ଖୋଲାଖୋଲି ଚାଲିଛି ଛତୁଆ ବିକ୍ରି

କେସିଙ୍ଗା,୨୦।୨(ଡି.ଏନ.ଏ.): ରାଜ୍ୟ ମହିଳା ଓ ଶିଶୁ ବିକାଶ ଯୋଜନା ପକ୍ଷରୁ ଶିଶୁ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ମାଗଣାରେ ପୃଷ୍ଟିକର ଛତୁଆ ଅଙ୍ଗନଓ୍ବାଡି କେନ୍ଦ୍ର ଜରିଆରେ ଯୋଗାଇ ଦିଆଯାଉଛି। ଛତୁଆ ବିକ୍ରୟ ପାଇଁ ଉଦ୍ଦିଷ୍ଟ ନୁହେଁ ବୋଲି ପ୍ୟାକେଟରେ ଲେଖାଯାଇଛି। କିନ୍ତୁ କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ସମନ୍ବିତ ଶିଶୁ ବିକାଶ ଯୋଜନା ଅଧୀନ ପରଲସିଙ୍ଗ ପଞ୍ଚାୟତରେ ଦିନ ଦ୍ୱିପ୍ରହରରେ ଛତୁଆକୁ ବିକ୍ରି କରାଯାଉଥିବା ଦେଖିବାକୁ ମିଳିଛି। ଜଣେ ଛତୁଆ ବ୍ୟବସାୟୀ ଏକ ଗାଡ଼ିରେ ବୁଲି ବୁଲି ଛତୁଆ କିଣୁଛନ୍ତି। ଛତୁଆ ବ୍ୟବସାୟୀମାନେ ବ୍ଲକର ୨୬ଟି ଗ୍ରାମପଞ୍ଚାୟତ ଅଧିକାଂଶ ଗ୍ରାମକୁ ଯାଇ କିଣୁଥିବା ବେଳେ ୪.୪୧୦ ଗ୍ରାମର ଛତୁଆ ପ୍ୟାକେଟ ୫୦ ଟଙ୍କାରେ ହିତାଧିକାରୀମାନେ ବିକ୍ରୟ କରୁଥିବା ଅଭିଯୋଗ ହେଉଛି। ବିକ୍ରୟ ପାଇଁ ଉଦ୍ଦିଷ୍ଟ ନୁହେଁ ବୋଲି ପ୍ୟାକେଟରେ ଲେଖା ଯାଇଛି। ମାର୍କେଟରେ ଛତୁଆ ଯଦି କିଣିଲେ କିଲୋ ପ୍ରତି ୬୦ରୁ ୭୦ ଟଙ୍କାରେ ମିଳୁଛି। କେସିଙ୍ଗା ବ୍ଲକ ସିରଜାପାଲିସ୍ଥିତ ଦିବ୍ୟଜ୍ୟୋତି ମହିଳା ମଣ୍ଡଳ ଦୀର୍ଘଦିନରୁ ନିମ୍ନମାନର ଛତୁଆ ପ୍ରସ୍ତୁତ କରି ଅଙ୍ଗନଓ୍ବାଡି କେନ୍ଦ୍ରକୁ ଯୋଗାଇ ଆସୁଛି। କିଛି ମାସ ତଳେ ଜିଲାର ଏକ ୫ ଜଣିଆ ଟିମ ଦିବ୍ୟଜ୍ୟୋତି ମହିଳା ମଣ୍ଡଳ ପରିଦର୍ଶନ କରି ମଣ୍ଡଳ ସଭାନେତ୍ରୀ ଗୀତାଞ୍ଜଳି ଦାଶଙ୍କୁ ଛତୁଆ ଠିକ ଭାବେ ପ୍ରସ୍ତୁତ କରି ଯୋଗାଇବାକୁ ଜିଲା ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଥିଲା। କିନ୍ତୁ ପ୍ରଶାସନ କଥାକୁ କିଏ ପଚାରୁଛି। ଛତୁଆ ଅତିନିମ୍ନମାନର ହୋଇଥିବାରୁ ମଣିଷ ଖାଇବା ବଦଳରେ ପଶୁମାନଙ୍କ ଖାଇବା ଉଦ୍ଦେଶ୍ୟରେ ଏହା ବିକ୍ରି କରାଯାଉଛି। ଗୋଟା ବୁଟ, ଚିନି, ଚିନାବାଦାମର ମିଶ୍ରଣରେ ପ୍ରସ୍ତୁତ କରିବା କଥା। କିନ୍ତୁ କମ୍‌ ଗହମ ଓ ଅଳ୍ପ ଚିନି ମିଶାଇ ପ୍ରସ୍ତୁତ କରି ଯୋଗାଇ ଦିଆଯାଉଛି। ଶିଶୁ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ମାଗଣାରେ ମିଳୁଥିବା ୪.୪୧୦୦ ଗ୍ରାମର ହଳଦିଆ ଛତୁଆକୁ ମାତ୍ର ୫୦ ଟଙ୍କାରେ ବିକ୍ରି କରିଦିଅନ୍ତି। ଛତୁଆ ବ୍ୟବସାୟୀମାନେ ଗାଁ ଗାଁ ଘରକୁ ଘର ଯାଇ କିଣୁଥିବା ଦେଖିବାକୁ ମିଳୁଛି। ଏ ନେଇ ସିଡିପିଓ ମୁଯିବୁନ ନିଶାଙ୍କୁ ପଚାରିବାରୁ ଲୋକଙ୍କୁ ଖାଇବାକୁ ଦିଆଯାଉଛି, ଆଉ ବିକ୍ରି କରିବେ ସେଥି ପାଇଁ କ’ଣ କରାଯିବ। ଛତୁଆ ତ ଖାଇଲେ ସିନା ଜାଣିବେ ଭଲ କି ଖରାପ ବୋଲି ପ୍ରକାଶ କରିବା ସହିତ ସୋମବାର ସୁପରଭାଇଜର ଘଟଣାସ୍ଥଳରେ ଯାଇ ତଦନ୍ତ କରିବେ ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri