ଷ୍ଟାଡିୟମ୍‌ରୁ ଭୟଙ୍କର ସଂକ୍ରମଣ ଆଶଙ୍କା

ଭୁବନେଶ୍ୱର, ୩।୪(ବ୍ୟୁରୋ): ଛତିଶଗଡ଼ର ଶହୀଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରୁ ସାରା ଦେଶକୁ ବ୍ୟାପିଗଲା ସଂକ୍ରମଣ, ଯାହା ଏବେ ଭୟଙ୍କର ରୂପ ନେଇଛି। ସେହିଠାରୁ ହିଁ ସଂକ୍ରମଣ ଓଡ଼ିଶାକୁ ପଶିଥିବା ଆଶଙ୍କା କରାଯାଉଛି। ସୀମାନ୍ତ ନୂଆପଡ଼ା, କଳାହାଣ୍ଡି ଆଦି ଜିଲା ଦେଇ ପୂରା ରାଜ୍ୟକୁ ବ୍ୟାପି ଚାଲିଛି କରୋନା। ୨୪ଘଣ୍ଟାରେ ୪୬୧ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ନୂଆପଡ଼ା ଜିଲାରୁ ସର୍ବାଧିକ ୮୬ଜଣ ରହିଛନ୍ତି। ସେହିଭଳି ଖୋର୍ଦ୍ଧା ୬୯, ସୁନ୍ଦରଗଡ଼ ୬୨, କଳାହାଣ୍ଡି ୩୬, ବରଗଡ଼ ୩୨ ଓ ଅନ୍ୟ ଜିଲାରେ ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା ଏହା ତଳକୁ ରହିଛି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୪୧,୭୭୨ରେ ପହଞ୍ଚତ୍ଛି। ଓଡ଼ିଶା ସମେତ ଦେଶରେ କରୋନାର ଦ୍ୱିତୀୟ ଲହର ହୁହୁ ହୋଇ ମାଡ଼ି ଚାଲିଥିବାବେଳେ ଏଭଳି ଏକ ସୂଚନା ଏବେ ବଡ଼ ବିପଦର ଆଭାସ ଦେଉଛି।
ଗତ ମାସ ୫ ତାରିଖରୁ ୨୧ ପର୍ଯ୍ୟନ୍ତ ଉକ୍ତ ଷ୍ଟାଡିୟମ୍‌ରେ ରୋଡ୍‌ ସେଫ୍‌ଟି ଓ୍ବାର୍ଲଡ ସିରିଜ୍‌ ଟି୨୦ କ୍ରିକେଟ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ହଜାର ହଜାର ଦର୍ଶକ ପାଭିଲିୟନ୍‌ରେ ବସିଥିବାବେଳେ କୋଭିଡ୍‌ ନିୟମ ପାଳନ କରି ନ ଥିବା ଦେଖାଯାଇଥିଲା। ସେହି ଖେଳ ପରେ ହିଁ ସଚିନ ତେନ୍ଦୁଲକର ଓ ୟୁସୁଫ୍‌ ପଠାନ କରୋନାରେ ଆକ୍ରାନ୍ତ ହୋଇଥିବା ଏବଂ ଛତିଶଗଡ଼ରେ ସଂକ୍ରମଣ ବଢ଼ିଛି। ସେହିପରି ସେହିଠାରୁ ହିଁ ବହୁ ଦର୍ଶକ ସଂକ୍ରମିତ ହୋଇଥିବା କୁହାଯାଉଛି। ଏହା ଜଣାପଡିବା ପରେ ଓଡ଼ିଶାରେ ଏବେ ଭାଳେଣି ପଡିଛି। କାରଣ ଏହି ଖେଳ ଦେଖିବାକୁ ଓଡ଼ିଶାରୁ ବହୁ ଦର୍ଶକ ଯାଇଥିଲେ। ପୁଣି ପ୍ରତିଦିନ ସୀମାନ୍ତ ଜିଲାର ଲୋକେ ଛତିଶଗଡ଼ ଯାଇ ସଂକ୍ରମିତ ହେଉଛନ୍ତି।
ତେବେ ଏ ପ୍ରସଙ୍ଗରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଛନ୍ତି, ସ୍ଥିତି ଉପରେ ନଜର ରଖାଯାଇଛି। ଜିଲାପାଳମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ଅଧିକ ସଂକ୍ରମିତ ଚିହ୍ନଟ ହେଲେ କଣ୍ଟେନମେଣ୍ଟ କରାଯାଉଛି। ନୂଆପଡ଼ା ଓ କଳାହାଣ୍ଡି ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ଛତିଶଗଡ଼ରେ ହୋଇଥିବା ମ୍ୟାଚ୍‌ ଦେଖିବାକୁ ବିଭିନ୍ନ ଅଞ୍ଚଳର ଲୋକ ଏକତ୍ରିତ ହୋଇଥିଲେ। ତେଣୁ ସେଠାରୁ ମହାମାରୀ ସଂକ୍ରମଣ ଅଧିକ ବଢ଼ିଥିବା ଅନୁମାନ କରାଯାଉଛି। ହେଲେ ସୀମା ସିଲ୍‌ ସମାଧାନ ନୁହେଁ। ଛତିଶଗଡ଼ରୁ କଳାହାଣ୍ଡି, ନୂଆପଡ଼ାକୁ ଆସୁଥିବା ଲୋକଙ୍କୁ ଟେଷ୍ଟିଂ ପାଇଁ କୁହାଯାଇଛି। ପ୍ରବେଶ ପଥରେ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri