ଟାର୍ଗେଟ ଅଛି, ଟୋକନ ନାହିଁ

ପଦ୍ମପୁର, ୩୦।୧ (ଡି.ଏନ.ଏ): ବରଗଡ ଜିଲା ପଦ୍ମପୁର ଉପଖଣ୍ଡରେ ଖରିଫ ଧାନ ସଂଗ୍ରହ ଅଢ଼େଇ ମାସ ବିତି ଗଲାଣି । ତଥାପି ଉପଖଣ୍ଡର ପ୍ରାୟ ୭୦ଟି ମଣ୍ଡିରେ ୯ ଲକ୍ଷ ୯୫୬ ପ୍ୟାକେଟ ଧାନ ବସ୍ତା ଖୋଲା ଆକାଶରେ ପଡିରହିଛି। ବର୍ତ୍ତମାନ ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ମିଲକୁ ଟାର୍ଗେଟ ଦିଆଯାଇଥିବା ସତ୍ତ୍ବେ ଅନେକ ଚାଷୀଙ୍କ ଧାନ ମଣ୍ଡିରେ ପଡିଛି। ଟୋକନ ଅବଧି ସରିଯାଇଥିବାରୁ ସେମାନେ ଧାନକୁ ବିକ୍ରି କରି ପାରିନାହାନ୍ତି। ଏପଟେ ମେଘୁଆ ପାଗ ଓ ବର୍ଷା ଆଶଙ୍କା ଥିବାରୁ ଚାଷୀଙ୍କ ଚିନ୍ତା ବଢିଯାଇଛି। ବର୍ଷାରେ ଧାନ ଭିଜିଗଲେ ମିଲର୍ସ ୧୦ରୁ ୧୨କେଜି କଟ୍‌ନୀରେ ଧାନ ଉଠାଇବେ ଏବଂ ସେମାନଙ୍କୁ ଅଭାବୀ ବିକ୍ରିର ଶିକାର ହେବାକୁ ପଡିବ।
ରିପୋର୍ଟ ଅନୁସାରେ, ପଦ୍ମପୁର ଉପଖଣ୍ଡର ୬ଟି ବ୍ଲକର ପ୍ରାୟ ୮ହଜାର ଚାଷୀଙ୍କ ଟୋକନ ଲାପ୍ସ ହୋଇଛି। ପଦ୍ମପୁର ବ୍ଲକର ୭ଟି ସେବା ସମବାୟ ସମିତି ଅଧୀନ ୧୬୮୪ ଜଣ ଚାଷୀଙ୍କ ଧାନ ମଣ୍ଡିରେ ପଡିଛି। ମାତ୍ର ଟୋକନ ସମୟ ଅତିକ୍ରାନ୍ତ ହୋଇଥିବାରୁ ତାହା ଲାପ୍ସ ହୋଇଛି। ପାଇକମାଳ ବ୍ଲକ ଅନ୍ତର୍ଗତ ଲଖମରା ସେବା ସମବାୟ ସମିତିର ୪ଶହ ଚାଷୀଙ୍କ ଟୋକନ ଲାପ୍ସ ହୋଇଛି। ଗୁରୁବାର ଗୋଟିଏ ଦିନରେ ୨୦୯ ଚାଷୀ ୧୧ ହଜାର ୧୧୪.୬୧ କୁଇଣ୍ଟାଲ ଧାନ ବିକ୍ରି କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଉପଖଣ୍ଡର ୬ଟି ବ୍ଲକର ୪୬ ହଜାର ୭୫୫ ଚାଷୀ ୨୪ ଲକ୍ଷ ୧୦ ହଜାର ୬୮୧ କୁଇଣ୍ଟାଲ ଧାନ ବିକ୍ରି କରିଥିବା ଆରଏମ୍‌ସି ସମ୍ପାଦକ ଧର୍ମେନ୍ଦ୍ର ଭୋଇ ସୂଚନା ଦେଇଛନ୍ତି। ମାତ୍ର ଏବେ ସୁଦ୍ଧା ପ୍ରାୟ ୧୫ ହଜାର ଚାଷୀଙ୍କ ଧାନ କ୍ରୟ ହୋଇ ପାରିନାହିଁ। ଯେଉଁମାନଙ୍କ ଟୋକନ ଅବଧି ସରିଛି ସେମାନେ କିପରି ଧାନ ବିକ୍ରି କରିପାରିବେ ସେ ନେଇ ଯୋଗାଣ ବିଭାଗ କିମ୍ବା ପ୍ରଶାସନ ପାଖରେ କୌଣସି ସ୍ପଷ୍ଟ ସୂଚନା ନାହିଁ। ସେହିପରି ଚାଷୀଙ୍କ ବୈଧ ଟୋକନ ଥିଲେ ମଧ୍ୟ ମଣ୍ଡି କର୍ମଚାରୀମାନେ ସ୍ଥାନ ଅଭାବ ଦର୍ଶାଇ ମଣ୍ଡିକୁ ଆଣିବାକୁ ଧାନ ମନା କରୁଛନ୍ତି। ଫଳରେ ଏବେ ମଧ୍ୟ ଅନେକ ଚାଷୀଙ୍କ ଘରେ ଧାନ ଗଚ୍ଛିତ ହୋଇ ରହିଛି। ଚାଷୀ ଧାନ ମଣ୍ଡିରେ ବିକ୍ରି କରି ନ ପାରିଲେ ବେପାରୀ ହାତରେ ବିକ୍ରି କରିବାକୁ ବାଧ୍ୟ ହେବେ ଓ ଅଭାବୀ ବିକ୍ରି ପୂର୍ବାପେକ୍ଷା ଆହୁରି ବଢ଼ିବ ବୋଲି ରାଜବୋଡାସମ୍ବର କୃଷକ ସଙ୍ଗଠନର ଆବାହକ ଅଶୋକ ସାହୁ କହିଛନ୍ତି। ଶୁକ୍ରବାର ସୁଦ୍ଧା ପଦ୍ମପୁର ଉପଖଣ୍ଡର ଝାରବନ୍ଧ ବ୍ଲକ ଲଉଡିଦର୍ହା ପ୍ୟାକ୍ସରେ ସର୍ବାଧିକ ୬୪ ହଜାର ୩୩୧ ବସ୍ତା, ଝାରବନ୍ଧ ୟାର୍ଡରେ ୩୮ ହଜାର ୨୫, ପାଇକମାଳ ବ୍ଲକ ଲଖମରାରେ ୩୯ ହଜାର ୫୫୮, ପଦ୍ମପୁର ବ୍ଲକ କନସିଲାରେ ୩୫ ହଜାର ୨୭୪ ବସ୍ତା ଧାନ ମାସେରୁ ଊର୍ଦ୍ଧ୍ୱ ସମୟ ଧରି ପଡିରହିଛି। ଏ ସମ୍ପର୍କରେ ସହକାରୀ ଯୋଗାଣ ଅଧିକାରୀ ଶମ୍ଭୁପ୍ରସାଦ ହରିପାଲଙ୍କୁ ପଚରାଯିବାରୁ ଆମେ ଲାପ୍ସ ଟୋକନ ରିଜେନେରେଟ କରିବାକୁ ଉପରିସ୍ଥ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛୁ ବୋଲି କହିଥିଲେ। ମାତ୍ର ଟୋକନ କେବେ ଆସିବ ତାହା ସେ ସ୍ପଷ୍ଟ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

ଶାଳକଙ୍କୁ ଏସିଡ୍‌ ଫିଙ୍ଗି ବନ୍ଧା ହେଲେ ଭିଣୋଇ

ବ୍ରହ୍ମପୁର,୩୦ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେ ହେଲେ ପାଟପୁର ଥାନା ପୋଡାମାରି ବଜାର…

ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…

ଓଡ଼ିଆ ସାହିତ୍ୟର ଜଣେ ଅମର ନକ୍ଷତ୍ର ଥିଲେ ସ୍ବଭାବ କବି ଗଙ୍ଗାଧର ମେହେର, ତାଙ୍କ କଲମ ଚାଳନାରେ ଥିଲା…

କେସିଙ୍ଗା,୩୦ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ସମାରୋହ ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri