ଟାର୍ଗେଟ ଅଛି, ଟୋକନ ନାହିଁ

ପଦ୍ମପୁର, ୩୦।୧ (ଡି.ଏନ.ଏ): ବରଗଡ ଜିଲା ପଦ୍ମପୁର ଉପଖଣ୍ଡରେ ଖରିଫ ଧାନ ସଂଗ୍ରହ ଅଢ଼େଇ ମାସ ବିତି ଗଲାଣି । ତଥାପି ଉପଖଣ୍ଡର ପ୍ରାୟ ୭୦ଟି ମଣ୍ଡିରେ ୯ ଲକ୍ଷ ୯୫୬ ପ୍ୟାକେଟ ଧାନ ବସ୍ତା ଖୋଲା ଆକାଶରେ ପଡିରହିଛି। ବର୍ତ୍ତମାନ ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ମିଲକୁ ଟାର୍ଗେଟ ଦିଆଯାଇଥିବା ସତ୍ତ୍ବେ ଅନେକ ଚାଷୀଙ୍କ ଧାନ ମଣ୍ଡିରେ ପଡିଛି। ଟୋକନ ଅବଧି ସରିଯାଇଥିବାରୁ ସେମାନେ ଧାନକୁ ବିକ୍ରି କରି ପାରିନାହାନ୍ତି। ଏପଟେ ମେଘୁଆ ପାଗ ଓ ବର୍ଷା ଆଶଙ୍କା ଥିବାରୁ ଚାଷୀଙ୍କ ଚିନ୍ତା ବଢିଯାଇଛି। ବର୍ଷାରେ ଧାନ ଭିଜିଗଲେ ମିଲର୍ସ ୧୦ରୁ ୧୨କେଜି କଟ୍‌ନୀରେ ଧାନ ଉଠାଇବେ ଏବଂ ସେମାନଙ୍କୁ ଅଭାବୀ ବିକ୍ରିର ଶିକାର ହେବାକୁ ପଡିବ।
ରିପୋର୍ଟ ଅନୁସାରେ, ପଦ୍ମପୁର ଉପଖଣ୍ଡର ୬ଟି ବ୍ଲକର ପ୍ରାୟ ୮ହଜାର ଚାଷୀଙ୍କ ଟୋକନ ଲାପ୍ସ ହୋଇଛି। ପଦ୍ମପୁର ବ୍ଲକର ୭ଟି ସେବା ସମବାୟ ସମିତି ଅଧୀନ ୧୬୮୪ ଜଣ ଚାଷୀଙ୍କ ଧାନ ମଣ୍ଡିରେ ପଡିଛି। ମାତ୍ର ଟୋକନ ସମୟ ଅତିକ୍ରାନ୍ତ ହୋଇଥିବାରୁ ତାହା ଲାପ୍ସ ହୋଇଛି। ପାଇକମାଳ ବ୍ଲକ ଅନ୍ତର୍ଗତ ଲଖମରା ସେବା ସମବାୟ ସମିତିର ୪ଶହ ଚାଷୀଙ୍କ ଟୋକନ ଲାପ୍ସ ହୋଇଛି। ଗୁରୁବାର ଗୋଟିଏ ଦିନରେ ୨୦୯ ଚାଷୀ ୧୧ ହଜାର ୧୧୪.୬୧ କୁଇଣ୍ଟାଲ ଧାନ ବିକ୍ରି କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଉପଖଣ୍ଡର ୬ଟି ବ୍ଲକର ୪୬ ହଜାର ୭୫୫ ଚାଷୀ ୨୪ ଲକ୍ଷ ୧୦ ହଜାର ୬୮୧ କୁଇଣ୍ଟାଲ ଧାନ ବିକ୍ରି କରିଥିବା ଆରଏମ୍‌ସି ସମ୍ପାଦକ ଧର୍ମେନ୍ଦ୍ର ଭୋଇ ସୂଚନା ଦେଇଛନ୍ତି। ମାତ୍ର ଏବେ ସୁଦ୍ଧା ପ୍ରାୟ ୧୫ ହଜାର ଚାଷୀଙ୍କ ଧାନ କ୍ରୟ ହୋଇ ପାରିନାହିଁ। ଯେଉଁମାନଙ୍କ ଟୋକନ ଅବଧି ସରିଛି ସେମାନେ କିପରି ଧାନ ବିକ୍ରି କରିପାରିବେ ସେ ନେଇ ଯୋଗାଣ ବିଭାଗ କିମ୍ବା ପ୍ରଶାସନ ପାଖରେ କୌଣସି ସ୍ପଷ୍ଟ ସୂଚନା ନାହିଁ। ସେହିପରି ଚାଷୀଙ୍କ ବୈଧ ଟୋକନ ଥିଲେ ମଧ୍ୟ ମଣ୍ଡି କର୍ମଚାରୀମାନେ ସ୍ଥାନ ଅଭାବ ଦର୍ଶାଇ ମଣ୍ଡିକୁ ଆଣିବାକୁ ଧାନ ମନା କରୁଛନ୍ତି। ଫଳରେ ଏବେ ମଧ୍ୟ ଅନେକ ଚାଷୀଙ୍କ ଘରେ ଧାନ ଗଚ୍ଛିତ ହୋଇ ରହିଛି। ଚାଷୀ ଧାନ ମଣ୍ଡିରେ ବିକ୍ରି କରି ନ ପାରିଲେ ବେପାରୀ ହାତରେ ବିକ୍ରି କରିବାକୁ ବାଧ୍ୟ ହେବେ ଓ ଅଭାବୀ ବିକ୍ରି ପୂର୍ବାପେକ୍ଷା ଆହୁରି ବଢ଼ିବ ବୋଲି ରାଜବୋଡାସମ୍ବର କୃଷକ ସଙ୍ଗଠନର ଆବାହକ ଅଶୋକ ସାହୁ କହିଛନ୍ତି। ଶୁକ୍ରବାର ସୁଦ୍ଧା ପଦ୍ମପୁର ଉପଖଣ୍ଡର ଝାରବନ୍ଧ ବ୍ଲକ ଲଉଡିଦର୍ହା ପ୍ୟାକ୍ସରେ ସର୍ବାଧିକ ୬୪ ହଜାର ୩୩୧ ବସ୍ତା, ଝାରବନ୍ଧ ୟାର୍ଡରେ ୩୮ ହଜାର ୨୫, ପାଇକମାଳ ବ୍ଲକ ଲଖମରାରେ ୩୯ ହଜାର ୫୫୮, ପଦ୍ମପୁର ବ୍ଲକ କନସିଲାରେ ୩୫ ହଜାର ୨୭୪ ବସ୍ତା ଧାନ ମାସେରୁ ଊର୍ଦ୍ଧ୍ୱ ସମୟ ଧରି ପଡିରହିଛି। ଏ ସମ୍ପର୍କରେ ସହକାରୀ ଯୋଗାଣ ଅଧିକାରୀ ଶମ୍ଭୁପ୍ରସାଦ ହରିପାଲଙ୍କୁ ପଚରାଯିବାରୁ ଆମେ ଲାପ୍ସ ଟୋକନ ରିଜେନେରେଟ କରିବାକୁ ଉପରିସ୍ଥ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛୁ ବୋଲି କହିଥିଲେ। ମାତ୍ର ଟୋକନ କେବେ ଆସିବ ତାହା ସେ ସ୍ପଷ୍ଟ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୩ରେ ଭୋଟ ଗଣତି: ଏସ୍‌ପିଙ୍କ ନିର୍ଦ୍ଦେଶ ଅପରାଧୀଙ୍କ ଉପରେ କଡ଼ା ନଜର ରଖ

ବ୍ରହ୍ମପୁର ଅଫିସ,୨୧ା୫-ବ୍ରହ୍ମପୁର ସହରରେ ଥିବା ୫ ଥାନାଧିକାରୀଙ୍କୁ ନେଇ ଅପରାଧ ସମୀକ୍ଷା କରିଛନ୍ତି ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର। ଜିଲା ପୋଲିସ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ...

ସୀମାନ୍ତରେ ଯାଞ୍ଚ ହୁଗୁଳା : ୩ୟ ଲହରକୁ ନେଇ ଚିନ୍ତାରେ ଜଳେଶ୍ୱରବାସୀ

ଜଳେଶ୍ୱର, ୨୯।୬(ଡି.ଏନ.ଏ.)-ପ୍ରବାସୀଙ୍କ ଅବାଧ ପ୍ରବେଶକୁ ରୋକିବା ଲାଗି ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ମଧ୍ୟ ଦେଇଯାଇଥିବା ୬୦ନଂ. ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲପ୍ଲାଜା ନିକଟରେ ବ୍ୟାରିକେଡ...

ରାଶନକାର୍ଡ ଦିଆ ନ ଗଲେ ଅନଶନ

ଭଦ୍ରକ ଅଫିସ, ୧୪ା୧୦-ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରକୃତ ହତାଧିକାରୀ ବଞ୍ଚିତ ହେବା ଅଭିଯୋଗ ସତ୍ତ୍ୱେ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏ ପରିକି...

କଂସର-ଜମନକିରା ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣରେ ଦୁର୍ନୀତି ପ୍ରସଙ୍ଗ:୫ ଜଣଙ୍କ ନାମରେ ମାମଲା

ସମ୍ବଲପୁର, ୫ା୧୧ (ବ୍ୟୁରୋ):ସମ୍ବଲପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କ ଅଧୀନରେ ଥିବା କଂସର-ଜମନକିରା ପ୍ରଧାନମନ୍ତ୍ରୀ ରାସ୍ତା କାମର ଦୁର୍ନୀତି ଘଟଣାର ବିଭାଗୀୟ ତଦନ୍ତ ଆରମ୍ଭ...

ଜାତୀୟ ରାଜପଥ ପୋଲ ପଥଚାରୀଙ୍କ ପାଇଁ ପାଲଟିଛି ମରଣଯନ୍ତା

ଚଣ୍ଡିଖୋଲ,୮ା୮(ଡି.ଏନ.ଏ): ଜାତୀୟ ରାଜପଥରେ କେନ୍ଦ୍ର ସରକାର ଟୋଲ ଗେଟ ସ୍ଥାପନ କରି ରାଜପଥ ପାଇଁ ଟୋଲ ଟିକସ ଆଦାୟ କରୁଥିଲାବେଳେ ଏହାର ମରାମତି ପାଇଁ ଆଦୌ...

ରାତି ୧୨ରୁ ୨ଟା ପର୍ଯ୍ୟନ୍ତ ପାଟ୍ରୋଲିଂ

ଅନୁଗୋଳ ଅଫିସ, ୨।୧୧ ଅନୁଗୋଳ ଜିଲାର ବିଭିନ୍ନ ସଡକ ମରାମତି, ପରିଚାଳନା ଓ ନିର୍ମାଣକୁ ନେଇ ସୋମବାର ଜିଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଢେଙ୍କାନାଳ ଏମ୍‌ପି...

ସହାୟତାର ହାତ ବଢ଼ାଇଲା ଡିଭାଇନ୍‌ କଲେଜ

ବାରିପଦା ଅଫିସ, ୧୦ା୪- କରୋନା ମୁକାବିଲା ଲାଗି ଡିଭାଇନ ଓ ଏମଏସଇ କଲେଜ ଅଫ ଇଞ୍ଜିିନିୟରିଂ ସହାୟତାର ହାତ ବଢାଇଛି। ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ ୧...

ମେଗା ଜଳ ଯୋଗାଣ ପ୍ରକଳ୍ପରେ ବ୍ୟାପକ ତ୍ରୁଟି

ଯାଜପୁର ଅଫିସ,୨୮ା୨: ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳରେ ଓଏମ୍‌ବିଏଡିସି (ଓଡ଼ିଶା ମିନେରାଲ ବିଅରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ) ପାଣ୍ଠିରେ ନିର୍ମାଣ ହେଉଥିବା ମେଗା ପାଇପ୍‌...

Advertisement
Archives

Model This Week