କଇଁଛଙ୍କ ସୁରକ୍ଷା ନେଇ ବଢ଼ିଲାଣି ଚିନ୍ତା

ଢେଙ୍କାନାଳ,୪ା୯(ରତନ ନାୟାର): ନଦୀରୁ କଇଁଛ ଶିକାର କରିବା ଆଇନଗତ ଅପରାଧ। ଏଥିପାଇଁ ଜେଲ୍‌ ସହ ଜରିମାନା ବ୍ୟବସ୍ଥା ରହିଛି। ହେଲେ ଢେଙ୍କାନାଳ ଜିଲାରେ କଇଁଛଙ୍କ ଚୋରାଚାଲାଣ ବଢ଼ିବାରେ ଲାଗିଛି। ବିଶେଷକରି ୫୫ନଂ. ଜାତୀୟ ରାଜପଥ ପାର୍ଶ୍ୱର କେତେକ ଢାବାରେ କଇଁଛ ମାଂସ ପରଷା ଯାଉଥିବାରୁ ଏହା ଶିକାରୀମାନଙ୍କୁ ବେଶ୍‌ ସୁହାଉଛି। ସେମାନେ ନଦୀରୁ କଇଁଛ ଧରି ଉକ୍ତ ଢାବାଗୁଡ଼ିକୁ ଚୋରାରେ ଯୋଗାଇ ଦେଉଥିବା ଅଭିଯୋଗ ହେଉଛି। ଏହାଛଡ଼ା ମାଛ ମାରିବାକୁ ଡିନାମାଇଟ୍‌ର ବ୍ୟବହାର ମଧ୍ୟ ଏମାନଙ୍କ ଜୀବନ ପ୍ରତି ବିପଦ ସାଜୁଛି। ଜଳ ପ୍ରଦୂଷଣ ରୋକିବାରେ କଇଁଛଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଥିବାରୁ ଏହି ଜଳଜୀବଙ୍କ ସୁରକ୍ଷା ଅତି ଜରୁରୀ ହୋଇପଡ଼ିଛି। ଏହା ସତ୍ତ୍ୱେ ବନ ବିଭାଗ କଇଁଛ ଚୋରାଚାଲାଣ ରୋକିପାରୁ ନ ଥିବା ଅଭିଯୋଗ ହେଉଛି।
ଢେଙ୍କାନାଳ ଜିଲାରେ ୬ ପ୍ରଜାତିର କଇଁଛ ଦେଖିବାକୁ ମିଳିଥାନ୍ତି। ସେମାନଙ୍କ ମଧ୍ୟରେ ଦେଉଳି ପ୍ରଜାତି କଇଁଛଙ୍କ ଆକାର ବଡ଼। ଏମାନେ ଅଧିକ ସଂଖ୍ୟାରେ ଦେଖିବାକୁ ମିିଳିଥାନ୍ତି। ସେହିଭଳି ପଙ୍କୁଆ, କାମୁଡା, କୁସାଙ୍ଗି, ଚାଭେରୀ ଓ ମୟୂରଚୂଳିଆ ପ୍ରଜାତିର କଇଁଛ ଦେଖାଯାନ୍ତି। ଜିଲାରେ ଥିବା ବ୍ରାହ୍ମଣୀ ନଦୀର କାମାକ୍ଷାନଗର ଉପଖଣ୍ଡର ବୁଢିବିଲି, ରାଙ୍କିଆ ଓ ସଦର ଉପଖଣ୍ଡର ଶଙ୍କରପୁର, ନୂଆପଡ଼ା ଓ ବଣସିଂହ ଆଦି ଅଞ୍ଚଳର ନଦୀ କୂଳରେ ପ୍ରତିବର୍ଷ ଏହି କଇଁଛମାନେ ଅଣ୍ଡା ଦେଇଥାନ୍ତି। ବିଶେଷକରି ପ୍ରତିବର୍ଷ ନଭେମ୍ବର ପ୍ରଥମ ସପ୍ତାହରୁ ଫେବୃୟାରୀ ପର୍ଯ୍ୟନ୍ତ ଏହି ଅଣ୍ଡାଦାନ ପ୍ରକ୍ରିୟା ଚାଲିଥାଏ। କିଛିବର୍ଷ ହେଲା କଇଁଛଙ୍କ ଏହି ଅଣ୍ଡାଦାନ ସମୟରେ ଉକ୍ତ ଅଞ୍ଚଳରେ ବନବିଭାଗ ପକ୍ଷରୁ ପାଟ୍ରୋଲିଂ ଓ ସୁରକ୍ଷା ବ୍ୟବସ୍ଥା କରାଯାଇଛି। କିନ୍ତୁ ଏହି ବ୍ୟବସ୍ଥା ପର୍ଯ୍ୟାପ୍ତ ହେଉନାହିଁ। ଶିକାରୀମାନେ ଶତାଧିକ ସଂଖ୍ୟାରେ କଇଁଛ ଧରି ରାଜପଥ ପାର୍ଶ୍ୱରେ ଥିବା ବିଭିନ୍ନ ଢାବାକୁ ଚୋରା ଚାଲାଣ କରୁଛନ୍ତି। ତେବେ ବିଳମ୍ବରେ ହେଲେ ବି ଅଭିଯୋଗ ଉପରେ ବନବିଭାଗ ପଦକ୍ଷେପ ନେବା ଆରମ୍ଭ କରିଛି। ବନ୍ୟପ୍ରାଣୀଙ୍କ ସମ୍ପର୍କରେ ଗବେଷଣା କରୁଥିବା ଆୱାର୍ଡ ଅନୁଷ୍ଠାନ ସମ୍ପାଦକ ରାଜେନ୍ଦ୍ର ପାଣିଗ୍ରାହୀ କହିଛନ୍ତି, ଯେଉଁଠି କଇଁଛ ରହିଥାନ୍ତି, ସେଠାରେ ଅଧିକ ମାଛ ରହୁଥିବାରୁ କିଛି ଲୋକ ଡିନାମାଇଟ୍‌ ପକାଇ ମାଛ ମାରୁଛନ୍ତି। ଫଳରେ ଏହାର ପ୍ରଭାବ କଇଁଛଙ୍କ ଜୀବନ ଉପରେ ପଡୁଛି। କଇଁଛ ବନ୍ୟପ୍ରାଣୀ ହୋଇଥିବାରୁ ଏହାର ଚୋରାଚାଲାଣ ଓ ବିକ୍ରିକୁ ନିଷେଧ କରାଯାଇଛି। ଏଥିପାଇଁ ଆଇନରେ ୭ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ରହିଛି। ପୂର୍ବତନ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ପ୍ରଦ୍ୟୁମ୍ନ ରଥ କହିଛନ୍ତି, ବ୍ରାହ୍ମଣୀ ନଦୀରେ ବିଭିନ୍ନ ପ୍ରଜାତିର କଇଁଛ ଅଛନ୍ତି। କଇଁଛ ସମସ୍ତ ଜଳଜନିତ ପ୍ରଦୂଷଣକୁ ରୋକିପାରିବ। ଯେହେତୁ ୫୫ନଂ ଜାତୀୟ ରାଜପଥ ଠାରୁ ୧୦ କିଲୋମିଟର ଦୂରରେ ବ୍ରାହ୍ମଣୀ ନଦୀ ରହିଛି, ସେଥିପାଇଁ ସେଠାରୁ କଇଁଛ ଶିକାର କରି ଢାବାଗୁଡ଼ିକୁ ଯୋଗାଇ ଦିଆଯାଉଛି। ବନବିଭାଗ ଏଥିପ୍ରତି ସ୍ବତନ୍ତ୍ର ଭାବେ ଦୃଷ୍ଟି ପ୍ରଦାନ କରିବା ଜରୁରୀ। ନଚେତ୍‌ କଇଁଛଙ୍କ ଅସ୍ତିତ୍ୱ ପ୍ରତି ସଙ୍କଟ ସୃଷ୍ଟି ହେବ। ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର କହିଛନ୍ତି, ଏ ସମ୍ପର୍କରେ ବିଭାଗକୁ ଖବର ମିଳିଛି। ଏ ନେଇ ଅନୁଧ୍ୟାନ ଆରମ୍ଭ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?