ଖୋଲାଖୋଲି ଚାଲିଛି ଛତୁଆ ବିକ୍ରି

କେସିଙ୍ଗା,୨୦।୨(ଡି.ଏନ.ଏ.): ରାଜ୍ୟ ମହିଳା ଓ ଶିଶୁ ବିକାଶ ଯୋଜନା ପକ୍ଷରୁ ଶିଶୁ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ମାଗଣାରେ ପୃଷ୍ଟିକର ଛତୁଆ ଅଙ୍ଗନଓ୍ବାଡି କେନ୍ଦ୍ର ଜରିଆରେ ଯୋଗାଇ ଦିଆଯାଉଛି। ଛତୁଆ ବିକ୍ରୟ ପାଇଁ ଉଦ୍ଦିଷ୍ଟ ନୁହେଁ ବୋଲି ପ୍ୟାକେଟରେ ଲେଖାଯାଇଛି। କିନ୍ତୁ କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ସମନ୍ବିତ ଶିଶୁ ବିକାଶ ଯୋଜନା ଅଧୀନ ପରଲସିଙ୍ଗ ପଞ୍ଚାୟତରେ ଦିନ ଦ୍ୱିପ୍ରହରରେ ଛତୁଆକୁ ବିକ୍ରି କରାଯାଉଥିବା ଦେଖିବାକୁ ମିଳିଛି। ଜଣେ ଛତୁଆ ବ୍ୟବସାୟୀ ଏକ ଗାଡ଼ିରେ ବୁଲି ବୁଲି ଛତୁଆ କିଣୁଛନ୍ତି। ଛତୁଆ ବ୍ୟବସାୟୀମାନେ ବ୍ଲକର ୨୬ଟି ଗ୍ରାମପଞ୍ଚାୟତ ଅଧିକାଂଶ ଗ୍ରାମକୁ ଯାଇ କିଣୁଥିବା ବେଳେ ୪.୪୧୦ ଗ୍ରାମର ଛତୁଆ ପ୍ୟାକେଟ ୫୦ ଟଙ୍କାରେ ହିତାଧିକାରୀମାନେ ବିକ୍ରୟ କରୁଥିବା ଅଭିଯୋଗ ହେଉଛି। ବିକ୍ରୟ ପାଇଁ ଉଦ୍ଦିଷ୍ଟ ନୁହେଁ ବୋଲି ପ୍ୟାକେଟରେ ଲେଖା ଯାଇଛି। ମାର୍କେଟରେ ଛତୁଆ ଯଦି କିଣିଲେ କିଲୋ ପ୍ରତି ୬୦ରୁ ୭୦ ଟଙ୍କାରେ ମିଳୁଛି। କେସିଙ୍ଗା ବ୍ଲକ ସିରଜାପାଲିସ୍ଥିତ ଦିବ୍ୟଜ୍ୟୋତି ମହିଳା ମଣ୍ଡଳ ଦୀର୍ଘଦିନରୁ ନିମ୍ନମାନର ଛତୁଆ ପ୍ରସ୍ତୁତ କରି ଅଙ୍ଗନଓ୍ବାଡି କେନ୍ଦ୍ରକୁ ଯୋଗାଇ ଆସୁଛି। କିଛି ମାସ ତଳେ ଜିଲାର ଏକ ୫ ଜଣିଆ ଟିମ ଦିବ୍ୟଜ୍ୟୋତି ମହିଳା ମଣ୍ଡଳ ପରିଦର୍ଶନ କରି ମଣ୍ଡଳ ସଭାନେତ୍ରୀ ଗୀତାଞ୍ଜଳି ଦାଶଙ୍କୁ ଛତୁଆ ଠିକ ଭାବେ ପ୍ରସ୍ତୁତ କରି ଯୋଗାଇବାକୁ ଜିଲା ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଥିଲା। କିନ୍ତୁ ପ୍ରଶାସନ କଥାକୁ କିଏ ପଚାରୁଛି। ଛତୁଆ ଅତିନିମ୍ନମାନର ହୋଇଥିବାରୁ ମଣିଷ ଖାଇବା ବଦଳରେ ପଶୁମାନଙ୍କ ଖାଇବା ଉଦ୍ଦେଶ୍ୟରେ ଏହା ବିକ୍ରି କରାଯାଉଛି। ଗୋଟା ବୁଟ, ଚିନି, ଚିନାବାଦାମର ମିଶ୍ରଣରେ ପ୍ରସ୍ତୁତ କରିବା କଥା। କିନ୍ତୁ କମ୍‌ ଗହମ ଓ ଅଳ୍ପ ଚିନି ମିଶାଇ ପ୍ରସ୍ତୁତ କରି ଯୋଗାଇ ଦିଆଯାଉଛି। ଶିଶୁ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ମାଗଣାରେ ମିଳୁଥିବା ୪.୪୧୦୦ ଗ୍ରାମର ହଳଦିଆ ଛତୁଆକୁ ମାତ୍ର ୫୦ ଟଙ୍କାରେ ବିକ୍ରି କରିଦିଅନ୍ତି। ଛତୁଆ ବ୍ୟବସାୟୀମାନେ ଗାଁ ଗାଁ ଘରକୁ ଘର ଯାଇ କିଣୁଥିବା ଦେଖିବାକୁ ମିଳୁଛି। ଏ ନେଇ ସିଡିପିଓ ମୁଯିବୁନ ନିଶାଙ୍କୁ ପଚାରିବାରୁ ଲୋକଙ୍କୁ ଖାଇବାକୁ ଦିଆଯାଉଛି, ଆଉ ବିକ୍ରି କରିବେ ସେଥି ପାଇଁ କ’ଣ କରାଯିବ। ଛତୁଆ ତ ଖାଇଲେ ସିନା ଜାଣିବେ ଭଲ କି ଖରାପ ବୋଲି ପ୍ରକାଶ କରିବା ସହିତ ସୋମବାର ସୁପରଭାଇଜର ଘଟଣାସ୍ଥଳରେ ଯାଇ ତଦନ୍ତ କରିବେ ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନ ଦ୍ୱିପ୍ରହରରେ ପ୍ରଧାନଶିକ୍ଷକଙ୍କ ଘରୁ ଚୋରି ଉଦ୍ୟମ: ଗାଡ଼ି ଗ୍ଲାସ ଭାଙ୍ଗିଲା ମାତ୍ରେ ବାଜିଲା ସାଇରନ୍‌, ଆଉ ତା’ପରେ…

ମୋହନା,୧୨।୮( ମନ୍ମଥ ମିଶ୍ର ): ଦ୍ୱିପ୍ରହରରେ ଚୋରି ଉଦ୍ୟମ। ଘରେ କେହି ନଥିବାର ସୁଯୋଗ ନେଇ ଚୋରି ପାଇଁ ଘରେ ପଶିବାକୁ ଉଦ୍ୟମ କରିଥିଲେ ଚୋର। ହେଲେ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ହାତୀ ବଞ୍ଚିଲେ ଜଙ୍ଗଲ ରହିବ: ଘାତକ ସାଜୁଛି ବିଦ୍ୟୁତ୍‌ ତାର

ପରିବେଶ ସନ୍ତୁଳନ ରକ୍ଷା ଏବଂ ଜଙ୍ଗଲ ସୃଷ୍ଟିରେ ହାତୀଙ୍କର ରହିଛି ପ୍ରମୁଖ ଭୂମିକା। କିନ୍ତୁ ହାତୀ-ମଣିଷ ସଂଘର୍ଷ, ଆବାସସ୍ଥଳୀର କ୍ଷୟ ଏବଂ ହାତୀଙ୍କର ସୁରକ୍ଷିତ ଚଳପ୍ରଚଳ ଏବେ…

ଧବଳେଶ୍ୱରଙ୍କୁ ଖୋଜୁଛନ୍ତି ମା’ବାପା: ପୋଲିସ କହୁଛି କିନ୍ନରଙ୍କ ସହ ରହୁଛନ୍ତି…

ଭୁବନେଶ୍ୱର, ୧୨ା୮(ପ୍ରସନଜିତ୍‌ ସାହୁ):ବରମୁଣ୍ଡାର ଦଶମ ଶ୍ରେଣୀ ଛାତ୍ର ପ୍ରିୟାଂଶୁ ବେହେରାଙ୍କ ନିଖୋଜ ଘଟଣାକୁ ଏକ ମାସରୁ ଅଧିକ ଦିନ ବିତିଥିବା ବେଳେ ପୁଣି ଜଣେ ନାବାଳକ ନିଖୋଜ…

ଝଡ଼ବର୍ଷା ପ୍ରଭାବିତଙ୍କୁ ମିଳିନି କ୍ଷତିପୂରଣ: ଜିଲାପାଳଙ୍କୁ ପଡ଼ାବାସୀ ଫେରାଦ

ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ଜୁଲାଇ ୨୮ତାରିଖରେ ହୋଇଥିବା ଝଡ଼ବର୍ଷା ଜିଲାବାସୀଙ୍କ ନିଦ ହଜାଇ ଦେଇଥିଲା। ଏଥିରେ ବରଗଡ଼ ବ୍ଲକ ଅନ୍ତର୍ଗତ ଚକରକେନ୍ଦ ସର୍ବାଧିକ ପ୍ରଭାବିତ ହୋଇଥିଲା।…

ଆଜି ଅମାବାସ୍ୟାରେ ସୂର୍ଯ୍ୟଗ୍ରହଣ: ୫ ରାଶିଙ୍କୁ ମିଳିବ ବଡ଼ ସୁଯୋଗ, ଏହି ରାଶି ଉପରେ ମାଡିଆସୁଛି ବିପଦ!

୧୨ ଅଗଷ୍ଟ, ୨୦୨୬ ରେ ଶ୍ରାବଣ ମାସର କୃଷ୍ଣ ପକ୍ଷର ଅମାବାସ୍ୟା ତିଥି ଏବଂ ବାର ବୁଧବାର ଅଟେ। ଏହା ଚାତୁର୍ମାସର ୧୯ ତମ ଦିନ, ଯାହାକି…

ହୀରାପୁର ଛକରେ ହେବ ଇଞ୍ଜିନିୟରିଂ କଲେଜ: ଲୋଇସିଂହା ଅଞ୍ଚଳବାସୀଙ୍କ ପାଇଁ ବଡ ଖୁସି ଖବର

ଲୋଇସିଂହା,୧୨।୮(ସୁଶାନ୍ତ ବାରିକ):ସ୍ବାଧୀନତା ଦିବସ ପୂର୍ବରୁ ବଲାଙ୍ଗୀର ଜିଲା ଲୋଇସିଂହା ଅଞ୍ଚଳବାସୀଙ୍କ ପାଇଁ ବଡ ଖୁସି ଖବର ଆସିଛି। ଲୋଇସିଂହା ଥାନା ହୀରାପୁର ଛକ ଅଞ୍ଚଳରେ ଚିହ୍ନଟ ଜାଗାରେ…

ବି.ଏଡ୍‌, ଏମ୍‌.ଏଡ୍‌., ବିଏଚ୍‌.ଏଡ୍‌. ନାମଲେଖା ପାଇଁ ପ୍ରଥମ ମେଧାତାଲିକା ପ୍ରକାଶ

ଭୁବନେଶ୍ୱର,୧୨ା୮(ସୁଚିସ୍ମିତା ସାହୁ): ଦୁଇବର୍ଷିଆ ବି.ଏଡ୍‌, ଏମ୍‌.ଏଡ୍‌., ବିଏଚ୍‌.ଏଡ୍‌. ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ମେଧାତାଲିକା ମଙ୍ଗଳବାର ସାମ୍‌ସ ପୋର୍ଟାଲରେ ପ୍ରକାଶ ପାଇଛି। ମୋଟ ୪୪,୨୨୨ ଜଣ ଛାତ୍ରୀଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri