରଣ୍ଡ ନିକଟରେ ଜଣେ ବ୍ୟକ୍ତି ୧ ଏକର ଜମି କ୍ରୟ କରି ଫାର୍ମ ହାଉସ ନିର୍ମାଣ କରିଛନ୍ତି। ଉକ୍ତ ଫାର୍ମ ହାଉସ ପାଇଁ ମାଟି ପୋତିବା ବେଳେ ଯୋର ପୋତି ହେବା ସହ ପଥ ସଙ୍କୁଚିତ ହୋଇଯିବାରୁ ଜଳ ନିଷ୍କାସନ ହୋଇପାରୁନାହିଁ। ସେହିପରି ରାସ୍ତାଘାଟ ନିର୍ମାଣ ଯୋରର ଉଭୟପାର୍ଶ୍ୱରେ ଘର, ଛୋଟ ବଜାର ଆଦି ନିର୍ମାଣ ହେବା ଦ୍ୱାରା ଯୋରଟି ପୋତି ହୋଇଗଲାଣି। ଗାଁ ଗଣ୍ଡାର ଆବର୍ଜନା, ହାଟ ବଜାରରୁ ବିଭିନ୍ନ ଅନାବଶ୍ୟକ ପଦାର୍ଥକୁ ଯୋରରେ ପକାଯାଉଛି। କ଼ାଳକ୍ରମେ ଯୋର ପୋତି ହେବାରେ ଲାଗିଛି। ବର୍ଷାଦିନେ ଏହା ମାଧ୍ୟମରେ ପାଣି ନିଷ୍କାସନ ହୋଇପାରନାହିଁ। ଦୀର୍ଘଦିନ ଧରି ଏହା ମଧ୍ୟରେ ଦଳ ଭର୍ତ୍ତି ହୋଇ ରହିବା ଦ୍ୱାରା ମଶା ବଂଶ ବୃଦ୍ଧି ହେବା ସହ ବିଷଧର ସାପଙ୍କ ବାସ ସ୍ଥାନ ପାଲଟିଛି। ଯାହାକି ଗ୍ରାମବାସୀଙ୍କ ଦୁଃଖର କାରଣ ପାଲଟିଛି। ଏ ସମ୍ପର୍କରେ ଅଚ୍ୟୁତପୁରର ଭୋଳାନାଥ ଦାସ କୁହନ୍ତି, ଓରଣ୍ଡ ନିକଟରେ ଫାର୍ମ ହାଉସ ହେବା ଫଳରେ ଯୋରରୁ ପାଣି ନିଷ୍କାସନ ପଥ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଛି। ଜବରଦଖଲ ଯୋଗୁ ସ୍ଥାନୀୟ ଚାଷୀ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ମନ୍ମଥ ଓଝା ସମିତିସଭ୍ୟ, ଅଲଣା ପଞ୍ଚାୟତ, ହାତୀଯୋରକୁ ପୁନରୁଦ୍ଧାର କରାଗଲେ ୫ ପଞ୍ଚାୟତର ଚାଷୀ ଉପକୃତ ହେବେ। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ।
ବଂଶୀଧର ବେହେରା, ଅବସରପ୍ରାପ୍ତ ଶିକ୍ଷକ, ମୁଣ୍ଡାଳ କୁହନ୍ତି, ହାତୀଯୋର ପୋତି ହେବା ଦ୍ୱାରା ସ୍ଥାନୀୟ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ପୁନରୁଦ୍ଧାର କରାଗଲେ ବିଶେଷ କରି ଚାଷୀମାନେ ଉପକୃତ ହୋଇପାରିବେ। ଜଳସେଚନ ବିଭାଗ ଯନ୍ତ୍ରୀ ସୂର୍ଯ୍ୟକାନ୍ତ ଦୀକ୍ଷିତଙ୍କୁ ପଚାରିବାରେ ଯୋରଟିର ପୁନରୁଦ୍ଧାର କରିବାର ଆବଶ୍ୟକତା ରହିଛି। କିନ୍ତୁ ଜବରଦଖଲ ଯୋଗୁ କିଛି କରି ହେଉନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri