ଅର୍ଥ ଅଛି, ଅନୁମତି ନାହିଁ

ବଇଣ୍ଡା, ୨୫ା୮(ଡି.ଏନ୍‌.ଏ.)ବହୁ ଆପତ୍ତି ଅଭିଯୋଗ ପରେ ୨ ବ୍ଲକକୁ ଯୋଡ଼ୁଥିବା ୯.୪ କିଲୋମିଟର ସଡ଼କକୁ ପକ୍କା କରିବା ପାଇଁ ସରକାର ଅର୍ଥ ଯୋଗାଇ ଦେଇଛନ୍ତି। ପୂର୍ତ୍ତ ବିଭାଗ ପକ୍ଷରୁ ଏ ନେଇ ଟେଣ୍ଡର ମଧ୍ୟ କରାଯାଇଛି। ହେଲେ କୋଭିଡ୍‌ କଟକଣା ପାଇଁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁ ନାହିଁ। ଫଳରେ ପୂର୍ବପରି କାଦୁଅ ରାସ୍ତାକୁ ନେଇ ଦୁର୍ଦ୍ଦଶା ଭୋଗୁଛନ୍ତି ଅନୁଗୋଳ ଜିଲା କିଶୋରନଗର ଓ ଆଠମଲ୍ଲିକ ବ୍ଲକର ୧୫ ଖଣ୍ଡ ଗ୍ରାମବାସୀ।
ଆଠମଲ୍ଲିକ ବ୍ଲକ ଜରପଡାଠାରୁ ମନ୍ଦରବାହାଳ ଯାଏ ଲମ୍ବିଥିବା ଏହି ମାଟି ରାସ୍ତା ବ୍ଲକର କୃତ୍ତିବାସପୁର, କୁରୁମଟାପ ପଞ୍ଚାୟତ ଓ କିଶୋରନଗର ବ୍ଲକର ବିଲେଇନାଳୀ ପଞ୍ଚାୟତକୁ ସଂଯୋଗ କରୁଛି। ପୂର୍ବରୁ ଏହି ରାସ୍ତା ପଞ୍ଚାୟତ ଅଧୀନରେ ଥିଲା। ୨୦୧୯ ଜାନୁୟାରୀ ୧୪ରେ ଏହା ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ଏହାପରେ ଏହି ରାସ୍ତା ଉପରେ ନିର୍ଭରଶୀଳ ଦୁଇ ବ୍ଲକର ମନ୍ଦରବାହାଳ, ବିଲେଇନାଳୀ, ବଡଗୋବିନ୍ଦପୁର, ଗରୁଡ, ଭେଜିଗୋଠ, ଧଉରାଗୋଠ, ଜାମ୍ବୁଖୋଳ, ଜରପଡା, କୃତ୍ତିବାସପୁର, ଦାମବାହାଳ, ତିଳେଶ୍ୱର, ତେନ୍ତୁଳିପଥର, ହାଟପଦା, କୁରୁମଟାପ ଆଦି ୧୫ ଖଣ୍ଡ ଗ୍ରାମର ଲୋକେ ଉପକୃତ ହେବେ ବୋଲି ଆଶା କରିଥିଲେ। ଦୀର୍ଘବର୍ଷ ଧରି ସେମାନେ ମାଟି କାଦୁଅ ମଧ୍ୟରେ ଯାତାୟାତ କରୁଥିବାରୁ ପକ୍କା ସଡ଼କଟିଏ ପାଇଁ ଦାବି କରିଥିଲେ। ବାରମ୍ବାର ଏ ନେଇ ଲୋକ ପ୍ରତିନିଧି ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ ପରେ ପୂର୍ତ୍ତ ବିଭାଗ ପକ୍ଷରୁ ଜରପଡାଠାରୁ ଭାୟା ଗରୁଡ, ଜାମ୍ବୁଖୋଳ ଦେଇ ମନ୍ଦରବାହାଳ ପର୍ଯ୍ୟନ୍ତ ୯ କିଲୋମିଟର ୪ ଶହ ମିଟର ରାସ୍ତାକୁ ପକ୍କା କରାଯିବାକୁ ନିଷ୍ପତ୍ତି ହୋଇଥିଲା। ମୋଟ୍‌ ୭ କୋଟି ୫୯ ଲକ୍ଷ ଟଙ୍କାର ଟେଣ୍ଡର କରାଯାଇଥିଲା। କିନ୍ତୁ ଏହାପରଠାରୁ ଆଉ ପ୍ରକ୍ରିୟା ଆଗେଇପାରି ନାହିଁ କି ରାସ୍ତା ନିର୍ମାଣ ଆରମ୍ଭ ହୋଇପାରି ନାହିଁ। ଫଳରେ ପାଣି କାଦୁଅ ମଧ୍ୟରେ ପଶି ଲୋକଙ୍କୁ ପୂର୍ବପରି ଯାତାୟାତ କରିବାକୁ ପଡ଼ୁଛି। ରାସ୍ତାର ଅନେକ ସ୍ଥାନ ଅତି ଶୋଚନୀୟ ଅବସ୍ଥାରେ ଥିବାରୁ ବଡ଼ ଗାଡ଼ି ପଶିବା ତ ଦୂରର କଥା ରୋଗୀ ଆଣିବାକୁ ଆମ୍ବୁଲାନ୍ସ ଯାଇପାରୁ ନାହିଁ। ତୁରନ୍ତ ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତା କାମ ଆରମ୍ଭ କରା ନ ଗଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କୁରୁମଟାପ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ସମସ୍ୟା ସମ୍ପର୍କରେ ବଇଣ୍ଡା ପୂର୍ତ୍ତ ବିଭାଗ ଏସ୍‌ଡିଓ ଦାମୋଦର କୈବର୍ତ୍ତ କହିଛନ୍ତି, ଜରପଡାଠାରୁ ମନ୍ଦରବାହାଳ ପର୍ଯ୍ୟନ୍ତ ରାସ୍ତା ପକ୍କା କରାଯିବାକୁ ଟେଣ୍ଡର ସରିଛି। ହେଲେ କୋଭିଡ୍‌ କଟକଣା ମଧ୍ୟରେ କିପରି କାର୍ଯ୍ୟ କରାଯିବ ସେ ନେଇ ଆବଶ୍ୟକ ଅନୁମତି ସରକାରଙ୍କ ଠାରୁ ଆସିନାହିଁ। ଠିକା ସଂସ୍ଥା ସହ ଚୁକ୍ତିନାମା କରାଯାଇ ନ ଥିବା ଯୋଗୁ କାମ ଆରମ୍ଭ ହୋଇପାରୁନାହିଁ ବୋଲି ଏସ୍‌ଡିଓ ପ୍ରକାଶ କରିଛନ୍ତି।
ବିକାଶରେ ସହାୟକ ହେବ
ପକ୍କା ରାସ୍ତା ନିର୍ମାଣ ହେଲେ ଦୁଇ ବ୍ଲକ ମଧ୍ୟରେ ଦୂରତା ହ୍ରାସ ପାଇବ। ଏହା ଉପରେ ନିର୍ଭର କରୁଥିବା ୧୫ ଖଣ୍ଡ ଗଁାରେ ବ୍ୟବସାୟିକ ଭିତ୍ତିଭୂମି ମଧ୍ୟ ସୁଦୃଢ଼ ହେବ। ଗଁା ଅର୍ଥନୀତି ବିକାଶରେ ଏହି ସଡ଼କ ବେଶ୍‌ ସହାୟକ ହୋଇପାରିବ।
-ସୁମନ୍ତ ବେହେରା, କୁରୁମଟାପ
ତ୍ୱରିତ ପଦକ୍ଷେପ ନିଆଯାଉ
ଏହି ରାସ୍ତା ଉପରେ ନିର୍ଭର କରୁଥିବା ଗ୍ରାମବାସୀ ପ୍ରତିବର୍ଷ ବର୍ଷାଦିନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଅଭିଯୋଗ ପରେ ସରକାର ପକ୍କା ସଡ଼କ ପାଇଁ ପଦକ୍ଷେପ ନେଇଥିଲେ ବି ଏଯାଏ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ।
– ସୌମ୍ୟରଞ୍ଜନ ନାୟକ, ଦାମଦରପୁର
ଆମ୍ବୁଲାନ୍ସ ଆସିପାରୁନି
ବର୍ଷା ସମୟରେ ଏହି ରାସ୍ତାରେ ଯାତାୟାତ କଷ୍ଟକର ହୋଇପଡ଼ୁଛି। ଆମ୍ବୁଲାନ୍ସ ମଧ୍ୟ ରୋଗୀ ନେବାକୁ ଆସିପାରୁ ନାହିଁ। ଦୁଇଟି ବ୍ଲକକୁ ଏହା ସଂଯୋଗ କରୁଥିବାରୁ ସରକାର ପକ୍କା ସଡ଼କ କିପରି ନିର୍ମାଣ କରାଯିବ ତାହା ଉପରେ ଗୁରୁତ୍ୱ ଦିଅନ୍ତୁ।
– ଫକୀର ସାହୁ, ଗରୁଡ଼ଗ୍ରାମ
ଜଙ୍ଗଲିଆ ଅଞ୍ଚଳ ଯୋଗୁ ଅବହେଳା
ଜଙ୍ଗଲିଆ ଅଞ୍ଚଳ ହୋଇଥିବାରୁ ପ୍ରଶାସନ ୧୫ ଖଣ୍ଡ ଗ୍ରାମବାସୀଙ୍କ ଦାବିକୁ ସେପରି ଗୁରୁତ୍ୱ ଦେଉନାହିଁ। ସେଥିପାଇଁ ଅର୍ଥ ମଞ୍ଜୁର ଓ ଟେଣ୍ଡର ହୋଇସାରିଥିବା ସତ୍ତ୍ୱେ ନିର୍ମାଣ କାର୍ଯ୍ୟ କରାଯାଉ ନାହିଁ। ସ୍ଥାନୀୟ ଲୋକପ୍ରତିନିଧି ଏଥିପ୍ରତି ଦୃଷ୍ଟି ଦିଅନ୍ତୁ।
– କାହ୍ନୁ ପ୍ରଧାନ, ଖଡ଼କବାହାଳ
କାଦୁଅରେ ଆଉ କେତେଦିନ
ସରକାର ସବୁ ଗ୍ରାମକୁ ପକ୍କା ସଡ଼କ ନିର୍ମାଣ କରୁଛନ୍ତି। କିନ୍ତୁ ଏହି ୯ କିଲୋମିଟର ରାସ୍ତା କେବେ ପକ୍କା ହେବ ତାହାକୁ ହଜାର ହଜାର ଲୋକ ଅପେକ୍ଷା କରିଛନ୍ତି। କାଦୁଅ ଭିତରେ ଆଉ କେତେଦିନ ଚାଲି ଯିବାକୁ ପଡ଼ିବ ତାହା ସରକାର ଜାଣନ୍ତି।
-ଦେବଦତ୍ତ ଦେହୁରୀ, ଜରପଡ଼ା


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ପଲ୍ୟୁଶନ ସାର୍ଟିଫିକେଟକୁ ନେଇ ବଡ଼ ବୟାନ ଦେଲେ ମନ୍ତ୍ରୀ: କହିଲେ ଏଣିକି ଲାଗିବ…

ଭୁବନେଶ୍ୱର, ୨୭।୧୨: ବର୍ତ୍ତମାନ ପ୍ରଦୂଷଣ ପ୍ରମାଣ ପତ୍ର ପାଇଁ ସବୁଠି ଲମ୍ବା ଲାଇନ୍‌। ସରକାର ସମୟ ସୀମା ବୃଦ୍ଧି କରିଥିବା ବେଳେ ପରିବହନ ମନ୍ତ୍ରୀ ବିଭୂତି...

ପାଖେଇ ଆସୁଛି ନୂଆବର୍ଷ, ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ନେଲା ବଡ଼ ନିଷ୍ପତ୍ତି

ପୁରୀ,୨୭।୧୨: ଡିସେମ୍ବର ମାସର ଶେଷ ଦିନଗୁଡ଼ିକରେ ପୁରୀ ଜଗନ୍ନାଥ ଧାମରେ ଭକ୍ତଙ୍କ ସଂଖ୍ୟାରେ ତୀବ୍ର ବୃଦ୍ଧି ପରିଲକ୍ଷିତ ହୋଇଛି। ଅଧିକାରୀଙ୍କ ଅନୁଯାୟୀ, ଏହି ବର୍ଦ୍ଧିତ ଭିଡ଼...

ଶ୍ରୀମନ୍ଦିରରେ ମୁଖ୍ୟ ନିର୍ବାଚନ କମିଶନର: ପରିବାର ସହ ମହାପ୍ରଭୁଙ୍କୁ କଲେ ଦର୍ଶନ

ପୁରୀ,୨୭।୧୨: ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାର ଶନିବାର ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହିତ ଆର୍ଶୀବାଦ ଲାଭ କରିଛନ୍ତି । ମୁଖ୍ୟ...

ବନ୍ଧାହେଲେ କୋଟିପତି ଫରେଷ୍ଟର

ଭୁବନେଶ୍ୱର,୨୭।୧୨: କୋରାପୁଟ ଜିଲା ସେମିଳିଗୁଡ଼ା ଫରେଷ୍ଟର ନିରଞ୍ଜନ ଶତପଥୀ ଗିରଫ ହୋଇଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି।...

ଜିରୋ ନାଇଟ ସେଲିବ୍ରେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ନିୟୋଜିତ ରହିବେ…

ଭୁବନେଶ୍ୱର,୨୭।୧୨: ଜିରୋ ନାଇଟ ସେଲିବ୍ରେଶନ ପାଇଁ କମିସନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନେଇ ପୋଲିସ କମିସନର ସୁରେଶ ଦେବଦତ୍ତ ସିଂ ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri