Posted inଜାତୀୟ

ସିବିଆଇକୁ ବିରୋଧ ବଢ଼ୁଛି

ନୂଆଦିଲ୍ଲୀ, ୧୧।୪:କେତେକ ନିର୍ଦ୍ଦିଷ୍ଟ ମାମଲାରେ ରାଜ୍ୟରେ ସିବିଆଇର ତଦନ୍ତ ଅଧିକାର ଏବେ ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି। ଏକାଧିକ ରାଜ୍ୟ ସେମାନଙ୍କ ସାଧାରଣ ସହମତି ପ୍ରତ୍ୟାହାର କରିଦେଲେଣି। ନିକଟରେ ତେଲଙ୍ଗାନା, ମେଘାଳୟ ମଧ୍ୟ ଏହି ବିରୋଧ ତାଲିକାରେ ସାମିଲ ହୋଇଥିବା କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଗତ ଶୀତ ଅଧିବେଶନରେ ପାର୍ଲାମେଣ୍ଟରେ ଦେଇଥିବା ବିବୃତିରୁ ଜଣାପଡ଼ିଛି। ଦିଲ୍ଲୀ ସ୍ପେଶାଲ ପୋଲିସ ଏଷ୍ଟାବ୍ଲିଶ୍‌ମେଣ୍ଟ(ଡିଏସ୍‌ପିଏ) ଆଇନ-୧୯୪୬ର ଧାରା ୬ ଅନୁସାରେ ସିବିଆଇ କୌଣସି ରାଜ୍ୟରେ ତଦନ୍ତ କରିବାକୁ ଚାହୁଁଥିଲେ ସେହି ରାଜ୍ୟର ସହମତି ନେବା ଆବଶ୍ୟକ। ତେଣୁ କେତେକ ନିର୍ଦ୍ଦିଷ୍ଟ ମାମଲା ଏବଂ କିଛି ବର୍ଗର ଲୋକଙ୍କ ବିରୋଧରେ ସିବିଆଇ ତଦନ୍ତ ସିଧାସଳଖ କରିବାକୁ ରାଜ୍ୟଗୁଡ଼ିକ ପକ୍ଷରୁ ସାଧାରଣ ସହମତି ପ୍ରଦାନ ଦିଆଯାଇଥିଲା। ହେଲେ ଛତିଶଗଡ଼, ଝାଡ଼ଖଣ୍ଡ, କେରଳ, ମେଘାଳୟ, ମିଜୋରାମ୍‌, ପଞ୍ଜାବ, ରାଜସ୍ଥାନ, ତେଲଙ୍ଗାନା ଏବଂ ପଶ୍ଚିମବଙ୍ଗ ସିବିଆଇକୁ ତଦନ୍ତ

ପାଇଁ ପୂର୍ବରୁ ଦେଇଥିବା ସହମତିକୁ ପ୍ରତ୍ୟାହାର କରିନେଇଛନ୍ତି। ତେଣୁ ଉକ୍ତ ରାଜ୍ୟଗୁଡ଼ିକରେ ସିବିଆଇକୁ ତଦନ୍ତ କରିବାରେ ବାଧା ସୃଷ୍ଟି ହୋଇଥିବା ସିଂ ପ୍ରକାଶ କରିଥିଲେ।
ବିରୋଧୀ ନେତାମାନଙ୍କ ବିରୋଧରେ ସିବିଆଇକୁ ଜାଣିଶୁଣି ବ୍ୟବହାର କରାଯାଉଥିବା ଅଣଭାଜପା ଶାସିତ ରାଜ୍ୟଗୁଡ଼ିକ ଅଭିଯୋଗ କରିଆସୁଛନ୍ତି। ହେଲେ ସିବିଆଇ ତଦନ୍ତରେ ବାଧା ଦିଆଯିବା ଦ୍ୱାରା ତାହା ଜାତୀୟ ତଥା ଆନ୍ତଃରାଜ୍ୟ କାର୍ଯ୍ୟ ପରିସର ଉପରେ ପ୍ରଭାବ ପକାଇବ। ଏଭଳିସ୍ଥଳେ ଦେଖିବାର ଅଛି କିଭଳି ଭାବେ ସିବିଆଇ ଏହି ଆହ୍ବାନର ମୁକାବିଲା ଏବଂ ଦକ୍ଷତାର ସହ କର୍ତ୍ତବ୍ୟ ସମ୍ପାଦନ କରୁଛି। ତେଣୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଡିଏସ୍‌ପିଏ ଆକ୍ଟ ଏବଂ ସିବିଆଇର ପରିସୀମା ଓ କ୍ଷମତା ସମ୍ପର୍କିତ ନିୟମର ସମୀକ୍ଷା କରାଯିବା ଜରୁରୀ ହୋଇପଡ଼ିଛି। ବିଭିନ୍ନ ରାଜ୍ୟଗୁଡ଼ିକ ସିବିଆଇ ତଦନ୍ତ ଅନୁମତି ପ୍ରତ୍ୟାହାର କରିବା ପ୍ରସଙ୍ଗରେ ଗତ ମାସରେ ପାର୍ଲାମେଣ୍ଟାରିି କମିଟି ମଧ୍ୟ ଏହା ଉପରେ ଗୁରୁତ୍ୱ ଦେବା ସହ ନୂଆ ନିୟମ ଆଣିବା ସପକ୍ଷରେ ମତ ଦେଇଛନ୍ତି, ଯେଉଁଥିରେ ସିବିଆଇର ସ୍ଥିତି, କାର୍ଯ୍ୟଧାରା ଏବଂ କ୍ଷମତା ସମ୍ପର୍କରେ ସବିଶେଷ ଉଲ୍ଳେଖ ରହିବା ଜରୁରୀ ବୋଲି ପ୍ରସ୍ତାବ ଦିଆଯାଇଛି। ଡିଏସ୍‌ପିଏ ଆଇନ ଅଧିକ କଟକଣା ରହିଥିବାରୁ ନୂଆ ଆଇନ ସପକ୍ଷରେ କମିଟି ମତ ଦେଇଛି। ସୁପ୍ରିମ୍‌ କୋର୍ଟ ଆଇନଜୀବୀ ରୁଦ୍ର ବିକ୍ରମ ସିଂଙ୍କ ମତରେ ରାଜ୍ୟଗୁଡ଼ିକ ସାଧାରଣ ସହମତିି(ଜେନେରାଲ୍‌ କନ୍‌ସେଣ୍ଟ) ପ୍ରତ୍ୟାହାର କରିଦେବା ମାନେ ନୁହେଁ ଯେ, ସିବିଆଇ ସେଠାରେ ତଦନ୍ତ କରିପାରିବ ନାହିଁ। ନିର୍ଦ୍ଦିଷ୍ଟ ମାମଲାର ତଦନ୍ତ ପାଇଁ ସମ୍ପୃକ୍ତ ରାଜ୍ୟ ସରକାରଙ୍କଠାରୁ ପୂର୍ବରୁ ସହମତି ନେବାକୁ ପଡ଼ିବ। ତେବେ ଯେଉଁ ରାଜ୍ୟଗୁଡ଼ିକ ସହମତି ପ୍ରତ୍ୟାହାର ଯେବେଠୁ କରିଛନ୍ତି, ତା’ ପୂର୍ବର ମାମଲାଗୁଡ଼ିକର ସିବିଆଇ ତଦନ୍ତ ଜାରି ରଖିପାରିବ ବୋଲି ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri