ଅଫର୍‌ ଅଛି, ବେପାର ନାହିଁ

ଅନୁଗୋଳ ଅଫିସ, ୨୫ା୧୦: କରୋନା କବଳରେ ପାର୍ବଣ। ପୂର୍ବ ଭଳି ଉତ୍ସବର ମାହୋଲ ନାହିଁ। ସଂକ୍ରମଣ ଭୟରେ ଅଧିକାଂଶ ଲୋକେ ବାହାରକୁ ଆସୁ ନ ଥିବାରୁ ମାନ୍ଦା ପଡିଛି ପୂଜା ବଜାର। ଏଥିଯୋଗୁ ବେଶୀ କ୍ଷତିଗ୍ରସ୍ତ ହୋଇଛନ୍ତି ବ୍ୟବସାୟୀ। ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଭଳିକି ଭଳି ଅଫର ଚାଲିଥିଲେ ବି ସାମଗ୍ରୀ କ୍ରୟ ପାଇଁ କୁଣ୍ଠାବୋଧ କରୁଛନ୍ତି ଲୋକେ। ବିଶେଷ କରି କରୋନା ଲୋକଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଥିବାରୁ ଅଧିକ ଖର୍ଚ୍ଚ ଉପରେ ରୋକ ଲଗାଇବାକୁ ସମସ୍ତେ ପ୍ରାଧାନ୍ୟ ଦେଉଛନ୍ତି। ଏଭଳି ସ୍ଥିତି ଅନୁଗୋଳରେ ମଧ୍ୟ ଦେଖିବାକୁ ମିଳିଛି। ପାର୍ବଣ ଋତୁରେ ବଜାର ଖାଁ ଖାଁ ଥିବାରୁ ବ୍ୟବସାୟୀଙ୍କ ଚିନ୍ତା ବଢିଯାଇଛି। ଲୋଭନୀୟ ଅଫର ସତ୍ତ୍ୱେ ଜିନିଷ କ୍ରୟ ପାଇଁ ସେଭଳି ଆଗ୍ରହ ଲୋକଙ୍କ ମଧ୍ୟରେ ନ ଥିବା ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି।

ସଞ୍ଚୟରେ ବ୍ୟସ୍ତ ଗ୍ରାହକ
ଚଳିତ ବର୍ଷ ବେପାର ନାହିଁ। ଜିନିଷ କିଣିବାକୁ ଲୋକଙ୍କ ଭିତରେ ସଉକ ବି ନାହିଁ। ବେପାର ହେବା ଦିନରୁ ଏପରି ଅନୁଭୂତି ପ୍ରଥମ। କରୋନା ଯୋଗୁ ଲୋକେ ସଞ୍ଚୟ ମୁହଁା। ପାର୍ବଣରେ ସାଧାରଣତଃ ଘରକୁ ନୂଆ ଯାନବାହନ ନେବା ପାଇଁ ଅନେକେ ସ୍ଥିର କରିଥାନ୍ତି। କିନ୍ତୁ ଚଳିତବର୍ଷ ତାହା ହୋଇନି। ଗତବର୍ଷ ତୁଳନାରେ ବେପାର ଅଧା ହୋଇଛି, ଯାହା ଆମକୁ ଚିନ୍ତାରେ ପକାଇଛି। କମ୍ପାନୀ ପକ୍ଷରୁ ମିଳୁଥିବା ଟାର୍ଗେଟ ପାର୍ବଣରେ ପୂରଣ କରିବାର ଏକ ଭଲ ସମୟ। ଏହି ସମୟରେ ବିକ୍ରିକୁ ଦୃଷ୍ଟିରେ ରଖି କମ୍ପାନୀ ପକ୍ଷରୁ ନୂଆ ଗାଡ଼ି ବି ବଜାର ପ୍ରବେଶ କରାଯାଇଛି। ଲୋକେ କିନ୍ତୁ କିଣାକିଣି ପ୍ରତି ମନ ବଳାଉ ନ ଥିବାରୁ ବେପାର ମାନ୍ଦା ହୋଇଛି।
-ଅଶୋକ ମାଣ୍ଡୋଠିଆ, ସ୍ବତ୍ୱାଧିକାରୀ, ପାର୍ବତୀ ହିରୋ

ମୂଳ ଟଙ୍କା ନ ଉଠିବା ଆଶଙ୍କା
କରୋନା ସବୁ ବିଗାଡ଼ି ଦେଲା। ବେପାର ନ ଥିବାରୁ ମୂଳ ଟଙ୍କା କିପରି ବାହାରିବ ଏବେ ସେ ଚିନ୍ତା। କରୋନା ଏତେ ଦିନ ଚାଲିବ ତାହା ଜଣା ନ ଥିଲା। ଗଣେଶ ପୂଜାରୁ ପାର୍ବଣ ସମୟ ଆରମ୍ଭ ହୋଇ କାର୍ତ୍ତିକ ମାସ ପର୍ଯ୍ୟନ୍ତ ଚାଲେ। ଚଳିତ ବର୍ଷ ସେ ସବୁ ପର୍ବପର୍ବାଣି ସରି ଏବେ ଦୁର୍ଗା ପୂଜା ଆସିଥିଲେ ବି ସ୍ଥିତି ସୁଧୁରିଲାନିି। ଲୋକେ ସଂକ୍ରମଣ ଚିନ୍ତାରେ ବାହାରେ ବୁଲିବା ସୁରକ୍ଷିତ ମଣୁ ନ ଥିବାରୁ ବେପାର କମିଯାଇଛି। ଭିଡ଼ ନ କରିବାକୁ କଟକଣା ବି ଜାରି ହୋଇଛି। ମଣ୍ଡପଗୁଡ଼ିକରେ ଲୋକଙ୍କୁ ପୂଜା କରିବାର ଅନୁମତି ନ ଥିବାରୁ ପୂଜା ସାମଗ୍ରୀ କିଣାକିଣିର ଆବଶ୍ୟକତା ପଡୁନାହିଁ। ପାର୍ବଣ ପୂର୍ବରୁ ୮୦ ପ୍ରକାର ପୂଜା ସାମଗ୍ରୀ ଆଣିଥିଲି। ଏଥିସହ ଫୁଲମାଳ କଟକରୁ ଧରି ଆସିଥିଲି। ହେଲେ ସେସବୁ ସେମିତି ପେଟିରେ ବନ୍ଧା ହୋଇ ରହିଛି। ଯେଉଁଠି ଲକ୍ଷ ଲକ୍ଷ ଟଙ୍କାର ବେପାର ହେଉଥିଲା, ଚଳିତବର୍ଷ ମୂଳଧନ ଉଠିବ କି ନା ତାକୁ ନେଇ ଆଶଙ୍କାରେ ପଡିଛୁ।
– ସିଦ୍ଧେଶ୍ୱର ନାୟକ, ପୂଜା ସାମଗ୍ରୀ ବ୍ୟବସାୟୀ

କମ୍‌ ଦରରେ ବି ବ୍ୟବସାୟ ନାହିଁ
ଚଳିତ ଥର ପାର୍ବଣ କୋଳାହଳ ଶୂନ୍ୟ। ଲୋକଙ୍କ ଆଗମନ ନାହିଁ କି ବେପାର ଜମୁନି। ପୂଜାରେ ଦର ବଢିଲେ ବି ଲୋକେ ଭୋଗ ସହ ଘରକୁ ନେବା ପାଇଁ ଫଳ କିଣିଥାନ୍ତି। ଚଳିତ ଥର ମୂଲ୍ୟ ସେତେ ବଢି ନ ଥିଲେ ବି ଲୋକେ କିଣୁନାହାନ୍ତି। ମଣ୍ଡପରେ ପୂଜା ପାଇଁ ଲୋକେ ଆସୁ ନ ଥିବାରୁ ଫଳ ଚାହିଦା କମିଛି। ପୂଜା ୩ ଦିନରେ ଅଧିକ ଫଳ ବିକ୍ରି ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ଅଧିକ ଫଳ ମଗାଯାଇଥିଲା। ହେଲେ ବିକ୍ରି ନ ଥିବାରୁ କେବଳ ଦୋକାନ ଖୋଲି ବସି ରହୁଛୁ। ଶନିବାର ଅଷ୍ଟମୀ ପୂଜା ସରିଥିଲେ ଅଧା ବେପାର ବି ହୋଇନାହିଁ। ଲୋକେ ନିଜ ଆବଶ୍ୟକତା କମାଇଥିବାରୁ କମ୍‌ ବିକ୍ରି ହେଉଛି। ଫଳ ରହି ନଷ୍ଟ ହେବାକୁ ବସିଲାଣି। ଅଧିକ ଫଳ ପାଇଁ ବଇନା ମଧ୍ୟ ଦିଆସରିଛି। ସେଗୁଡିକ ବି ନଷ୍ଟ ହେବା ସହ କ୍ଷତି ସହିବା ଚିନ୍ତାରେ ପଡିଛୁ।
– ସରୋଜ କୁମାର ଜେନା, ଫଳ ବ୍ୟବସାୟୀ

ଲୋଭାନ୍ବିତ କରିପାରିନି ଅଫର୍‌
ଦୋକାନଗୁଡ଼ିକରେ ମାଳ ମାଳ ଅଫର। କିନ୍ତୁ ବେପାର ଘର ଶୂନ। ପାର୍ବଣରେ ଲୋକଙ୍କୁ ଆକୃଷ୍ଟ କରିବାକୁ ସମସ୍ତ ବ୍ରାଣ୍ଡ ଉପରେ ଅଫର ଦିଆଯାଇଛି। ଏଥିପ୍ରତି ଆକୃଷ୍ଟ ହୋଇ ଲୋକେ ନୂଆ କପଡା କିଣିବାକୁ ଦୋକାନ ମୁହଁା ହେବେ ବୋଲି ଆଶା ଥିଲା। ଯୁବପିଢିଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପାଇଁ ବିଭିନ୍ନ ନାମିଦାମୀ ବ୍ରାଣ୍ଡର କପଡା ଦୋକାନରେ ରଖାଯାଇଛି। ସବୁ କପଡା ଉପରେ କିଛି ନା କିଛି ଅଫର ରହିଛି। ହେଲେ ଏହି ଅଫର ବି କିଛି ଲାଭ ଦେଇପାରିନି କିମ୍ବା ଟାର୍ଗେଟ ପୂରଣ ହୋଇନି। ଯାହାକୁ ନେଇ ଅଡ଼ୁଆ ପରିସ୍ଥିତି ଉପୁଜିଲାଣି। ଦୋକାନରେ ଭଳିକି ଭଳି ପୋଷାକ କେବଳ ସଜେଇ ହୋଇ ରହିଛି। ଲୋକମାନେ ପାର୍ବଣରେ ଘରୁ ବାହାରୁନାହାନ୍ତି। ସେଥିପାଇଁ ବେପାର ହୋଇପାରୁ ନାହିଁ।
-ପୱନ ମାଣ୍ଡୋଠିଆ, କପଡ଼ା ବ୍ୟବସାୟୀ


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri