ଜିଲା ସଦର ମହକୁମାରେ ପାନୀୟ ଜଳ ଅଭାବ

ରାୟଗଡ଼ା,୧୦ା୩(ସ୍ବ.ପ୍ର.): ରାୟଗଡ଼ା ଜିଲା ସଦର ମହକୁମାରେ ପାନୀୟ ଜଳର ଅଭାବ ଦେଖାଦେଉଛି। ରାୟଗଡ଼ା ପରିପାର୍ଶ୍ୱରେ ନାଗାବଳୀ ଓ ଝଞ୍ଜାବତୀ ଦୁଇଟି ନଦୀ ପ୍ରବାହିତ ହୋଉଥିଲେ ମଧ୍ୟ ସହରବାସୀଙ୍କୁ ଉପଯୁ୍‌କ୍ତ ପରିମାଣର ପାଣି ମିଳୁନି। ଗ୍ରୀଷ୍ମ ଆରମ୍ଭ ପୂର୍ବରୁ ପିଇବା ପାଣି ସମସ୍ୟା ଦେଖାଦେଲାଣି। ସହରର ୨୪ଟି ୱାର୍ଡ଼ ମଧ୍ୟରୁ ୧୦ଟି ୱାର୍ଡ଼ର ବିଭିନ୍ନ ସାହିିରେ ଏହି ସମସ୍ୟା ଉତ୍କଟ। ଆଶ୍ଚର୍ଯ୍ୟର କଥା, ଏକାଧିକ ସାହିରେ ଜନସ୍ବାସ୍ଥ୍ୟ ବିଭାଗର ନଳକୂପ ଗୁଡିକରୁ ପାଣି ବାହାରୁନାହିଁ। ଅନ୍ୟପଟେ ଘରୋଇ ଭାବେ ଖନନ ହୋଇଥିବା ନଳକୂପ ଠିକ କାର୍ଯ୍ୟ କରୁଛି। ସରକାରୀ ନଳକୂପଗୁଡିକରେ ଗଭୀରକୁ ପାଇପ ଯାଇ ନ ଥିବାରୁ ପାଣି ବାହାରୁ ନ ଥିବା ସ୍ବେଚ୍ଛାସେବୀମାନେ ପ୍ରକାଶ କରିଛନ୍ତି। ନାମକୁ ମାତ୍ର ଖନନ କରି ଠିକାଦାର କାମ ସାରି ଦେଇଛନ୍ତି।
ସହରରେ ଶତାଧିକ ଅଚଳ ନଳକୂପ ରହିଛି। ଗାନ୍ଧୀନଗର ଠାରୁ ଆରମ୍ଭ କରି ଇନ୍ଦିରା ନଗର, ଗୋପୀନାଥ ନଗର, ଅଶୋକ ନଗର, ସାଇପ୍ରିୟା ନଗର, ରୟତ କଲୋନୀ, ଶାସ୍ତ୍ରୀନଗର, ଆଞ୍ଜେୟାପେଟା, ମାଙ୍କଡଝୋଲା ଅଞ୍ଚଳରେ ପାଣିର ଉତ୍କଟ ସମସ୍ୟା ଦେଖାଦେଉଛି। ପାଇପ ଜଳଯୋଗାଣ ବ୍ୟବସ୍ଥା ଠପ୍‌ ହୋଇଥିବା ନଜରକୁ ଆସିଛି। ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘରକୁ ସଂଯୋଗ ହୋଇଥିବା ପାଇପ ଏବଂ ସାହିଗୁଡିକରେ ବସିଥିବା ଷ୍ଟାଣ୍ଡପୋଷ୍ଟରେ ପାଣି ଆସୁନି। ଏ ନେଇ ବାରମ୍ବାର ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟରେ ଅଭିଯୋଗ କଲେ କୌଣସି ସୁଫଳ ମିଳୁନାହିଁ। କେବଳ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ କରି ବିଭାଗ ନିଜ ଦାୟିତ୍ୱ ସାରି ଦେଉଛି। ପ୍ରତିବର୍ଷ ଏହି ସମସ୍ୟା ଦେଖା ଦେଉଥିଲେ ମଧ୍ୟ ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ ହେଉ ନ ଥିବା ଗାନ୍ଧୀନଗର ୩ୟ ଗଳିର ବାସିନ୍ଦା ତଥା ବରିଷ୍ଠ ଆଇନଜୀବୀ ନବ କୁମାର କଣ୍ଟା କହିଛନ୍ତି। ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ବ୍ୟୟରେ ବିଭାଗ ବିଭିନ୍ନ ମରାମତି କରୁଥିଲେ ବି କୌଣସି ସ୍ଥାୟୀ ସମାଧାନ ହେଉନାହିଁ। ୨୦୧୪ ପର୍ଯ୍ୟନ୍ତ ସହରରେ ଜଳଯୋଗାଣ ଠିକ ରହିଥିବା ବେଳେ ଏହା ପରଠାରୁ ସମସ୍ୟା ସୃଷ୍ଟି ହୋଇଛି। ତେବେ କେଉଁ କାରଣରୁ ଜଳଯୋଗାଣ ସମସ୍ୟା ସୃଷ୍ଟି ହୋଇଛି ତାହା ଠାବ କରିପାରୁନାହାଁନ୍ତି ଜନସ୍ବାସ୍ଥ୍ୟ ବିଭାଗର ଯନ୍ତ୍ରୀମାନେ। ବର୍ତ୍ତମାନ ମାର୍ଚ୍ଚ ମାସ ପାଇଁ କେବଳ ଠିକାଦାରଙ୍କ ବିଲ୍‌ କରିବାରେ ଯନ୍ତ୍ରୀମାନେ ବ୍ୟସ୍ତ ରହୁଥିବା ସାଧାାରଣରେ ଅଭିଯୋଗ ହୋଇଛି। ଏନେଇ ଜନସ୍ବାସ୍ଥ୍ୟ ବିଭାଗ ରାୟଗଡ଼ା ଉପଖଣ୍ଡ ନିର୍ବାହୀ ଯନ୍ତ୍ରୀ ସହଦେବ କିସାନଙ୍କୁ ପଚାରିବାରୁ ସେ ରାୟଗଡ଼ାକୁ ନୂଆ ଆସିଛନ୍ତି, ଯଦି ସମସ୍ୟା ରହିଛି ତାହାର ଯଥାଶୀଘ୍ର ସମାଧାନ କରାଯିବ ବୋଲି କହିଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ବିଭାଗୀୟ ଅଧିକାରୀଙ୍କ ପାଖରେ ସହରର କେଉଁ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ରହୁଛି ତାହାର କୌଣସି ଖବର ନାହିଁ। ତେଣୁ ଏନେଇ ବିଶେଷ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୃଦୟବିଦାରକ! ଜନ୍ମ ଦେଇ କେନାଲରେ ଫିଙ୍ଗିଦେଲେ, ଧାନ ବିଲରୁ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

ଅତାବିରା, ୨୩/୯ (ଯୁଧିଷ୍ଠିର ମହାପାତ୍ର): ପୁଣି ସାମ୍ନାକୁ ଆସିଛି ମାନବିକତାକୁ ଲଜ୍ଜିତ କଲା ଭଳି ଏକ କରୁଣ ଓ ହୃଦୟବିଦାରକ ଚିତ୍ର। ଧାନ ବିଲର ଅଳିଆ ଆବର୍ଜନା…

“କାହିଁକି ଜମିକୁ ପାଣି ଛାଡ଼ୁନୁ?” ଯୁବକଙ୍କ ବେକ-ହାତକୁ ଦା’ରେ ହାଣି ପ୍ରତିଶୋଧ, ଅଭିଯୁକ୍ତକୁ ଖୋଜୁଛି ପୋଲିସ

ଦିଗପହଣ୍ଡି, ୨୩।୯ (ଅଶେଷ ନାଥ ମିଶ୍ର): ଚାଷଜମିକୁ ପାଣି ଛାଡ଼ିବାକୁ କେନ୍ଦ୍ର କରି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମରେ ଏକ ସାଂଘାତିକ ଆକ୍ରମଣ ଘଟଣା…

ପାକିସ୍ତାନରେ ହଇଚଇ! ସାଧାରଣ ଚିକିତ୍ସା ପରେ ପିଲାଙ୍କ HIV ରିପୋର୍ଟ ପଜିଟିଭ୍, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମବାଦ,୨୩।୯: ପାକିସ୍ତାନରେ ଅନେକ ପରିବାର ପାଇଁ ପିଲାଙ୍କ ସାଧାରଣ ଚିକିତ୍ସା ପରେ ସାମ୍ନାକୁ ଆସିଥିବା HIV ପଜିଟିଭ୍ ରିପୋର୍ଟ ଚିନ୍ତାର କାରଣ ପାଲଟିଛି । NPRର ଏକ…

ବାଫ୍ଲା ମାଳି ଖଣି ପ୍ରଭାବିତ ଅଞ୍ଚଳରେ ବିକାଶର ନଗ୍ନ ଚିତ୍ର: ଉପରେ ଚାଲିଛି ଖଣି, ତଳେ ରାସ୍ତା ନାହିଁ; ପ୍ରଶାସନର ଅବହେଳା ପରେ…

ଥୁଆମୂଳ ରାମପୁର/କାଶୀପୁର, ୨୩।୯ (ଦୁର୍ଗା କୀର୍ତ୍ତି/ ପ୍ରଫୁଲ୍ଲ ବେହେରା): ଗୋଟିଏ ପଟେ ବାଫ୍ଲା ମାଳି ପାହାଡ଼ ଉପରେ ବାକ୍ସାଇଟ୍ ଖଣି ଖନନ କରି କୋଟି କୋଟି ଟଙ୍କାର…

ହର୍ମୁଜରେ ଜାହାଜ ଉପରେ ବଡ଼ ଧରଣର ଆକ୍ରମଣ, ଚାଲିଗଲା ଭାରତୀୟ ନାବିକଙ୍କ ଜୀବନ

ଓମାନ,୨୩।୯: ଓମାନ ଉପକୂଳ ନିକଟ ହର୍ମୁଜ୍ ଅଞ୍ଚଳରେ ଭାରତ ଆସୁଥିବା ଏକ ମାଲବାହୀ ଜାହାଜ ଉପରେ ଟର୍ପିଡୋ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଉତ୍ତରପ୍ରଦେଶର ଦେବରିଆ…

ଲଘୁଚାପ ବର୍ଷାରେ ସୃଷ୍ଟି ହେଲା ବନ୍ୟା ଆଶଙ୍କା: ଭଞ୍ଜନଗରରେ ସ୍ଥାନାନ୍ତର ପ୍ରକ୍ରିୟା ଜୋରଦାର, ସ୍ଥିତି ଉପରେ ନଜର ରଖିଛନ୍ତି ବିଧାୟକ

ଭଞ୍ଜନଗର, ୨୩।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ବୁଧବାର ସନ୍ଧ୍ୟା ପର୍ଯ୍ୟନ୍ତ ତୁହାକୁ ତୁହା ଲଗାଣ ବର୍ଷା ଜାରି ରହିଛି। ଫଳରେ…

ବଡ଼ ବିପଦ! ଭାରତରେ ଜୀବନ ନେଇପାରେ ତାତି, ଯାଇପାରେ ୪.୫ ଲକ୍ଷରୁ ଅଧିକ ଜୀବନ

ନୂଆଦିଲ୍ଲୀ,୨୩।୯: ଶକ୍ତିଶାଳୀ ଏଲ୍‌ ନିନୋକୁ ନେଇ ଜଳବାୟୁ ବିଶେଷଜ୍ଞମାନେ ବଡ଼ ଚେତାବନୀ ଦେଇଛନ୍ତି । ଏକ ନୂଆ ଆକଳନ ଅନୁସାରେ, ଆଗାମୀ ୬ ମାସରେ ଏହି କାରଣ…

ନାଳ ପାର ହେବା ବେଳେ ପ୍ରଖର ସ୍ରୋତରେ ଭାସିଗଲେ ଚାଷୀ, ସ୍ତ୍ରୀଙ୍କ ସାହସିକତା-ପ୍ରଶାସନର ତତ୍ପରତାରୁ ବଞ୍ଚିଲା ଜୀବନ

ପାରଳାଖେମୁଣ୍ଡି, ୨୩।୯ (ଗିରିଧାରୀ ପରିଛା): ଅବପାତଜନିତ ଲଗାଣ ବର୍ଷା ଯୋଗୁ ନାଳର ପ୍ରଖର ସ୍ରୋତରେ ଭାସିଯାଇଥିବା ଜଣେ ଚାଷୀଙ୍କୁ ପ୍ରଶାସନ ଓ ଅଗ୍ନିଶମ ବାହିନୀର ତତ୍ପରତା ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?